ETV Bharat / state

ତେଜୁଛି ଟିକେଟ ବିବାଦ: ସନ୍ଧ୍ୟାରୁ ରାତିଯାଏ ବିଜେପି କାର୍ଯ୍ୟାଳୟରେ ହାଇଡ୍ରାମା - BJP ticket dispute

author img

By ETV Bharat Odisha Team

Published : Apr 5, 2024, 7:17 AM IST

BJP Ticket dispute: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ହାଇଡ୍ରାମା । ଉଡିଲା ଚେୟାର, ଭାଙ୍ଗିଲା ଟେବୁଲ । ଟିକେଟ୍‌ ବଣ୍ଟାକୁ ନେଇ ଅସନ୍ତୋଷ ନେତାଙ୍କ ସମର୍ଥକଙ୍କ ପ୍ରବଳ ହଙ୍ଗାମା । ଆମଦାନୀ ନେତା ନୁହେଁ ଖଟିଥିବା ନେତାଙ୍କୁ ଟିକେଟ ଦେବାକୁ ଦାବି । ଅଧିକ ପଢନ୍ତୁ

BJP protest
BJP protest

BJP protest

ଭୁବନେଶ୍ୱର: ତେଜୁଛି ଟିକେଟ ବିବାଦ । ଗତକାଲି (ଗୁରୁବାର) ସନ୍ଧ୍ୟାରୁ ରାତିଯାଏ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଟିକେଟ ବିଦ୍ରୋହକୁ ନେଇ ହାଇଡ୍ରାମା ଦେଖିବାକୁ ମିଳିଛି । ଟିକେଟ କଟିଥିବା ଆଶାୟୀ ନେତାଙ୍କ ସମର୍ଥକମାନେ ରାଜ୍ୟ କାର୍ଯ୍ୟାଳୟ ଆସି ହଲ୍ଲାବୋଲ କରିଛନ୍ତି । ଧାରଣା ଦେବା ସହ କାର୍ଯ୍ୟାଳୟର ଗେଟକୁ ଠେଲାପେଲା କରିଛନ୍ତି । ଏଥିସହ ଚେୟାର ଟେବୁଲ ଭାଙ୍ଗିରୁଜି ନିଜର ଅସନ୍ତୋଷ ଜାହିର କରିଛନ୍ତି । ଟିକେଟର ପୁନଃ ବିଚାର କରାଯାଉ କହି ନାରାବାଜି ଦେବା ସହ ଆମଦାନୀ ନେତା ନୁହେଁ ବରଂ ସଂଗଠନ ପାଇଁ ବର୍ଷ ବର୍ଷ ଧରି ଖଟିଥିବା ନେତାଙ୍କୁ ଟିକେଟ ଦିଆଯାଉ ବୋଲି ଦାବି କରିଛନ୍ତି ବିଜେପି ବିଦ୍ରୋହୀ ନେତା ଓ କର୍ମୀ ।

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଦ୍ରୋହୀ ନେତା ଓ କର୍ମୀମାନଙ୍କ ଟିକେଟର ଅଙ୍କକଷାକୁ ନେଇ ବିରୋଧ ଓ ବିଦ୍ରୋହ ଦେଖିବାକୁ ମିଳିଛି । ଦଳଡିଆଁ ନେତାଙ୍କୁ ଟିକେଟ ଦିଆଯାଉଥିବା ବେଳେ ସଂଗଠନ ପାଇଁ କାମ କରୁଥିବା ନେତାଙ୍କୁ ଅଣଦେଖା କରାଯାଉଥିବାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଅନେକ ନେତା ଓ ସେମାନଙ୍କ ସମର୍ଥକ । ଏହି ଅସନ୍ତୋଷ ଗତକାଲି ଉଗ୍ରରୂପ ଧାରଣ କରିଥିଲା । ବିଜେପି କାର୍ଯ୍ୟାଳୟରେ ପହଞ୍ଚି ବିଦ୍ରୋହୀ ନେତା ଓ ସେମାନଙ୍କ ସମର୍ଥକମାନେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ନାରାବାଜି ଦେବା ସହ କିଏ ଚେୟାର ଟେବୁଲ ଫୋପାଡି ଥିଲା ତ କିଏ କାର୍ଯ୍ୟାଳୟର ଗେଟ୍‌କୁ ବାଡ଼େଇ ଭାଙ୍ଗିବାକୁ ପ୍ରୟାସ କରିଥିଲେ । ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ଏହି ହାଇଡ୍ରାମା ଦେଖିବାକୁ ମିଳିଥିଲା ବିଜେପି କାର୍ଯ୍ୟାଳୟରେ ।

ଏହାମଧ୍ୟ ପଢନ୍ତୁ..ସିଦ୍ଧାର୍ଥଙ୍କୁ ଟିକେଟ ଦିଅ, ନଚେତ ସମର୍ଥନ ଭୁଲିଯାଅ ! - Sambalpur BJD Conflicts

ଏହି ବିଦ୍ରୋହୀ ଗୋଷ୍ଠୀଙ୍କ ମଧ୍ୟରେ ପ୍ରଥମରେ ଥିଲେ ବସନ୍ତ ନାୟକ ଓ ତାଙ୍କ ସମର୍ଥକ । ଶଙ୍ଖ ଛାଡି ପଦ୍ମ ଧରିଥିବା ଅରବିନ୍ଦ ଢାଲିଙ୍କୁ ବିଜେପି ଜୟଦେବ ପ୍ରାର୍ଥୀ କରିଥିବାରୁ ଏହାକୁ ବିରୋଧ କରି ରାଜ୍ୟ କାର୍ଯ୍ୟାଳୟରେ ବିରୋଧ କରିଥିଲେ ବସନ୍ତ ନାୟକ ଓ ତାଙ୍କ ସମର୍ଥକ । ବସନ୍ତ ନାୟକଙ୍କର ଶହ ଶହ ସମର୍ଥକ ହୋହଲ୍ଲା କରିବା ସହ ଚେୟାର ଟେବୁଲ ଫୋପାଡ଼ିଥିଲେ । ଟଙ୍କା ନେଇ ଟିକେଟ ବଣ୍ଟାଯାଉଥିବା ବେଳେ ପ୍ରକୃତ ସଂଗଠକ ଆଶାୟୀ ବଳି ପଡିଯାଉଥିବା ଅଭଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ବସନ୍ତଙ୍କ ସମର୍ଥକ । ବିକ୍ଷୋଭ ଏତେ ବଢିଯାଇଥିଲା ଯେ ଶେଷରେ ସ୍ଥିତି ଅଣାୟତ୍ତ ହୋଇଥିଲା । ଏହାକୁ ନେଇ କାର୍ଯ୍ୟାଳୟରେ ତାଲା ପଡିଥିଲା । ସାମ୍ବାଦିକମାନକୁ ମଧ୍ୟ ବାରଣ କରାଯାଇଥିଲା ।

ସେପଟେ ବାଙ୍କୀ ନିର୍ବାଚନ ମଣ୍ଡଳୀ ଆଶାୟୀ ପ୍ରାର୍ଥୀଙ୍କ ସମର୍ଥକଙ୍କ ବିକ୍ଷୋଭ ଦେଖିବାକୁ ମିଳିଥିଲା ଗତକାଲି । ଶୁଭ୍ରାଂଶୁ ପଣ୍ଡାଙ୍କ ସମର୍ଥକମାନେ ଶୋଭାଯାତ୍ରାରେ ନାରାବାଜି କରି ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମାଟିର ପୁଅକୁ ଟିକେଟ ଦିଆଯାଉ ବୋଲି ଦାବି କରିଥିଲେ । ଅନ୍ୟପଟେ ବିରାଟ ପଟୁଆର ସହ କୋରେଇ ନିର୍ବାଚନ ମଣ୍ଡଳୀର ଆଶାୟୀ ଆଲେକଜାଣ୍ଡାର ଦାସଙ୍କ ସମର୍ଥକ ମାନେ ଆସି ବିରୋଧ କରିଥିଲେ । କୋରେଇରୁ ଟିକେଟ ପାଇଥିବା ଅଭିନେତା ଆକାଶ ଦାସ ନାୟକଙ୍କୁ ବିରୋଧ କରି ଆଲେକଜାଣ୍ଡରଙ୍କ ସମର୍ଥକ ବିକ୍ଷୋଭ କରିବା ସହ ଧାରଣାରେ ବସିଥିଲେ । ଆଉ ସଂଗଠନ କରି ଖଟିଥିବା ନେତାଙ୍କୁ ଟିକେଟ ଦେବାକୁ କହି ଆମଦାନୀ ନେତା ବା ଦଳଡିଆଁ ନେତାଙ୍କୁ ହଟାଇବାକୁ ଦାବି କରିଥିଲେ ବିଦ୍ରୋହୀମାନେ । ସେମାନେ ମଧ୍ୟ ପାର୍ଟି ଅଫିସକୁ ଧସେଇ ପଶିବାକୁ ଉଦ୍ୟମ କରିବା ସହ ଠେଲାପେଲା ମଧ୍ୟ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.