ETV Bharat / state

ସୁବର୍ଣ୍ଣପୁରରେ ବକେୟା ଦରମା ଦାବିରେ ସଫେଇ କର୍ମଚାରୀଙ୍କ ବିକ୍ଷୋଭ - Cleaning Workers Protest - CLEANING WORKERS PROTEST

Cleaning Workers Protest: ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଫେଇ କର୍ମଚାରୀଙ୍କ ବିକ୍ଷୋଭ । ବକେୟା ଦରମା ଦାବିରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ କରିଛନ୍ତି । ଅଧିକ ପଢନ୍ତୁ,

ସୁବର୍ଣ୍ଣପୁରରେ ବକେୟା ଦରମା ଦାବିରେ ସଫେଇ କର୍ମଚାରୀଙ୍କ ବିକ୍ଷୋଭ
ସୁବର୍ଣ୍ଣପୁରରେ ବକେୟା ଦରମା ଦାବିରେ ସଫେଇ କର୍ମଚାରୀଙ୍କ ବିକ୍ଷୋଭ (ETV Bharat Odisha)
author img

By ETV Bharat Odisha Team

Published : Jun 14, 2024, 10:29 AM IST

ସୁବର୍ଣ୍ଣପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀମାନେ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗତ ଏପ୍ରିଲ ଓ ମେ ମାସର ଦରମା ସଫେଇ ଠିକାଦାର ଏଯାଏଁ ପ୍ରଦାନ କରି ନ ଥିବାରୁ ସଫେଇ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପ୍ରତି ମାସର ପ୍ରଥମ ସପ୍ତାହରେ ବିଗତ ମାସର ଦରମା ପ୍ରଦାନ କରିବା ପାଇଁ ସଫେଇ କର୍ମଚାରୀଙ୍କ ସହ ସଫେଇ ଠିକାଦାର ଚୁକ୍ତିବଦ୍ଧ ହୋଇଥିଲେ ହେଁ ଦୁଇ ମାସ ତିନି ମାସ ପର୍ଯ୍ୟନ୍ତ ଦରମା ପ୍ରଦାନ କରୁ ନ ଥିବା ସଫେଇ କର୍ମାଚାରୀମାନେ ଅଭିିଯୋଗ କରିଛନ୍ତି ।

ସୁବର୍ଣ୍ଣପୁରରେ ବକେୟା ଦରମା ଦାବିରେ ସଫେଇ କର୍ମଚାରୀଙ୍କ ବିକ୍ଷୋଭ (ETV Bharat Odisha)

ଏଥିସହ ପ୍ରାୟ ୨୨ମାସର ଇପିଏଫ ଟଙ୍କା ପୂର୍ବତନ ଠିକାଦାର ପ୍ରଦାନ କରି ନ ଥିବା ଅଭିଯୋଗ କରିଛନ୍ତି । ସଫେଇ କର୍ମଚାରୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀଙ୍କୁ ବାରମ୍ବାର ଗୁହାରୀ କରିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ସଫେଇ କର୍ମଚାରୀମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ତୁରନ୍ତ ଦୁଇ ମାସର ଦରମା ଓ ବକେୟା ରାଶି ପ୍ରଦାନ କରିବା ସହିତ ଇଫିଏଫ ଟଂକା ଭର୍ତ୍ତି କରିବା ପାଇଁ ଦାବି କରିଛନ୍ତି ।

ସଫେଇ କର୍ମଚାରୀମାନେ ଦୈନିକ ତିନି ଶହ ଟଙ୍କା ମଜୁରୀ ହିସାବରେ ମାସକୁ 9ହଜାର ଟଙ୍କା ପାଉଛନ୍ତି । ତେବେ ଦରମାରୁ ହଜାରେ ଟଙ୍କା ଇଫିଏଫ ପାଇଁ ପ୍ରଦାନ କରାଯାଉଥିବାରୁ ମାସିକ ସଫେଇ କର୍ମଚାରୀମାନେ ଆଠ ହଜାର ଟଙ୍କା ପାଉଛନ୍ତି । ହେଲେ ରାଜ୍ୟ ସରକାର ଗତ ମାର୍ଚ୍ଚ ମାସରେ ମଜୁରିଆଙ୍କ ସର୍ବନିମ୍ନ ମଜୁରୀ ୫୦୦ଟଙ୍କା କରିଥିବାରୁ ଗତ ଏପ୍ରିଲ ଓ ମେ ମାସର ବର୍ଦ୍ଧିତ ଦରମା ପ୍ରଦାନ କରିବା ପାଇଁ ବି ଦାବି କରିଛନ୍ତି । ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୭୫ ଜଣ ସଫେଇ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ସଦର ପୌର ପରିଷଦରେ କାର୍ଯ୍ୟରତ ସଫେଇ କର୍ମଚାରୀମାନେ ବର୍ଦ୍ଧିତ ହାରରେ ମଜୁରୀ ପାଉଥିବା ବେଳେ ଚିକିତ୍ସାଳୟରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କ ପ୍ରତି କର୍ତ୍ତୃପକ୍ଷ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ।

ଚିକିତ୍ସାଳୟ ସମେତ ପରିବେଶ ସ୍ବଛ ରଖିବା ଦିଗରେ ସଫେଇ କର୍ମଚାରୀମାନେ କାର୍ଯ୍ୟ କରୁଥିବା ବେଳେ ମହାମାରୀ କୋଭିଡ ସମୟରେ ବି ଜୀବନକୁ ବାଜି ଲଗାଇ ଜନସେବା କରିଛନ୍ତି । ତେବେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କୋଭିଡ ଭତ୍ତା ବି ସଫେଇ କର୍ମଚାରୀଙ୍କୁ ପ୍ରଦାନ କରି ଥିବାରୁ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ପ୍ରଦାନ କରିବା ସହିତ ତୁରନ୍ତ ଦିନ ମଜୁରିଆ ସଫେଇ କର୍ମଚାରୀଙ୍କ ଗୁହାରୀ ଶୁଣି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ତେବେ ଯଦି ଆଗାମୀ ଦିନରେ ଦାବି ପୂରଣ ନ ହେଲେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.