ETV Bharat / state

ପୋଲାଭରମ ପ୍ରକଳ୍ପ; ଗ୍ରାଉଣ୍ଡରେ ବିଜେଡି ଫ୍ୟାକ୍ଟ-ଫାଇଣ୍ଡିଂ ଟିମ୍, ଦଳୀୟ ସୁପ୍ରିମୋଙ୍କୁ ଦେବେ ସରଜମିନ ରିପୋର୍ଟ - BJDs fact finding team

author img

By ETV Bharat Odisha Team

Published : Aug 9, 2024, 1:21 PM IST

BJDs fact-finding team has visited the damaged area in Polavaram project: ଗ୍ରାଉଣ୍ଡରେ ବୁଲି ସରଜମିନ୍ ତଦନ୍ତ କରିଛି ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଏନେଇ ବିସ୍ତୃତ ରିପୋର୍ଟ ଦେବେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ । ଏପଟେ ପ୍ରକଳ୍ପ ହେବା ପୂର୍ବରୁ ବ୍ୟାକ ଲକ୍ ପାଣି ଦେଲାଣି ବନ୍ୟା ଯନ୍ତ୍ରଣା । ଅଧିକ ପଢନ୍ତୁ

BJDs fact-finding team
BJDs fact-finding team (ETV Bharat Odisha)

ମାଲକାନଗିରି: ପୋଲାଭରମ ପ୍ରକଳ୍ପରେ କ୍ଷୟ କ୍ଷତି ଅଞ୍ଚଳ ବୁଲି ଅନୁଧ୍ୟାନ କରିଛି ବିଜେଡି ଟିମ୍ । ବାସ୍ତବ ସ୍ଥିତି ଅନୁଧ୍ୟାନ କରି ବିଜଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେବେ ରିପୋର୍ଟ । ଆନ୍ଧ୍ର ପ୍ରଦେଶ ସରକାରଙ୍କ ବହୁ ପ୍ରତୀକ୍ଷିତ ପୋଲାଭରମ ପ୍ରକଳ୍ପକୁ ନେଇ 25 ବର୍ଷ ପରେ ପୁଣି ଉଦବେଗ ପ୍ରକାଶ କରିଛି ବିଜେଡି। କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦଳର ସୁପ୍ରିମୋଙ୍କୁ ରିପୋର୍ଟ୍ ଦେବ ବିଜେଡି ଟିମ୍ । ସେପଟେ ପ୍ରକଳ୍ପ କାର୍ଯ୍ୟ 70%ରୁ ଉର୍ଦ୍ଧ୍ୱ ଶେଷ ହେବାକୁ ଥିଲା ବେଳେ ବର୍ଷା ସମୟରେ ବନ୍ୟା ଦେଖିଲାନି ମାଲକାନଗିରି ଜିଲ୍ଲା । ଏବେ ଓଡ଼ିଶା ଛତ୍ତିଶଗଡ଼ ଓ ଆନ୍ଧ୍ରରେ ଏନଡିଏ ସରକାର । ଚଳିତ ବଜେଟରେ ପୋଲାଭରମ ପାଇଁ ଅର୍ଥ ମଞ୍ଜୁର ସହ କାମ ଶେଷ କରିବାକୁ କହିଛି କେନ୍ଦ୍ର । ପ୍ରକଳ୍ପ ଶେଷ ହେଲେ କଣ ସ୍ଥିତି ହେବ ତାହାକୁ ନେଇ ସନ୍ଧିୟାନ ଅବସ୍ଥାରେ ମୋଟୁ ଅଞ୍ଚଳ ବାସୀ ।

ପୋଲାଭରମ ପ୍ରକଳ୍ପ (ETV Bharat Odisha)

ଓଡିଶାର ମୋଟୁ, ଆଲାମା, ବିନାୟକ ଗୋଟି କରି ଗୋଟି ଗାଆଁ ବୁଲୁଛନ୍ତି ବିଜେଡ଼ି ଟିମ୍ ର ପ୍ରତିନିଧି ଦଳ । ଗୋଟି ଗୋଟି କରି କ୍ଷତିଗ୍ରସ୍ତ ଅଞ୍ଚଳ ବୁଲୁଛନ୍ତି ବିଜେଡି ଟିମ୍ । ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସ୍ଥିତି ଅନୁଧ୍ୟାନ ପାଇଁ ବିଜେଡି ଟିମ୍ ପୋଲାଭରମ ପ୍ରକଳ୍ପ ପାଶ୍ୱର୍ବର୍ତ୍ତୀ ମାଲକାନଗିରି ମୋଟୁ ଆନ୍ଧ୍ରପ୍ରଦେଶ ର କାଲୁର୍ ଏମିତି ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ପରଖୁଛନ୍ତି । ଅତନୁ ସବ୍ୟସାଚୀ ନାୟକ, ଭୃଗୁ ବକ୍ସିପାତ୍ର ଏବଂ ଝିନା ହିକକା, ରମେଶ ମାଝୀ, ଇଶ୍ୱର ପାଣିଗ୍ରାହୀ, ରଘୁରାମ ପାଡାଲଙ୍କ ସମତେ ଟିମ୍‌ରେ ସ୍ଥାନୀୟ ଅଞ୍ଚଳର ବିଜେଡି ନେତ ନେତା ସାମିଲ । ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ବରେ ଏହି ପ୍ରତିନିଧୀ ଦଳ ମୋଟୁ କାଲେର ଆଲାମା ପେଟା, ବିନାୟକପୁର ଲୋକଙ୍କ ସହ ସହ ଆଲୋଚନା କରିଛନ୍ତି । ମତାମତ ସଂଗ୍ରହ କରିବା ସହ ସହ ଭୌଗୋଳିକ ଓ ବୈଷୟିକ ଦିଗର ଅନୁଧ୍ୟାନ କରିଛନ୍ତି ।

ଏହା ବି ପଢନ୍ତୁ- ମାଲକାନଗିରି ଗସ୍ତରେ ବିଜେଡି ଟିମ; ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲୁଛି ଦଳ, ତେଜିଲା ରାଜନୀତି - Polavaram Politics

ଆନ୍ଧ୍ର ପ୍ରଦେଶ ସରକାରଙ୍କ ବହୁ ପ୍ରତୀକ୍ଷିତ ଯୋଜନା ହେଉଛି ପୋଲାଭରମ ପ୍ରକଳ୍ପ । କେନ୍ଦ୍ରରେ କଂଗ୍ରେସ ସରକାର ଥିବା ସମୟରେ ପ୍ରକଳ୍ପ ଆରମ୍ଭ ହୋଇଥିଲା । ଏହା ଏକ ଜାତୀୟ ପ୍ରକଳ୍ପ ଭାବେ ପରିଚିତ । ଏହି ପ୍ରକଳ୍ପ ଶେଷ କରିବା ଲାଗି ଆନ୍ଧ୍ରପ୍ରଦେଶ ସରକାର ଅଣ୍ଟା ଭିଡିଛନ୍ତି । ସେଥିପାଇଁ ସହଯୋଗ ସମ୍ପୂର୍ଣ୍ଣ କରୁଛନ୍ତି କେନ୍ଦ୍ର ସରକାର । ପ୍ରକଳ୍ପ ଲାଗି ଚଳିତ ବଜେଟରେ ଅର୍ଥ ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏ ନେଇ ସୂଚନା ଦେଇଛନ୍ତି । ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଓଡ଼ିଶାର ବିଭିନ୍ନ ଜିଲ୍ଲା ବିଶେଷକରି ମାଲକାନଗିରି ଜିଲ୍ଲା ପାଇଁ ସମସ୍ୟା ସୃଷ୍ଟି କରିବ । ପ୍ରକଳ୍ପ ଆରମ୍ଭରୁ ଓଡିଶାରେ ଥିବା ବିଜେଡି ସରକାର ବିରୋଧ କରି ଆସୁଛନ୍ତି ।

ସେପଟେ ଏନେଇ ଓଡିଶାରେ ଏପର୍ଯ୍ୟନ୍ତ ହୋଇନାହିଁ ଗ୍ରାମ ସଭା ନା ଓଡ଼ିଶାରେ ହୋଇଛି ଉଚିତ ସର୍ଭେ । ଆକଳନ କରାଯାଉଛି ଯାହା ତାହା ଯଦି ସତ ହୁଏ ଆଗକୁ ମୋଟୁ ମାଲକାନଗିରି ମାନ ଚିତ୍ରରୁ ଲିଭି ଯିବା ଥୟ । ତେବେ ମୋଟୁ ଅଞ୍ଚଳ ବାସୀଙ୍କୁ ଘାରିଛି କିଏ କରିବ ଏମାନଙ୍କୁ ଉଚିତ ଥଇଥାନ ।

ଏହା ବି ପଢନ୍ତୁ- ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବ ବିଜେଡି; କମିଟି ଗଠନ କଲେ ନବୀନ, ଘେରିଲେ ବିଜେପି ଓ କଂଗ୍ରେସ, କହିଲେ 24ବର୍ଷ ଧରି ବିଜେଡି ଚୁପ ଥିଲା - polavaram politics

ଅନ୍ୟ ପଟେ ବିଜେଡିର ଫେକ୍ଟଫାଇଣ୍ଡିଂ ଆସିବାକୁ ନେଇ ନିଜର ମତ ରଖିଛନ୍ତି ମାଲକାନଗିରି ବିଜେପି ବିଧାୟକ ନରସିଙ୍ଗ ମାଡକାମି । ସେ କହିଛନ୍ତି, "ବିଜେଡି ଏହାକୁ ନେଇ ରାଜନୈତିକ କରୁଛି । ପୁର୍ବରୁ ବିଜେଡି ସରକାର ଚାଲିଥିବା ବେଳେ ଏଥିନେଇ ଉପଯୁକ୍ତ ସର୍ଭେ କରାଯାଇଥାନ୍ତା ତେବେ ଆଜିକା ସମୟରେ ଏଭଳି ପରିସ୍ଥିତି ହୋଇ ନଥାନ୍ତା । ମୋହନ ମାଝୀ ସରକାର ଲୋକଙ୍କ ସରକାର ଏଣୁ ଲୋକଙ୍କର କୌଣସି କ୍ଷତି ହବାକୁ ଦେବେନାହିଁ ଏହି ସରକା ର। ଏଥିନେଇ ସରକାରଙ୍କ ଏକ ଉଚ୍ଚ ସ୍ତରିୟ ଟିମ୍ ଆସି ଏହି ଅଞ୍ଚଳର ଅନୁଧ୍ୟାନ କରି ଯିବାପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ।" ଏହା ପରେ ରାଜ୍ଯ ସରକାର ଓ କେନ୍ଦ୍ର ସରକାର ଏଥିନେଇ ଏକ ନିଷ୍ପତି ନେଇ ଲୋକଙ୍କର କିଭଳି କ୍ଷତିହବନି ଓ ପୋଲାଭରମ ଡ୍ୟାମ ର ଉଚତା ଦରକାର ପଡିଲେ କମ୍ କରିବା ପାଇଁ ରାଜ୍ଯ ସରକାରଙ୍କ ପକ୍ଷରୁ କୁହାଯିବ କହିଛନ୍ତି ମାଲକାନଗିରି ବିଧାୟକ ନରସିଙ୍ଗ ମାଡକାମି ।

ପ୍ରକଳ୍ପ ହେବା ପୂର୍ବରୁ ବ୍ୟାକ ଲକ୍ ପାଣି ଦେଲାଣି ବନ୍ୟା ଯନ୍ତ୍ରଣା । ବଦଳିଛି ସରକାର ବଦଳି ପାରିନି ମୋଟୁ ଅଞ୍ଚଳ ବାସୀ ଙ୍କ ସ୍ଥିତି। ଉଚିତ ଥଇଥାନ ଦାବି କରି ଆସୁଥିଲେ ହେଁ ପ୍ରତିଶ୍ରୁତି ପାଇଁ କିମ୍ବା ସାହାଯ୍ୟର ହାତ ବଢେଇବା ପାଇଁ ଆଗକୁ ଆସୁ ନାହାନ୍ତି ସରକାର ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.