ETV Bharat / state

ହାତ ଛାଡ଼ିଲେ ଚିରଞ୍ଜୀବ ବିଶ୍ୱାଳ, ଫୁଙ୍କି ପାରନ୍ତି ଶଙ୍ଖ - Chiranjib Biswal Quits Congress

Chiranijib Biswal resigns from congress: ହାତ ଛାଡିଲେ ଚିରଞ୍ଜୀବ ବିଶ୍ୱାଳ । କଂଗ୍ରେସରୁ ଦେଲେ ଇସ୍ତଫା । ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଜୋର । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 30, 2024, 11:44 AM IST

Updated : Mar 30, 2024, 1:34 PM IST

Etv Bharat
Etv Bharat

ଭୁବନେଶ୍ୱର: ହାତ ଛାଡିଲେ ଜଗତସିଂହପୁର ଜିଲ୍ଲା କଂଗ୍ରେସର ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ସେ ଆଜି (ଶନିବାର) କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତେବେ କଂଗ୍ରେସ ଛାଡିବା ନେଇ ବହୁ ପୂର୍ବରୁ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । ଅନ୍ୟପଟେ ସେ ଖୁବଶୀଘ୍ର ବିଜେଡିରେ ମିଶିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଦୁର୍ବଳ ହେଉଛି ହାତ । କଂଗ୍ରେସ ସହ ଦୀର୍ଘ ବର୍ଷର ସମ୍ପର୍କ ତୁଟାଇଲେ ଚିରଞ୍ଜୀବ ବିଶ୍ୱାଳ । ଉପକୂଳ ଓଡ଼ିଶା ତଥା ଜଗତସିଂହପୁର ଜିଲ୍ଲା କଂଗ୍ରେସର ଟାଣୁଆ ରାଜନେତା ଚିରଞ୍ଜୀବ ବିଶ୍ୱାଳ ଆଜି କଂଗ୍ରେସ ଦଳର ପ୍ରାଥମିକ ପଦରୁ ଇସ୍ତଫା ଦେଇଛନ୍ତି । ଓଡ଼ିଶା କଂଗ୍ରେସ ପ୍ରଦେଶ କମିଟିକୁ ସେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ତେବେ ସେ ଇସ୍ତଫା ପତ୍ରରେ ଏହାର କାରଣ ଉଲ୍ଲେଖ କରିନଥିବା ବେଳେ ପୂର୍ବରୁ ସେ କଂଗ୍ରେସ ଛାଡିବା ନେଇ ବେଶ ଚର୍ଚ୍ଚା ହେଉଥିଲା । ଏଭଳିକି ଜଗତସିଂହପୁରରେ ଅନେକ ଦଳୀୟ କାର୍ଯ୍ୟକ୍ରମ ଠାରୁ ମଧ୍ୟ ସେ ନିଜକୁ ଦୂରେଇ ରଖୁଥିଲେ । ଅନ୍ୟପଟେ ସେ ହାତ ଛାଡି ଶଙ୍ଖ ଧରି ପାରନ୍ତି ବୋଲି ମଧ୍ୟ ବହୁ ପୂର୍ବରୁ ଚର୍ଚ୍ଚା ହେଉଥିଲା ।

ବାପା ସ୍ବର୍ଗତ ବସନ୍ତ ବିଶ୍ୱାଳଙ୍କ ଦେହାନ୍ତ ପରେ ସେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର କଂଗ୍ରେସ ଟିକେଟରେ ବିଧାୟକ ହୋଇଛନ୍ତି ଚିରଞ୍ଜୀବ । 2004 ରୁ 2009 ଏବଂ 2014 ରୁ 2019 ପର୍ଯ୍ୟନ୍ତ ସେ ବିଧାୟକ ଭାବେ କାର୍ଯ୍ୟ କରିଛନ୍ତି । ସେ ବିଧାନସଭାରେ କଂଗ୍ରେସରୁ ଉପନେତା ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ହଟିଲା ନିଲମ୍ବନ: କଂଗ୍ରେସକୁ ଫେରିଲେ ମୋକିମ, ଚିରଞ୍ଜୀବ ଓ କୃଷ୍ଣ ସଗରିଆ

2023 ମେ ମାସରେ ଜୟଦେବ ଭବନରେ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳ ଏକ ଅଣରାଜନୈତିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହା ଦଳୀୟ ଅନୁଶାସନକୁ ଉଲ୍ଲଘଂନ କରୁଥିବା ଅଭିଯୋଗ କରି ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା ଅଖିଳ ଭାରତ କଂଗ୍ରେସ କମିଟି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଶୃଙ୍ଖଳା କମିଟି ଅଭିଯୋଗ ଆଧାରରେ ଏଆଇସିସି ପକ୍ଷରୁ ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଉତ୍ତର ସନ୍ତୋଷଜନକ ନହେବାରୁ ଉଭୟଙ୍କୁ 6 ମାସ ପାଇଁ ଦଳରୁ ନିଲମ୍ବନ କରାଯାଇଥିଲା । ତେବେ ସାଧାରଣ ନିର୍ବାଚନ ନେଇ ଘୋଷଣା ହେବାର କିଛି ଦିନ ପୂର୍ବରୁ ତାଙ୍କ ଉପରୁ ନିଲମ୍ବନ ହଟାଇଥିଲା ।

ଉପକୂଳ ଓଡିଶାର ଜଗତସିଂହପୁର ଜିଲ୍ଲା ଓଡିଶା ରାଜନୈତିକ ପୃଷ୍ଠଭୂମିରେ ବେଶ୍ ଗୁରୁତ୍ୱ ବହନ କରେ । କଂଗ୍ରେସ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳ ଏକଦା ଓଡ଼ିଶାକୁ କଣ୍ଟ୍ରୋଲ କରୁଥିଲେ । ବସନ୍ତଙ୍କ ବଡ଼ ପୁଅ ଚିରଞ୍ଜୀବ ଏବଂ ସାନ ପୁଅ ରଞ୍ଜୀବ ବିଶ୍ୱାଳ ଉଭୟ କଂଗ୍ରେସର ବରିଷ୍ଠ ନେତା ଭାବେ ପରିଚିତ । ତେବେ ଚିରଞ୍ଜୀବ କଂଗ୍ରେସ ଛାଡିବା ପରେ ଜଗତସିଂହପୁର ଜିଲ୍ଲା କଂଗ୍ରେସରେ ସଙ୍କଟ ଦେଖା ଦେବା ସୁନିଶ୍ଚିତ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Mar 30, 2024, 1:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.