ETV Bharat / state

କେନ୍ଦ୍ରାପଡାରେ ବୈଜୟନ୍ତଙ୍କ ରୋଡ ସୋ', ବଳଦେବଜୀଉଙ୍କ ଦର୍ଶନରୁ ଆରମ୍ଭ କଲେ ପ୍ରଚାର - Baijayant Panda visits Kendrapara - BAIJAYANT PANDA VISITS KENDRAPARA

Baijayant Panda visits Kendrapara: କେନ୍ଦ୍ରାପଡାରେ ବିଜେପିର ରୋଡ ସୋ' । ବଳଦେବଜୀଉଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ କଲେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ଅଧିକ ପଢନ୍ତୁ

Baijayant Panda
Baijayant Panda
author img

By ETV Bharat Odisha Team

Published : Apr 2, 2024, 10:11 AM IST

Updated : Apr 2, 2024, 11:22 AM IST

Baijayant Panda visits Kendrapara

କେନ୍ଦ୍ରାପଡା: ବିଜେପିର ନିର୍ବାଚନୀ ପ୍ରଚାରରେ କମ୍ପିଲା ତୁଳସୀ କ୍ଷେତ୍ର । ବଳଦେବଜୀଉଙ୍କ ଆଶୀର୍ବାଦ ନେଇ କେନ୍ଦ୍ରାପଡାରେ ପ୍ରଚାର ଆରମ୍ଭ କଲେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହେବା ପରେ ଏହା ବୈଜୟନ୍ତଙ୍କ ପ୍ରଥମ ଜିଲ୍ଲା ଗସ୍ତ । ସୋମବାର ଦଳୀୟ କର୍ମୀଙ୍କ ସହ ସେ ନିଜ ସଂସଦୀୟ କ୍ଷେତ୍ରରେ ପ୍ରଚାର ଆରମ୍ଭ କରିଛନ୍ତି । ଚାନ୍ଦୋଳ ବଜାରଠାରୁ ଦଳୀୟ କର୍ମୀ ଓ ସମର୍ଥକମାନେ ବୈଜୟନ୍ତ ପଣ୍ଡାଙ୍କୁ ଏକ ଶୋଭାଯାତ୍ରାରେ ନେଇ ଦୁହୁରିଆ ସ୍ଥିତ ବିଜେପି ଜିଲ୍ଳା କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ପରେ ଶୋଭାଯାତ୍ରାରେ ସହର ପରିକ୍ରମା କରି ବଳଦେବଜୀଉଙ୍କ ମନ୍ଦିରରେ ପହଞ୍ଚି ଆଶୀର୍ବାଦ ନେଇଥିଲେ ବୈଜୟନ୍ତ ପଣ୍ଡା ।

ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରୁ ହଜାର ହଜାର ବୈଜୟନ୍ତ ସମର୍ଥକ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବା ବେଳେ ଏଠାକାର ବିଜେପି ବିଧାୟକ ଆଶାୟୀ ଦୁର୍ଗାଶିଷ ନାୟକ କେନ୍ଦ୍ରାପଡା ଲୋକସଭା ଆସନରେ ମୋଦି ଓ ବୈଜୟନ୍ତ ଗ୍ୟାରେଣ୍ଟି ଚାଲିବ ବୋଲି ପ୍ରତିକ୍ରିୟା ଦେଇଥିଲେ । ସେହିପରି ଅନ୍ୟତମ ପାଟକୁରା ଆସନରୁ ଆଶାୟୀ ପ୍ରାର୍ଥୀ ତଥା ରାଜ୍ୟ ବିଜେପି ପ୍ରବକ୍ତା ତେଜେଶ୍ୱର ପରିଡା ନିଜ ପ୍ରତିକ୍ରିୟା ରଖି କେନ୍ଦ୍ରାପଡା ଲୋକସଭା ଆସନରେ ବିଜେପି ବିପୁଳ ବିଜୟ ହାସଲ କରିବ ବୋଲି କହିବା ସହ ସମସ୍ତ ସାତୋଟି ବିଧାନସଭା ଆସନରେ ବିଜେପି ବାଜିମାତ୍ କରିବ ବୋଲି କହିଥିଲେ ।

ଏହା ମଧ୍ୟ ପଢନ୍ତୁ-କେନ୍ଦ୍ରାପଡା ଲୋକସଭା କ୍ଷେତ୍ର: ବୈଜୟନ୍ତଙ୍କ ପ୍ରାର୍ଥୀତ୍ବକୁ ନେଇ ଦ୍ଵନ୍ଦ୍ବ, ବିକଳ୍ପ ଖୋଜୁଛନ୍ତି ଜନତା

ଅନ୍ୟପଟେ ରବିବାର ଦିନ ବିଜେଡିର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ମଧ୍ୟ ପ୍ରଭୁ ବଳଦେବଜୀଉଙ୍କ ଦର୍ଶନ କରିଥିଲେ l ତାଙ୍କ ସହିତ ସମସ୍ତ ବିଧାନସଭା ପ୍ରାର୍ଥୀ ଉପସ୍ଥିତ ଥିଲେ l ଏହାର ଠିକ ଦିନକ ପରେ ବୈଜୟନ୍ତଙ୍କ ରୋଡ ସୋ' କେନ୍ଦ୍ରାପଡା ନିର୍ବାଚନୀ ମାହୋଲକୁ ଚଳଚଞ୍ଚଳ କରିଦେଇଛି l ବିଜେଡି ଓ ବିଜେପି ଉଭୟ ଦଳର କର୍ମୀ ପାଖରେ ନେତାଙ୍କୁ ପାଇ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି l ଦଳୀୟ ପତାକା, ନେତାଙ୍କ ଜିନ୍ଦାବାଦ ଓ ଶହ ଶହ କର୍ମୀଙ୍କ କୋଳାହଳରେ ସମଗ୍ର କେନ୍ଦ୍ରାପଡାର ରାଜନୈତିକ ବାତାବରଣ ବଦଳି ଯାଇଛି l ଏହି ଦୁଇ ହେଭିୱେଟ ନେତାଙ୍କ ଶୋଭାଯାତ୍ରା ପରେ ଭୋଟରଙ୍କ ମଧ୍ୟରେ ବି ଉତ୍କଣ୍ଠା ବଢିଯାଇଛି ।

ବୈଜୟନ୍ତ ପଣ୍ଡା ପ୍ରତିକ୍ରିୟାର କହିଛନ୍ତି, ''କେନ୍ଦ୍ରାପଡାରେ ମୋଦି ଲହର ଚାଲିଛି । ମୁଁ ଅକ୍ଲାନ୍ତ ପରିଶ୍ରମ କରି କେନ୍ଦ୍ରାପଡାର ବିକାଶ କାର୍ଯ୍ୟ ଆରମ୍ଭ କରିଥିଲି । ରେଲଓ୍ବେ ଲାଇନ କେନ୍ଦ୍ରାପଡାକୁ ଆସିପାରିଲା । କିନ୍ତୁ 5 ବର୍ଷ ମଧ୍ୟରେ ବେଶି କିଛି ହୋଇପାରିଲା ନାହିଁ । ଏଠାରେ ଭିତ୍ତିଭୂମିର ବିକାଶ କରିବାକୁ ପଡିବ । ଏଠାରେ ମୋଦି ସରକାରଙ୍କ ଯୋଜନାଗୁଡିକ ଲାଗୁ କରିବାକୁ ପଡିବ । ''

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Apr 2, 2024, 11:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.