ETV Bharat / state

ନିର୍ବାଚନ ଆଚରଣବିଧି ଉଲଙ୍ଘନ କରୁଛି ବିଜେଡି, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଫେରାଦ ବିଜେପି - BJP complaint Against BJD

author img

By ETV Bharat Odisha Team

Published : Apr 5, 2024, 10:18 PM IST

BJP Meet CEO: ବିଜେଡି ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରୁଥିବା ଅଭିଯୋଗ କଲା ବିଜେପି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଫେରାଦ ହେଲା ବିଜେପି । ଅଧିକ ପଢ଼ନ୍ତୁ

ଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଫେରାଦ ବିଜେପି

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଫେରାଦ ବିଜେପି

ଭୁବନେଶ୍ବର: ବିଜେଡି ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରୁଥିବା ଅଭିଯୋଗ କରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ରାଜ୍ୟ ବିଜେପି । ରାଜ୍ୟର ୨ଟି ସ୍ଥାନରେ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରିଥିବା ଅଭିଯୋଗ କରିଛି ବିଜେପି । କେନ୍ଦୁଝର ଜିଲ୍ଲାର ପତିତପାବନ କଲେଜର ସଦସ୍ୟ ଆଲୋକ କୁମାର ଦାସ ନିର୍ବାଚନ ଆଚରଣବିଧି ଉଲଙ୍ଘନ କରିଥିବା ନେଇ ଅଭିଯୋଗ ଆଣିବା ସହ ବିଜେଡି ନେତା ବଦ୍ରି ନାରାୟଣ ପାତ୍ର ଏବଂ ତାଙ୍କ ପୁଅ ଦେବଶିଷ ପାତ୍ରଙ୍କ ପାଇଁ ଦଳୀୟ ଏବଂ ରାଜନୈତିକ ସଭାରେ କାମ କରୁଥିବା ଅଭିଯୋଗ କରିଛି ବିଜେପି । ଘଟଣାକୁ ନେଇ ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛି ।

ସେହିପରି ଲିଙ୍ଗିପୁର ଓ ଧଉଳି ପଞ୍ଚାୟତରେ ପ୍ରକାଶ ଚନ୍ଦ୍ର ସ୍ୱାଇଁ ନାମ ଜଣେ ବ୍ୟକ୍ତି ସପ୍ଲାଇ ବିଭାଗରେ କାମ କରୁଥିବା ବେଳେ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ବିଜେଡି ନେତାଙ୍କ ପାଇଁ ଦଳୀୟ କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି ଓ ତାଙ୍କର ପ୍ରଚାର ପ୍ରସାର କରୁଛନ୍ତି । ଭୁବନେଶ୍ୱର ଉତ୍ତରର ବିଜେଡି ବିଧାୟକ ସୁଶାନ୍ତ ରାଉତଙ୍କ ପାଇଁ କାମ କରୁଥିବା ଏବଂ ଦଳୀୟ ପ୍ରଚାର କରୁଥିବା ଅଭିଯୋଗ କରିଛି ବିଜେପି । ଏଥିପାଇଁ ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଫେରାଦ ହେବା ସହ ଉଭୟ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ଏହାସହ ଦୁଇ ଅଭିଯୋଗରେ ମୁଖ୍ୟ ନିର୍ବାଚନ ଅଧିକାରୀ ଧ୍ୟାନ ଦେବା ସହ କାର୍ଯ୍ୟନୁଷ୍ଠାନ ଓ ପଦରୁ ନିଲମ୍ବିତ କରିବାକୁ ଦାବି କରିଛି ବିଜେପି ।

ଏହା ମଧ୍ୟ ପଢ଼ନ୍ତୁ...ମା' ତାରିଣୀଙ୍କ ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କଲେ ମୋହନ ମାଝୀ - Kendujhar Assembly Constituency

ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି, "ସରକାରୀ କର୍ମଚାରୀ ଲୋକଙ୍କ ସେବାରେ ନିୟୋଜିତ ହେବା ବଦଳରେ ନେତାଙ୍କ କାର୍ଯ୍ୟ ଓ ପ୍ରଚାର ପ୍ରସାର କରୁଥିବା ବେଳେ ଏହା ନିର୍ବାଚନ ଆଚରଣ ବିଧିକୁ ଉଲଙ୍ଘନ କରୁଛି । ଏଭଳି ଉଲଙ୍ଘନ ମୂଳକ କାର୍ଯ୍ୟକୁ ନେଇ ଅନେକ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରୀ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ଗତ କିଛିଦିନ ତଳେ ଭାରତ ନିର୍ବାଚନ କମିଶନରଙ୍କ ଦ୍ବାରା ଓଡ଼ିଶାର 7 ଜଣ ସରକାରୀ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେଣୁ ସରକାରୀ କର୍ମଚାରୀମାନେ ଶାସକ ଦଳକୁ ସାହାଯ୍ୟ କରିପାରିବେ ନାହିଁ । ଯଦି ଶାସକ ଦଳକୁ ସହଯୋଗ କରନ୍ତି ତେବେ ଯେଉଁ ଦଷା 7ଜଣଙ୍କର ହୋଇଛି ସେହି ଦଷା ସମସ୍ତଙ୍କର ହେବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.