ETV Bharat / state

ବାଇକ ଦୋକାନ ଉପରେ ବୋମାମାଡ, 2 ଆହତ

author img

By ETV Bharat Odisha Team

Published : Mar 16, 2024, 11:03 AM IST

Bomb hurled at Motorcycle repair shop: ପୁରୀରେ ବୋମାମାଡ । ବିଳମ୍ବିତ ରାତିରେ ପେଣ୍ଠକଟା ମେରାଇନ ଥାନା ଅନ୍ତର୍ଗତ ଭୁଦାନ ଛକରେ ଏକ ବାଇକ ମରାମତି ଦୋକାନ ଉପରେ ବୋମାମାଡ ହୋଇଛି । ଅଧିକ ପଢନ୍ତୁ

ବାଇକ ଦୋକାନ ଉପରେ ବୋମାମାଡ
ବାଇକ ଦୋକାନ ଉପରେ ବୋମାମାଡ
ବାଇକ ଦୋକାନ ଉପରେ ବୋମାମାଡ

ପୁରୀ: ଦିନକୁ ଦିନ ଅଶାନ୍ତ ହୋଇପଡୁଛି ପୁରୀ । କେତେବେଳେ ବନ୍ଧୁକ ଗର୍ଜୁଛି ତ ଆଉ କେତେବେଳେ ବୋମା ଫୁଟୁଛି । ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ପେଣ୍ଠକଟା ମେରାଇନ ଥାନା ଅନ୍ତର୍ଗତ ଭୁଦାନ ଛକରେ ଏକ ବାଇକ ମରାମତି ଦୋକାନ ଉପରେ ବୋମାମାଡ଼ ହୋଇଛି । ଏହି ବୋମାମାଡ଼ରେ ବାଇକ ଗ୍ୟାରେଜରେ କାର୍ଯ୍ୟ କରୁଥିବା 2 ଜଣ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୧୧ଟା ବେଳେ ଜଣେ ଯୁବକ ଏହି ବାଇକ ମରାମତି ବୋମାମାଡ଼ କରିଥିବା ପୋଲିସ କହିଛି । ଦୋକାନ ମାଲିକ ବାଲିଘାଟର ସୁବ୍ରତ ଦକ୍ଷୀତଙ୍କ ଏତଲା କ୍ରମେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ଏହି ବୋମାମାଡ଼ରେ ଗ୍ୟାରେଜର ଦୁଇ କର୍ମଚାରୀ ଅଭିଜିତ ଚିନ୍ନରା ଓ ଗୁନା ନାୟକ ଆହତ ହୋଇଛନ୍ତି । ତେବେ ପୋଲିସର ସୂଚନା ମୁତବାକ ବୋମାମାଡ କରିଥିବା ଯୁବକ କିଛି ଦିନ ତଳେ ସୁବ୍ରତଙ୍କ ଦୋକାନରେ ନିଜ ବାଇକ ମରାମତି କରିଥିଲେ । ସେତେବେଳେ କିଛି ଟଙ୍କା ତାଙ୍କର ବାକି ଥିଲା । ଗ୍ୟାରେଜ ମାଲିକ ଏହି ବାକି ଟଙ୍କା ମାଗିବାକୁ ନେଇ ଦୁହିଁଙ୍କ ଭିତରେ ଝଗଡ଼ା ହୋଇଥିଲା । ଏହି ଘଟଣାକୁ କେନ୍ଦ୍ରକରି ବୋମାମାଡ ହେଇଛି ।

ଏହା ମଧ୍ୟ ପଢନ୍ତୁ: ବ୍ୟବସାୟୀଙ୍କ ଗାଡି ଉପରକୁ ବୋମା ମାଡ, ଜଳିଗଲା ଗାଡ଼ି ସାଙ୍ଗକୁ 80ହଜାର ଟଙ୍କାର ସାମଗ୍ରୀ

ଏହା ମଧ୍ୟ ପଢନ୍ତୁ: ସାମାନ୍ୟ ବଚସାକୁ ନେଇ ଖୋର୍ଦ୍ଧାରେ ବୋମାମାଡ଼, ୨ ଆହତ

ତେବେ ବୋମାମାଡ ଘଟଣା ପଛରେ ଆଉ କିଛି କାରଣ ରହିଛି କି ନାହିଁ ସେନେଇ ପୋଲିସ୍ ତଦନ୍ତ କରୁଛିି । ସେପଟେ ପୁରୀରେ କଥା କଥାରେ ବୋମାମାଡ ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଅପରାଧୀଙ୍କ ଉପରେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଏଭଳି ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ଅପରାଧୀମାନଙ୍କ ଉପରେ ପୋଲିସ୍ କଡ଼ା ପଦକ୍ଷେପ ନେବାକୁ ଦାବି ହୋଇଛି । ନ ହେଲେ ପୁରୀରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହେବାର ଆଶଙ୍କା ରହିଥିବା ସାଧାରଣରେ ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.