ETV Bharat / state

Love Cheat: ଧୋକା ଦେଲା ଫେସବୁକ୍‌ ପ୍ରେମ, 22 ଦିନର ଛୁଆକୁ ଧରି ସ୍ତ୍ରୀର ହକ୍‌ ପାଇଁ ଯୁବତୀଙ୍କ ଧାରଣା - Puri WOMAN PROTEST

Woman protest in front of lovers house: ସ୍ତ୍ରୀର ହକ୍‌ ପାଇଁ ପ୍ରେମିକ ଘର ସମ୍ମୁଖରେ ପ୍ରେମିକାର ଧାରଣା । କୋଳରେ 22 ଦିନର ଛୁଆ ଧରି ଧାରଣାରେ ବସିଛନ୍ତି ଯୁବତୀ । ଅଧିକ ପଢନ୍ତୁ

BOYFRIEND CHEATS GIRLFRIEND
BOYFRIEND CHEATS GIRLFRIEND (Etv Bharat)
author img

By ETV Bharat Odisha Team

Published : Aug 31, 2024, 3:13 PM IST

ନିମାପଡା: ଧୋକା ଦେଲା ଫେସବୁକ ପ୍ରେମ । ମିଠା ମିଠା ପ୍ରତିଶୃତି ଦେଇ ପ୍ରେମିକାକୁ ଠକି ଦେଲା ରୋମିଓ ପ୍ରେମିକ । ସୋସିଆଲ ମିଡିଆରେ ଚାଟି ଓ ପରେ ଡେଟିଂ । ପ୍ରେମିକା ଗର୍ଭବତୀ ହେବା ପରେ ଛାଡି ପଳାଇଲା ପ୍ରେମିକ । ଶେଷରେ ପତ୍ନୀର ହକ ପାଇଁ ପ୍ରେମିକ ଘର ସମ୍ମୁଖରେ ଧାରଣାରେ ବସିଛନ୍ତି ଯୁବତୀ । କୋଳରେ 22 ଦିନର କଅଁଳା ଶିଶୁ କନ୍ୟାକୁ ଧରି ପ୍ରବଳ ବର୍ଷାକୁ ଖାତିର ନକରି ଧାରଣା ଦେଇଛନ୍ତି । ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ପିପିଲି ଥାନା ଅଞ୍ଚଳର ପୁବା ଶାସନ ଗ୍ରାମରେ ।

BOYFRIEND CHEATS GIRLFRIEND (Etv Bharat)

ଏହା ମଧ୍ୟ ପଢନ୍ତୁ-ପ୍ରେମ ସପ୍ତାହରେ ପ୍ରେମିକାକୁ ପ୍ରତାରଣା, ପ୍ରେମିକ ଘର ସମ୍ମୁଖରେ ବିହାର ଯୁବତୀଙ୍କ ଧାରଣା

ଫେସବୁକରୁ ଆରମ୍ଭ ହୋଇଥିଲା ପ୍ରେମ:

ଯୁବତୀ ଜଣଙ୍କ ଏକ ପାଥୋଲ୍ୟାବରେ କାମ କରୁଥିବା ବେଳେ ଗୁଡ଼ିଆ ପୋଖରୀ ନିକଟରେ ଘର ଭଡା କରି ରହୁଥିଲେ । ସେହି ସମୟରେ ପ୍ରେମିକ ପବିତ୍ର ମହାପାତ୍ରଙ୍କ ଫେସବୁକରେ ପରିଚିତ ହୋଇଥିଲେ । ସେଇଠୁ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ । ଏମିତି ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲା ପବିତ୍ର । ଯେତେବେଳେ ପ୍ରେମିକା ଗର୍ଭବତୀ ଥିବା କହିଥିଲା ସେତେବେଳେ ଏହାକୁ ନଷ୍ଟ କରିବାକୁ କହିଥିଲା ପବିତ୍ର । କିନ୍ତୁ ଯୁବତୀ ଜଣଙ୍କ ବାରଣ କରିଥିଲେ । ଶେଷର ପ୍ରେମିକାର ହାତ ଛାଡି ଅନ୍ୟ ଝିଅଙ୍କ ସହ ସମ୍ପର୍କ ରଖୁଥିଲା ରୋମିଓ ପବିତ୍ର । ଯୁବତୀ ଜଣଙ୍କ ଶିଶୁକନ୍ୟାକୁ ଜନ୍ମ ଦେବା ପରେ ଏବେ ପତ୍ନୀର ମାନ୍ୟତା ପାଇଁ ପବିତ୍ର ମହାପାତ୍ର ଘର ସମ୍ମୁଖରେ ଦୁଇ ଦିନ ହେବ ଧାରଣାରେ ବସିଛନ୍ତି । ଯୁବତୀଙ୍କ ପରିବାରର କେହି ନଥିବା ବେଳେ ବିଭିନ୍ନ ସଂଗଠନ ସହାୟତାର ହାତ ବଢ଼ାଇଛନ୍ତି ।

ନ୍ୟାୟ ଦାବିରେ ଯୁବତୀଙ୍କ ଧାରାଣା:

ପୀଡିତା ଯୁବତୀ କହିଛନ୍ତି, ''ଭୁବନେଶ୍ବରରେ କାମ କରୁଥିବା ସମୟରେ ପବିତ୍ରଙ୍କ ସହ ଫେସବୁକରେ ପରିଚିତ ହେବା ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ବିବାହର କଥା ଦେଇ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲା । ପେଟରେ ପିଲା ଥିବା ବେଳେ ନଷ୍ଟ କରିଦେବାକୁ କହୁଥିଲା । ମୋତେ ଛାଡି ଆଉ ଏକ ଝିଅକୁ ଭଲ ପାଉଥିଲେ, ସେ ମଧ୍ୟ ଆତ୍ମହତ୍ୟା କରି ଦେଇଛି । ମୁଁ ଏବେ ନ୍ୟାୟ ପାଇବାକୁ ଆସିଛି । ''

ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.