ETV Bharat / state

ବିଜେଡି ବନ୍ଦ କରିଥିବା ସ୍କୁଲକୁ ଖୋଲିବେ ସରକାର, ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ - Closed School Reopen

Closed School will Reopen: କମ୍‌ ପିଲା ଥିବାରୁ ରାଜ୍ୟରେ ବନ୍ଦ ହୋଇଯାଇଥିବା ସ୍କୁଲ ଗୁଡ଼ିକ ଖୋଲିବ । ଏନେଇ ନୂଆ ସରକାର ଯୋଜନା କରୁଛନ୍ତି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jul 2, 2024, 7:52 PM IST

Closed School will Reopen
Closed School will Reopen (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ଖୋଲିବ ବନ୍ଦ କରାଯାଇଥିବା ସ୍କୁଲ । ଯେଉଁ ସ୍କୁଲରେ ପିଲା ହେଉନଥିଲେ ବା କମ୍ ପିଲା ଥିଲେ ସେହି ସ୍କୁଲଗୁଡିକକୁ ପୂର୍ବ ସରକାର ବନ୍ଦ କରିଦେଇଥିଲେ । ସେ ସରକାରୀ ସ୍କୁଲ ହେଉ ବା 5ଟି ସ୍କୁଲ ହେଉ । ଏପରିକି ପାଖ ସ୍କୁଲ ବନ୍ଦ ହେବା ପରେ ଅନେକ ସ୍କୁଲ ପିଲା ଦୂରକୁ ପାଠ ପଢିବାକୁ ଯାଉଛନ୍ତି । ତେବେ ଏନେଇ ଅନେକ ଦାବି ଆସିବା ପରେ ଶିକ୍ଷା ବିଭାଗ ବନ୍ଦ ଥିବା ସ୍କୁଲ ଗୁଡିକକୁ ଖୋଲିବାକୁ ଯୋଜନା କରିଛି ।

ଏନେଇ ଓଷ୍ଟାର ସହ ଯୁଗ୍ମ ସମ୍ପାଦକ ପ୍ରଦୀପ୍ତ କୁମାର ପ୍ରଧାନ କହିଛନ୍ତି, "ରାଜ୍ୟରେ ଯେଉଁ ସ୍କୁଲ ଗୁଡ଼ିକ ବନ୍ଦ ହୋଇଯାଇଥିଲା ସେହି ସ୍କୁଲଗୁଡ଼ିକ ପୁଣିଥରେ ଖୋଲିବେ ସରକାର । ଆମେ ଏହାକୁ ସ୍ଵାଗତ କରୁଛୁ । କିନ୍ତୁ ସରକାର ଖୋଲିବା ପୂର୍ବରୁ ବିଭିନ୍ନ ଦିଗ ପ୍ରତି ବିଚାର କରିବାର ଆବଶ୍ୟକତା ରହିଛି । ତରବରିଆ ଭାବରେ କୌଣସି ନିଷ୍ପତି ନ ନେଇ ସମସ୍ତ ଦିଗକୁ ବିଚାର କରି ନିଷ୍ପତି ନେବାର ଆବଶ୍ୟକତା ରହିଛି । ରାଜ୍ୟ ସରକାରଙ୍କର ବର୍ତ୍ତମାନ ଯେତିକି ସ୍କୁଲ ରହିଛି ସେହି ସ୍କୁଲଗୁଡିକରେ କୌଣସି ମୌଳିକ ସୁବିଧା ନାହିଁ । ଯେତିକି ସ୍କୁଲ ରହିଛି ସେତିକି ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକ ନାହାନ୍ତି । ଯାହା ସରକାରଙ୍କ ଗୁଣାତ୍ମକ ଶିକ୍ଷା ଛାତ୍ରଛାତ୍ରୀଙ୍କୁ ଦିଆଯିବା କଥା ସେମାନଙ୍କୁ ଠିକ ଭାବରେ ଦିଆଯାଉ ନାହିଁ ।"

ଏପଟେ ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି, "ଅନେକ ସମୟରେ ସ୍କୁଲ ବନ୍ଦ ପ୍ରସଂଗକୁ ନେଇ ବାରମ୍ବାର ବିଭାଗକୁ ଜଣାଇଛୁ । ହେଲେ ରାଜ୍ୟରେ ଗୋଟିଏ ପରେ ଗୋଟିଏ ସ୍କୁଲକୁ ବନ୍ଦ କରିଦିଆଗଲା । ଯେଉଁ ସ୍କୁଲରେ ପିଲାମାନେ ଥିଲେ ସେହି ସ୍କୁଲ କିମ୍ବା ଯେଉଁ ସ୍କୁଲରେ ପିଲା ନାହାନ୍ତି ସେହି ସ୍କୁଲକୁ ମଧ୍ୟ ବନ୍ଦ କରାଯାଇଛି ।"

ଏହା ମଧ୍ୟ ପଢ଼ନ୍ତୁ...ପୋକରା ଚାଉଳକୁ ଭଲ କହିଲେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା କଂଗ୍ରେସ - infested rice

ଅନ୍ୟପଟେ ଏମିତି କିଛି ସ୍କୁଲ ଅଛି ଯେଉଁଠି ପିଲାମାନଙ୍କୁ ଦୂର ସ୍ଥାନକୁ ଯିବାକୁ ପଡୁଛି, ଯେଉଁ ସ୍ଥାନରେ ଭୁଲ ରିପୋର୍ଟ ଜରିଆରେ ସ୍କୁଲ ବନ୍ଦ କରି ଦିଆଯାଇଛି । କିନ୍ତୁ ସେଠାରେ ପିଲାମାନେ ଅଛନ୍ତି । ଏହାସହ ସ୍ଥାନୀୟ ଲୋକଙ୍କର ମଧ୍ୟ ଦାବି ରହିଛି । ଯାହାକୁ ନେଇ ଅଣଦେଖା କରାଯାଇଛି । ସେହି ସବୁ ସ୍କୁଲ ଗୁଡିକୁ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଜେପି ସରକାର ପୁଣିଥରେ ଖୋଲିବାକୁ ଯୋଜନା କରାଯାଉଛି । ଯେଉଁଠାରେ ଆବଶ୍ୟକତା ରହିଛି ସେଠାରେ ସ୍କୁଲ ଗୁଡ଼ିକକୁ ଆଉ ଥରେ ଖୋଲିବା ପାଇଁ ଯୋଜନା କରାଯାଉଥିବା ନେଇ କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, "ଗଣଶିକ୍ଷା ବିଭାଗ ପକ୍ଷରୁ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ପ୍ରସ୍ତୁତ କରନ୍ତୁ ଲୋକଙ୍କ ଦାବି ଅନୁଯାୟୀ କେଉଁଠି ବନ୍ଦ ହୋଇଥିବା ସ୍କୁଲର ଖୋଲିବା ଆବଶ୍ୟକତା ଅଛି । ସଚିବ ବିସ୍ତୃତ ରିପୋର୍ଟ ଦେବା ପରେ ସେହି ରିପୋର୍ଟ ଆଧାରରେ ବିଜେଡି ସରକାରରେ ବନ୍ଦ କରି ଦିଆଯାଇଥିବା ସ୍କୁଲ ଗୁଡିକୁ ଆମେ ଖୋଲିବୁ । ପୂର୍ବ ସରକାରରେ 5ଟି ସ୍କିମ କରି କିଭଳି ଦଳୀୟ କର୍ମୀଙ୍କୁ କାମ ଦେବେ ସେନେଇ ବିଚାର କରୁଥିଲେ । କିନ୍ତୁ 5ଟିରେ କୌଣସି ସ୍କୁଲରେ ଭଲ କାମ ହୋଇନାହିଁ । ସ୍କୁଲରେ ରଙ୍ଗ କେବଳ ନାମକୁ ମାତ୍ର ହେଉଛି, ବାକି କାମ ଗୁଡ଼ିକ ନିମ୍ନମାନର ହୋଇଛି । ତେଣୁ କେବଳ କାର୍ଯ୍ୟକର୍ତ୍ତାଙ୍କୁ ରୋଜଗାର ଦେବା ଓ ଅର୍ଥ କେମିତି ରୋଜଗାର କରିବେ ସେନେଇ ଏହି ସ୍କିମ ରହିଥିଲା । ପ୍ରକୃତରେ 5ଟି ସ୍କୁଲର ବିକାଶ ହୋଇନାହିଁ । ତେଣୁ ପରିବର୍ତ୍ତନ କରିବାକୁ ସେନେଇ ଧ୍ୟାନ ଦିଆଯିବ ।"

କେଉଁ ମସିହାରେ କେତେ ସ୍କୁଲ ଖୋଲିଥିଲା ଏବଂ କେତେ ବନ୍ଦ:

ରାଜ୍ୟରେ 2014-15 ମସିହାରେ 63280 ସ୍କୁଲ ରହିଥିବା ବେଳେ 2015-16 ମସିହାରେ 63376, 2016-17 ମସିହାରେ 62905, 2017-18 ମସିହାରେ 61163, 2018-19 ମସିହାରେ 60075, 2019-20 ମସିହାରେ 57967 ସ୍କୁଲ ରହିଥne । 2019-20 ମସିହାରେ 5409ଟି ସ୍କୁଲ ବନ୍ଦ କରାଯାଇଥିଲା । ସେହିପରି ଭାବରେ 202021 ମସିହାରେ 7772 ଟି ସ୍କୁଲ ବନ୍ଦ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.