ETV Bharat / state

BJD Programme; 5 ଦିନ ତଳେ ନୂଆ ବିଧାୟକଙ୍କୁ ପାଠ ପଢାଇଥିଲେ ନବୀନ, ଆଜି ଛାତ୍ର ବିଜେଡିର ସାଂଗଠନିକ ବୈଠକ, କଣ ରହିବ ରୋଡ ମ୍ୟାପ ? - bjd students wing training program

author img

By ETV Bharat Odisha Team

Published : Aug 30, 2024, 11:59 AM IST

Updated : Aug 30, 2024, 12:09 PM IST

bjd students wing training programme: ୫ ଦିନ ତଳେ ଅର୍ଥାତ ଗତ ୨୫ ତାରିିଖରେ ବିଜେଡି ନବାଗତ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଥିଲେ । ରାଜା ସ୍ବାଇଁ ଓ ଅରୁଣ ସାହୁଙ୍କ ପରି ବରିଷ୍ଠ ବିଧାୟକ ଦେଇଥିଲେ ତାଲିମ । ଅଧିକ ପଢନ୍ତୁ

BJD Programme
BJD Programme (ETV Bharat Odisha)

ଭୁବନେଶ୍ବର: ଆଜି ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ସାଂଗଠନିକ ସମ୍ମିଳନୀ । ଶଙ୍ଖ ଭବନରେ ଦିନ 2 ଟା ଯାଏଁ ଚାଲିବ ବୈଠକ । ବିଜୁ ଛାତ୍ର ଜନତା ଦଳର ଆଗାମୀ ରୋଡ ମ୍ୟାପ ବୈଠକରେ ପ୍ରସ୍ତୁତ ହେବ । କାର୍ଯ୍ୟକ୍ରମରେ ଯୋଗ ଦେଇ ମାର୍ଗଦର୍ଶନ ଦେଉଛନ୍ତି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ । ବୈଠକରେ ଛାତ୍ର ସଂସଦ ନିର୍ବାଚନ ସମ୍ପର୍କିତ ଆଲୋଚନା ବି ହେବ । ଏନେଇ ସୂଚନା ଦେଇଛନ୍ତି ବିଜୁ ଛାତ୍ର ଜନତା ଦଳ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ।

BJD Programme (ETV Bharat Odisha)

ନିର୍ବାଚନ ପରେ ଦଳର ପ୍ରଥମ ସାଂଗଠନିକ ବୈଠକ:-

ବିଜୁ ଛାତ୍ର ଜନତା ଦଳ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି, " ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ସାଂଗଠନିକ ସମ୍ମିଳନୀ ଅନୁଷ୍ଠିତ ହେବ । ଶଙ୍ଖ ଭବନରେ ଆୟୋଜିତ ଏହି ବୈଠକରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ସାମିଲ ହେବେ । ବିଜେଡିର ବରିଷ୍ଠ ନେତା, ଛାତ୍ର ଓ ଯୁବ ସଂଗଠନର ନେତୃତ୍ୱ ନେଇଥିବା କର୍ମକର୍ତ୍ତା, ଛାତ୍ର ଜନତା ଦଳର ସମସ୍ତ ସାଂଗଠନିକ ଜିଲ୍ଲା ସଭାପତି, କାର୍ଯ୍ୟକାରୀ ସଭାପତି, ସଚିବ, ମହାସଚିବ ପ୍ରମୁଖ ଉପସ୍ଥିତ ରହିବେ । ନିର୍ବାଚନ ପରେ ବିଜୁ ଛାତ୍ର ଜନତା ଦଳର ଏହା ପ୍ରଥମ ସାଂଗଠନିକ ବୈଠକ । ଓଡିଶାର ସ୍ୱାର୍ଥ ସୁରକ୍ଷା ଲାଗି ଛାତ୍ର ଜନତା ଦଳ କେଉଁ ଦିଶା ଓ ଦିଗଦର୍ଶନରେ ଆଗକୁ ଯିବ ସେନେଇ ଆଲୋଚନା ହେବ ।"

ଏହା ବି ପଢନ୍ତୁ- ନବାଗତ ବିଧାୟକଙ୍କୁ ନବୀନଙ୍କ ଗୁରୁମନ୍ତ୍ର, 'ଗଣତନ୍ତ୍ରର ସ୍ବତନ୍ତ୍ର ପ୍ରହରୀ ହେଉଛି ବିରୋଧୀ ଦଳ' - BJD TRAINING PROGRAM

ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ସରକାରଙ୍କୁ ଘେରିବ ଦଳ :-

ଦେବୀ ଆହୁରି ମଧ୍ୟ କହିଛନ୍ତି, "ଓଡିଶାବାସୀ ବିରୋଧୀ ଦଳ ଭାବେ ନୂଆ ଦାଇତ୍ୱ ଦେଇଛନ୍ତି । ନୂଆ ଭୂମିକାରେ ଛାତ୍ର ସମାଜ ଓଡିଶାର ହକ ଓ ଅଧିକାର ଲାଗି ସ୍ୱର ଉତ୍ତୋଳନ କରିବ । ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ସରକାରଙ୍କୁ ଘେରିବ । କେନ୍ଦ୍ରର ଅବହେଳା, ବୈମାତୃକ ମନୋଭାବ ବିରୋଧରେ ଆଗାମୀ ଦିନ ପାଇଁ ବିଜୁ ଛାତ୍ର ଜନତା ଦଳର ରୋଡ ମ୍ୟାପ ପ୍ରସ୍ତୁତ କରିବ । ଶୁକ୍ରବାର ସକାଳ ସାଢେ 9 ଟାରୁ ଦିନ 2 ଟା ଯାଏଁ ଚାଲିବ ବୈଠକ । ବୈଠକରେ ବିଭିନ୍ନ ପ୍ରସ୍ତାବ ଆସିବ । ନିର୍ବାଚନ ପରେ ଦଳର ଏହା ପ୍ରଥମ ସାଂଗଠନିକ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ଦଳର ସଭାପତି ଯୋଗ ଦେବେ ।"

ଛାତ୍ର ସଂସଦ ନିର୍ବାଚନ ନେଇ ବିଜେପିର ନାଟକ :-
ସେ ଏହା ମଧ୍ୟ କହିଛନ୍ତି, "ଛାତ୍ର ସଂସଦ ନିର୍ବାଚନ ସମ୍ପର୍କିତ ଆଲୋଚନା ବି ହେବ । ନିର୍ବାଚନ ଲାଗି ବିଜୁ ଛାତ୍ର ଜନତା ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଆଇନ ମନ୍ତ୍ରୀଙ୍କ ଉକ୍ତି ଚଳିତ ବର୍ଷ ନିର୍ବାଚନ ହେବନାହିଁ । କିନ୍ତୁ ଛାତ୍ର ସଂସଦ ନିର୍ବାଚନ ବାବଦରେ ଠୋସ ମନ୍ତବ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଦେଇନାହାନ୍ତି । ଉଚିତ ସମୟରେ ଉଚିତ ପଦକ୍ଷେପ ନିଆଯିବ ବୋଲି ସେ ମନ୍ତବ୍ୟ ରଖୁଛନ୍ତି । ପୂର୍ବ ସରକାର ପାଖରେ ବିଜେପି ରଖୁଥିବା ଦାବିକୁ ନାଟକ ବୋଲି ଭାବି ନେବାକୁ ପଡିବ । ଯଥାଶୀଘ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଛାତ୍ର ସଂସଦ ନିର୍ବାଚନ ନେଇ ସରକାରଙ୍କ ସ୍ପଷ୍ଟତା ରଖନ୍ତୁ । ନହେଲେ ଏକ ଦୁର୍ବାର ଆନ୍ଦୋଳନ ଛାତ୍ର ବିଜେଡି ସାରା ରାଜ୍ୟରେ କରିବ ।"

2019ରୁ 2024 ଛାତ୍ର ସମାଜ ଲାଗି ସ୍ବର୍ଣ୍ଣିମ ସମୟ :-
ନବୀନ ବାବୁଙ୍କ ନେତୃତ୍ୱରେ 2019ରୁ 2024 ମଧ୍ୟରେ ଛାତ୍ର ସମାଜ ଲାଗି ସ୍ବର୍ଣ୍ଣିମ ସମୟ ଥିଲା । ଛାତ୍ର ସମାଜ ଲାଗି ହିତକର କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ସ୍କୁଲର ଭିର୍ତ୍ତିଭୂମିର ବିକାଶ କରାଯାଇଥିଲା । ମୋ ସ୍କୁଲ ଅଭିଯାନ ସହ ପ୍ରତ୍ୟେକ ବ୍ଲକରେ ଅଦର୍ଶ ବିଦ୍ୟାଳୟ, ମେଡ଼ିକାଲ ଏବଂ ଇଞ୍ଜିନିୟର ପାଠ ପଢା କ୍ଷେତ୍ରରେ ସଂରକ୍ଷଣ, ନୂଆ ଓ କାର୍ଯ୍ୟକ୍ରମ ନେଇ ପଦକ୍ଷେପ ପୂର୍ବତନ ମୁଖ୍ୟମନ୍ତ୍ରୀ ନେଇଥିଲେ । ଆଗାମୀ ଦିନରେ ଏହି ସବୁ କାର୍ଯ୍ୟକ୍ରମକୁ ନୂଆ ସରକାର ପ୍ରଚଳିତ କରିବେ ନା ନାହିଁ । ଏ ବାବଦରେ ଆଲୋଚନା ହେବ । ଛାତ୍ର ସାମାଜ ସବୁବେଳେ ବିଜେଡ଼ି ସହ ଥିଲେ, ଆଗକୁ ମଧ୍ୟ ରହିବେ ।

ଗତ ୨୫ ତାରିଖରେ ହୋଇଥିଲା ନବାଗତ ବିଧାୟକଙ୍କ ଟ୍ରେନିଂ-

ବିଜେଡିର ନବାଗତ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ପାର୍ଟି ମୁଖ୍ୟାଳୟ ‘ଶଙ୍ଖ ଭବନ’ରେ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଏହାର ଶୁଭାରମ୍ଭ କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । 'ଗଣତନ୍ତ୍ରର ସ୍ବତନ୍ତ୍ର ପ୍ରହରୀ ହେଉଛି ବିରୋଧୀ ଦଳ' ବୋଲି କହିଥିଲେ ନବୀନ । ନୂଆ ବିଧାୟକଙ୍କୁ ତାଲିମ ଦେଉଛନ୍ତି ବରିଷ୍ଠ ବିଧାୟକ । ବିଧାନସଭାରେ ନୂଆ ବିଧାୟକଙ୍କ ଆଚରଣ-ଉଚ୍ଚାରଣ କିପରି ରହିବା ଆବଶ୍ୟକ, ବିଧାନସଭାର ନିୟମାବଳୀ, ନୀତି ନିୟମ,ଷ୍ଟାଣ୍ଡିିଂ କମିଟିର ଭୂମିକା ଓ କାର୍ଯ୍ୟାବଳି ସମ୍ପର୍କରେ ନୂଆ ବିଧାୟକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

Last Updated : Aug 30, 2024, 12:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.