ETV Bharat / state

ଜିଲ୍ଲାପାଳଙ୍କୁ ଗିଫ୍ଟ ପ୍ୟାକେଟରେ ଲାଞ୍ଚ, ସିମେଣ୍ଟ କମ୍ପାନୀ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ - Bribes to Collector - BRIBES TO COLLECTOR

BRIBES TO COLLECTOR: ଜିଲ୍ଲାପାଳଙ୍କୁ ଗିଫ୍ଟ ପ୍ୟାକେଟରେ ଲାଞ୍ଚ ଦେଇ ଫସିଗଲେ ସିମେଣ୍ଟ କାରଖାନା ଅଧିକାରୀ । ବାନ୍ଧିନେଲା ଭିଜିଲାନ୍ସ । କାହିଁକି ଦେଉଥିଲେ, କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ

ଜିଲ୍ଲାପାଳଙ୍କୁ ଗିଫ୍ଟ ପ୍ୟାକେଟରେ ଲାଞ୍ଚ, ସିମେଣ୍ଟ କମ୍ପାନୀ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ
ଜିଲ୍ଲାପାଳଙ୍କୁ ଗିଫ୍ଟ ପ୍ୟାକେଟରେ ଲାଞ୍ଚ, ସିମେଣ୍ଟ କମ୍ପାନୀ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ (ETV Bharat Odisha)
author img

By ETV Bharat Odisha Team

Published : Sep 12, 2024, 8:52 AM IST

ବରଗଡ଼: ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟରେ ସାକ୍ଷାତ କଲେ, ଫୁଲତୋଡା ସହ ଏକ ଉପହାର ପ୍ୟାକେଟ ମଧ୍ୟ ଦେଲେ । ହେଲେ ସେହି ପ୍ୟାକେଟରେ ଉପହାର ସାମଗ୍ରୀ ବଦଳରେ ଥିଲା ବିଡା ବିଡା ନୋଟ ବଣ୍ଡଲ । ଏପରି କିଛି ଉଦ୍ୟମ କରି ସମ୍ବଲପୁର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ଏକ ସିମେଣ୍ଟ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ରାମଭାବ ଗଟୁ ଓ ସେ ଛତିଶଗଡରେ ଏକ ଜଣାଶୁଣା ସିମେଣ୍ଟ କମ୍ପାନୀର ମୁଖ୍ୟ ମ୍ୟାନୁଫ୍ୟାକଚରିଂ ଅଧିକାରୀ ଭାବେ କାର୍ଯ୍ୟରତ ଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ସଂଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରୁ ତାଙ୍କୁ ଗିରଫ କରାଯାଇଛି । ଜବତ ହୋଇଥିବା ଲାଞ୍ଚ ପ୍ରାୟ 2 ଲକ୍ଷ ଟଙ୍କା ହେବା ନେଇ ସୂଚନା ମିଳିଛି ।

ଜିଲ୍ଲାପାଳଙ୍କୁ ଗିଫ୍ଟ ପ୍ୟାକେଟରେ ଲାଞ୍ଚ, ସିମେଣ୍ଟ କମ୍ପାନୀ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ (ETV Bharat Odisha)
  • ଗିଫ୍ଟ କ୍ୟାକେଟରେ ଥିଲା ବିଡା ବିଡା ନୋଟ

ସୂଚନା ଅନୁସାରେ, ଗତକାଲି (ବୁଧବାର) ସଂଧ୍ୟାରେ ରାମଭାବ ଗଟୁ ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କୁ ସାକ୍ଷାତ କରିବା ସହ ଏକ ଫୁଲତୋଡ଼ା ଓ ଏକ ମିଠା ପ୍ୟାକେଟ୍‌ ଦେଇଥିଲେ । ଏହାକୁ ଦେଖି ସନ୍ଦେହ ହେବାରୁ ଜିଲ୍ଲାପାଳ ନିଜ ସହାୟକଙ୍କୁ ପ୍ୟାକେଟଟିକୁ ଖୋଲିବାକୁ କହିଥିଲେ । ତେବେ ଏହି ପ୍ୟାକେଟ୍‌ ଖୋଲାଯିବା ପରେ ସେଥିରୁ 4 ଟି 500 ଟଙ୍କିଆ ନୋଟ ବଣ୍ଡଲ ବାହାରିଥିଲା । ଏନେଇ ତୁରନ୍ତ ଜିଲ୍ଲାପାଳ ଭିଜିଲାନ୍ସକୁ ଜଣାଇଥିଲେ । ସମ୍ବଲପୁରରୁ ଭିଜିଲାନ୍ସ ଟିମ ତୁରନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।

ଜିଲ୍ଲାପାଳଙ୍କୁ ଗିଫ୍ଟ ପ୍ୟାକେଟରେ ଲାଞ୍ଚ, ସିମେଣ୍ଟ କମ୍ପାନୀ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ
ଜିଲ୍ଲାପାଳଙ୍କୁ ଗିଫ୍ଟ ପ୍ୟାକେଟରେ ଲାଞ୍ଚ, ସିମେଣ୍ଟ କମ୍ପାନୀ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:- 2ଦିନ ପୂର୍ବରୁ ସରିଲା ବିଧାନସଭା ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ - Budget session concludes

ଏହା ମଧ୍ୟ ପଢନ୍ତୁ:- କାଲି ଚାନ୍ଦିପୁରରେ କ୍ଷେପଣାସ୍ତ୍ର ପରୀକ୍ଷଣ, ସ୍ଥାନାନ୍ତର ହେବେ ୬ ଗାଁର ୩ ହଜାର ଲୋକ - Missile test in Odisha coast

  • ଗିରଫ ପରେ ତଦନ୍ତ କରୁଛି ଭିଜିଲାନ୍ସ:-

ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସର ଏକ ଟିମ୍‌ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ରାମଭାବ ଗଟୁଙ୍କୁ ବରଗଡ଼ରୁ ଗିରଫ କରିଥିଲା । ଲାଞ୍ଚ ଭାବେ ଦିଆଯାଇଥିବା ମିଠା ପ୍ୟାକେଟ ଓ ସେଥିରୁ ଉଦ୍ଧାର ହୋଇଥିବା ଟଙ୍କାକୁ ଜବତ କରି ଭିଜିଲାନ୍ସ ଟିମ ପ୍ରାଥମିକ ଜେରା କରିଥିଲା । ପରେ ତାଙ୍କୁ ସମ୍ବଲପୁର ଭିଜିଲାନ୍ସ ମୁଖ୍ୟାଳୟକୁ ଅଣାଯାଇଛି । ତେବେ ସେ କେଉଁ କାରଣରୁ ଅଧିକାରୀଜଣକ ଜିଲ୍ଲାପାଳଙ୍କୁ ଲାଞ୍ଚ ଦେଉଥିଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଭିଜିଲାନ୍ସ ତଦନ୍ତ ଜାରି ରଖିଛି ଓ ସେହି ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭିଜିଲାନ୍ସ ଏସପି ସରୋଜ ସାମଲ ସୂଚନା ଦେଇଛନ୍ତି । ତେବେ ସିଧାସଳଖ ଜଣେ ଜିଲ୍ଲପାଳଙ୍କୁ ଗିଫ୍ଟ ପ୍ୟାକେଟରେ ଟଙ୍କା ଲାଞ୍ଚ ଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.