ETV Bharat / state

ନିର୍ବାଚନ ମୈଦାନକୁ ଓହ୍ଲାଇବା ପୂର୍ବରୁ ମହାପ୍ରଭୁଙ୍କ ଶରଣରେ ଅପରାଜିତା - Aparajita Sarangi Visits Sri mandir - APARAJITA SARANGI VISITS SRI MANDIR

Aparajita Sarangi Visits Sri mandir: ଭୁବନେଶ୍ବର ଲୋକସଭା ଆସନ ପାଇଁ ବିଜେପି ପକ୍ଷରୁ ପୁଣି ନିର୍ବାଚନ ଲଢିବେ ଅପରାଜିତା ଷଡ଼ଙ୍ଗୀ । ଲଢେଇ ପୂର୍ବରୁ ପୁରୀ ଆସି ମହାପ୍ରଭୁଙ୍କୁ କଲେ ଦର୍ଶନ । ଅଧିକ ପଢନ୍ତୁ

Aparajita Sarangi
Aparajita Sarangi
author img

By ETV Bharat Odisha Team

Published : Mar 28, 2024, 3:46 PM IST

Updated : Mar 29, 2024, 10:19 AM IST

ମହାପ୍ରଭୁଙ୍କ ଶରଣରେ ଅପରାଜିତା

ପୁରୀ: ନିର୍ବାଚନ ଯୁଦ୍ଧକୁ ଓହ୍ଲାଇବ ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ଲୋଡିଛନ୍ତି ଅପରାଜିତା ଷଡ଼ଙ୍ଗୀ । ଆଜି ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଭୁବନେଶ୍ବର ଲୋକସଭା ଆସନରୁ ପୁଣି ଥରେ ନିର୍ବାଚନ ଲଢିବାକୁ ଦଳ ତାଙ୍କୁ ଟିକେଟ ଦେଇଛି । ଶ୍ରୀଜିଉଙ୍କ ଦର୍ଶନ କରିବା ପରେ ଅପରାଜିତା କହିଛନ୍ତି ଯେ ମହାପ୍ରଭୁଙ୍କ ଆଶୀର୍ବାଦ ବିନା କୌଣସି କାର୍ଯ୍ୟ ସଫଳ ହୁଏ ନାହିଁ । ଏଣୁ ସେ ନିର୍ବାଚନ ମୈଦାନରେ ଲଢେଇ କରିବା ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ।

ତେବେ ତାଙ୍କୁ ଦଳ ପୁଣି ପ୍ରାର୍ଥୀ କରିଥିବାରୁ ସେ ବିଜେପିର ନେତୃବୃନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି। ଏ ନେଇ ଅପରାଜିତା କହିଛନ୍ତି, "ଭୁବନେଶ୍ଵର ସଂସଦୀୟ କ୍ଷେତ୍ରର ଉନ୍ନତି ପାଇଁ ଗତ 5 ବର୍ଷ ହେବ ଅନେକ କାର୍ଯ୍ୟ କରିଛି । ଏହାର ରିପୋର୍ଟ କାର୍ଡ ଜନସାଧାରଣଙ୍କୁ ଦେଇସାରିଛି । ଅନେକ କାର୍ଯ୍ୟ ହୋଇଥିବା ବେଳେ ଆହୁରି କିଛି କାର୍ଯ୍ୟ ମଧ୍ୟ ବାକି ଅଛି । ଭୁବନେଶ୍ବରରେ ଭଲ ଡ୍ରେନେଜ୍ ବ୍ୟବସ୍ଥା, ବସ୍ତି ବାସିନ୍ଦାଙ୍କ ପାଇଁ ଉନ୍ନତିକରଣ କାର୍ଯ୍ୟ, ଗ୍ରାମାଞ୍ଚଳରେ ପାନୀୟ ଜଳ, ରାସ୍ତା ଓ ଅନ୍ୟାନ୍ୟ ସମସ୍ୟା ସମାଧାନ ପାଇଁ ଲକ୍ଷ୍ୟ ରହିଛି ।"

ଏହା ବି ପଢନ୍ତୁ- ସମ୍ବଲପୁର ସମର ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ପ୍ରଣବ

ଅପରାଜିତା ଷଡ଼ଙ୍ଗୀ ଆହୁରି କହିଛନ୍ତି ଯେ କିଛି ଦିନ ତଳେ ମୋଦିଜୀ ଚଣ୍ଡିଖୋଲ ଆସିଥିଲେ । ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଥିଲା । ସମସ୍ତେ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ମୋଦିଜିଙ୍କୁ ଚାହୁଁଛନ୍ତି । ତେବେ ଓଡ଼ିଶାର ଭୋଟର୍ ଭାଇମାନେ ଏହି ସ୍ଵପ୍ନକୁ ସାକାର କରିବାକୁ ହେଲେ 21ଟିରୁ 21ଟି ଲୋକସଭା ଆସନରେ ବିଜେପିକୁ ଜିତାଇ ମୋଦିଜୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରନ୍ତୁ ଓ ଏଥି ସହିତ ଓଡ଼ିଶାରେ ମଧ୍ୟ ଡବଲ ଇଞ୍ଜିନ ସରକାର ଲୋକମାନେ କରନ୍ତୁ ବୋଲି ଅପରାଜିତା ଆହ୍ଵାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଢେ 4 କୋଟି ଓଡିଆ ବେଶ ପସନ୍ଦ କରୁଛନ୍ତି । ତାଙ୍କ ନେତୃତ୍ବରେ ଓଡ଼ିଶାରେ ସରକାର ଗଠନ ପାଇଁ ମହାପ୍ରଭୁ ତାଙ୍କୁ ଆଶୀର୍ବାଦ ଦିଅନ୍ତୁ ବୋଲି ଅପରାଜିତା କହିଛନ୍ତି ।

ସେ ନିଜେ ନିଜ ବିପକ୍ଷରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ତାଙ୍କ ପ୍ରତିପକ୍ଷରେ କିଏ ପ୍ରାର୍ଥୀ ଅଛି ସେ ତାହାକୁ ଗୁରୁତ୍ଵ ଦେଉନାହାନ୍ତି । ସେ କିଭଳି ଆହୁରି ଭଲ କାର୍ଯ୍ୟ କରିବେ ସେ ଦିଗରେ କାର୍ଯ୍ୟ କରୁଥିବା ଅପରାଜିତା କହିଛନ୍ତି । ତେବେ ପୁଣି ସେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ବାସିନ୍ଦାଙ୍କ ସେବା ପାଇଁ ପ୍ରସ୍ତୁତ ଅଛନ୍ତି । ସମସ୍ତେ ତାଙ୍କୁ ଆଶୀର୍ବାଦ ଦେବେ ବୋଲି ଅପରାଜିତା ଆଶା ରଖିଛନ୍ତି । ଭୁବନେଶ୍ବର ଲୋକସଭା ପାଇଁ ବିଜେପି ଟିକେଟରୁ ଅପରାଜିତା ଷଡ଼ଙ୍ଗୀ ନିର୍ବାଚନ ଲଢୁଥିବା ବେଳେ ବିଜେଡି ନବାଗତ ମନ୍ମଥ ରାଉତରାୟଙ୍କୁ ଟିକେଟ ଦେଇଛି ।

ଇଟିଭି ଭାରତ, ପୁରୀ

Last Updated : Mar 29, 2024, 10:19 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.