ETV Bharat / state

ପୁଣି ପୁରୀରେ ବିଜେଡି ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲଘଂନ ଅଭିଯୋଗ, ବିଜେପି-ବିଜେଡ଼ି ମୁହାଁ ମୁହିଁ - Violation Of Model Code Of conduct - VIOLATION OF MODEL CODE OF CONDUCT

Violation Of Model Code Of conduct: ପୁରୀରେ ବିଜେପି-ବିଜେଡ଼ି କର୍ମୀ ମୁହାଁମୁହିଁ । ସରକାରୀ କାର୍ଯ୍ୟାଳୟରେ ବିଜେଡି ଦଳୀୟ ବୈଠକ କରୁଥିବା ଅଭିଯୋଗ । ତେବେ ଘଟଣା ସ୍ଥଳରେ ଫ୍ଲାଇଙ୍ଗ ସ୍କ୍ବାଡ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

ପୁଣି ପୁରୀରେ ବିଜେଡି ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲଘଂନ ଅଭିଯୋଗ, ବିଜେପି-ବିଜେଡ଼ି ମୁହାଁ ମୁହିଁ

author img

By ETV Bharat Odisha Team

Published : Apr 12, 2024, 10:47 PM IST

ପୁଣି ପୁରୀରେ ବିଜେଡି ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲଘଂନ ଅଭିଯୋଗ, ବିଜେପି-ବିଜେଡ଼ି ମୁହାଁ ମୁହିଁ

ପୁରୀ: ପୁଣି ପୁରୀରେ ନିର୍ବାଚନ ଆଚରଣ ବିଧି ଉଲଘଂନ ଅଭିଯୋଗ । ଏହାକୁ ନେଇ ମୁହାଁ ମୁହିଁ ହୋଇଛନ୍ତି ବିଜେପି ବିଜେଡ଼ି କର୍ମୀ । ବିଜେଡି ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲଘଂନ ନେଇ ଅଭିଯୋଗ ଆଣିଛନ୍ତି ବିଜେପି କର୍ମୀ । ପୁରୀ ବିଜେପି ପକ୍ଷରୁ ଏହି ଅଭିଯୋଗ କରାଯାଇଛି । ଅଭିଯୋଗ ଆଧାରରେ ଫ୍ଲାଇଙ୍ଗ ସ୍କ୍ବାଡ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।

ପୁରୀ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏନେଇ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ପୁରୀ ଏସସିଏସ କଲେଜ ପାଖରେ ଥିବା ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଗୃହରେ ବିଜେଡିର ଏକ ଦଳୀୟ ବୈଠକ ଅନୁଷ୍ଠିତ ହେଉଥିଲା । ଯେଉଁ ବୈଠକ ପୁରୀ ନଗର ବିଜେଡି ସଭାପତି ସବ୍ୟସାଚୀ ମହାପାତ୍ରଙ୍କ ନେତୃତ୍ଵରେ ହେଉଥିଲା। ଏହି ବୈଠକରେ ପୁରୀ ପୌର ପାଳିକାର କେତେକ ପୂର୍ବତନ କାଉନସିଲର, ବିଜେଡି ମହିଳା ନେତ୍ରୀ ଯୋଗ ଦେଇଥିଲେ। ଆଗାମୀ ନିର୍ବାଚନ କିଭଳି ପରିଚାଳନା ହେବ, କିଭଳି ଅର୍ଥ ଦେଇ ଭୋଟରଙ୍କୁ ପ୍ରଲୋଭିତ କରିହେବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଥିଲା । ଏହାର ଖବର ପାଇ ବିଜେପି ଯୁବ ମୋର୍ଚ୍ଚା କର୍ମୀ ସେଠାର ପହଞ୍ଚି ପ୍ରତିବାଦ କରିଥିଲେ ।

ଏହା ଦେଖି ବିଜେଡି କର୍ମୀ ଓ ନେତା ସେଠାରୁ ପଳାଇଥିଲେ ବୋଲି କହିଛନ୍ତି ବିଜେପି କର୍ମୀ । ପରେ ଫ୍ଲାଇଙ୍ଗ ସ୍କ୍ବାଡ୍ ଆସି ଏନେଇ ତଦନ୍ତ କରିଥିଲେ । ସେହି ସମୟରେ ବିଜେଡ଼ିର ନେତା ସ୍କ୍ବାଡ୍ ଅଫିସରଙ୍କୁ ଗାଳିଗୁଲଜ କରି ଧମକାଇଥିଲେ । ଆଉ ସ୍କ୍ବାଡ୍ ଅଧିକାରୀ ବିଜେଡ଼ି କର୍ମୀଙ୍କ ନାଲି ଆଖୀରେ ଭୟଭୀତ ହୋଇ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ବିଜେପି ଅଭିଯୋଗ କରିଛି ।

ଏହା ମଧ୍ୟ ପଢନ୍ତୁ.....ଦିବ୍ୟାଙ୍ଗ-ବୟସ୍କଙ୍କ ଲାଗି ସହଜ ହେବ ମତଦାନ; ହୋମ ଭୋଟିଂ ଘୋଷଣା କଲେ ECI - Home Voting Facility

ଏହା ମଧ୍ୟ ପଢନ୍ତୁ....ବିଜେଡି ପାଇଁ ପ୍ରଚାର କରୁଛନ୍ତି ଆଶା ଓ ଅଙ୍ଗନାୱାଡି କର୍ମୀ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଫେରାଦ ବିଜେପି - BJP MEETs CEO

ସେପଟେ ବିଜେପିର ଏହି ଅଭିଯୋଗକୁ ବିଜେଡି ଖଣ୍ଡନ କରିଛି । ମିଶନ ଶକ୍ତି ଗୃହରେ କୌଣସି ବୈଠକ ହେଉନଥିଲା ବୋଲି ବିଜେଡି ପକ୍ଷରୁ କୁହାଯାଇଛି । "ବିଜେଡିକୁ ବଦନାମ କରିବା ପାଇଁ ହୀନ ଚକ୍ରାନ୍ତ କରୁଛି ବିଜେପି । ଆଗାମୀ ଦିନରେ ଲୋକେ ଏହାର ସଠିକ୍ ଜବାବ ଦେବେ" ବୋଲି ପୁରୀ ନଗର ବିଜେଡି ସଭାପତି ସବ୍ୟସାଚୀ ମହାପାତ୍ର କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.