ETV Bharat / state

ହସ୍ପିଟାଲରୁ ଡିସଚାର୍ଜ ହେଲେ ପ୍ରଦୀପ, କହିଲେ ପୋଲିସ ଉପସ୍ଥିତିରେ ହୋଇଥିଲା ଆକ୍ରମଣ - Pradeep Panigrahi discharge - PRADEEP PANIGRAHI DISCHARGE

Pradeep Panigrahi discharge from hospital: ‘ଏମ୍ସ’ରୁ ଡିସଚାର୍ଜ ହେଲେ ପ୍ରଦୀପ ପାଣିଗ୍ରାହୀ । କହିଲେ ପୋଲିସ ଉପସ୍ଥିତିରେ ହୋଇଥିଲା ଆକ୍ରମଣ । ଛାତି ହାଡ ଭାଙ୍ଗିଛି, କେବଳ ନିର୍ବାଚନ ପାଇଁ ଡିସଚାର୍ଜ ହେଲେ । ଅଧିକ ପଢନ୍ତୁ

ହସ୍ପିଟାଲରୁ ଡିସଚାର୍ଜ ହେଲେ ପ୍ରଦୀପ, ପୋଲିସ ଉପରେ ବର୍ଷିଲେ
ହସ୍ପିଟାଲରୁ ଡିସଚାର୍ଜ ହେଲେ ପ୍ରଦୀପ, ପୋଲିସ ଉପରେ ବର୍ଷିଲେ (ETV Bharat Odisha)
author img

By ETV Bharat Odisha Team

Published : May 20, 2024, 2:17 PM IST

ହସ୍ପିଟାଲରୁ ଡିସଚାର୍ଜ ହେଲେ ପ୍ରଦୀପ, ପୋଲିସ ଉପରେ ବର୍ଷିଲେ (ETV Bharat Odisha)

ଭୁବନେଶ୍ବର: ସ୍ବାଧୀନ ପ୍ରାର୍ଥୀ ପିଣ୍ଟୁ ଦାସଙ୍କ ଆକ୍ରମଣରେ ଆହତ ହୋଇ ଚିକିତ୍ସାଧୀନ ଥିବା ଗୋପାଳପୁର ବିଧାୟକ ତଥା ଚଳିତଥର ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଆଜି ଭୁବନେଶ୍ବର ‘ଏମ୍ସ’ରୁ ଡିସଚାର୍ଜ ହୋଇଛନ୍ତି । ତାଙ୍କୁ ଆକ୍ରମଣ ଘଟଣା ପାଇଁ ସେ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ କରିଛନ୍ତି । ସେଦିନ ପୋଲିସ ଉପସ୍ଥିତିରେ ଏହି ଆକ୍ରମଣ ହୋଇଥିଲା । କେବଳ ସେହି ଘଟଣା ନୁହେଁ ବରଂ ପୂର୍ବରୁ ମଧ୍ୟ ତାଙ୍କ ଉପରେ ଏକାଧିକ ଥର ଆକ୍ରମଣ ହୋଇଛି । ଯାହା ପୋଲିସର ସମ୍ପୂର୍ଣ୍ଣ ବିଫଳତା ବୋଲି ମଧ୍ୟ ପ୍ରଦୀପ ଅଭିଯୋଗ କରିଛନ୍ତି ।

ହସ୍ପିଟାଲରୁ ବାହାରିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ପ୍ରଦୀପ କହିଛନ୍ତି,‘‘ଅପରେସନ ପରେ ସ୍ବାସ୍ଥ୍ୟାବସ୍ଥା ଏବେ ଭଲ ଅଛି । ଛାତିରେ ଯେଉଁ ହାଡ଼ ଭାଙ୍ଗିଛି, ତାହା ଠିକ୍ ହେବାକୁ ଆଉ ପ୍ରାୟ ୩ ମାସ ଲାଗିବ । ସର୍ବନିମ୍ନ ଚିକିତ୍ସା ପରେ ନିର୍ବାଚନ ପାଇଁ ହସପିଟାଲରୁ ବାହାରିଛି । ଜଣେ କାର୍ଯ୍ୟରତ ବିଧାୟକଙ୍କୁ ପୋଲିସ ସାମ୍ନାରେ ମାଡ଼ ମାରିବା ପୋଲିସର ବିଫଳତାକୁ ଦର୍ଶାଉଛି । ମୁଁ ପୁଲିଂ ବୁଥ ସିଲ ହୋଇଛି କି ନାହିଁ, ତଦାରଖ କରିବା ପାଇଁ ଯାଇଥିଲି । ସେଠାରେ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ସ୍ଵାଧୀନ ପ୍ରାର୍ଥୀ ମତେ ମାଡ଼ ମାରିଲେ । ଏହି ଘଟଣା ପରେ ପୋଲିସ ଡିଜି ନିର୍ବାଚନୀ ହିଂସାକୁ ଗ୍ରହଣ କରାଯିବ ନାହିଁ ବୋଲି କହିଲେ । କେବଳ ନିର୍ବାଚନ ଆୟୋଗଙ୍କୁ ଡରି ଡିଜି ଏପରି ମନ୍ତବ୍ୟ ଦେଇଛନ୍ତି ।’’

ଏହା ମଧ୍ୟ ପଢନ୍ତୁ :- ଏମ୍ସରେ ଭର୍ତ୍ତି ହେଲେ ପ୍ରଦୀପ ପାଣିଗ୍ରାହୀ, ଗତକାଲି ସ୍ବାଧୀନ ପ୍ରାର୍ଥୀ କରିଥିଲେ ଆକ୍ରମଣ - Attack on Pradeep Panigrahi

କେବେ ହୋଇଥିଲା ହିଂସା: 13 ତାରିଖ ସନ୍ଧ୍ୟାରେ ବ୍ରହ୍ମପୁର ସହରର ଗୋଷାଣି ନୂଆଗାଁ ଅଞ୍ଚଳର ସରକାରୀ ଉତ୍କଳମଣି ହାଇସ୍କୁଲ ସ୍ଥିତ ୧୩୩ ଓ ୧୩୪ ନମ୍ବର ବୁଥ ବାହାରେ ଶିବଶଙ୍କର ଦାସ ଓରଫ ପିଣ୍ଟୁ ପ୍ରଦୀପଙ୍କୁ ଆକ୍ରମଣ କରିଥିଲେ । ଏଥିରେ ପ୍ରଦୀପଙ୍କ ବେକ ଓ ଛାତିରେ ଆଘାତ ଲାଗିଥିଲା । ପୋଲିସ ତାଙ୍କୁ ଉଦ୍ଧାର କରି ପ୍ରଥମେ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରିଥିଲା । ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ପରଦିନ ‘ଏମ୍ସ’ରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାରେ ଶିବଶଙ୍କରଙ୍କ ଏବେ ଗିରଫ ହୋଇ ବିଚାର ବିଭାଗୀୟ ଜେଲରେ ଅଛନ୍ତି । ଆଜି ଏମ୍ସରୁ ଡିସଚାର୍ଜ ହୋଇଛନ୍ତି ପ୍ରଦୀପ । ତାଙ୍କ ଉପରେ ପୋଲିସ ଉପସ୍ଥିତିରେ ଏକାଧିକ ଥର ଆକ୍ରମଣ ହୋଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.