ETV Bharat / state

ଭୁବନେଶ୍ବରରେ ଧୁମଧାମରେ ପାଳିତ ହେଲା ୩ୟ ଛେନାପୋଡ଼ ଦିବସ - Chhenapoda Divas Celebration - CHHENAPODA DIVAS CELEBRATION

Chhenapoda Divas Celebration: ଭୁବନେଶ୍ବରର ଜୟଦେବ ଭବନରେ ମହାସମାରୋହରେ ପାଳିତ ହୋଇଯାଇଛି 'ଛେନାପୋଡ଼ ଦିବସ'। ସ୍ବତନ୍ତ୍ର ଛେନାପୋଡ଼ ସାଙ୍ଗକୁ ଅନ୍ୟାନ୍ୟ ନୟାଗଡ଼ ଦ୍ରବ୍ୟ ମଧ୍ୟ ଉତ୍ସବରେ ପ୍ରଦର୍ଶିତ କରାଯାଇଥିଲା। ଅଧିକ ପଢନ୍ତୁ

Chhenapoda Divas
Chhenapoda Divas
author img

By ETV Bharat Odisha Team

Published : Apr 11, 2024, 10:10 PM IST

Chhenapoda Divas

ଭୁବନେଶ୍ବର: ଧୁମଧାମରେ ପାଳିତ ହେଲା ୩ୟ 'ଛେନାପୋଡ଼ ଦିବସ' । ଛେନାପୋଡ଼କୁ ଏକ ନିର୍ବିବାଦୀୟ ମିଠା ବୋଲି କହିଲେ ବିଜେଡି ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର । ନୟାଗଡ଼ ବିକାଶ ମଞ୍ଚ ଏବଂ ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡର ମିଳିତ ଆନୁକୁଲ୍ୟରେ 'ଛେନାପୋଡ଼ ଦିବସ' ଭୁବନେଶ୍ବରର ଜୟଦେବ ଭବନରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ପ୍ରସିଦ୍ଧ ଛେନାପୋଡ଼ ସଙ୍ଗୀତର ଏକ ଚିତ୍ରରୂପ ଲୋକାର୍ପଣ କରାଯାଇଥିଲା। ଏହି ଉତ୍ସବରେ ସଭା, ସମ୍ବର୍ଦ୍ଧନା, ବନ୍ଧୁମିଳନ ଓ ଖାଦ୍ୟପେୟ ସାଙ୍ଗକୁ ପାଲା, ଦାସକାଠିଆ, ବାଘଶବର ନାଚ, ଧୁଡୁକି, ଦଣ୍ଡନାଚ, ରାମଲୀଳା, ଢଣକୋଇଲା, ଦୁଆରି, ପାରମ୍ପରିକ ସଙ୍ଗୀତ ଓ ଆଧୁନିକ ସଙ୍ଗୀତ ପରିବେଷଣ କରାଯାଇଥିଲା। ସେହିପରି ନୟାଗଡ଼ରୁ ଆସିଥିବା ସ୍ବତନ୍ତ୍ର ଛେନାପୋଡ଼ ସାଙ୍ଗକୁ ଅନ୍ୟାନ୍ୟ ନୟାଗଡ଼ ଦ୍ରବ୍ୟ ମଧ୍ୟ ଉତ୍ସବରେ ପ୍ରଦର୍ଶିତ କରାଯାଇଥିଲା।

'ନୟାଗଡ଼ ଦରବ, ଓଡ଼ିଶାର ଗରବ' ଛେନାପୋଡ଼ ସଂଗୀତର ଏହି ପଂକ୍ତି ଚର୍ଚ୍ଚାର ପରିସରରେ ରହିଛି । ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହିତ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ପ୍ରସିଦ୍ଧ କଣ୍ଠଶିଳ୍ପୀ ତାନସେନ୍ ସିଂ, ଭାରତ ସରକାରଙ୍କ ପୂର୍ବତନ ମୁଖ୍ୟ ମିଡିଆ ପରାମର୍ଶଦାତା ଡ. ଉମାକାନ୍ତ ମିଶ୍ର, ଜେଏସପିଏଲର ଉପାଧ୍ୟକ୍ଷ ବିଭୁ ପ୍ରସାଦ ମିଶ୍ର ଓ କିଟ୍‌ ବିଶ୍ବବିଦ୍ୟାଳୟର ଉପକୂଳପତି ତପନ କୁମାର ପଣ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗଦେଇଥିଲେ। ବିଭିନ୍ନ ରାଜନୈତିକ ଦଳର ୧୦ରୁ ଅଧିକ ନିମନ୍ତ୍ରିତ ପ୍ରତିନିଧିଙ୍କ ମଧ୍ୟରୁ ଡ. ସତୃପ୍ତ ମିଶ୍ର, ଇଂ ଦେବାଶିଷ ପଟ୍ଟନାୟକ, ବେଣୁଧର ପ୍ରଧାନ, ଶିଶିର କୁମାର ସାହୁ ଓ ଅଭିଳାଷ ପଣ୍ଡା ଯୋଗଦେଇଥିଲେ।

"ଛେନାପୋଡ଼ ଏକ ଅସ୍ମିତା ଓ ପରିଚୟରେ ପରିଣତ ହୋଇଛି" ବୋଲି ଦାଶ ବେନହୁର ନିଜ ବକ୍ତବ୍ୟରେ କହିଥିଲେ। ଏହାକୁ କେନ୍ଦ୍ର କରି ଅନେକ କିଛି କରାଯାଇପାରିବ ବୋଲି ସେ ଆଶା କରିଥିଲେ। ଛେନାପୋଡ଼ ସମେତ ଜିଲ୍ଲାର ଅନ୍ୟ ପ୍ରସଙ୍ଗକୁ ମଧ୍ୟ ସାମନାକୁ ଆଣିବା ସହ ନୟାଗଡ଼ବାସୀ ଏକାଠି ହେବାକୁ ଆହ୍ବାନ ଦେଇଥିଲେ ଉମାକାନ୍ତ ମିଶ୍ର। ନୟାଗଡ ବିକାଶ ମଞ୍ଚର ଆବାହକ ଶୁଭ୍ରାଂଶୁ ପଣ୍ଡା ବିଭିନ୍ନ ଜିଲ୍ଲାରେ ସରକାର ମହାପୁରୁଷମାନଙ୍କର ସ୍ମାରକୀ ନିର୍ମାଣ କରୁଥିବାବେଳେ ବିଶ୍ବପ୍ରସିଦ୍ଧ ଜ୍ୟୋତିର୍ବିଦ୍‌ ସାମନ୍ତ ଚନ୍ଦ୍ରଶେଖରଙ୍କ ଜନ୍ମସ୍ଥଳିର ବିକାଶ ପାଇଁ ଦାବି କରିଛନ୍ତି । ଏହାକୁ ଏକ ଜାତୀୟ ସ୍ମାରକୀରେ ପରିଣତ କରାଯାଉ ବୋଲି ସେ କହିଛନ୍ତି । ସେ କହିଛନ୍ତି, "ନୟାଗଡ଼ର ଚାଷୀମାନଙ୍କ ପାଇଁ ଜଳସେଚନର ସୁବିଧା ଦୃଷ୍ଟିରୁ ତୁରନ୍ତ ବୃତ୍ତଙ୍ଗ ପ୍ରକଳ୍ପ କାର୍ଯ୍ୟକାରୀ କରିବା ସହ ମହାନଦୀର ପାଣିକୁ ମଧ୍ୟ ବ୍ୟାରେଜ୍‌ ମାଧ୍ୟମରେ ବ୍ୟବହାର କରାଯାଉ। ଜିଲ୍ଲାରେ ଉଷ୍ଣ ପ୍ରସବଣ ଓ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀର ବିକାଶ ସାଙ୍ଗକୁ ଦାଶିଆ ଅଜାଙ୍କ ପାଠାଗାର ଓ ଯଦୁମଣିଙ୍କ ଜନ୍ମସ୍ଥାନର ମଧ୍ୟ ଉନ୍ନୟନ ଜରୁରୀ। ବର୍ତ୍ତମାନ ନିର୍ବାଚନ ଋତୁ ଚାଲିଥିବାବେଳେ ଏଭଳି ପ୍ରସଙ୍ଗ ସବୁକୁ ସ୍ଥାନୀୟ ରାଜନେତାମାନେ ନିର୍ବାଚନୀ ଇସ୍ତାହାରରେ ସ୍ଥାନ ଦିଅନ୍ତୁ ।"

ଏହା ବି ପଢନ୍ତୁ...ଛେନାପୋଡ ଦିବସ: ଭାରି ସୁଆଦିଆ ଆମ ଛେନାପୋଡ, ଯିଏ ସ୍ୱାଦ ପାଇଛି ସେ ପୁଣି ଖୋଜିଛି

କଟକର ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର ଅତିଥି ଭାବରେ ଯୋଗ ଦେଇ କହିଛନ୍ତି, "ଛେନାପୋଡ଼ ହେଉଛି ଏକ ନିର୍ବିବାଦୀୟ ମିଠା । କାରଣ ଓଡ଼ିଶା ରସଗୋଲାକୁ ନେଇ ବିବାଦ ରହିଥାଇପାରେ କିନ୍ତୁ ନୟାଗଡ଼ ଛେନାପୋଡ଼କୁ ନେଇ କୌଣସି ବିବାଦ ନାହିଁ। ତେଣୁ ଛେନାପୋଡ଼ ଦିବସକୁ ଯେଉଁମାନେ ପାଳନ କରୁଛନ୍ତି ସେମାନଙ୍କୁ କୃତଜ୍ଞତା ଜଣାଉଛି।" ମଞ୍ଚ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ସବୁକୁ ସେ ନିଜ ନିର୍ବାଚନୀ ପ୍ରତିଶ୍ରୁତିରେ ଯୋଡ଼ିଥିଲେ। ଛେନାପୋଡ଼କୁ ଜିଆଇ ମାନ୍ୟତା ଦେବା ଲାଗି 3 ବର୍ଷ ହେଲା ମଞ୍ଚ ଉଦ୍ୟମ କରିଆସିବା ସହ ଛେନାପୋଡ଼ର ସ୍ରଷ୍ଟା ସ୍ବର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମଦିନକୁୁ ଛେନାପୋଡ଼ ଦିବସ ଭାବେ ପାଳନ କରିଆସୁଛି। ଆଗକୁ ଜିଆଇ ମାନ୍ୟତା ନେଇ ପ୍ରଚେଷ୍ଟା ତୀବ୍ରତର ହେବ ବୋଲି ମଞ୍ଚର କର୍ମକର୍ତ୍ତା ସୂଚନା ଦେଇଛନ୍ତି। ଏହି ଅବସରରେ ନୟାଗଡ଼ର ବିଶିଷ୍ଟ ଛେନାପୋଡ଼ ବ୍ୟବସାୟୀ ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଉପସ୍ଥିତ ଦର୍ଶକ ଛେନାପୋଡ଼ ସାଙ୍ଗକୁ ନୟାଗଡ଼ର ଅନ୍ୟ ସୁସ୍ବାଦୁ ଖାଦ୍ୟର ମଜା ନେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.