ETV Bharat / state

ବିଜେଡିରେ ବିଜୟ ନନ୍ଦନ ଅରବିନ୍ଦ, ନବୀନ ନିବାସରେ ହେଲେ ସାମିଲ

Aravind Mohapatra joins BJD: ବିଜେଡିରେ ଯୋଗଦେଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ । ନବୀନ ନିବାସ ଆସି ସାମିଲ ହେଲେ ଜୁନିୟର ବିଜୟ । ଅଧିକ ପଢନ୍ତୁ

Aravind Mohapatra
Aravind Mohapatra
author img

By ETV Bharat Odisha Team

Published : Mar 7, 2024, 12:22 PM IST

Updated : Mar 7, 2024, 2:27 PM IST

ବିଜେଡିରେ ବିଜୟ ନନ୍ଦନ ଅରବିନ୍ଦ

ଭୁବନେଶ୍ବର: ଜୁନିୟର ବିଜୟଙ୍କ ବିଜେଡି ମୁହାଁ ଚର୍ଚ୍ଚା ସତ ହୋଇଛି । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେଡିରେ ସାମିଲ ହେଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ଆଜି ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତରେ ଅରବିନ୍ଦ ବିଧିବଦ୍ଧ ଭାବେ ଶଙ୍ଖ ଫୁଙ୍କିଛନ୍ତି ।

ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଯାଇଛି ଦଳ ଡିଆଁ ପର୍ବ । ଲଗାତାର ଭାବେ ବିଜେଡିକୁ ଫେରୁଛନ୍ତି ଦଳର ପୁରୁଖା ନେତା ଓ ତାଙ୍କ ସଂପର୍କୀୟ । କିଛିଦିନ ପୂର୍ବରୁ ସ୍ବର୍ଗତ ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ମହାନ୍ତି ବିଜେଡିରେ ସାମିଲ ହୋଇଥିଲେ । ଏହି କ୍ରମରେ ଆଜି ବିଜେଡିରେ ସାମିଲ ହୋଇଛନ୍ତି ବିଜେଡିର ଆଉ ଜଣେ ପ୍ରତିଷ୍ଠାତା ସଦସ୍ୟ ବିଜୟ ମହାପାତ୍ରଙ୍କ ଉତ୍ତରାଧିକାରୀ । ବିଜୟଙ୍କ ପୁଅ ଅରବିନ୍ଦ ମହାପାତ୍ର ଆଜି ବିଜେଡିରେ ବିଲୟ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେଇ ଅରବିନ୍ଦ ବିଜେଡିରେ ସାମିଲ ହୋଇଛନ୍ତି ।

Aravind Mohapatra joins BJD
ବିଜେଡିରେ ସାମିଲ ହେବା ପୂର୍ବରୁ ବାପା ବିଜୟ ମହାପାତ୍ରଙ୍କ ଆଶୀର୍ବାଦ ନେଇଥିଲେ ଅରବିନ୍ଦ । ନିଜର ଶହ ଶହ ସମର୍ଥକଙ୍କ ସହ ସେ ସାଢ଼େ ୧୧ ସମୟରେ ନବୀନ ନିବାସରେ ପହଞ୍ଚିଥିଲେ । ଅରବିନ୍ଦଙ୍କୁ ନିକଟରେ ବିଜେଡିରେ ସାମିଲ ହୋଇଥିବା ଅଂଶୁମାନ ମହାନ୍ତି, ପ୍ରଣବ ବଳବନ୍ତରାୟ ନବୀନ ନିବାସ ଭିତରକୁ ପାଛୋଟି ନେଇଥିଲେ । ଏହା ପରେ ଅରବିନ୍ଦଙ୍କୁ ଉତ୍ତରୀୟ ପକାଇ ଦଳକୁ ସ୍ୱାଗତ କରାଯାଇଥିଲା । ଏହି ସମୟରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଆଳି ବିଧାୟକ ତଥା ମନ୍ତ୍ରୀ ପ୍ରତାପ କେଶରୀ ଦେବ ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ: ନଳିନୀଙ୍କ ପୁଅ ପରେ ବିଜେଡି ଯିବେ କି ଜୁନିୟର ବିଜୟ ? ବାପାଙ୍କ ଉପରେ ଛାଡ଼ିଲେ ଅରବିନ୍ଦ

ଅରବିନ୍ଦ ଶଙ୍ଖ ଧରିବା ନେଇ ସମସ୍ତ ଆଲୋଚନା କିଛି ଦିନ ପୂର୍ବରୁ ଶେଷ ହୋଇଥିଲା । ମେଣ୍ଟ ଚର୍ଚ୍ଚା, ମୁଖ୍ୟମନ୍ତ୍ରୀଙ୍କ ବ୍ୟସ୍ତ ବହୁଳ କାର୍ଯ୍ୟକ୍ରମ ପାଇଁ ମିଶ୍ରଣରେ ବିଳମ୍ବ ହୋଇଥିଲା । ତେବେ ଆଜି ମିଶ୍ରଣ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ତେଣୁ ନବୀନ ନିବାସରେ ଉପସ୍ଥିତ ରହିବାକୁ କେନ୍ଦ୍ରାପଡ଼ା ଜିଲ୍ଲାର ନେତା, ବିଧାୟକ ଏବଂ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ କୁହାଯାଇଥିଲା । ୨୦୧୯ ସାଧାରଣ ନିର୍ବାଚନ ପରଠୁ ବିଜୟ ବିଜେପି ରାଜନୀତିରୁ ନିଜକୁ ଦୂରେଇ ରଖିଥିଲେ । ପୁଅ ଅରବିନ୍ଦଙ୍କୁ ଗଲା ପ୍ରାୟ ଦୁଇ ବର୍ଷ ହେବ ସାଙ୍ଗରେ ଧରି ପାଟକୁରା ନିର୍ବାଚନ ମଣ୍ତଳୀରେ ସକ୍ରିୟ ଭାବେ ବୁଲାବୁଲି କରୁଥିବା ଲକ୍ଷ୍ୟ କରାଯାଇଥିଲା । ଅରବିନ୍ଦ ରାଜନୀତି କରିବେ ବୋଲି ଉଭୟ ବାପା ପୁଅ ଏକାଧିକବାର ସ୍ପଷ୍ଟ କରିଥିଲେ । ତେବେ କେଉଁ ଦଳରୁ ପ୍ରଶ୍ନ ହେଲେ ଅପେକ୍ଷା କରିବାକୁ ଉଭୟ କହୁଥିଲେ । ତେଣୁ ସେବେଠୁ ଅରବିନ୍ଦ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା ।

ଅରବିନ୍ଦଙ୍କ ପ୍ରତିକ୍ରିୟା: ବିଜେଡିରେ ସାମିଲ ହେବା ପରେ ଅରବିନ୍ଦ ମହାପାତ୍ର କହିଛନ୍ତି, "ମୋ ପାଇଁ ଆଜି ଶୁଭ ଦିନ । ଆଜି ମୁଁ ବିଜେଡିରେ ଯୋଗଦେଲି । ବିଜେଡିରେ ସାମିଲ ହେବା ମୋର ନିଷ୍ପତ୍ତିର କାରଣ ହେଉଛି, 2019ରୁ ମୁଁ ପାଟକୁରାରେ ବୁଲୁଛି । ଲୋକଙ୍କ ବିକାଶ ଲାଗି ମୋତେ ଗୋଟେ ମଞ୍ଚ ଦରକାର ବୋଲି ଅନୁଭବ କଲି । ନିଷ୍ପତ୍ତି ନେବା ଆଗରୁ ପାଟକୁରାବାସୀଙ୍କ ପରାମର୍ଶ ନେଇଛି । ବାପାଙ୍କ ଆଶୀର୍ବାଦ ମଧ୍ୟ ନେଇଛି । ତାପରେ ବିଜେଡିରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଲି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ପାଟକୁରା ଓ କେନ୍ଦ୍ରାପଡ଼ାକୁ ଆଗକୁ ନେବି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧକ୍ଷଙ୍କୁ ଧନ୍ୟବାଦ । ସେମାନେ ମତେ ସୁଯୋଗ ଦେଇଛନ୍ତି । ଜଗନ୍ନାଥଙ୍କ ଆଶୀର୍ବାଦ ମୋ ଉପରେ ଅଛି । ପାଟକୁରାକୁ ଆଗକୁ ନେବି । ଦଳ ଯାହା ଦାୟିତ୍ୱ ଦେବେ ସଠିକ ଭାବେ ତୁଲାଇବି ।"

ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡିରେ ସାମିଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରାପଡା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା । ପ୍ରତାପ କହିଛନ୍ତି, "ଅରବିନ୍ଦ ଜଣେ ଯୁବନେତା ଇଞ୍ଜିନିୟର । ବିଜୁ ବାବୁଙ୍କ ସହ କାମ କରିଛନ୍ତି ତାଙ୍କ ବାପା । ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିକୁ ସ୍ୱାଗତ । ବିଜୟ ମହାପାତ୍ରଙ୍କ ସୁପୁତ୍ର ଦଳରେ ଯୋଗ ଦେଇ କେନ୍ଦ୍ରାପଡ଼ା ଓ ଓଡ଼ିଶା ଲୋକଙ୍କ ପାଇଁ କାମ କରିବେ ବୋଲି ବିଶ୍ୱାସ । ବିଜେଡିକୁ ସେ ମଜବୁତ କରିବେ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ପାଇଁ ତାଙ୍କ ଚେଷ୍ଟା ରହିବ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 7, 2024, 2:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.