ETV Bharat / state

ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା, ୩ ଅଭିଯୁକ୍ତ ଗିରଫ - Bhadrak tribal woman Gangrape case

author img

By ETV Bharat Odisha Team

Published : Jul 1, 2024, 12:56 PM IST

Chandabali tribal woman Gangrape case: ଭଦ୍ରକ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା । ୩ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

Chandabali tribal woman Gangrape case
Chandabali tribal woman Gangrape case (ETV Bharat Odisha)

ଭଦ୍ରକ: ଜିଲ୍ଲାର ଚାନ୍ଦବାଲି ଥାନା ଅଞ୍ଚଳରେ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା । ଏହି ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କଲା ଚାନ୍ଦବାଲି ପୋଲିସ । ଅଭିଯୁକ୍ତମାନେ ସ୍ଥାନୀୟ ଜଗନ୍ନାଥପୁର ଗ୍ରାମର ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ଗତ ମାସ ୨୫ ତାରିଖରେ ହୋଇଥିଲା ଏହି ଗଣ ଦୁଷ୍କର୍ମ ଘଟଣା ।

ସୂଚନା ଅନୁଯାୟୀ, ପୀଡିତା ଆଦିବାସୀ ମହିଳା ଜଣକ ବିଭିନ୍ନ କାମଧନ୍ଦା କରି ଚଳିଥାନ୍ତି । ଜୁନ 25 ତାରିଖ ଦିନ ଆଦିବାସୀ ମହିଳା ଭଦ୍ରକ ଜିଲ୍ଲା ଵେତଡାରୁ ଚାନ୍ଦବାଲି ଆସିଥିଲେ । ସେଠାରେ ତାଙ୍କର ଜଣେ ସମ୍ପର୍କୀୟ ଭାଇଙ୍କ ସହ ଦେଖା ହୋଇଥିଲା । ନୂଆଗାଁରେ ସେ କାମ କରିଥିବା ଜଣେ ବ୍ୟକ୍ତିଙ୍କ ଘରେ ତାଙ୍କର ଵକେୟ ଟଙ୍କା ଥିବା ବେଳେ ସେହି ଟଙ୍କାକୁ ଆଣିବା ପାଇଁ ଯିବାକୁ ସମ୍ପର୍କୀୟ ଭାଇଙ୍କୁ କହିଥିଲେ । ହେଲେ କୌଣସି କାରଣବଶତଃ ଆସନ୍ତାକାଲି ଯିବାକୁ କହିଥିଲେ ସମ୍ପର୍କୀୟ ଭାଇ । ତେବେ ମହିଳାଜଣକ ତାଙ୍କ ଘରେ ରହିବାକୁ ଚାହିଁଥିଲେ ନିଶାସେବକ କରିଥିବାରୁ ସମ୍ପର୍କୀୟ ଭାଇଙ୍କ ପରିବାର ତାଙ୍କୁ ଘରେ ରହିବା ପାଇଁ ସୁଯୋଗ ଦେଇନଥିଲେ ।

ଏହାମଧ୍ୟ ପଢନ୍ତୁ.. ଥାନା ସାମ୍ନାରେ ମହିଳାଙ୍କୁ ଘୋଷାଡ଼ି ନେବା ଘଟଣାରେ କାର୍ଯ୍ୟାନୁଷ୍ଠାନ, ଦୁଇ ପୋଲିସ ଅଧିକାରୀ ନିଲମ୍ବିତ - Two Police Officer Suspended

ଏହାପରେ ନିଜ ସାଙ୍ଗମାନଙ୍କ ସହ ମହିଳାଙ୍କୁ ଚାନ୍ଦବାଲି ପଠାଇ ଦେଇଥିଲେ । ଫେରିବା ବାଟରେ ନୂଆ ଗାଁ ରାସ୍ତା ନିକଟରେ ସମ୍ପୃକ୍ତ ଆଦିବାସୀ ମହିଳାଙ୍କୁ ସାଥିରେ ଆଣିଥିବା 3 ଜଣ ଅଭିଯୁକ୍ତ ମହିଳାଙ୍କୁ ଏକୁଟିଆ ପାଇ ଗଣଦୁଷ୍କର୍ମ କରି ଫେରାର ହୋଇ ଯାଇଥିଲେ । ଏନେଇ ସ୍ଥାନୀୟଲୋକେ ଜାଣିିବା ପରେ ଚାନ୍ଦବାଲି ପୋଲିସକୁ ଖବର ଦେଇଥିଲେ । ଆଦିବାସୀ ମହିଳା ଜଣକ ଏବାବଦରେ ଅଭିଯୋଗ କରିଥିଲେ । ମହିଳାଙ୍କ ଅଭିଯୋଗ କୁ ଭିତ୍ତି କରି କେଶ ନମ୍ବର 286 /24 ରେ ଏକ ମାମଲା ରୁଜୁ କରିଥିଲା ପୋଲିସ । ଦୁଷ୍କର୍ମ ହୋଇଥିବା ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ଏହାମଧ୍ୟ ପଢନ୍ତୁ.. ଭଦ୍ରକରେ ପୋଲିସର ଦାଦାଗିରି, ମହିଳାଙ୍କୁ ଘୋଷାଡ଼ି ନେଲେ ଦୁଇ ଅଧିକାରୀ - Woman dragged by police

ଚାନ୍ଦବାଲି ପୋଲିସ ଅଭିଯୁକ୍ତ 3 ଜଣଙ୍କୁ ଗିରଫ କରି ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରୀ ଯାଞ୍ଚ ପରେ କୋର୍ଟ ଚାଲାଣ କରିଥିବା ବୋଲି ସୂଚନା ଦେଇଛନ୍ତି ଚାନ୍ଦବାଲି ଏସଡିପିଓ କାର୍ତ୍ତିକ ଚନ୍ଦ୍ର ମଲ୍ଲିକ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.