ETV Bharat / state

ଭିଜିଲାନ୍ସ ଜାଲରେ ପୁଣି ଜଣେ କିରାଣୀ, ଲାଞ୍ଚ ନେଉଥିବା ବେଳେ ଧରାପଡିଲେ - vigilance raid in kendrapara - VIGILANCE RAID IN KENDRAPARA

Vigilance Raid: ଲାଞ୍ଚ ନେଇ ଧରାପଡିଲେ ଚକବନ୍ଦୀ କମିଶନର କାର୍ଯ୍ୟାଳୟର କନିଷ୍ଠ କିରାଣୀ । ଜମିଜମା ମାମଲାର ରଫାଦଫା କରିବା ପାଇଁ 10 ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଅଧିକ ପଢନ୍ତୁ

VIGILANCE RAID
VIGILANCE RAID (ETV BHARAT)
author img

By ETV Bharat Odisha Team

Published : May 3, 2024, 12:35 PM IST

VIGILANCE RAID (ETV BHARAT)

କେନ୍ଦ୍ରାପଡା: ଭିଜିଲାନ୍ସ ଜାଲରେ ଚକବନ୍ଦୀ କମିଶନର କାର୍ଯ୍ୟାଳୟର କନିଷ୍ଠ କିରାଣୀ । ଜମିଜମା ସମ୍ପର୍କିତ ମାମଲାର ରଫାଦଫା କରିବା ପାଇଁ 10 ହଜାର ଟଙ୍କା ଲାଞ୍ଚ ନେଉଥିବା କନିଷ୍ଠ କିରାଣୀ ଜିତେନ୍ଦ୍ର ସେନାପତିଙ୍କୁ ମାଡି ବସିଲା ଭିଜିଲାନ୍ସ । ତାଙ୍କ ଠାରୁ ଟଙ୍କା ଜବତ କରିବା ସହ ଜିତେନ୍ଦ୍ରଙ୍କୁ ଭିଜିଲାନ୍ସ ଡ଼ିଏସପିଙ୍କ କାର୍ଯ୍ୟାଳୟକୁ ଆଣାଯାଇ ପଚରାଉଚରା କରାଯାଉଛି। ଜିତେନ୍ଦ୍ର ସଦର ଥାନା ଅନ୍ତର୍ଗତ ଠାକୁର ପାଟଣା ଗାଁରେ ରହୁଥିବା ଭଡା ଘରେ ଓ ପୈତୃକ ଘର ତାଳସଙ୍ଗାରେ ଭିଜିଲାନ୍ସ ବିଭାଗର ଦୁଇଟି ଟିମ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି।

ଏହା ମଧ୍ୟ ପଢନ୍ତୁ-ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ, 6ଟି ସ୍ଥାନରେ ରେଡ୍

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡା ବ୍ଲକ ଶ୍ୟାମସୁନ୍ଦରପୁରର ଗାୟତ୍ରୀ ମିଶ୍ରଙ୍କ ଏକ ଜମିଜମା ସମ୍ପର୍କିତ ମାମଲା କୋର୍ଟରେ ଚାଲିଥିଲା । ଏହାର ରଫାଦଫା କରିବା ପାଇଁ ଲାଞ୍ଚ ମାଗିଥିଲେ କନିଷ୍ଠ କିରାଣୀ ଜିତେନ୍ଦ୍ର ସେନାପତି । ଏନେଇ ଗାୟତ୍ରୀ କଟକ ଭିଜିଲାନ୍ସ ଏସପିଙ୍କ ଦ୍ୱାରସ୍ଥ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ । ପୂର୍ଵ ଯୋଜନା ମୁତାବକ ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଆଜି କେନ୍ଦ୍ରାପଡା ଭିଜିଲାନ୍ସ ଡିଏସପି ଭାଗ୍ୟଲକ୍ଷ୍ମୀ ପୁହାଣଙ୍କ ନେତୃତ୍ୱରେ ଏକ ଛ'ଜଣିଆ ଟିମ ଚକବନ୍ଦୀ କମିଶନରଙ୍କ କାର୍ଯ୍ୟାଳୟ ମଧ୍ୟରେ ଛକି ରହିଥିଲେ । ଅଭିଯୋଗକାରୀ ମହିଳାଙ୍କ ଠାରୁ ଜିତେନ୍ଦ୍ର ସେନାପତି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ। ଭିଜିଲାନ୍ସ ଦ୍ୱାରା ଅଭିଯୋଗକାରିଣୀଙ୍କୁ ଦିଆ ଯାଇଥିବା ୨୦ଟି ୫୦୦ ଟଙ୍କିଆ ନୋଟକୁ ଭିଜିଲାନ୍ସ ବିଭାଗ ଜବତ କରିଛିଲା । ଏହାପରେ ତାଙ୍କୁ ଭିଜିଲାନ୍ସ ଡ଼ିଏସପିଙ୍କ କାର୍ଯ୍ୟାଳୟକୁ ନିଆୟାଇ ଅଧିକ ପଚରାଉଚରା କରାଯାଉଛି । ଏଥିସହ ଜିତେନ୍ଦ୍ର ଭଡାରେ ରହୁଥିବା ସଦର ଥାନା ଅନ୍ତର୍ଗତ ଠାକୁର ପାଟଣା ଗାଁରେ ଓ ପୈତୃକ ଘର ତାଳସଙ୍ଗାରେ ଭିଜିଲାନ୍ସ ବିଭାଗର ଦୁଇଟି ଟିମ ଚଢ଼ାଉ ଜାରି ରହିଛି । ଏନେଇ ଭିଜିଲାନ୍ସ ଡ଼ିଏସପି ଭାଗ୍ୟଲକ୍ଷ୍ମୀଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସେ ପ୍ରତିକ୍ରିୟା ଦେଇନାହାନ୍ତି।

ମେ 1 ତାରିଖରେ ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ବେଲଗାଁର ଏଆରଆଇ ରେଶମା ମାଝୀଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା | ପଟ୍ଟା ପାଇଁ ଲାଞ୍ଚ ନେଉଥିଲେ ସେ । ଶିଶକେଲା ଗାଁର ବାସୁଦେବ ନନ୍ଦ ନାମକ ଜଣେ ବ୍ୟକ୍ତି ନିଜ ଜମିର ପଟ୍ଟା ପାଇଁ ଏଆରଆଇଙ୍କ ନିକଟରେ ଦରଖାସ୍ତ କରିଥିଲେ । ସେହି ବାବଦକୁ ଏଆରଆଇ ରେଶମା ମାଝୀ ଦଶ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.