ETV Bharat / state

ଦୁର୍ଗମ ଗାଁରେ ବୌଦ୍ଧ ଜିଲ୍ଲାପାଳ: ସମସ୍ୟା ଶୁଣିଲେ, ସମାଧାନର କଥା ଦେଲେ - COLLECTOR VISITS REMOTE village

Boudh Collector Visits Remote Village: ବୌଦ୍ଧ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ ନିକଟରେ ପହଞ୍ଚିଲେ ଜିଲ୍ଲାପାଳ । ସ୍ଥାନୀୟ ଅଧିବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ଏହାର ସମାଧାନ ପାଇଁ ପ୍ରଚେଷ୍ଟା କରାଯିବ ବୋଲି ପ୍ରତିଶ୍ରୁତି ଦେଲେ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 29, 2024, 9:38 AM IST

ବଣଜଙ୍ଗଲ ଘେରା ଦୁର୍ଗମ ଗାଁରେ ପହଞ୍ଚିଲେ ବୌଦ୍ଧ ଜିଲ୍ଲାପାଳ; ସମସ୍ୟା ଶୁଣିଲେ, ସମାଧାନର କଥା ଦେଲେ

ବୌଦ୍ଧ: ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଏମିତି ଅନେକ ଉପାନ୍ତ ଅଞ୍ଚଳ ରହିଛି, ଯେଉଁଠି ଆଜି ବି ବିକାଶ ପାଲଟିଛି ସାତ ସପନ । ରାସ୍ତାଘାଟ ଠାରୁ ବିଜୁଳି ଯାଏଁ ଏଭଳି ଅନେକ ମୌଳିକ ସମସ୍ୟାରେ ବର୍ଷ ବର୍ଷ ହେଲାଣି ଯୁଝି ହେଉଛନ୍ତି ଉପାନ୍ତ ଅଞ୍ଚଳବାସୀ । ସେମିତି ଏ ଅଞ୍ଚଳ ହେଉଛି ଆଦିବାସୀ ଅଧ୍ୟୁଷିତ ମାରଡା ଗ୍ରାମ । ଏଠିକାର ବାସିନ୍ଦା ନାନା ସମସ୍ୟା ମଧ୍ୟରେ ଜୀବନ କାଟୁଥିବା ବେଳେ ଅଗନା ଅଗନି ବନସ୍ତ ଭିତରେ ପିଢି ପରେ ପଢି ବସବାସ କରିଆସୁଥିବା ସେହି ଆଦିବାସୀଙ୍କ ନିକଟରେ ପହଞ୍ଚିଛନ୍ତି ବୌଦ୍ଧ ଜିଲ୍ଲାପାଳ ଜେ ସୋନାଲ । ଜିଲ୍ଲାପାଳ ମାରଡା ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ସେମାନଙ୍କ ନିକଟରେ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା କିଭଳି ପହଞ୍ଚି ପାରିବ ସେନେଇ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।

ବୌଦ୍ଧ ଜିଲ୍ଲାର କୁଶଙ୍ଗ ପଞ୍ଚାୟତ ସଂଲଗ୍ନ ମହାନଦୀ କୂଳରେ ରହିଛି ସାତକୋଶିଆ ବନ୍ୟପ୍ରାଣୀ ଅଭୟାରଣ୍ୟ । ଓଡ଼ିଶାର ଏହି ଅନ୍ୟତମ ବୃହତ ବନ୍ୟପ୍ରାଣୀ ଅଭୟାରଣ୍ୟ ଚାରିଗୋଟି ଜିଲ୍ଲାର ସୀମାନ୍ତକୁ ସଂଯୋଗ କରୁଥିବା ବେଳେ ମହାନଦୀର ଉଭୟ ନାତିଶିତୋଷ୍ଣ ଜଳବାୟୁ ବନ୍ୟଜନ୍ତୁଙ୍କ ପ୍ରାକୃତିକ ଆବାସ ସ୍ଥଳୀ ହୋଇ ରହିଆସିଛି । ଏହି ଅଭୟାରଣ୍ୟ ମଧ୍ୟରେ ଅନେକ ଦୁର୍ଲ୍ଲଭ ଗୁଳ୍ମଜାତୀୟ ବୃକ୍ଷରାଜି ସମେତ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ ଦେଖିବାକୁ ମିଳିଥାଏ । ଅଭୟାରଣ୍ୟଟି ବୌଦ୍ଧ ଜିଲ୍ଲା ସମେତ ଅନୁଗୋଳ, କଟକ ଓ ନୟାଗଡ଼ ଜିଲ୍ଲାର ସୀମାନ୍ତ ସ୍ପର୍ଶ କରିଛି ।

ନୟାଗଡ଼ ଜିଲ୍ଲାରେ କୁମ୍ଭୀର ପ୍ରଜନନ କେନ୍ଦ୍ର ରହିଥିବାବେଳେ ବୌଦ୍ଧ ଓ ନୟାଗଡ଼ ମଧ୍ୟରେ ଏହାର ଅଧିକାଂଶ ଅଞ୍ଚଳ ରହିଛି । ତେବେ ଏହି ସାତକୋଶିଆ ଅଭୟାରଣ୍ୟର କୋର ଏରିଆ ମଧ୍ୟରେ ରହିଛି ମାରଡା ନାମକ ଏକ ଛୋଟିଆ ଆଦିବାସୀ ଅଧ୍ୟୁଷିତ ଗ୍ରାମ । ଏଠାରେ ୨୦ରୁ ଊର୍ଦ୍ଧ୍ବ ଆଦିବାସୀ ପରିବାର ପିଢ଼ି ପରେ ପିଢ଼ି ବସବାସ କରିଆସୁଥିବା ବେଳେ ଗାଁ ଅଭୟାରଣ୍ୟ ମଧ୍ୟରେ ଥିବାରୁ ଏଠାରେ ସରକାରଙ୍କ ବିକାଶମୂଳକ ଯୋଜନା ଠିକରେ ପହଞ୍ଚି ପାରୁନାହିଁ ।

ଏହା ମଧ୍ୟ ପଢନ୍ତୁ: ବୌଦ୍ଧ ଜିଲ୍ଲା ପ୍ରଶାସନର ନିର୍ବାଚନ ପ୍ରସ୍ତୁତି; ଚେକିଂ ବ୍ଲକିଂ ଜୋରଦାର, ମାଓ ଅଞ୍ଚଳରେ ଚାଲିଛି ଫ୍ଲାଗ ମାର୍ଚ୍ଚ - Lok Sabha Elections

ବର୍ଷା ଋତୁରେ ଏହା ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ରହିଥାଏ । ଗତବର୍ଷ ଏହି ମାରଡା ଗ୍ରାମରେ ପୂର୍ବତନ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ପହଞ୍ଚି ସ୍ଥାନୀୟ ଅଧିବାସୀଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ଗତ ବୁଧବାର ଦିନ ବୌଦ୍ଧ ଜିଲ୍ଲାର ନୂତନ ଜିଲ୍ଲାପାଳ ଜେ ସୋନାଲ ଏହି ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗ୍ରାମ ପରିଦର୍ଶନ ସହିତ ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ ଭାବରେ ମହିଳା, ଶିଶୁ, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ଅଙ୍ଗନବାଡି, ଲୋକଙ୍କ ଜୀବନ ଜୀବିକା, ସାମାଜିକ ସୁରକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ପ୍ରଚେଷ୍ଟା କରାଯିବ ବୋଲି ଜିଲ୍ଲାପାଳ ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.