ETV Bharat / state

ପାରମ୍ପରିକ ପଦ୍ଧତିରେ ପ୍ରସ୍ତୁତ ବଡ଼ିର ରହିଛି ଚାହିଦା, ହେଲେ ମିଳୁନି ବଜାର ଦର - Boudh Badi

author img

By ETV Bharat Odisha Team

Published : Apr 5, 2024, 2:55 PM IST

Boudh Badi: ବୌଦ୍ଧ ଜିଲ୍ଲାର କେଉଟ ସାହିରେ ପ୍ରସ୍ତୁତ ହେଉଥିବା ବଡ଼ିର ରହିଛି ସ୍ୱତନ୍ତ୍ରତା । ପାରମ୍ପରିକ ଉପାୟରେ ତିଆରି ହୋଇଥାଏ ବଡ଼ି । ହେଲେ ଉପଯୁକ୍ତ ବଜାରର ଅଭାବ ଏବଂ ଅଭାବି ବିକ୍ରି ଯୋଗୁଁ ବୁଡ଼ିବାକୁ ବସିଲାଣି ପାରମ୍ପରିକ ଏବଂ ବୃତ୍ତିଗତ ବ୍ୟବସାୟ । ଅଧିକ ପଢନ୍ତୁ

Boudh Badi
Boudh Badi

Boudh Badi

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ପାରମ୍ପରିକ ବଡ଼ିର ରହିଛି ସ୍ୱତନ୍ତ୍ର ପରିଚୟ । ବୌଦ୍ଧ ଜିଲ୍ଲାର କେଉଟ ସାହିର ମହିଳାମାନେ ବିନା କୌଣସି ମେସିନର ସାହାଯ୍ୟରେ ପାରମ୍ପରିକ ଶିଳ ଓ ଘୋରଣାରେ ପ୍ରସ୍ତୁତ କରିଥାନ୍ତି ବିଭିନ୍ନ ପ୍ରକାରର ବଡ଼ି । ଯାହାର ଚାହିଦା କେବଳ ଜିଲ୍ଲାରେ ନୁହେଁ ବରଂ ଆଖପାଖ ଜିଲ୍ଲା ତଥା ସହରରେ ରହିଛି । ହେଲେ ମହିଳାଙ୍କ ହାତ ତିଆରି ବଡ଼ିକୁ ଉପଯୁକ୍ତ ଦର ମିଳୁନାହିଁ । ଯାହାକୁ ନେଇ ଚିନ୍ତାରେ ମହିଳାମାନେ ।

ଓଡ଼ିଆ ଘରେ ବଡ଼ିର ସ୍ୱତନ୍ତ୍ରତା ରହିଛି । ପଖାଳ ସାଙ୍ଗକୁ ବଡି ପ୍ରତ୍ୟେକ ଓଡ଼ିଆର ପ୍ରିୟ ଖାଦ୍ୟ । ଏବୌଦ୍ଧ ଜିଲ୍ଲା ସଦର ମହକୁମାଠାରେ ରହିଛି କେଉଟ ସାହି । ଏହି କେଉଟ ସାହିଠାରେ ବସବାସ କରୁଥିବା ଧୀବର ବା କୈବର୍ତ୍ତ ସଂପ୍ରଦାୟର ପରିବାର ମଧ୍ୟରୁ ଅଧିକାଂଶ ପରିବାରର ପୁରୁଷ ମାନେ ମହାନଦୀରୁ ମାଛଧରା ପରିବାର ପ୍ରତିପୋଷଣ କରୁଥିବା ବେଳେ ମହିଳାମାନେ ମୁଖ୍ୟତଃ ଚୁଡା, ମୁଢ଼ି ସହ ପ୍ରସ୍ତୁତ କରିଥାନ୍ତି ବଡ଼ି । ଏହି ସାହିର ପ୍ରତ୍ୟେକ ପରିବାର ଏହି ବଡି ତିଆରି କରିଥାନ୍ତି । ଏବଂ ଏହାର ଚାହିଦା କେବଳ ଜିଲ୍ଲାରେ ନୁହେଁ ବରଂ ଆଖପାଖ ଜିଲ୍ଲାରେ ମଧ୍ୟ ବେଶ୍ ଅଧିକ ରହିଛି ।

ଏହାମଧ୍ୟ ପଢନ୍ତୁ.. ଲୋପ ପାଇବାକୁ ବସିଲାଣି କାଗଜ ମୁଖା, ପୁନଃବ୍ୟବହାର କରିବାକୁ ପ୍ରଦୀପଙ୍କ ପ୍ରୟାସ - Paper Mask

ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବଡ଼ି ପ୍ରସ୍ତୁତ ହେଉଥିବା ବେଳେ ବୌଦ୍ଧ କେଉଟ ସାହିର ମହିଳାଙ୍କ ଦ୍ବାରା ପ୍ରସ୍ତୁତ ବଡ଼ିର ସ୍ୱତନ୍ତ୍ରତା ରହିଛି । ଏମାନେ ବଡ଼ି ତିଆରି କରିବା ପାଇଁ କୌଣସି ଆଧୁନିକ ମେସିନ ନୁହେଁ ବରଂ ପାରମ୍ପରିକ ଶୈଳୀରେ ଘୋରଣା, ଶିଳ ବ୍ୟବହାର କରି ହାତରେ ଫେଣି ସେମାନେ ପ୍ରସ୍ତୁତ କରିଥାନ୍ତି । ଏହି ବଡ଼ି ମଧ୍ୟରେ ବିରି ବଡ଼ି, ଲିଆ ବଡ଼ି, କଖାରୁ ବଡ଼ି, ମସଲା ବଡ଼ି, ଫୁଲ ବଡ଼ି ଭଳି ବିଭିନ୍ନ ପ୍ରକାରର ବଡି । ସେମାନେ ନିଜ ହାତରେ ଏହି ବଡ଼ି ପ୍ରସ୍ତୁତ କରିବା ପରେ ଘର ପାଖରେ ବସୁଥିବା ହାଟରେ ଏହାକୁ ବିକ୍ରି କରିଥାନ୍ତି । ଅନେକ ବ୍ୟବସାୟୀ ମଧ୍ୟ ଏମାନଙ୍କ ଠାରୁ ବଡ଼ି କିଣି ଜିଲ୍ଲା ତଥା ଜିଲ୍ଲା ବାହାରେ ବିକ୍ରି କରିଥାନ୍ତି ।

ବଜାରରେ ସବୁ ଦରଦାମ ବୃଦ୍ଧି ପାଉଥିବା ବେଳେ ଏହି ପାରମ୍ପରିକ ବଡ଼ିର ଦାମ କିନ୍ତୁ ବେଶ କମ୍ ରହିଛି । ଯାହାକୁ ନେଇ ଚିନ୍ତାରେ ବଡ଼ି ପ୍ରସ୍ତୁତକାରୀ ମହିଳା । ଏହାର ବିକ୍ରି ପାଇଁ ସରକାରୀ ସ୍ତରରେ କିଛି ସାହାଯ୍ୟ ମିଳିଲେ ସେମାନଙ୍କ ପରିଶ୍ରମର ମୂଲ୍ୟ ରୁହନ୍ତା ବୋଲି କହିଛନ୍ତି ବଡି ପ୍ରସ୍ତୁତକାରୀ ମହିଳା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.