ETV Bharat / state

ଲୋଇସିଂହାରେ ପଦାରେ ପଡିଲା ବିଜେଡିର ଗୋଷ୍ଠୀ କନ୍ଦଳ; ପୂର୍ବତନ ମନ୍ତ୍ରୀ ଓ ତାଙ୍କ ପୁଅଙ୍କୁ ବିରୋଧ

BJD workers opposed Jogendra Behera: ଲୋଇସିଂହାରେ ବିଜେଡି ଦଳ ମଧ୍ୟରେ ଗୋଷ୍ଠୀ କନ୍ଦଳ । ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ଓ ତାଙ୍କ ପୁଅଙ୍କୁ ବିରୋଧ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 13, 2024, 2:26 PM IST

Etv Bharat
Etv Bharat
Balangir BJD

ବଲାଙ୍ଗୀର: ପାଖଉଛି ସାଧାରଣ ନିର୍ବାଚନ । ଦଳକୁ ସୁଦୃଢ କରିବାକୁ ଲାଗି ପଡିଛି ଶାସକ ବିଜେଡି ଦଳ । ଏପଟେ କିନ୍ତୁ ବଲାଙ୍ଗୀରରେ ବିଜେଡି ମଧ୍ୟରେ ଦଳୀୟ କନ୍ଦଳ ଥମିବାର ନାଁ ନେଉନି । ଉଗ୍ରରୂପ ନେଉଛି ଲୋଇସିଂହା ବିଧାନସଭା ମଣ୍ଡଳୀରେ ବିଜେଡିର ଦଳୀୟ କନ୍ଦଳ । ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ଓ ତାଙ୍କ ପୁଅ ନିହାର ରଞ୍ଜନ ବେହେରାଙ୍କୁ ସାମ୍ବାଦିକ ସମ୍ମିଳନୀରେ ବିରୋଧ କରିଛନ୍ତି ବିଜେଡି କର୍ମୀ ।

ଲୋଇସିଂହା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ଏତେ ସଫଳତା ମିଳିପାରି ନାହିଁ । ଏହି ଆସନରେ କେବଳ ଥରେ ମାତ୍ର ବିଜେଡ଼ି ଜିତିଥିଲା । ଏହା ଛଡା ଏଠି ବିଜେଡି ବିଶେଷ ସଫଳ ହୋଇପାରି ନାହିଁ । ଏହାର କାରଣ ଏଠାରେ ବିଜେଡି ଦଳ ମଧ୍ୟରେ ଗୋଷ୍ଠୀ କନ୍ଦଳ ବୋଲି କୁହାଯାଏ । ଆଗକୁ ନିର୍ବାଚନ ପାଖେଇ ଆସୁଥିବା ବେଳେ ପୁଣି ଏଠାରେ ବିଜେଡିରେ ଥିବା ଗୋଷ୍ଠୀ କନ୍ଦଳ ସାମ୍ନାକୁ ଆସିଛି । କିଛି ପୁରୁଖା ବିଜେଡି କର୍ମୀ ସିଧାସଳଖ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ଓ ତାଙ୍କ ପୁଅ ତଥା ବିଜେଡି ଯୁବ ନେତା ନିହାର ରଞ୍ଜନ ବେହେରାଙ୍କୁ ବିରୋଧ କରିଛନ୍ତି । ଏମାନେ ଲୋଇସିଂହା ନିବାସୀ ହୋଇନଥିବା ବେଳେ ଏଠି ଆସି ଟିକେଟ ହାତେଉଥିବାରୁ ଉଭୟଙ୍କୁ ବିରୋଧ କରାଯାଉଛି । ଏପରିକି ଏମାନେ ଗତ ଥର ଟିକେଟ ନ ପାଇବାରୁ ନିହାର ରଞ୍ଜନ ବେହେରା ଖୁଲମ ଖୁଲା ବିଜେଡି ବିରୋଧରେ ଯାଇଥିଲେ ଏବଂ ବିଜେପି ପାଇଁ କାମ କରିଥିଲେ । ଯାହାଫଳରେ ବିଜେପି ଏଠି ବାଜି ମାରିଥିଲା ବୋଲି କହିଛନ୍ତି ବିଜେଡି କର୍ମୀ ସୀତାକାନ୍ତ ସାଏ ।

ଏହା ମଧ୍ୟ ପଢନ୍ତୁ-ବିଜେଡିରେ କୁହୁଳୁଛି ଗୋଷ୍ଠୀ କନ୍ଦଳ, ନବୀନ ଓଡିଶା କାର୍ଯ୍ୟକ୍ରମକୁ ଆସିଲେନି ବିଧାୟକ

ସୀତାକାନ୍ତ ସାଏ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଲୋଇସିଂହାର ଦୁଇଟି ବ୍ଲକରେ ବିଜେଡି ଜିତି ଥିବାବେଳେ ଲୋଇସିଂହା ବ୍ଲକରେ ବିଜେପି ନେତା ଓ ପୁଇଁତଳା ବ୍ଲକରେ କଂଗ୍ରେସ ନେତା ବିଜୟୀ ହୋଇଥିଲେ । ସେହିପରି ଆଗଲପୁର ବ୍ଲକରେ ମଧ୍ୟ ଅନ୍ୟ ବିଜେଡି ନେତାଙ୍କୁ ଅଧ୍ୟକ୍ଷ ପଦବୀ ଦିଆଗଲା । ଯାହାକୁ ନେଇ ଏଠି ତୀବ୍ର ଅସନ୍ତୋଷ ରହିଛି । ଏଥିପାଇଁ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଓ ନିହାର ରଞ୍ଜନ ଦାୟୀ । ଏଠି ସବୁ ଗାଁରେ ବିଜେଡି ଦୁଇ ଭାଗ ହୋଇଛି । ତେଣୁ ଆଗକୁ ଲୋଇସିଂହା ପ୍ରତି ବିଜେଡି ସୁପ୍ରିମୋ ନଜର ଦିଅନ୍ତୁ । ନହେଲେ ଏଠି ବିଜେଡି ଦଳ ତଳଗାମୀ ହେବା ନିଶ୍ଚୟ । ନିହାର ରଞ୍ଜନ ଦଳ ବିରୋଧୀ କାମ କରି ମଧ୍ୟ ତାଙ୍କୁ ଦଳର ବିଭିନ୍ନ ଦାୟିତ୍ୱ ଦିଆଯାଉଥିବାରୁ ଆମେ ଏହାକୁ ବିରୋଧ କରୁଛୁ । ପୁଣି ତାଙ୍କୁ ଯଦି ନିର୍ବାଚନ ଲଢିବାକୁ ଟିକେଟ ଦିଆଯାଏ ତାହାହେଲେ ଆମେ ବିରୋଧ କରିବୁ ।

ସୂଚନା ଅନୁସାରେ, ନିର୍ବାଚନ ପାଖେଇ ଆସୁଥିବା ବେଳେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବିଧାନସଭା ମଣ୍ଡଳୀରେ ବିଜେଡି ଦଳ ମଧ୍ୟରେ କନ୍ଦଳ ଦେଖିବାକୁ ମିଳୁଛି । ପାଟଣାଗଡରେ ବିଧାୟକ ସରୋଜ ମେହେରଙ୍କୁ ବିରୋଧ ଏବଂ ଲୋଇସିଂହାରେ ନିହାର ଓ ଯୋଗେନ୍ଦ୍ରଙ୍କୁ ବିରୋଧ ହୋଇଛି । ଜିଲ୍ଲାରେ ବିଜେଡିର ଏଭଳି ଅବସ୍ଥା ଥିବାବେଳେ ଜିଲ୍ଲା ବିଜେଡି ସଭାପତି ମନ୍ତ୍ରୀ ଟୁକୁନି ସାହୁ ଏ ଯାଏଁ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.