ETV Bharat / state

ଭୋଟ ଦେଉନାହାନ୍ତି ରାଜଧାନୀବାସୀ, ଏଥର ଭୋଟିଂ ହାର ବଢାଇବାକୁ ବିଏମସିର ସଚେତନତା କାର୍ଯ୍ୟକ୍ରମ - AWARENESS PROGRAMME - AWARENESS PROGRAMME

BMC organised awareness program for voting: ଭୁବନେଶ୍ବରରେ ଭୋଟିଂ ପ୍ରତିଶତ ବଢାଇବା ପାଇଁ ବିଏମସିର ସଚେତନତା କାର୍ଯ୍ୟକ୍ରମ । ଏଥର ହାର ବଢିବା ନେଇ ଆଶାବାଦୀ ସରକାର । ଅଧିକ ପଢନ୍ତୁ

ଭୋଟ ଦେଉନାହାନ୍ତି ରାଜଧାନୀବାସୀ, ଏଥର ଭୋଟିଂ ହାର ବଢାଇବାକୁ ବିଏମସିର ସଚେତନତା କାର୍ଯ୍ୟକ୍ରମ
ଭୋଟ ଦେଉନାହାନ୍ତି ରାଜଧାନୀବାସୀ, ଏଥର ଭୋଟିଂ ହାର ବଢାଇବାକୁ ବିଏମସିର ସଚେତନତା କାର୍ଯ୍ୟକ୍ରମ (PIC-ETV Bharat)
author img

By ETV Bharat Odisha Team

Published : May 8, 2024, 2:30 PM IST

ଭୋଟ ଦେଉନାହାନ୍ତି ରାଜଧାନୀବାସୀ, ଏଥର ଭୋଟିଂ ହାର ବଢାଇବାକୁ ବିଏମସିର ସଚେତନତା କାର୍ଯ୍ୟକ୍ରମ (PIC- ETV Bharat)

ଭୁବନେଶ୍ୱର: ଗଣତନ୍ତ୍ରର ସବୁଠାରୁ ବଡପର୍ବ ହେଉଛି ନିର୍ବାଚନ । ତେଣୁ "ନିର୍ବାଚନ ପର୍ବ, ଆମ ଦେଶର ଗର୍ବ "ଏହି ବାର୍ତ୍ତା ବା ନାରା ନେଇ ମତଦାତାଙ୍କୁ ଭୋଟ ଦେବା ପାଇଁ ସଚେତନତା କରାଯାଉଥିବା ବେଳେ ଭୁବନେଶ୍ବର ମହାନଗର ନିଗମ (ବିଏମସି) ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି । ଚଳିତମାସ ମେ’ 25 ତାରିଖରେ ଭୁବନେଶ୍ୱରରେ ଭୋଟ ଗ୍ରହଣ ତାରିଖ ରହିଥିବା ବେଳେ ସହରାଞ୍ଚଳ ଭୋଟରଙ୍କୁ ନିର୍ବାଚନରେ ଅଧିକରୁ ଅଧିକ ସାମିଲ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଏଥିରେ ଭୁବନେଶ୍ୱରର ବିଭିନ୍ନ ହାଉସିଂ ସୋସାଇଟି ବା ଆବାସିକ କଲ୍ୟାଣ ସଂଘର ମୁଖ୍ୟ, ବିଭିନ୍ନ ସଂସ୍ଥା ଓ ପରିଷଦର ୨୫୦ରୁ ଉର୍ଦ୍ଧ୍ବ ସଦସ୍ୟ ସାମିଲ ହୋଇଛନ୍ତି । ବିଶେଷ କରି ସହରର ବରିଷ୍ଠ ନାଗରିକ, ମହିଳା ଓ ଯୁବ ବା ନୂଆ ଭୋଟରଙ୍କୁ ଭୋଟ ଦେବା ପାଇଁ ସଜାଗ କରିବା ପାଇଁ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଛି ।

ସଚେତନତାମୂଳକ ବିଭିନ୍ନ ଗୀତ ଓ ନାଟକ ମାଧ୍ୟମରେ ମଧ୍ୟ ଭୋଟ ଦେବା ପାଇଁ ଜାଗୃତ କରାଯାଇଛି । ଗୋଟିଏ ମୂଲ୍ୟବାନ ଭୋଟ ଦେଶ ଗଠନରେ ସହାୟକ ହେବା ସହ ଆମ ଗଣତନ୍ତ୍ରକୁ ସୁଦୃଢ କରିବ । ତେଣୁ ଭୋଟଦାତାଙ୍କ ଭାଗିଦାରିତାର ପ୍ରତିଶତକୁ ବଢାଇବା ଏହି ସଚେତନତାର ଲକ୍ଷ୍ୟ ରହିଛି ବୋଲି ଖୋର୍ଦ୍ଧା ଜିଲ୍ଲାପାଳରେ ଚଞ୍ଚଳ ରାଣା କହିଛନ୍ତି ।

ଭୁବନେଶ୍ୱରରେ ମାତ୍ର ୪୩ ରୁ ୪୫ ପ୍ରତିଶତ ନାଗରିକ ଭୋଟ ଦେଇଥାନ୍ତି । ଏହା ରାଜ୍ୟର ସବୁଠାରୁ ସର୍ବନିମ୍ନ ମତଦାନ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ସେହିପରି ୧୧ ଲକ୍ଷ ଭୋଟର ରାଜଧାନୀ ଭୁବନେଶ୍ୱରରେ ରହିଥିବା ବେଳେ ୩ରୁ ୪ ଲକ୍ଷ ଭୋଟର ଭୋଟ ଦେଇଥାନ୍ତି । ୧୨ରୁ ୧୫ ଲକ୍ଷ ଭୁବନେଶ୍ୱରର ଲୋକସଂଖ୍ୟା ହୋଇଥିବା ବେଳେ ଚଳିତ ନିର୍ବାଚନରେ ଅଧିକ ମାତ୍ରାରେ ଆସି ମତଦାନ କରି ନିଜର ପ୍ରତିନିଧି ଚୟନ କରିବାକୁ ଆହ୍ଵାନ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ । ଏହାସହ ନିର୍ବାଚନ ସମୟରେ ସ୍ୱତନ୍ତ୍ର ଭାବେ ବିଭିନ୍ନ ରୁଟରେ ବିଶେଷ କରି ମହିଳା ଭୋଟରଙ୍କ ପାଇଁ ବସ୍‌ ଚାଲିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଏହା ମଧ୍ୟ ପଢନ୍ତୁ :- ପୁତୁରାଙ୍କୁ ରାଜନୈତିକ ଉତ୍ତରାଧିକାରୀ ଘୋଷଣା କଲେ ମାୟାବତୀ

ଏଠାରେ ସୂଚନା ଥାଉକି ୨୦୨୪ ନିର୍ବାଚନକୁ ନେଇ ସାରା ଦେଶରେ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୧୩ ମେ’ରୁ ପର୍ଯ୍ୟାୟକ୍ରମେ ଭୋଟ ଦେବ ଓଡିଶା । ମତଦାନ ନାଗରିକର ଶ୍ରେଷ୍ଠ ଅଧିକାର ହୋଇଥିବା ବେଳେ ଯୋଗ୍ୟନେତା ବାଛିବା ସହ ରାଷ୍ଟ୍ର ଗଠନରେ ସାମିଲ ହେବାପାଇଁ ନିଶ୍ଚିତ ଭୋଟ ଦେବେ ବୋଲି ଶପଥ ନେଇଛନ୍ତି ଗତକାଲି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ରାଜଧାନୀବାସୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.