ETV Bharat / state

୧୬ରୁ ଯୁକ୍ତ ଦୁଇ ପରୀକ୍ଷା: ଦକ୍ଷିଣାଞ୍ଚଳର ୮ ଜିଲ୍ଲାରେ ୭୯, ୫୫୮ ପରୀକ୍ଷାର୍ଥୀ

author img

By ETV Bharat Odisha Team

Published : Feb 14, 2024, 11:48 AM IST

Updated : Feb 14, 2024, 11:05 PM IST

Plus Two Examination Preparation: ଆଉ ଦିନକ ପରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ବ୍ରହ୍ମପୁରର ଅଧିନରେ ଥିବା ମୋଟ 8ଟି ଜିଲ୍ଲାରେ ୪୫ ପରୀକ୍ଷା ପରିଚାଳନା ହବ୍ ଓ ୨୦୫ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି l ଅଧିକ ପଢନ୍ତୁ

୧୬ରୁ ଯୁକ୍ତ ଦୁଇ ପରୀକ୍ଷା
୧୬ରୁ ଯୁକ୍ତ ଦୁଇ ପରୀକ୍ଷା

ବ୍ରହ୍ମପୁର: ଫେବ୍ରୁଆରୀ ୧୬ ତାରିଖରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପରୀକ୍ଷା । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ ଅଧିନରେ ଥିବା ମୋଟ 8ଟି ଜିଲ୍ଲାରେ ୪୫ଟି ପରୀକ୍ଷା ପରିଚାଳନା ହବ୍ ଓ ୨୦୫ଟି ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି l ଏହି ଜିଲ୍ଲାଗୁଡିକରେ ୨୦୫ଟି କେନ୍ଦ୍ରରେ ସର୍ବମୋଟ ୭୯ ହଜାର ୫୫୮ ଜଣ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକରେ ପରୀକ୍ଷା ଦେବେ ।

ଫେବ୍ରୁଆରୀ 10ରୁ 13 ତାରିଖ ମଧ୍ୟରେ ଦକ୍ଷିଣାଞ୍ଚଳ ଜିଲ୍ଲାଗୁଡିକରେ ପରୀକ୍ଷା ପରିଚାଳନା ହବରେ ପ୍ରଶ୍ନପତ୍ର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପହଞ୍ଚାଇ ଦିଆଯାଇଛି l ହବ୍ ଗୁଡ଼ିକରେ 24 ଘଣ୍ଟା ଧରି ସିସିଟିଭି ବ୍ୟବସ୍ଥା କରାଯିବା ସହ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରାଯାଇଛି l ପରୀକ୍ଷାକୁ ସଂପୂର୍ଣ୍ଣ ଶୃଙ୍ଖଳିତ, ସ୍ୱଚ୍ଛ ଓ କପିମୁକ୍ତ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ତ୍ରିସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି l

ପର୍ଯ୍ୟବେକ୍ଷକଙ୍କୁ ନେଇ ପର୍ଯ୍ୟବେକ୍ଷକ ସ୍ତରୀୟ ସ୍କ୍ୱାଡ୍, ବ୍ରହ୍ମପୁର ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଜୋନାଲ୍ ସ୍ତରୀୟ ସ୍କ୍ୱାଡ ଓ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ରୀୟ ସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା କରାଯିବା ସଙ୍ଗେ ସଙ୍ଗେ ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀ ମଧ୍ୟ ପ୍ରଶ୍ନପତ୍ର ଖୋଲାଯିବା ଓ ଉତ୍ତରପତ୍ର ପ୍ୟାକେଟ୍ ସିଲ୍ ହେବା ସମୟରେ ଉପସ୍ଥିତ ରହି ସ୍ୱଚ୍ଛ, ଶୃଙ୍ଖଳିତ ଓ କପିମୁକ୍ତ ପରୀକ୍ଷା ସୁନିଶ୍ଚିତ କରିବା ସହ ସଂପୂର୍ଣ୍ଣ ପରୀକ୍ଷା ବ୍ୟବସ୍ଥାର ତଦାରଖ କରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପସଚିବ କୁଳମଣି ଓଝା ସୂଚନା ଦେଇଛନ୍ତି l

ଏହାମଧ୍ୟ ପଢନ୍ତୁ.. ଦୁଇଦିନ ପରେ ଯୁକ୍ତ ଦୁଇ ପରୀକ୍ଷା, କପି ରୋକିବ ସିସିଟିଭି

ଗଞ୍ଜାମ ପରୀକ୍ଷାର୍ଥୀଙ୍କ ତଥ୍ୟ : ଗଞ୍ଜାମରେ ୭୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୩୩ ହଜାର ୪୧୬ ଛାତ୍ରଛାତ୍ରୀ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଷୟରେ ପରୀକ୍ଷା ଦେବେ l କଳାରେ ୧୭ ହଜାର ୫୩୧ ଜଣ ରେଗୁଲାର ଓ ୮୨୬ ଏକ୍ସ-ରେଗୁଲାର୍ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ସେହିଭଳି ୧୧ ହଜାର ୩୭୮ ଜଣ ରେଗୁଲାର ଓ ୧୦୩୬ ଜଣ ଏକ୍ସ-ରେଗୁଲାର୍ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ବାଣିଜ୍ୟରେ ୨ ହଜାର ୧୨୬ ଜଣ ରେଗୁଲାର ଓ ୧୩୭ ଜଣ ଏକ୍ସ-ରେଗୁଲାର୍ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ଧନ୍ଦାମୂଳକ ଶିକ୍ଷାରେ ୨୫୯ ଜଣ ରେଗୁଲାର ଓ ୩୨ ଜଣ ଏକ୍ସରେଗୁଲାର ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l

ଗଜପତି ପରୀକ୍ଷାର୍ଥୀଙ୍କ ତଥ୍ୟ: ଗଜପତିରେ ୪ଟି ପରୀକ୍ଷା ପରିଚାଳନା ହବ୍ ସ୍ଥାପିତ ହୋଇଥିବା ବେଳେ ୧୬ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ ହଜାର ୬୧ ଜଣ ପରୀକ୍ଷା ଦେବେ । କଳାରେ ୩ ହଜାର ୧୨୪ ଜଣ ରେଗୁଲାର ଓ ୨୮୭ ଜଣ ଏକ୍ସ-ରେଗୁଲାର୍ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ବିଜ୍ଞାନରେ ୧୧୯୬ ଜଣ ରେଗୁଲାର ଓ ୨୩୩ ଜଣ ଏକ୍ସ-ରେଗୁଲାର୍ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ବାଣିଜ୍ୟରେ ୮୩ ରେଗୁଲାର ଓ ୨ ଜଣ ଏକ୍ସ-ରେଗୁଲାର୍ ଫର୍ମ ପୂରଣ କରିଛନ୍ତି l ଧନ୍ଦାମୂଳକ ଶିକ୍ଷାରେ ୯୨ ଜଣ ରେଗୁଲାର ଓ ୪୩ ଜଣ ଏକ୍ସ-ରେଗୁଲାର୍ ଫର୍ମ ପୂରଣ କରିଛନ୍ତି ।

କୋରାପୁଟ ପରୀକ୍ଷାର୍ଥୀଙ୍କ ତଥ୍ୟ: କୋରାପୁଟରେ ମୋଟ ୬ଟି ପରୀକ୍ଷା ପରିଚାଳନା ହବ୍ ସ୍ଥାପନ କରାଯାଇଥିବା ବେଳେ ୨୮ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୦ ହଜାର ୬୩୨ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଦେବେ l କଳାରେ ୫ ହଜାର ୧୮୧ ରେଗୁଲାର ଏବଂ ୭୯୧ ଏକ୍ସ-ରେଗୁଲାର୍ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ବିଜ୍ଞାନରେ ୩ ହଜାର ୨ ରେଗୁଲାର ଓ ୪୯୭ ଏକ୍ସ-ରେଗୁଲାର ଫର୍ମ ପୂରଣ କରିଛନ୍ତି l ବାଣିଜ୍ୟରେ ୮୦୨ ରେଗୁଲାର ଓ ୧୫୮ ଏକ୍ସ-ରେଗୁଲାର୍ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ଧନ୍ଦାମୂଳକ ଶିକ୍ଷାରେ ୧୬୧ ରେଗୁଲାର ଓ ୪୦ ଏକ୍ସ-ରେଗୁଲାର୍ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l

ମାଲକାନଗିରି ପରୀକ୍ଷାର୍ଥୀଙ୍କ ତଥ୍ୟ: ଜିଲ୍ଲାରେ ୩ଟି ପରୀକ୍ଷା ପରିଚାଳନା ହବ୍ ଓ ୧୪ଟି ପରୀକ୍ଷା କେନ୍ଦ୍ର ସ୍ଥାପିତ ହୋଇଛି l ଚଳିତ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟରେ ମୋଟ ୪ ହଜାର ୮୪୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ l କଳାରେ ୨ ହଜାର ୬୨୪ ରେଗୁଲାର୍ ଓ ୪୩୮ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି l ବିଜ୍ଞାନରେ ୧୨୪୭ ଜଣ ରେଗୁଲାର୍ ଓ ୧୫୭ ଏକ୍ସ-ରେଗୁଲାର୍ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ବାଣିଜ୍ୟରେ ୩୪୨ ରେଗୁଲାର୍ ଓ ୩୮ ଜଣ ଏକ୍ସ-ରେଗୁଲାର୍ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l

ନବରଙ୍ଗପୁର ପରୀକ୍ଷାର୍ଥୀଙ୍କ ତଥ୍ୟ: ଜିଲ୍ଲାରେ ୩ଟି ପରୀକ୍ଷା ପରିଚାଳନା ହବ୍ ଓ ୨୦ଟି ପରୀକ୍ଷା କେନ୍ଦ୍ର ଖୋଲାଯାଇଛି l ଏହି ଜିଲ୍ଳାରେ ମୋଟ ୭ ହଜାର ୨୦୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ l କଳାରେ ୪ ହଜାର ୬୭ ରେଗୁଲାର୍ ଓ ୫୩୯ ଜଣ ଏକ୍ସ-ରେଗୁଲାର୍ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ବିଜ୍ଞାନରେ ୧ ହଜାର ୯୧୮ ରେଗୁଲାର୍ ଓ ୨୫୩ ଜଣ ଏକ୍ସ-ରେଗୁଲାର୍ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ବାଣିଜ୍ୟରେ ୩୮୩ ଜଣ ରେଗୁଲାର୍ ଓ ୫୧ ଏକ୍ସ-ରେଗୁଲାର୍ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l

ରାୟଗଡ଼ା ପରୀକ୍ଷାର୍ଥୀଙ୍କ ତଥ୍ୟ: ଜିଲ୍ଲାରେ ୫ଟି ପରୀକ୍ଷା ପରିଚାଳନା ହବ୍ ଓ ୨୦ଟି ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି l ଏହି ଜିଲ୍ଲାରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ମୋଟ ୭ ହଜାର ୩୬୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ l କଳାରେ ୩ ହଜାର ୭୦୫ ରେଗୁଲାର୍ ଓ ୩୫୨ ଏକ୍ସ-ରେଗୁଲାର୍ ପରୀକ୍ଷା ଦେବେ l ବିଜ୍ଞାନରେ ୨ ହଜାର ୧୪୮ ଜଣ ରେଗୁଲାର୍ ଓ ୨୮୭ ଏକ୍ସ-ରେଗୁଲାର୍ ଫର୍ମ ପୂରଣ କରିଛନ୍ତି l ବାଣିଜ୍ୟରେ ୬୨୭ ରେଗୁଲାର୍ ଓ ୧୧୫ ଏକ୍ସ-ରେଗୁଲାର୍ ଫର୍ମ ପୂରଣ କରିଛନ୍ତି l ଧନ୍ଦାମୂଳକ ଶିକ୍ଷାରେ ୧୧୧ ରେଗୁଲାର୍ ଓ ୨୪ ଏକ୍ସ-ରେଗୁଲାର ଫର୍ମ ପୂରଣ କରିଛନ୍ତି l

ବୌଦ୍ଧ ପରୀକ୍ଷାର୍ଥୀଙ୍କ ତଥ୍ୟ: ଜିଲ୍ଲାରେ ୩ଟି ପରୀକ୍ଷା ପରିଚାଳନା ହବ୍ ଓ ୧୧ଟି ପରୀକ୍ଷା ସ୍ଥାପନ କରାଯାଇଛି l ଏହି ଜିଲ୍ଲାରେ ମୋଟ ୩ ହଜାର ୮୧୨ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ପରୀକ୍ଷା ଦେବେ l କଳାରେ ରେଗୁଲାର- ୩ ହଜାର ୫୩୯ ଓ ଏକ୍ସ-ରେଗୁଲାର ୧୬୩ ଫର୍ମ ପୂରଣ କରିଛନ୍ତି l ବିଜ୍ଞାନରେ ୧୬୦ ରେଗୁଲାର୍ ଓ ୩୪ ଏକ୍ସ-ରେଗୁଲାର ଫର୍ମ ପୂରଣ କରିଛନ୍ତି l ବାଣିଜ୍ୟରେ ୧୮ ରେଗୁଲାର୍ ଓ ୨ ଜଣ ଏକ୍ସ-ରେଗୁଲାର୍ ଫର୍ମ ପୂରଣ କରିଛନ୍ତି l ଧନ୍ଦାମୂଳକ ଶିକ୍ଷାରେ ୬୩ ଜଣ ରେଗୁଲାର୍ ଓ ୧୩ ଏକ୍ସ-ରେଗୁଲାର୍ ପରୀକ୍ଷା ଦେବେ ।

କନ୍ଧମାଳ ପରୀକ୍ଷାର୍ଥୀଙ୍କ ତଥ୍ୟ: ଜିଲ୍ଲାରେ ୪ଟି ପରୀକ୍ଷା ପରିଚାଳନା ହବ୍ ଓ ୨୩ଟି ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି l ଏହି ଜିଲ୍ଲାରେ ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ମୋଟ ୬ ହଜାର ୯୫୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ l କଳାରେ ୫ ହଜାର ୨୮୧ ଜଣ ରେଗୁଲାର୍ ଓ ୧୫୧ ଏକ୍ସ-ରେଗୁଲାର୍ ଫର୍ମ ପୂରଣ କରିଛନ୍ତି l ବିଜ୍ଞାନରେ ୯୫୮ ରେଗୁଲାର୍ ଓ ୧୯୧ ଏକ୍ସ-ରେଗୁଲାର ଫର୍ମ ପୂରଣ କରିଛନ୍ତି l ବାଣିଜ୍ୟରେ ୨୨୩ ରେଗୁଲାର୍ ଓ ୨୫ ଏକ୍ସ-ରେଗୁଲାର ଫର୍ମ ପୂରଣ କରିଛନ୍ତି l ଧନ୍ଦାମୂଳକ ଶିକ୍ଷାରେ ୧୨୨ ରେଗୁଲାର୍ ଓ ୩ ଜଣ ଏକ୍ସ-ରେଗୁଲାର ଫର୍ମ ପୂରଣ କରିଛନ୍ତି ।

ଇଟିଭି ଭାରତ ବ୍ରହ୍ମପୁର

Last Updated : Feb 14, 2024, 11:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.