ଭୁବନେଶ୍ବର: ସରିଛି ନିର୍ବାଚନ ପ୍ରକ୍ରିୟା । ଆଜି ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ରାଜ୍ୟରେ ହୋଇଥିବା ସାଧାରଣ ନିର୍ବାଚନ ଫଳାଫଳ ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଆଜି ଅପରାହ୍ନ ୧ଟା ସମୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିଜ ଟିମ ସହ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟି ନିର୍ବାଚନର ଫଳାଫଳ ସମ୍ପର୍କରେ ଅବଗତ କରାଇଛନ୍ତି ।
ରାଜ୍ୟପାଳଙ୍କୁ ଭେଟି ଆନୁଷ୍ଠାନିକ ଭାବେ ନିର୍ବାଚନୀ ଫଳାଫଳ ନେଇ ରିପୋର୍ଟ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ୨୦୨୪ ନିର୍ବାଚନରେ କେଉଁ ଦଳର ସଂଖ୍ୟା ଗରିଷ୍ଠତା ରହିଛି ସେ ସମ୍ପର୍କରେ ରାଜ୍ୟପାଳଙ୍କ ଅବଗତି ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଆନୁଷ୍ଠାନିକ ରିପୋର୍ଟ ଦେଇଥାନ୍ତି । ଏହା ସହିତ ନିର୍ବାଚିତ ବିଧାୟକ ତାଲିକା ପ୍ରଦାନ କରିଛନ୍ତି । ସଦ୍ୟ ନିର୍ବାଚିତ ଓଡ଼ିଶା ବିଧାନସଭାର ସଦସ୍ୟ ତାଲିକାର ବିଜ୍ଞପ୍ତି ଭାରତ ନିର୍ବାଚନ ଆୟୋଗଙ୍କ ଦ୍ବାରା ପ୍ରକାଶିତ ହୋଇଛି । ଏହି ବିଜ୍ଞପ୍ତି ଓଡ଼ିଶା ରାଜପତ୍ରରେ ମଧ୍ୟ ପ୍ରକାଶିତ ହୋଇଛି ।
ଏହା ବି ପଢନ୍ତୁ- ଅପରାଜେୟ ଅଦ୍ବିତୀୟ ନବୀନ, ସୋସିଆଲ ମିଡିଆରେ ଟ୍ରେଣ୍ଡିଂ, ଝୁରୁଛନ୍ତି ଲୋକେ
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ଭାରତ ନିର୍ବାଚନ ଆୟୋଗଙ୍କ ପ୍ରତିନିଧିଙ୍କ ସହ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ କରିଛନ୍ତି । ଉକ୍ତ ବିଜ୍ଞପ୍ତି ପ୍ରଦାନ କରିଛନ୍ତି । ଏହି ଅବସରରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଏନ. ତିରୁମାଲା ନାୟକ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ମିହିର ମହାନ୍ତି, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ ସାହୁ ଓ ଭାରତ ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ମହତୋ ଉପସ୍ଥିତ ଥିଲେ । ଉକ୍ତ ବିଜ୍ଞପ୍ତିକୁ ରାଜ୍ୟପାଳ ମହୋଦୟଙ୍କୁ ପ୍ରଦାନ କରିଛନ୍ତି ।
ଏହା ବି ପଢନ୍ତୁ- କିଏ ହେବ ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ: ରେସ୍ରେ ଚର୍ଚ୍ଚିତ ଚେହେରା, ଜାଣନ୍ତୁ ସିଲେକ୍ସନ ଫର୍ମୁଲା
ଏଥର ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚକିତ କରିଛି । ରାଜ୍ୟରେ 25 ବର୍ଷ ସରକାରର ଅନ୍ତ ଘଟିଛି । ନବୀନ ଗଡ଼ରେ ପ୍ରଥମ ଥର ଲାଗି ଫୁଟିଛି ପଦ୍ମ । ପ୍ରଥମ କରି ବିଜେପି ଓଡ଼ିଶାରେ ସରକାର ଗଢିବାକୁ ଯାଉଛି । ତେବେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ତାହା ସ୍ପଷ୍ଟ ହୋଇନଥିବା ବେଳେ ଏନେଇ ଚର୍ଚ୍ଚା ଲାଗି ରହିଛି । ନିର୍ବାଚନୀ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା ଅନୁସାରେ ଆସନ୍ତା 10 ତାରିଖରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ।
ଇଟିଭି ଭାରତ, ଭୁବନେଶ୍ବର