ETV Bharat / state

ମାଟ୍ରିମନି ସାଇଟରୁ ସମ୍ପର୍କ, ମହିଳାମାନଙ୍କୁ ବ୍ଲାକମେଲ କରି ଯୌନ ଶୋଷଣ ! ବାନ୍ଧିଲା କ୍ରାଇମବ୍ରାଞ୍ଚ - Sexual harassment for marriage

author img

By ETV Bharat Odisha Team

Published : Sep 14, 2024, 9:48 AM IST

Updated : Sep 14, 2024, 1:52 PM IST

Blackmailed to nearly 300 women: ମାଟ୍ରିମୋନି ସାଇଟରେ ଫେକ୍‌ ଆକାଉଣ୍ଟରେ ମିଛ ପରିଚୟ ଖୋଲି 3ଶହ ମହିଳାଙ୍କୁ ଯୌନ ଶୋଷଣ । ଅଭିଯୁକ୍ତକୁ ବାନ୍ଧି କୋର୍ଟ ଚାଲାଣ କଲା କ୍ରାଇମବ୍ରାଞ୍ଚ । ତଦନ୍ତ ଜାରି । ଅଧିକ ପଢନ୍ତୁ

ବିବାହ ପ୍ରଲୋଭନ ଦେଖାଇ ୩ଶହରୁ ଊର୍ଦ୍ଧ୍ବ ମହିଳାଙ୍କୁ ଯୌନ ଶୋଷଣ, ନକଲି ଅଫିସରକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ
ବିବାହ ପ୍ରଲୋଭନ ଦେଖାଇ ୩ଶହରୁ ଊର୍ଦ୍ଧ୍ବ ମହିଳାଙ୍କୁ ଯୌନ ଶୋଷଣ, ନକଲି ଅଫିସରକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ (ETV Bharat Odisha)

କଟକ/ଭୁବନେଶ୍ବର: ମାଟ୍ରିମନି ସାଇଟରେ ମିଛ ପରିଚୟ ସହ ଆକାଉଣ୍ଟ ଖୋଲି ସମ୍ବେଦନଶୀଳ ମହିଳା ବର୍ଗକୁ କରୁଥିଲା ଟାର୍ଗେଟ । କେତେବେଳେ ଜିଏସଟି, ତ କେତେବେଳେ କଷ୍ଟମ ପୁଣି କେତେବେଳେ ରେଳବାଇ ଅଧିକାରୀ । ଭିନ୍ନ ଭିନ୍ନ ପରିଚୟ ସହ ପ୍ରୋଫାଇଲ ଖୋଲି ବିବାହ କରିବା ପ୍ରଲୋଭନ ସହ ଜନ୍ମାଉଥିଲା ବିଶ୍ବାସ ଓ ବଢାଉଥିଲା ସମ୍ପର୍କ । ମିଛ ବିବାହ କରି ଶାରୀରିକ ସମ୍ପର୍କ ରଖୁଥିଲା ଓ ଗୋପନରେ ଏହାର ଭିଡିଓ ମଧ୍ୟ ସୁଟ୍‌ କରୁଥିଲା । ପରେ ଏହି ଭିଡିଓ ମାଧ୍ୟମରେ ମହିଳାଙ୍କୁ ବ୍ଲାକମେଲ କରି ଲକ୍ଷ ଲକ୍ଷ ଟଙ୍କା ଲୁଟ କରୁଥିଲା । ଜଣେ କି ଦୁଇଜଣ ମହିଳା ନୁହନ୍ତି, ଗତ ପ୍ରାୟ 10 ବର୍ଷ ମଧ୍ୟରେ ଓଡିଶା ସମେତ ବିଭିନ୍ନ ରାଜ୍ୟରେ ପ୍ରାୟ 3ଶହରୁ ଅଧିକ ମହିଳାଙ୍କୁ ନିଜ ଜାଲରେ ଫସାଇଥିଲା । ହେଲେ ଜଣେ ପୀଡିତାଙ୍କ ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ଏବେ ଏହି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ହେଲା ଅନୁଗୋଳ ଛେଣ୍ଡିପଦାର ବିରଞ୍ଚି ନାରାୟଣ ନାଥ । ଗତକାଲି ତାକୁ ଗିରଫ କରିବା ପରେ ଆଜି ପୋଲିସ କୋର୍ଟ ଚାଲାଣ କରିଛି । ପ୍ରାଥମିକ ତଦନ୍ତ ପରେ ଯାହା ତଥ୍ୟ ସାମ୍ନାକୁ ଆସିଛି, ତାହା ପୋଲିସ ସମେତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ପୋଲିସ (ETV Bharat Odisha)
  • ଟାର୍ଗେଟରେ ଥିଲେ ଅବିବାହିତା, ଛାଡ଼ପତ୍ର ପ୍ରାପ୍ତ ଓ ବିଧବା ମହିଳା :-

ପ୍ରାଥମିକ ତଦନ୍ତରେ ସାମ୍ନାକୁ ଆସିଥିବା ତଥ୍ୟ ଅନୁସାରେ, ଏକ ମାଟ୍ରିମୋନିଆଲ ଓ୍ବେବସାଇଟରେ "ସେକେଣ୍ଡ ମ୍ୟାରେଜ" ନାମରେ ଏକ ପ୍ରେଫାଇଲ ତିଆରି କରିଥିଲା ଅଭିଯୁକ୍ତ ବିରଞ୍ଚି ନାରାୟଣ । ଏହି ପ୍ରୋଫାଇଲ ଜରିଆରେ ବିଭିନ୍ନ ସମୟରେ ସେ ନିଜକୁ ରେଳବାଇ ଅଧିକାରୀ, ଆୟକର ଅଧିକାରୀ ଏବଂ ଏକ୍ସସାଇଜ ଓ କଷ୍ଟମ ଅଧିକାରୀ ବୋଲି ପରିଚୟ ଦେଉଥିଲା । ଅବିବାହିତ, ଛାଡ଼ପତ୍ର ପ୍ରାପ୍ତ ଓ ବିଧବା ମହିଳାଙ୍କୁ ବିବାହ ଉଦ୍ଦେଶ୍ୟରେ ଟାର୍ଗେଟ କରୁଥିଲା । ସେମାନଙ୍କ ଘରକୁ ନିଜେ ପ୍ରସ୍ତାବ ନେଇ ଯାଉଥିଲା ଏବଂ ପରେ ବିଶ୍ବାସ ଜନ୍ମାଇ ବିବାହ ମଧ୍ୟ କରୁଥିଲା । ତେବେ ବିବାହ କରିବା ପରେ ସେ ମହିଳାମାନଙ୍କୁ ବିଭିନ୍ନ ରାଜ୍ୟର ବିଭିନ୍ନ ସ୍ଥାନରେ ଭଡ଼ାଘରେ ରଖୁଥିଲା । ସେମାନଙ୍କ ସହ ଅନ୍ତରଙ୍ଗ ମୁହୂର୍ତର ଫଟୋ ଓ ଭିଡ଼ିଓ ଉତ୍ତୋଳନ କରୁଥିଲା । ପରେ ସେହି ଭିଡିଓ ଓ ଫଟୋକୁ ମାଧ୍ୟମ କରି କରି ସେ ମହିଳାମାନଙ୍କୁ ବ୍ଲାକମେଲ କରି ଟଙ୍କା ମାଗୁଥିଲା । କିଛି ମହିଳାଙ୍କଠାରୁ ଟଙ୍କା ସଂଗ୍ରହ କରିବାରେ ସଫଳ ମଧ୍ୟ ହୋଇଥିଲା ।

Blackmailed to nearly 300 women (ETV Bharat Odisha)
  • ବିଭିନ୍ନ ରାଜ୍ୟକୁ ଲମ୍ବିଥିଲା ବିରଞ୍ଚିର ଷଡଯନ୍ତ୍ର ଜାଲ:-

କଟକର ଜଣେ ପୀଡିତା ପୋଲିସର ଦ୍ବାରସ୍ଥ ହୋଇଥିଲେ । ତାଙ୍କ ଅଭିଯୋଗ କ୍ରମେ କ୍ରାଇମବ୍ରାଞ୍ଚ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ମହାଠକ ବିରଞ୍ଚିକୁ ଗିରଫ କରିବାରେ ସଫଳ ହୋଇଛି । ବିରଞ୍ଚି ନାଁରେ ବ୍ରହ୍ମପୁର, ଅନୁଗୁଳ, ବାଲେଶ୍ବର, ରାଉରକେଲା, ଢେଙ୍କାନାଳ ଓ ଭୁବନେଶ୍ବର ବିଭିନ୍ନ ଥାନାରେ ମାମଲା ରହିଛି । କେବଳ ଓଡ଼ିଶା ନୁହେଁ ବରଂ ରାଜ୍ୟ ବାହାରକୁ ଯାଇ ସେଠାକାର ମହିଳାମାନଙ୍କୁ ମଧ୍ୟ ଠକେଇ କରିଛି ବିରଞ୍ଚି । ବିଶେଷ କରି ରାଜସ୍ଥାନ, ପଶ୍ଚିମବଙ୍ଗ, ମଧ୍ୟ୍ୟପ୍ରଦେଶ, ମହାରାଷ୍ଟ୍ର, ହରିଆଣା ଓ ଦିଲ୍ଲୀରେ ମଧ୍ୟ ବିରଞ୍ଚି ମହିଳାମାନଙ୍କୁ ଠକେଇ କରିଥିବା ଜଣା ପଡିଛି । ବିରଞ୍ଚିଠାରୁ ନକଲି ପରିଚୟପତ୍ର ସହିତ ଅନେକ ଆପତ୍ତିଜନକ ଫଟୋକୁ ମଧ୍ୟ ଜବତ କରିଛି କ୍ରାଇମବ୍ରାଞ୍ଚ । ଏହା ସହ ତାର ବ୍ୟାଙ୍କ ଆକାଉଣ୍ଟଗୁଡିକର କାରବାର ସମ୍ପର୍କରେ ମଧ୍ୟ କ୍ରାଇମବ୍ରାଞ୍ଚ ତଥ୍ୟ ଏକାଠି କରିବା ଜାରି ରଖିଛି । ତା’ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା-323/ 384/ 385/ 419/ 420/ 465/ 467/ 468/ 469, R/W Sec 66(E), 67, ଆଇଟି ଆକ୍ଟ 67(A) ରେ ତାକୁ ଗିରଫ କରାଯାଇଛି ।

  • ରାଜ୍ୟ ଓ ରାଜ୍ୟ ବାହାରେ ମାଳ ମାଳ ଅଭିଯୋଗ:-

ତେବେ ଏହି ଘଟଣାର ତଦନ୍ତ ବେଳେ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି ଯେ,ଏ ବ୍ୟକ୍ତିଜଣଙ୍କ ନାଁରେ ରାଜ୍ୟର ଏକାଧିକ ଥାନାରେ ସମାନ ଅଭିଯୋଗ ରହିଛି । ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଅଭିଯୋଗ ରହିଛି । ଅନୁଗୁଳ ଟାଉନ୍ ଥାନା, ବାଲେଶ୍ବର ସଦର ଥାନା ସମେତ ରାଉଲକେଲା ଛେଣ୍ଡ ଥାନା, ଢ଼େଙ୍କାନାଳ ଟାଉନ ଥାନାରେ ମଧ୍ୟ ଅଭିଯୋଗ ରହିଛି । କେବଳ ଏତିକି ନୁହେଁ, ଏପରିକି କମିସନରେଟ ପୋଲିସର ନୟାପଲ୍ଲୀ ଥାନା ସହ ବାଲିପାଟଣା ଥାନାରେ ଅଭିଯୋଗ ରହିଛି । ଏସମସ୍ତ କେସକୁ ଆଧାର କରି ସିଆଇଡି ଟିମ୍ ତାକୁ ଗିରଫ କରିଛି ।

ଅଭିଯୁକ୍ତର ବିଭିନ୍ନ ନକଲି ପରିଚୟ ପତ୍ର ଜବତ
ଅଭିଯୁକ୍ତର ବିଭିନ୍ନ ନକଲି ପରିଚୟ ପତ୍ର ଜବତ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ମଦ ନେଲା ଜୀବନ, ସାଙ୍ଗକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସାଙ୍ଗ - Youth killed friend

ଏହା ମଧ୍ୟ ପଢନ୍ତୁ:- କାହିଁକି ଆସୁଛି ସମ୍ପର୍କରେ ଫାଟ, ଭୁଶୁଡ଼ି ପଡୁଛି ସାତଜନ୍ମର ସମ୍ପର୍କ - why Divorce rates surge

  • ଅଭିଯୁକ୍ତର ଫୋନରେ ଅନେକ ମହିଳାଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ:-

ଅଭିଯୁକ୍ତ ଜଣକ ମହିଳାଙ୍କୁ ପ୍ରଲୋଭିତ କରିବାରେ ସଫଳ ହେବା ପରେ ମନ୍ଦିରରେ ବିବାହ କରୁଥିଲା । ତା’ର ଘରେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ବାପା ଓ ମା’ ଥିବାରୁ ସେ କେଉଁ ମହିଳାଙ୍କୁ ଘରକୁ ଆଣୁନଥିଲା । ବିବାହ ପରେ ମହିଳାମାନଙ୍କ ସହ ଭଡା ଘରେ କିଛି ମାସ ରହିବା ପରେ ଫେରାର ହୋଇଯାଉଥିଲା । ପରେ ଭିଡିଓ ଅପଲୋଡ କରିଦେବା ଧମକ ସହ ବ୍ଲାକମେଲିଂ ଆରମ୍ଭ କରୁଥିଲା । ଏହିପରି ଭାବେ ସେ ମହିଳାମାନଙ୍କଠୁ ଲକ୍ଷ ଲକ୍ଷ ଟଙ୍କା, ଗହଣା ଓ ଦାମି ଟ୍ୟାବ, ଲାପଟପ୍ ଓ ମୋବାଇଲ ସମେତ ଏକାଧିକ ଦାମି ସାମଗ୍ରୀ ଲୁଟିବାରେ ସଫଳ ହେଉଥିଲା । ଅଭିଯୁକ୍ତର ଫୋନରେ ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ମଧ୍ୟ ଥିବା ପୋଲିସ ଜାଣିବାକୁ ପାଇଛି ।

ଇଟିଭି ଭାରତ, କଟକ/ଭୁବନେଶ୍ବର

Last Updated : Sep 14, 2024, 1:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.