ETV Bharat / state

କେନ୍ଦୁଝରରେ ସିଏମ ମୋହନ ମାଝୀ; ମୁଖ୍ୟମନ୍ତ୍ରୀ ହେବା ପରେ ଜନ୍ମମାଟିକୁ ପ୍ରଥମ ଗସ୍ତ - CM MOHAN MAJHI VISITS HOME DISTRICT

author img

By ETV Bharat Odisha Team

Published : Jun 22, 2024, 10:54 PM IST

Updated : Jun 23, 2024, 1:19 PM IST

CM Mohan Charan Majhi: ଆଜି ନିଜ ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସ୍ବାଗତ ପାଇଁ ଉତ୍ସାହିତ ଜିଲ୍ଲାବାସୀ । ଅଧିକ ପଢ଼ନ୍ତୁ

CM Mohan Charan Majhi
CM Mohan Charan Majhi (ETV Bharat Odisha)

କେନ୍ଦୁଝର: ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଆଜି (ରବିବାର) ପ୍ରଥମ ଥରପାଇଁ ନିଜ ଜିଲ୍ଲା କେନ୍ଦୁଝର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲାବାସୀ ଉତ୍ସାହିତ ଥିବାବେଳେ ତାଙ୍କୁ ସ୍ବାଗତ କରିବା ପାଇଁ ଜନ୍ମମାଟିରେ ବ୍ୟାପକ ବ୍ୟବସ୍ଥା କରାଯାଉଛି । ମୁଖ୍ୟମନ୍ତ୍ରୀ ପ୍ରଥମ ଥର ଜିଲ୍ଲା ଗସ୍ତ କରୁଥିବାରୁ ଏହି ଅବସରରେ ଜିଲ୍ଲା ପ୍ରଶାସନ ଚଳଚଞ୍ଚଳ ହୋଇପଡ଼ିଛି ।

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ 2 ଦିନିଆ କେନ୍ଦୁଝର ଗସ୍ତ (ETV Bharat Odisha)

କାର୍ଯ୍ୟସୂଚୀ ଅନୁସାରେ, ଆଜି ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ସକାଳ ୯ଟା ୪୫ ମିନିଟ୍ରେ ବାହାରିଛନ୍ତି । ଘଟଗାଁ ହାଇସ୍କୁଲ ଖେଳ ପଡ଼ିଆର ଅସ୍ଥାୟୀ ହେଲିପ୍ୟାଡରେ ପୂର୍ବାହ୍ନ ୧୦ଟା ୨୫ରେ ପହଞ୍ଚିଛନ୍ତି । ସେଠାରୁ ସେ ମା' ତାରିଣୀଙ୍କ ଦର୍ଶନ ପାଇଁ ଏକ ରୋଡ ସୋ' କରି ପୂର୍ବାହ୍ନ ୧୧ଟା ସମୟରେ ଘଟଗାଁ ମନ୍ଦିର ଯିବେ । ସେଠାରେ ଅପରାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ମା'ଙ୍କ ଦର୍ଶନ କରିବେ । ସେଠାରୁ ଅସ୍ଥାୟୀ ହେଲିପ୍ୟାଡକୁ ଅପରାହ୍ନ ୧୨ଟା ୪୦ରେ ପ୍ରତ୍ୟାବର୍ତ୍ତନ କରିବା ପରେ ୧୨ଟା ୪୫ ମିନିଟ୍‌ରେ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ରିଜର୍ଭ ପୋଲିସ ପଡ଼ିଆରେ ଅପରାହ୍ନ ୧ଟା ୫ମିନିଟ୍‌ରେ ପହଞ୍ଚିବେ ।

ସେଠାରୁ କାରରେ ସର୍କିଟ ହାଉସ ଆସି ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ସେଠାରୁ କାର ଯୋଗେ ଅପରାହ୍ନ ୩ଟା ୧୦ ମିନିଟ୍‌ରେ ବଳଦେବଜୀଉ ମନ୍ଦିରରେ ପହଞ୍ଚି ଶ୍ରୀଶ୍ରୀ ବଳଦେବଜୀଉଙ୍କୁ ଦର୍ଶନ କରିବେ । ଏହାପରେ ମୁଖ୍ୟମନ୍ତ୍ରୀ ଏକ ରୋଡ ସୋ'ରେ ବଳଦେବଜୀଉ ମନ୍ଦିର ଆଟୋପୁର, ଚର୍ଚ୍ଚ ଛକ, ଜେଲ ରୋଡ, ଗାନ୍ଧୀ ଛକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଲାବଣ୍ୟ ଛକ, ନୂଆ କୋର୍ଟ ଓ ଟେଲିଫୋନ ଏକ୍ସଚେଞ୍ଜ ଦେଇ ଅପରାହ୍ନ ୫ଟା ୧୦ମିନିଟ୍ ସମୟରେ କେନ୍ଦୁଝର ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇ ସେଠାରେ ନାଗରିକ ସମ୍ବଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେବେ । ପରେ କେନ୍ଦୁଝର ସର୍କିଟ ହାଉସଠାରେ ମୁଖ୍ୟମନ୍ତ୍ରୀ ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ୨୪ ତାରିଖ ସକାଳେ କେନ୍ଦୁଝର ରିଜର୍ଭ ପୋଲିସ ପଡ଼ିଆରୁ ପୂର୍ବାହ୍ନ ୧୦ଟା ୩୫ ମିନିଟ୍‌ରେ ହେଲିକପ୍ଟର ଯୋଗେ ବାହାରି ନିଜ ଗାଁ ରାଇକଳା ଅସ୍ଥାୟୀ ହେଲିପ୍ୟାଡରେ ପୂର୍ବାହ୍ନ ୧୦ଟା ୫୫ ମିନିଟ୍‌ରେ ପହଞ୍ଚିଛନ୍ତି । ସେଠାରୁ ଏକ ରୋଡ ଶୋ'ରେ ମୁଖ୍ୟମନ୍ତ୍ରୀ ଝୁମ୍ପୁରା ଦୁର୍ଗାପଡ଼ିଆକୁ ଯିବେ । ସେଠାରେ ଉପସ୍ଥିତ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି । ଉକ୍ତ ସଭାରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ଦେବେ । ଅପରାହ୍ନ ସାଢ଼େ ୨ଟା ସମୟରେ ଝୁମ୍ପୁରାରୁ ରାଇକଳାସ୍ଥିତ ତାଙ୍କ ବାସଭବନକୁ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରିବେ । ସେଠାରୁ ଅପରାହ୍ନ ୩ଟାରେ ବାହାରି ରାଇକଳାସ୍ଥିତ ଅସ୍ଥାୟୀ କାର୍ଯ୍ୟାଳୟକୁ ଯିବେ ।

ଏହା ମଧ୍ୟ ପଢ଼ନ୍ତୁ...ମୋହନ ସରକାରର ବଡ଼ ଘୋଷଣା; ପ୍ରତ୍ୟେକ ଦିନ 2ଘଣ୍ଟା ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ - CM MOHAN TO HEAR PUBLIC GRIEVANCES

ପରେ ଅପରାହ୍ନ ୪ଟା ୨୫ ମିନିଟ୍‌ରେ ରାଇକଳାରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ୍‌କୁ ଫେରି ସେଠାରୁ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସନ୍ଧ୍ୟା ୬ଟା ୫ମିନିଟ୍‌ରେ ପହଞ୍ଚିବେ ବୋଲି ସୂଚନା ମିଳିଛି । ତେବେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ଜିଲ୍ଲା ଗସ୍ତ କରୁଥିବାରୁ ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ଚଳଚଞ୍ଚଳ ହୋଇପଡ଼ିଛି । ଜିଲ୍ଲା ଓ ରାଇକଳା ଗ୍ରାମବାସୀ ବେଶ ଉତ୍ସାହିତ ଅଛନ୍ତି । ରାଇକଳାର ମୁଖ୍ୟମନ୍ତ୍ରୀଙ୍କ ପରିବାର ଲୋକେ ତାଙ୍କ ମନ ପସନ୍ଦର ଖାଦ୍ୟ ପରଷିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଗ୍ରାମବାସୀମାନେ ମଧ୍ୟ ନିଜ ଗାଁ ପୁଅକୁ ମୁଖ୍ୟମନ୍ତ୍ରୀ ଭାବେ ପାଖରେ ଦେଖିବାକୁ ବେଶ ଉତ୍ସାହିତ ଅଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

Last Updated : Jun 23, 2024, 1:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.