ETV Bharat / state

କାଲି ଜେପି ନଡ୍ଡାଙ୍କ ଦିନିକିଆ ଓଡିଶା ଗସ୍ତ, ମନ୍ତ୍ରୀ, ସାଂସଦ, ବିଧାୟକଙ୍କୁ ଦେବେ ଗୁରୁମନ୍ତ୍ର - JP Nadda to visit Odisha

author img

By ETV Bharat Odisha Team

Published : 2 hours ago

Updated : 1 hours ago

BJP President JP Nadda to visit Odisha: ଆସନ୍ତାକାଲି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସଦସ୍ୟତା ଅଭିଯାନ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବେ ନଡ୍ଡା । ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଅଧିକ ପଢନ୍ତୁ

JP Nadda to visit Odisha
JP Nadda to visit Odisha (ETV Bharat Odisha)

ଭୁବନେଶ୍ବର: ଆସନ୍ତାକାଲି (ଗୁରୁବାର) ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସଦସ୍ୟତା ଅଭିଯାନ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବେ । ରାଜ୍ୟ ପଦାଧିକାରୀ, ସାଂସଦ, ବିଧାୟକଙ୍କ ସହ କରିବେ ଆଲୋଚନା । ଆସନ୍ତାକାଲି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସଦସ୍ୟତା ଅଭିଯାନ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବେ ନଡ୍ଡା । ରାଜ୍ୟ କାର୍ଯ୍ୟାଳୟରେ ବସିବ ପଦାଧିକାରୀ ବୈଠକ । ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ଏହା ବି ପଢନ୍ତୁ-ଶରଧାବାଲିରେ ଶହେ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ ମୋହନ, କହିଲେ ସରକାର ପ୍ରଜାଙ୍କର ପ୍ରଜାଙ୍କ ପାଇଁ.. - Mohan Majhi Govt Report Card

ଏହା ବି ପଢନ୍ତୁ- ପୁରୀ ଶରଧାବାଲିରେ 'ନୂଆ ଓଡ଼ିଶା'ର ସଂକଳ୍ପ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେଲେ ୧୦୦ ଦିନର ରିପୋର୍ଟ କାର୍ଡ - BJP govt completes 100 days

ଏହା ବି ପଢନ୍ତୁ- ପୁରୀରେ ଉଠିଲା ସମ୍ବିଧାନ ହତ୍ୟା ପ୍ରସଙ୍ଗ: କଂଗ୍ରେସକୁ ନଡ୍ଡାଙ୍କ କଟାକ୍ଷ, 'ଜେଜେମା କ'ଣ କରିଥିଲେ ରାହୁଲ ଜାଣିନାହାନ୍ତି' - Odisha BJP Executive Meeting

ଏହା ବି ପଢନ୍ତୁ- ବିଧାନସଭା ପକ୍ଷରୁ 2 ଦିନିଆ ଟ୍ରେନିଂ କାର୍ଯ୍ୟକ୍ରମ, ବିଧାୟକଙ୍କୁ ଦିଆଯିବ ତାଲିମ - Training Programme For MLAs

କାଲି ଓଡ଼ିଶା ଆସିବେ ନଡ୍ଡା

  • କାଲି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
  • ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ
  • ଦିନିକିଆ ଓଡ଼ିଆ ଗସ୍ତରେ ଆସି ପାର୍ଟି ଅଫିସ୍‌ରେ ପହଞ୍ଚିବେ
  • ସାଂସଦ, ବିଧାୟକ, ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ
  • ଦଳୀୟ ସଦସ୍ୟତା ଅଭିଯାନ ନେଇ ମଧ୍ୟ ପରାମର୍ଶ ଦେବେ

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଆସନ୍ତାକାଲି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଯତୀନ ମହାନ୍ତିଙ୍କ ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଦିନିକିଆ ଓଡିଶା ଗସ୍ତ। ମନ୍ତ୍ରୀ, ସାଂସଦ, ବିଧାୟକଙ୍କୁ ଗୁରୁ ମନ୍ତ୍ର ଦେବେ ନଡ୍ଡା। କାଲି ଦିନ ୧୧ ଟା ସମୟରେ ବିମାନବନ୍ଦରରେ ପହଞ୍ଚିବେ । ଏହାପରେ ଭୁବନେଶ୍ବର ବିମାନ ବନ୍ଦରରୁ ବାହାରି ଏଜି ଛକରେ ବି ଆର୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ।

"ଏହି କାର୍ଯ୍ୟକ୍ରମ ପରେ ବିଜେପିର ସଦସ୍ୟତା ଅଭିଯାନରେ ସାମିଲ ହେବେ ନଡ୍ଡା । ଏହାକୁ ନେଇ ହୋଟେଲ ନିୟୁ ମାରିଆନରେ ସଦସ୍ୟ ପାଇଁ ବିଶେଷ କାର୍ଯ୍ୟକ୍ରମ ରହିଛି। ପ୍ରତିଷ୍ଠିତ ବ୍ୟକ୍ତି, ଯୁବ ବର୍ଗଙ୍କୁ ବିଜେପିର ସଦସ୍ୟତା ଅଭିଯାନରେ ସାମିଲ କରିବା ସହ ତାଙ୍କ ସହିତ କରିବେ ଆଲୋଚନା । ପରବର୍ତ୍ତୀ ସମୟରେ ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀ ବୈଠକରେ ଯୋଗ ଦେବେ । ଦିନ ୧୨ ଟା ୩୦ ମିନିଟିରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆରମ୍ଭ ହେବ ଏହି ବୈଠକ । ବୈଠକରେ ବିଧାୟକ, ମନ୍ତ୍ରୀ, ସାଂସଦ ଓ ରାଜ୍ୟ ପଦାଧିକାରୀ ମାନଙ୍କ ସହ ଚର୍ଚ୍ଚା ଆଲୋଚନା କରିବେ," ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଯତୀନ ମହାନ୍ତି ।

ତେବେ ଦୀର୍ଘ 45 ଦିନ ଧରି ଚାଲିଛି ଏହି ସଦସ୍ୟତା ଅଭିଯାନ।

ଓଡ଼ିଶାରେ 1 କୋଟି ସଦସ୍ୟ ପାଇଁ ଲକ୍ଷ୍ୟ ରଖିଛି ବିଜେପି । ଦଳର ବିଚାରଧାରାକୁ ଭଲ ପାଉଥିବା ଏବଂ ବିଜେପିକୁ ସମର୍ଥନ କରୁଥିବା ଲୋକଙ୍କୁ ସଦସ୍ୟ କରାଯାଉଛି । ଏଥିପାଇଁ ଲୋକଙ୍କ ପାଖକୁ ଯାଇ ଲୋକ ସମ୍ପର୍କ କରୁଛନ୍ତି କର୍ମକର୍ତ୍ତା । ସଦସ୍ୟ ହେବା ପାଇଁ ଜଣେ 18 ବର୍ଷରୁ ଅଧିକ ହୋଇଥିବା ଦରକାର । ବରିଷ୍ଠ ନେତା ରଞ୍ଜନ ପଟେଲଙ୍କ ଓଡ଼ିଶାରେ ସଦସ୍ୟତା ଅଭିଯାନ ମୁଖ୍ୟ ଭାବେ ନିଯୁକ୍ତ କରିଛି ଦଳ । ପ୍ରତି ବୁଥରେ 200ରୁ 250 ସଦସ୍ୟ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । 100 ସଦସ୍ୟ କରିଥିବା କର୍ମୀ ମାନେ ସକ୍ରିୟ ସଦସ୍ୟ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ । ପୂର୍ବରୁ 25 ହଜାର ସକ୍ରିୟ ସଦସ୍ୟ ଥିଲେ ।

Last Updated : 1 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.