ETV Bharat / state

ବୌଦ୍ଧରେ ବିଜେଡିର ଆଚରଣ ବିଧି ଉଲ୍ଲଙ୍ଘନ, କଲେଜ ଛାତ୍ରଛାତ୍ରୀଙ୍କୁ ବାଣ୍ଟିଲା ମ୍ୟାଜିକ କାର୍ଡ - Model Code Of Conduct Violation

author img

By ETV Bharat Odisha Team

Published : Mar 31, 2024, 12:12 PM IST

Model Code Of Conduct Violation: ନିର୍ବାଚନ ଆଚରଣ ବିଧି ଲାଗୁ ସତ୍ତ୍ବେ ବୌଦ୍ଧ ଜିଲ୍ଲାରେ ନୂଆ ଯୁବ ଭୋଟରଙ୍କୁ ଆକର୍ଷିତ କରିବାକୁ କଲେଜ ଛାତ୍ରଛାତ୍ରୀଙ୍କୁ ମ୍ୟାଜିକ କାର୍ଡ ବାଣ୍ଟିିଲା ବିଜେଡି । ଅଧିକ ପଢନ୍ତୁ

Etv Bharat
Etv Bharat

ବୌଦ୍ଧରେ ବିଜେଡିର ଆଚରଣ ବିଧି ଉଲ୍ଲଂଘନ

ବୌଦ୍ଧ: ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଏବେ ସାରା ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ଏହାସତ୍ତ୍ବେ ବୌଦ୍ଧ ଜିଲ୍ଲାରେ ନୂଆ ଯୁବ ଭୋଟରଙ୍କୁ ଆକର୍ଷିତ କରିବାକୁ ବିଜେଡି ପକ୍ଷରୁ ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ବଣ୍ଟନ କରାଯାଇଛି । ଶନିବାର ଦିନ ବୌଦ୍ଧ ଜିଲ୍ଲା ଛାତ୍ର ବିଜେଡ଼ି ଦଳ ପକ୍ଷରୁ ଏହି ମ୍ୟାଜିକ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଜିଲ୍ଲାର ସାତ ଗୋଟି କଲେଜରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ମ୍ୟାଜିକ କାର୍ଡର ବିଶେଷତ୍ବ ସମ୍ପର୍କରେ ବୁଝାଯିବା ସହିତ କାର୍ଡ ବଣ୍ଟନ କରାଯାଇଥିଲା । ଯାହାକି ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ ।

ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଯୁବ ଭୋଟର କଲେଜ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିବାକୁ ବିଜେଡ଼ି ଦଳ ପକ୍ଷରୁ ଏହି ମ୍ୟାଜିକ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ନିର୍ବାଚନ ଆଚରଣ ବିଧି ବଳବତ୍ତର ଥିବା ସତ୍ତ୍ବେ ଏହି ମ୍ୟାଜିକ କାର୍ଡ ବଣ୍ଟନ ନେଇ ଜିଲ୍ଲାର ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ଅଶୋକ କୁମାର ସାହୁ, ସଂଗ୍ରାମ ଦାସ, ମୃତ୍ୟୁଞ୍ଜୟ ମିଶ୍ର, ବସନ୍ତ ସ୍ବାଇଁ, ସୁବୋଧ ପ୍ରଧାନ, ତାରିଣୀ ମହାପାତ୍ର, ରାଜ୍ୟ ଛାତ୍ର କାର୍ଯ୍ୟକାରୀ ସଦସ୍ୟ ଓ ଅନେକ ଛାତ୍ରନେତା ଯୋଗ ଦେଇଥିଲେ ।

ଏଠାରେ କହିରଖୁଛୁ କି, ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ସରକାର ଭୋଟରଙ୍କୁ ପ୍ରଭାବିତ କଲାଭଳି କୌଣସି ଯୋଜନା ଘୋଷଣା କିମ୍ବା ବିଜ୍ଞାପନ ଲଗାଇ ପାରିବେ ନାହିଁ । ଆଚରଣ ବିଧି ସମୟରେ ସମସ୍ତ ପ୍ରକାର ସରକାରୀ କ୍ଷେତ୍ରରେ ନିଯୁକ୍ତି ବନ୍ଦ ରହିଥାଏ । ଏହାର ଉଲ୍ଲଙ୍ଘନ ହେଲେ ଭାରତୀୟ ନିର୍ବାଚନ ଆୟୋଗ ଯଥୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ।

ଏହା ମଧ୍ୟ ପଢନ୍ତୁ: ଆଚରଣ ବିଧି ନାଁରେ ସରକାରୀ କର୍ମଚାରୀଙ୍କ ଜୁଲୁମ ଅଭିଯୋଗ - Model Code Of Conduct Violation

ବିଜେଡି ଦଳ ଯୁବ ଓ ଛାତ୍ର ଭୋଟରଙ୍କୁ ଆକର୍ଷିତ କରିବାକୁ ମ୍ୟାଜିକ କାର୍ଡ ବଣ୍ଟନକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । ସେପଟେ ନିର୍ବାଚନ ପାଖେଇ ଆସୁଥିବାରୁ ଚଳଚଞ୍ଚଳ ହୋଇଉଠିଛି ରାଜନୈତିକ ଦଳଗୁଡିକର ଶିବିର । ବୌଦ୍ଧ ଜିଲ୍ଲାର ଉଭୟ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀମାନଙ୍କ ନାଁ ଘୋଷଣା କରିସାରିଥିବା ବେଳେ ବର୍ତ୍ତମାନ ଯାଏଁ ବିରୋଧୀ ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନାହିଁ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.