ETV Bharat / state

ଆଜିଠୁ ଯୁକ୍ତ ଦୁଇ ମାର୍କର ପୁନଃ ଯାଞ୍ଚ ଆବେଦନ ଆରମ୍ଭ, ୧୫ ଦିନ ମଧ୍ଯରେ ମିଳିବ ଫଳାଫଳ - CHSE PLUS 2 MARK REVALUATION

Re-Checking Of Plus Two Marks: ଯୁକ୍ତ ଦୁଇ ମାର୍କ ଗୁଡ଼ିକର ପୁନଃଯାଞ୍ଚ ପାଇଁ ଆଜି ଠାରୁ ଆରମ୍ଭ ହୋଇଛି । ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଛାତ୍ରଛାତ୍ରୀ କରିପାରିବେ । ଅଧିକ ପଢନ୍ତୁ

Re-Checking Of Plus Two Marks
Re-Checking Of Plus Two Marks (ETV Bharat Odisha)
author img

By ETV Bharat Odisha Team

Published : Jun 1, 2024, 7:08 PM IST

ଭୁବନେଶ୍ବର: ଯୁକ୍ତ ଦୁଇ ମାର୍କର ଗୁଡ଼ିକର ପୁନଃ ଯୋଗ ଏବଂ ପୁନଃ ଯାଞ୍ଚ ପକ୍ରିୟା ଆରମ୍ଭ ହୋଇଛି । ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ପୁନଃ ଯୋଗ ଏବଂ ପୁନଃ ଯାଞ୍ଚ ପକ୍ରିୟା ପାଇଁ ଅନଲାଇନ ମାଧ୍ୟମରେ ଆବେଦନ କରାଯିବ । ବିଜ୍ଞାନ, ବାଣିଜ୍ୟ, କଳା ଏବଂ ଧନ୍ଦାମୂଳକ ଶିକ୍ଷା ବିଭାଗ ପାଇଁ କରାଯିବ । ତେବେ ଏନେଇ ଆବଶ୍ୟକ ଫି ୨୦୦ ଟଙ୍କା ଦେବାକୁ ପଡ଼ିବ । ତେବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଫିସିଆଲ୍ ୱେବସାଇଟ www.chseodisha.nic.in ରେ ଅଧିକ ତଥ୍ୟ ଦେଖିପାରିବେ ।

Re-Checking Of Plus Two Marks
Re-Checking Of Plus Two Marks (ETV Bharat Odisha)

ଅନ୍ୟପଟେ ଅନଲାଇନ୍ ଇଭାଲ୍ୟୁଟେଡ୍ ସ୍କ୍ରିପ୍ଟ ମାମଲାରେ ଡାଉନଲୋଡ୍ ଅଭିଯୋଗ ପାଇଁ ୧୦ ଜୁନ ରୁ ୨୦ ଜୁନ ମଧ୍ୟରେ ଲିଙ୍କ ପ୍ରଦାନ କରାଯିବ । ଅନ୍ୟପକ୍ଷେ ଅନଲାଇନ୍ ମୋଡରେ ଉତ୍ତର ସ୍କ୍ରିପ୍ଟ ଗୁଡ଼ିକର ଡାଉନଲୋଡ୍ ପରେ ଯଦି ଆଉ କିଛି ଅଭିଯୋଗ ଥାଏ ତେବେ ଜୁନ ୨୧ ତାରିଖ ରେ ଅଭିଯୋଗ କରିପାରିବେ । ଅନ୍ୟପଟେ ଯେଉଁ ଛାତ୍ରଛାତ୍ରୀମାନଙ୍କର ମାଲ୍ ପ୍ରାକ୍ଟିସ କରାଯାଇଛି, ଯେଉଁ ଛାତ୍ର ଛାତ୍ରୀଙ୍କ ପରୀକ୍ଷା ଫଳାଫଳକୁ ଅଟକାଇ ଦିଆଯାଇଛି କିମ୍ବା ଅବୈଧ ଘୋଷିତ କରାଯାଇଛି, ସେମାନେ ମାର୍କ ଗୁଡିକକୁ ପୁନ ଯାଞ୍ଚ କିମ୍ବା ପୁନଃ ଯୋଗ ପାଇଁ ଆବେଦନ କରିପାରିବେ ନାହିଁ ।

ଏହା ମଧ୍ୟ ପଢନ୍ତୁ .... ହୃଦଘାତ ପ୍ରତିରୋଧ ପାଇଁ ୟୁଜିସି ନେଲା ଏପରି ପଦକ୍ଷେପ - UGC Notice

*ଅନଲାଇନ ମାଧ୍ୟମରେ ପୁନଃ ଯାଞ୍ଚ*

ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ସମସ୍ତ ଥିଓରୀ ବିଷୟ ଗୁଡ଼ିକର ଅନଲାଇନ ମାଧ୍ୟମରେ ଯାଞ୍ଚ କରାଯିବ । ସେହିପରି ଭାବରେ କଳା ବିଭାଗରେ ଥିଓରୀ ବିଷୟ ସମେତ ଗଣିତ, ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) , ଭୂଗୋଳ, ପରିସଂଖ୍ୟାନ, ଏମ୍ଆଇଏଲ ( ହିନ୍ଦୀ, ଉର୍ଦ୍ଧୁ, ସଂସ୍କୃତ ଏବଂ ତେଲୁଗୁ) ଆଦି ବିଷୟ ଗୁଡ଼ିକ ଅନଲାଇନ ରେ ମାର୍କ ଗୁଡ଼ିକ ଯାଞ୍ଚ କରାଯିବ ।

*ଅଫଲାଇନ୍ ମାଧ୍ୟମରେ ମାର୍କ ଯାଞ୍ଚ*

କଳା ବିଭାଗର ସମସ୍ତ ଥିଓରୀ ବିଷୟ ଯଥା, ଇତିହାସ, ସମାଜବିଜ୍ଞାନ, ରାଜନୈତିକ ବିଜ୍ଞାନ, ତର୍କ ଏବଂ ବିତର୍କ ବିଷୟ ଇତ୍ୟାଦି । ସେହିପରି ଭାବରେ ସମସ୍ତ ଧନ୍ଦାମୂଳକ ଶିକ୍ଷା ବିଭାଗର ଏମଆଇଏଲ୍ ଓଡ଼ିଆ , ହିନ୍ଦୀ , ଉର୍ଦ୍ଧୁ, ତେଲୁଗୁ, ଇଂରାଜୀ ସମେତ ବାକି ବିଷୟ ଗୁଡ଼ିକ ମଧ୍ୟ ଆଫଳାଇନ ରେ ଯାଞ୍ଚ କରାଯିବ । ଏହା ସମେତ ବିଜ୍ଞାନ, ବାଣିଜ୍ୟ ଏବଂ କଳା ବିଷୟ ଗୁଡ଼ିକର ସମସ୍ତ ପ୍ରାକ୍ଟିକାଲ ବିଷୟ ଗୁଡ଼ିକ ସାମିଲ କରାଯାଇଛି । ତେବେ ଆବେଦନ କରିବାର ୧୫ ଦିନ ମଧ୍ୟରେ ପୁନଃ ଯାଞ୍ଚର ମାର୍କ ପ୍ରକାଶ ପାଇବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.