ETV Bharat / state

ଏସିବିରେ ପୁଣି ଦଲାଲ ସକ୍ରିୟ, ଧରିଲା ସ୍ୱତନ୍ତ୍ର ସ୍କ୍ୱାର୍ଡ - Broker arrested in SCB

author img

By ETV Bharat Odisha Team

Published : May 9, 2024, 11:06 PM IST

Broker arrested in SCB: ଆଜି ଏସିବିର ସ୍ୱତନ୍ତ୍ର ସ୍କ୍ୱାର୍ଡ ଜଣେ ଦଲାଲକୁ ଧରିବାରେ ସଫଳ ହୋଇଛି । ତେବେ ସେ ରକ୍ତ ନମୁନା ଯାଞ୍ଚ କରେଇବା ସମୟରେ ଧରା ପଡ଼ିଥିଲେ । ଅଧିକ ପଢ଼ନ୍ତୁ,

Broker arrested in SCB
Broker arrested in SCB (ETV Bharat Odisha)

କଟକ: ଏସସିବି ମେଡିକାଲରୁ ଗିରଫ ହେଲା ଦଲାଲ । ଆଜି ରୋଗୀଙ୍କୁ ରକ୍ତ ନମୁନା ଯାଞ୍ଚ କରେଇବା ସମୟରେ ଏସସିବି ମେଡିକାଲର ନିଜସ୍ୱ (ଅନ୍ତରୀଣ) ସ୍କ୍ୱାର୍ଡ ଦଲାଲକୁ ଧରିବାରେ ସଫଳ ହୋଇଛି । ଏହାପରେ ଏହି ଦଲାଲକୁ ନେଇ ସ୍ଥାନୀୟ ମଙ୍ଗଳବାଗ ଥାନାକୁ ହସ୍ତାନ୍ତର କରିଛନ୍ତି ଏସସିବି ମେଡିକାଲ କର୍ତ୍ତୃପକ୍ଷ । ଯାହାର ସୂଚନା ଏସସିବିର କୁଳସଚିବ ଅବିନାଶ ରାଉତ ଦେଇଛନ୍ତି । ତେବେ ଦଲାଲ ମାନେ ରୋଗୀଙ୍କୁ ଭଣ୍ଡିରେଇ ତାଙ୍କୁ ଘରୋଇ ମେଡ଼ିକାକୁ ଚିକିତ୍ସା ପାଇଁ ନେଇଯାନ୍ତି । ତେବେ କେବଳ ଚିକିତ୍ସା ନୁହେଁ ରକ୍ତ ତଥା ଅନ୍ୟାନ ଟେଷ୍ଟ କରାଇବା ଦେବା ବାହାନାରେ ରୋଗୀଙ୍କୁ ନିକଟସ୍ଥ ଘରୋଇ ମେଡ଼ିକାଲକୁ ନେଇଯାନ୍ତି ।

ମେଡିକାଲ କୁଳସଚିବଙ୍କ କହିବାନୁଯାୟୀ, ପ୍ରତିଦିନ ଏସସିବି ଆଉଟଡୋରକୁ ସାତ ହଜାରରୁ ଊର୍ଦ୍ଧ୍ବ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି । ଏହାଛଡ଼ା ଚାରି ହଜାର ରୋଗୀ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଏହାର ସୁଯୋଗ ନେଇ ଅନେକ ଅଜଣା ବ୍ୟକ୍ତି ରୋଗୀଙ୍କ ସମ୍ପର୍କୀୟ କହି ମେଡିକାଲକୁ ପ୍ରବେଶ କରୁଛନ୍ତି । ଯାହାକୁ ଚିହ୍ନିବା ମଧ୍ୟ କଷ୍ଟକର ବ୍ୟାପାର । ତେବେ ଏହାର ସୁଯୋଗ ନେଇ ମେଡ଼ିକାଲ ଭିତରକୁ ଦଲାଲ ମାନେ ମଧ୍ୟ ପ୍ରବେଶ କରୁଛନ୍ତି । ପରେ ରୋଗୀ ମାନଙ୍କୁ ଦାତେଇବାକୁ ଚେଷ୍ଟା କରୁଛନ୍ତି । ପରେ ରୋଗୀ ମାନଙ୍କୁ ଘରୋଇ ନର୍ସିଂହୋମକୁ ସ୍ଥାନାନ୍ତର କରିବା ପାଇଁ ପ୍ରୟାସ କରୁଛନ୍ତି । ଏହାଛଡ଼ା ରୋଗୀଙ୍କ ରକ୍ତ ନମୁନା ଯାଞ୍ଚ ପାଇଁ ମଧ୍ୟ ବାହାର ଡାଇଗନୋସିସକୁ ନେଉଛନ୍ତି । ତାଙ୍କର ଚିକଣ କଥାରେ ଫସି ବିଚରା ରୋଗୀ ମାଗଣା ଚିକିତ୍ସା କରିବାକୁ ଆସି ଖର୍ଚ୍ଚାନ୍ତର ଶିକାର ହେଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. ସେଣ୍ଟ୍ରାଲ ଆଇସିୟୁ ଭେଣ୍ଟିଲେଟରରେ ଧୂଆଁ, ବଡ଼ ଅଘଟଣରୁ ବର୍ତ୍ତିଗଲା ବଡ଼ ମେଡିକାଲ - Fire Incident In SCB Medical

ତେବେ ଆଜି ଜଣେ ଦଲାଲ ରୋଗୀଙ୍କ ରକ୍ତ ନମୁନା ଯାଞ୍ଚ ପାଇଁ ନେବା ସମୟରେ ଏସସିବି ସ୍କ୍ୱାର୍ଡ ଏହି ଦଲାଲକୁ ଧରିବାରେ ସଫଳ ହୋଇଥିଲା । ପରେ ପଚରାଉଚରା କରି ମଙ୍ଗଳାବାଗ ଥାନାରେ ଦଲାଲକୁ ହସ୍ତାନ୍ତର କରିଥିଲା ଏସିବିର ଟିମ । କିଛି ମାସ ପୂର୍ବରୁ SCBରୁ ଅନେକ ଦଲାଲ୍ ଗିରଫ ହୋଇଛନ୍ତି । ଏମାନଙ୍କୁ ନନ ଟ୍ରମା କାଜୁଆଲଟି ଓ ବିଭିନ୍ନ ୱାର୍ଡ ନିକଟରୁ ଧରିଥିଲା ପୋଲିସ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ରୋଗୀ ମାନେ କଟକ ଆସୁଥିବା ବେଳେ ଏହାର ସୁଯୋଗ ନେଇ ଦଲାଲ ମାନେ ରୋଗୀ ମାନଙ୍କୁ ଘରୋଇ ନର୍ସିଂହୋମକୁ ସ୍ଥାନାନ୍ତର କରୁଥିବା ଅନେକ ସମୟରେ ଅଭିଯୋଗ ଆସିଛି । ବିଶେଷ କରି ମେଡିସନ ଓ କାଜୁଆଲଟି ଓ ଅନ୍ୟାନ୍ୟ ବିଭାଗ ଯେଉଁଠାରେ ଅଧିକ ସଂଖ୍ୟକ ରୋଗୀ ଭର୍ତ୍ତି ହୋଇଥାନ୍ତି ସେଇଟି ଦଲାଲଙ୍କ ସଂଖ୍ୟା ଅଧିକ ରହିଥିବା ନେଇ ପୂର୍ବରୁ ସୂଚନା ଦେଇଥିଲା କମିଶନରେଟ ପୋଲିସ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.