ETV Bharat / state

ଓଡ଼ିଶାରେ ବିଜେପି ନେତା ଶିବରାଜ ସିଂ ଚୌହାନ, କହିଲେ "ଆଉଟସୋର୍ସିଂରେ ଚାଲିଛି ନବୀନ ସରକାର "

author img

By ETV Bharat Odisha Team

Published : Feb 13, 2024, 1:03 PM IST

Updated : Feb 13, 2024, 3:30 PM IST

Shivraj Singh Chouhan Odisha Visit: ଓଡ଼ିଶାରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମଧ୍ଯପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଅଧିକ ପଢନ୍ତୁ

ଶିବରାଜ ସିଂ ଚୌହାନ
ଶିବରାଜ ସିଂ ଚୌହାନ

Shivraj Singh Chouhan Reaction

ଭୁବନେଶ୍ବର: ଓଡ଼ିଶାରେ ପହଞ୍ଚିଲେ ବିଜେପି ନେତା ଶିବରାଜ ସିଂ ଚୌହାନ । ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବା ପରେ ସିଧାସଳଖ ଜଗତ୍ସିଂହପୁର ଅଭିମୁଖେ ବାହାରିଛନ୍ତି । ଅପରାହ୍ନରେ ଜଗତସିଂହପୁର ସର୍କିଟ ହାଉସରେ ପହଞ୍ଚି ଦଳୀୟ କାର୍ଯ୍ୟକ୍ରମରେ ଯୋଗଦାନ ଦେବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ଅନୁସାରେ, ବିଜେପି ନେତା ତଥା ପୂର୍ବତନ ମଧ୍ଯପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦିନିକିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି । ପ୍ରଥମେ ଜଗତସିଂହପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ 4ଟା 45 ମିନିଟରେ ସାରଳା ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଓଡିଶାରେ ପହଞ୍ଚିବା ପରେ ପ୍ରଥମେ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି ଶିବରାଜ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନେଇ ସେ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, " ଆଉଟସୋର୍ସିଂରେ ଚାଲିଛି ନବୀନ ସରକାର " ।

ଏହା ମଧ୍ୟ ପଢନ୍ତୁ: ବିଜେପି ଫୋକସରେ ଓଡ଼ିଶା: ଆରମ୍ଭ ହେଲା ପଦାଧିକାରୀ ବୈଠକ, କାଲି ଆସୁଛନ୍ତି ଶିବରାଜ

ଓଡିଶାରେ ପହଞ୍ଚିବା ପରେ ଶିବରାଜ ଚୌହାନ କହିଛନ୍ତି, "ବୈଠକ କରି ଲୋକସଭା ନିର୍ବାଚନର ପ୍ରସ୍ତୁତି କରିବୁ । କାର୍ଯ୍ୟକର୍ତ୍ତାଙ୍କ ଘରକୁ ଯାଇ ଭୋଜନ କରିବି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକଶିତ ଭାରତ ବନେଇବାର ସଂକଳ୍ପ ନେଇଛନ୍ତି । ଆଜାଦି କି ଅମୃତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଏକ ବୈଭବ ଏବଂ ଗୌରବଶୀଳ ସମୃଦ୍ଧ ଭାରତର ନିର୍ମାଣ କରାଯାଉଛି । ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ତୃତୀୟ ଥର ମୋଦି ସରକାର ଆସିବାର ଆବଶ୍ୟକତା ରହିଛି । ଏନେଇ ଆମେ ସମସ୍ତେ ଉତ୍ସାହିତ ରହିଛୁ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ସରକାର ଚଲାଉ ନାହାନ୍ତି । ଆଉଟସୋର୍ସିଂରେ ଦେଇ ଦେଇଛନ୍ତି । ତାଙ୍କ ଅଧିକାରୀ ସରକାର ଚଲାଉଛନ୍ତି । ସେ ସରକାର ନଚଳାଇ ବେଲଗାମ ଅଧିକାରୀ ଭ୍ରଷ୍ଟାଚାର କରୁଛନ୍ତି । ଏଠାରେ କେବଳ ଦୁର୍ନୀତି ଚାଲିଛି । ବିନା ନେଣଦେଣରେ କୌଣସି କାର୍ଯ୍ୟ ହେଉ ନାହିଁ । ମାଆ, ଭଉଣୀ ଏବଂ ଝିଅ ଓଡିଶାରେ ଅସୁରକ୍ଷିତ । ମହିଳାଙ୍କୁ ଅତ୍ୟାଚରରେ ଶୀର୍ଷରେ ରହିଛି ଓଡିଶା । ଓଡ଼ିଶାର ବିକାଶ ପାଇଁ ମୋଦି ଦେଉଥିବା ଅର୍ଥ ସଠିକ ବିନିଯୋଗ ହେଉନାହିଁ । ମୋଦି ସରକାର ଟଙ୍କା ଦେଉଛନ୍ତି ହେଲେ ନବୀନ ସରକାର ନିଜ ନାଁରେ ମୋହର ମାରୁଛନ୍ତି । ରି-ବ୍ରାଣ୍ଡିଂ କରି ନିଜ ନାମ ରେ ବାହା ବାହା ନେଉଛନ୍ତି । ଜନସାଧାରଣ ଏହି ସତ୍ୟକୁ ଜାଣି ସାରିଛନ୍ତି । ତେଣୁ ମୋର ବିଶ୍ବାସ ଲୋକସଭାରେ ବିଜେପି ବିପୁଳ ଭୋଟରେ ବିଜୟୀ ହେବ । ବିଧାନସଭାରେ ବି ବହୁମତ ସହ ରାଜ୍ୟରେ ସରକାର କରିବ ବିଜେପି । "

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 13, 2024, 3:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.