ETV Bharat / state

ଆଣ୍ଟିକ ସାମଗ୍ରୀ ଝୁମର କିଣିବା ନାଁରେ ୧୯ ଲକ୍ଷ ଠକେଇ - ANTIQUE JHOOMAR FRAUD CASE

ଝୁମର ବିକ୍ରି ନାଁରେ ବ୍ୟବସାୟୀଙ୍କ ଠାରୁ ଠକିନେଲେ ୧୯ ଲକ୍ଷ । ଅସଲି ଟଙ୍କା ବଦଳାଇ ଦେଇଦେଲେ ନକଲି ଟଙ୍କା ବ୍ୟାଗ ।

JHOOMAR  FRAUD Gang
JHOOMAR FRAUD Gang (ETV Bharat Odisha)
author img

By ETV Bharat Odisha Team

Published : Nov 30, 2024, 4:43 PM IST

ବ୍ରହ୍ମପୁର: ପ୍ରାଚୀନ ବିରଳ ସାମଗ୍ରୀ (ଆଣ୍ଟିକ) ଝୁମର ଦେବା ବାହାନାରେ ବ୍ୟବସାୟୀଙ୍କ ଠାରୁ ବଡ଼ ଧରଣର ଠକେଇ । ବ୍ୟବସାୟୀଙ୍କ ଠାରୁ ୧୯ ଲକ୍ଷ ଟଙ୍କା ନେଇ କାଗଜ ବିଡ଼ା ଭର୍ତ୍ତି ବାକ୍ସ ଧରାଇ ଚମ୍ପଟ ମାରିଲେ ଠକ ଗ୍ୟାଙ୍ଗ । ଏନେଇ ଥାନାରେ ଅଭିଯୋଗ ପରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଟଙ୍କା ଜବତ କରିଛି ପୋଲିସ । ତେବେ ଏଭଳି ଅଭିଯୋଗ ଆସିଛି ବ୍ରହ୍ମପୁର ସହର ବୈଦ୍ୟନାଥପୁର ଥାନା ଅଞ୍ଚଳରୁ ।

କ'ଣ ରହିଥିଲା ଘଟଣା:

Buying Antique Jhoomar (ETV Bharat Odisha)

ଅଭିଯୋଗ ଅନୁସାର, ବ୍ରହ୍ମପୁର ସହରରେ ଗତ କିଛି ଦିନ ତଳେ ସ୍ଥାନୀୟ ବ୍ରହ୍ମାନଗର ଦ୍ଵିତୀୟ ଲାଇନରେ ରହୁଥିବା ପ୍ରମୋଦ କୁମାର ସାହୁ ନାମକ ଜଣେ ବ୍ୟବସାୟୀଙ୍କ ସହ ସହରର ଗୋଇଲୁଣ୍ଡିର ଶିବଶଙ୍କର ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ପରିଚୟ ହୋଇଥିଲା । ଦୁହିଁଙ୍କ ମଧ୍ୟରେ ଏକ ଝୁମର କିଣାକୁ ନେଇ ଆଲୋଚନା ହୋଇଥିଲା । ଏହି ଆଲୋଚନା ପରେ ଶିବଶଙ୍କର ନିଜର ପରିଚିତ ଥିବା ଦର୍ଶାଇ କଟକ ସାଲେପୁର ଥାନା ଭୀମଦାସପୁରର ଅଜୟ କୁମାର ମହାନ୍ତି ଓ କଟକ କନ୍ଦରପୁର ଥାନା ଅଞ୍ଚଳର ବଟକୃଷ୍ଣ ପ୍ରଧାନଙ୍କ ସହିତ ଆଲୋଚନା କରିଥିଲେ । ପରେ ଉକ୍ତ ଆଣ୍ଟିକ ସାମଗ୍ରୀ ୫୦ ଲକ୍ଷ ଟଙ୍କାର ସାମଗ୍ରୀ ହୋଇଥିବା ବେଳେ ୧୯ ଲକ୍ଷ ଟଙ୍କା ଯୋଗାଡ଼ କରିବାକୁ କହି ସେମାନଙ୍କ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ଜାରି ରଖିଥିଲେ ।

ବଦଳାଇ ଦେଲେ ଟଙ୍କା ବ୍ୟାଗ:

Antique Jhoomar fraud Case
Antique Jhoomar fraud Case (ETV Bharat Odisha)

ଏହା ମଧ୍ୟରେ ଉକ୍ତ ଆଣ୍ଟିକ ସାମଗ୍ରୀ ନେବା ପାଇଁ ଆଗ୍ରହ ରଖିଥିବା ପ୍ରମୋଦ କୁମାର ସାହୁ ଟଙ୍କା ଯୋଗାଡ଼ କରିଥିବା କହିଥିଲେ । ପରେ ଶିବଶଙ୍କର ପଟ୍ଟନାୟକ, ଅଜୟ କୁମାର ମହାନ୍ତି ଓ ବଟକୃଷ୍ଣ ପ୍ରଧାନ ଗତ ୨୮ ତାରିଖରେ ବ୍ରହ୍ମପୁରର ପ୍ରମୋଦ ସାହୁଙ୍କ ସହିତ ପୂର୍ବ ଆଲୋଚନା ମୁତାବକ ଆସି ଟଙ୍କା ରହିଥିବା ହ୍ୟାଣ୍ଡ୍‌ ବ୍ୟାଗ୍‌କୁ ଦେଖି ଚାଲିଯାଇଥିଲେ । ପରେ ସହରର ନୂତନ ବସଷ୍ଟାଣ୍ଡ ସ୍ଥିତ ଏକ ଲଜ୍‌କୁ ଟଙ୍କା ଧରି ଆସିବା ପାଇଁ କହିଥିଲେ । ପ୍ରମୋଦ ଟଙ୍କା ଧରି ଆସିଥିବା ୧୯ ଲକ୍ଷ ଟଙ୍କାର ହ୍ୟାଣ୍ଡ ବ୍ୟାଗକୁ ଅତ୍ୟନ୍ତ କୈଶଳକ୍ରମେ ଟଙ୍କା ଗଣିବାର ଆଳ ଦେଖାଇ ତାହାକୁ ପରିବର୍ତ୍ତନ କରିଦେଇଥିଲେ । ଅସଲି ଟଙ୍କା ଥିବା ବ୍ୟାଗକୁ ବଦଳାଇ ନକଲି ନୋଟ୍ ରହିଥିବା ବ୍ୟାଗକୁ ରଖି ଝୁମର ଆଣିବାକୁ ଯାଇଥିବା କହି ବ୍ୟବସାୟୀଙ୍କ ଟଙ୍କା ବ୍ୟାଗ୍ ନେଇ ଫେରାର ହୋଇଯାଇଥିଲେ ।

୩ ଗିରଫ:

ସେପଟେ ଦୀର୍ଘ ସମୟ ଧରି ଆଣ୍ଟିକ ସାମଗ୍ରୀ ଯୋଗାଇବା ପାଇଁ କହିଥିବା ବ୍ୟକ୍ତିମାନେ ନ ଆସିବାକୁ ପ୍ରମୋଦ ସନ୍ଦେହ କରିଥିଲେ । ପରେ ପ୍ରମୋଦ ନିଜ ପାଖରେ ରହିଥିବା ଟଙ୍କା ବ୍ୟାଗକୁ ଖୋଲିଥିଲେ । କିନ୍ତୁ ବ୍ୟାଗରେ ଟଙ୍କା ବଦଳରେ କାଗଜ ବ୍ୟାଣ୍ଡଲ ରହିଥିବା ଦେଖିଥିଲେ । ଏନେଇ ତୁରନ୍ତ ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଠକେଇ ଗ୍ୟାଙ୍ଗକୁ ଧରିବାକୁ ବ୍ରହ୍ମପୁର ପୋଲିସର ବିଭିନ୍ନ ଥାନା ଅଞ୍ଚଳର ପୋଲିସ ଟିମ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ପରେ ଏହି ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ପୂର୍ବରୁ ଅନ୍ୟ ଏକ ମାମଲାରେ ସଂପୃକ୍ତ ରହିଥିବା ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି ।

କିପରି ଟଙ୍କା ବ୍ୟାଗକୁ ବଦଳାଇଥିଲେ ଏହି ଗ୍ୟାଙ୍ଗ:

୧୯ ଲକ୍ଷ ଟଙ୍କା ଧରି ଚମ୍ପଟ ମାରିଥିବା ଗ୍ୟାଙ୍ଗକୁ ପୋଲିସ ଧରିବା ପରେ କିପରି ଅଭିଯୁକ୍ତମାନେ ଟଙ୍କା ଭର୍ତ୍ତି ବ୍ୟାଗକୁ ବଦଳାଇଥିଲେ ତାକୁ ନେଇ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନେ ଆଣ୍ଟିକ ସାମଗ୍ରୀ ନେବା ପାଇଁ ଆଗ୍ରହ ପ୍ରକାଶ କରିଥିବା ପ୍ରମୋଦ ସାହୁଙ୍କ ସହିତ ଆଲୋଚନା ସମୟରେ ସେ ଟଙ୍କା ରଖିଥିବା ବ୍ୟାଗର ରଙ୍ଗ ଓ ଆକୃତି ଦେଖିଥିଲେ । ଠିକ ସେଭଳି ଅନୁରୂପ ଅନ୍ୟ ଏକ ରଙ୍ଗର ବ୍ୟାଗରେ ଅଭିଯୁକ୍ତମାନେ ଟଙ୍କା ବଦଳରେ କାଗଜ ବ୍ୟାଣ୍ଡଲ ରଖି ସାଥିରେ ନେଇ ଆସିଥିଲେ । ହେଲେ ଅଭିଯୁକ୍ତମାନଙ୍କ ଏଭଳି ଟଙ୍କା ଠକେଇ କରି ଲୁଟି ନେବା ପାଇଁ କରିଥିବା ଚକ୍ରାନ୍ତକୁ ପ୍ରମୋଦ ସାହୁ ଜାଣିପାରିନଥିଲେ । ଫଳରେ ତାଙ୍କ ଠାରୁ ଟଙ୍କା ଗଣତି କରିବାର ବାହାନାରେ ଅଭିଯୁକ୍ତମାନେ ବ୍ୟାଗକୁ ବଦଳାଇ ଦେଇଥିଲେ ।

ଟଙ୍କା ଲୁଟ ପାଇଁ ବଡ଼ ଚକ୍ରାନ୍ତ:
ଏନେଇ ବ୍ରହ୍ମପୁର ଏସପି ଶ୍ରର୍ବଣା ବିବେକ ଏମ କହିଛନ୍ତି, "ଏହି ଠକ ଗ୍ୟାଙ୍ଗ ଟଙ୍କା ହଡ଼ପ କରିବା ପାଇଁ ବଡ଼ ଚକ୍ରାନ୍ତ କରିଥିଲେ । ବ୍ୟବସାୟୀଙ୍କୁ ଟାର୍ଗେଟ କରିବା ସହ ପ୍ରାଚୀନ ବିରଳ ସାମଗ୍ରୀ ଝୁମର ବିକ୍ରି କରିବାର ଯୋଜନା କରି ଏହି ଗ୍ୟାଙ୍ଗ ୨ଟି ଟିମରେ ଭାଗ ହୋଇଯାଇଥିଲେ । ଏହି ଗ୍ୟାଙ୍ଗର ଗୋଟିଏ ଟିମ ବ୍ୟବସାୟୀଙ୍କୁ ଆଣ୍ଟିକ ସାମଗ୍ରୀ ଝୁମରକୁ ୧୯ ଲକ୍ଷ ଟଙ୍କାରେ ବିକିବାକୁ ପାଇଁ ଚାହୁଁଥିବା କହିଥିଲେ । ସେପଟେ ଅନ୍ୟ ଏକ ଟିମ୍‌ ବ୍ୟବସାୟୀଙ୍କ ଠାରୁ ଆଣ୍ଟିକ ସାମଗ୍ରୀକୁ ୫୦ ଲକ୍ଷରୁ ୧ କୋଟି ଟଙ୍କା ମଧ୍ୟରେ କିଣିବାକୁ ଚାହୁଁଥିବା କହିଥିଲେ । ତେବେ ବ୍ୟବସାୟୀ ଜଣକ ଆଣ୍ଟିକ ଝୁମରକୁ ଜଣଙ୍କ ଠାରୁ ୧୯ ଲକ୍ଷ ଟଙ୍କାରେ କ୍ରୟ କରି ଏହାକୁ ୫୦ ଲକ୍ଷ ଟଙ୍କାରେ ବିକ୍ରି କରି ଲାଭବାନ ହେବେ ବୋଲି ଭାବିଥିଲେ । ତେଣୁ ସେ ଝୁମରକୁ ୧୯ ଲକ୍ଷ ଟଙ୍କାରେ କିଣିବାକୁ ରାଜି ହୋଇଯାଇଥିଲେ ।"

ଏହା ମଧ୍ୟ ପଢ଼ନ୍ତୁ...ଡିଜିଟାଲ ଆରେଷ୍ଟରେ ଲୁଟିଥିଲା କୋଟିଏ, ତେଲେଙ୍ଗାନାର ଅବଦୁଲ ସଲିମ ଗିରଫ
ଏହା ମଧ୍ୟ ପଢ଼ନ୍ତୁ...ଇନଭେଷ୍ଟମେଣ୍ଟ ନାଁରେ ସାଇବର ଠକେଇ, ତାମିଲନାଡୁ ଫିଲ୍ମ ପ୍ରଯୋଜକ ଗିରଫ

ଗ୍ୟାଙ୍ଗକୁ‌ ଧରିବାକୁ ୩ ଥାନା ଅଧିକାରୀଙ୍କୁ ନେଇ ଗଠିତ ଟିମ୍:

ଏହି ଠକ ଗ୍ୟାଙ୍ଗକୁ‌ ଧରିବାକୁ ବୈଦ୍ୟନାଥପୁର ଥାନା ପୋଲିସ ସହିତ ୩ ଥାନା ଅଧିକାରୀଙ୍କୁ ନେଇ ଗଠିତ ହେଇଥିଲା ଟିମ୍ । ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ବୈଦ୍ୟନାଥପୁର ଥାନାଧିକାରୀ ଆଇଆଇସି ସୁଚିତ୍ରା ପରିଡ଼ା, ଗୋଳନ୍ଥରା ଥାନା ଆଇଆଇସି ବିବେକାନନ୍ଦ ସ୍ୱାଇଁ, ଗୋପାଳପୁର ଥାନାଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକଙ୍କ ନେତୃତ୍ବରେ ୩ଟି ଟିମ୍‌ ଗଠନ କରାଯାଇଥିଲା । ଏହି ୩ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ଅଭିଯୁକ୍ତ ଶିବଶଙ୍କର ପଟ୍ଟନାୟକ, ଅଜୟ କୁମାର ମହାନ୍ତି ଓ ବଟକୃଷ୍ଣ ପ୍ରଧାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ପୋଲିସ ଟିମ୍ ଗିରଫ ଶିବଶଙ୍କର ଠାରୁ ୧୪ ଲକ୍ଷ ୫୦ ହଜାର ଟଙ୍କା, ଅଜୟଙ୍କ ଠାରୁ ଏକ ଲକ୍ଷ ୮୧ ହଜାର ୯୫୦ ଟଙ୍କା ଓ ବଟକୃଷ୍ଣ ପ୍ରଧାନଙ୍କ ଠାରୁ ୨ ଲକ୍ଷ ୫୦ହଜାର ଟଙ୍କା ସହିତ ଟଙ୍କା ବ୍ୟାଗକୁ ଜବତ କରିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.