ETV Bharat / state

ବିଜେଡି ଇସ୍ତାହାର: '୧୦୦ ୟୁନିଟ ବିଜୁଳି ମାଗଣା, 2034 ସୁଦ୍ଧା ଓଡ଼ିଶା ନଂ1 ରାଜ୍ୟ' - BJD Election Manifesto 2024 - BJD ELECTION MANIFESTO 2024

BJD Releases Manifesto 2024: ଆସିଲା ଶାସକ ଦଳ ବିଜେଡିର ଇସ୍ତାହାର । ସବୁ ବର୍ଗକୁ ଦୃଷ୍ଟିରେ ରଖି ବଡ଼ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ଆସିଲା ବିଜେଡି ଇସ୍ତାହାର
ଆସିଲା ବିଜେଡି ଇସ୍ତାହାର (ETV BHARAT ODISHA)
author img

By ETV Bharat Odisha Team

Published : May 9, 2024, 9:36 PM IST

Updated : May 10, 2024, 9:24 AM IST

ଆସିଲା ବିଜେଡି ଇସ୍ତାହାର (ETV BHARAT ODISHA)

ଭୁବନେଶ୍ବର: ଆସିଲା ଶାସକ ଦଳ ବିଜେଡିର ଇସ୍ତାହାର । ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ବଡ଼ ବଡ଼ ଘୋଷଣା । ଏହି ଘୋଷଣା ପତ୍ର ସୁବର୍ଣ୍ଣ ଓଡ଼ିଶାର ଭିତ୍ତି ପକାଇଛି ବୋଲି କହିବା ସହ 2034 ସୁଦ୍ଧା ଓଡ଼ିଶା ଦେଶର 1 ନମ୍ବର ରାଜ୍ୟ ହେବ ବୋଲି ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ନବୀନ । ଓଡ଼ିଶା ଆସନ୍ତା 2036 ସୁଦ୍ଧା ସ୍ବତନ୍ତ୍ର ରାଜ୍ୟ ମାନ୍ୟତାର 100 ବର୍ଷ ପୂରଣ କରିହେବ । ଏହାର 2 ବର୍ଷ ପୂର୍ବରୁ ଓଡ଼ିଶାକୁ ଦେଶର ଏକ ନଂ ରାଜ୍ୟ କରିବାକୁ ନବୀନ ଘୋଷଣା କରିଛନ୍ତି । ଏହାସହ ପ୍ରତିଟି ବର୍ଗକୁ ଦୃଷ୍ଟିରେ ରଖି ଅନେକ ବିକାଶମୂଳକ କାର୍ଯ୍ୟର ଘୋଷଣା କରିଛନ୍ତି ନବୀନ ।

BJD Releases Manifesto 2024
BJD Releases Manifesto 2024 (ETV BHARAT ODISHA)

ସରକାରକୁ ଆସିଲେ 9ଟି ଦିଗ ଉପରେ ଗୁରୁତ୍ୱ ଦେବ ବିଜେଡି । ବିଭିନ୍ନ ବର୍ଗକୁ ସନ୍ତୁଷ୍ଟ କରିବା ଲାଗି ଶାସକ ଦଳ ବିଜେଡି ଏହି ଇସ୍ତାହାରରେ ବ୍ୟବସ୍ଥା କରିଛି । ମହିଳା, ଚାଷୀ, ଯୁବକ ଓ ଆଦିବାସୀ ଓ ପଛୁଆ ବର୍ଗଙ୍କ ଲାଗି ଅର୍ଥ ଭଣ୍ଡାର ଖୋଲିବେ ବିଜେଡି ସରକାର । ଆସନ୍ତା ପାଞ୍ଚ ବର୍ଷରେ 2 ଲକ୍ଷ ସରକାରୀ ଚାକିରି ଯୋଗାଇବେ ବିଜେଡି ସରକାର । ଯୁବକଙ୍କ ନିମନ୍ତେ ଆସନ୍ତା 10 ବର୍ଷ ପାଇଁ ଏକ ଲକ୍ଷ କୋଟି ଅଲଗା ବଜେଟ ରଖାଯିବ । ସେହିପରି ମାସକୁ 100 ୟୁନିଟରୁ କମ ବ୍ୟବହାର କରୁଥିବା ପରିବାରକୁ ମାଗଣା ବିଜୁଳି ଯୋଗାଇବେ ସରକାର ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଏହି ମାନିଫେଷ୍ଟୋ ଓଡ଼ିଶାରେ ଇତିହାସ ଲିପିବଦ୍ଧ କରିବ । ଗତ 24 ବର୍ଷ ମଧ୍ୟରେ ବିଜେଡି ସରକାର ଓଡିଶାକୁ ଏକ ଗରିବ, କ୍ଷୁଧା ପ୍ରବଣ, ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କବଳିତ ପଛୁଆ ରାଜ୍ୟରୁ ଆଧୁନିକ ଅଭିବୃଦ୍ଧି ଭିତ୍ତିକ, ସଂସ୍କୃତି ଏବଂ ଅସ୍ମିତାର ପରିଚୟ ଭିତ୍ତିକ ରାଜ୍ୟରେ ପରିଣତ କରିପାରିଛି । ପ୍ରଭୁ ଜଗନ୍ନାଥଙ୍କ କୃପା ଏବଂ ଜନସାଧାରଣଙ୍କ ଆଶୀର୍ବାଦ ସହିତ ଏହି ଲୋକାଭିମୁଖୀ ଇସ୍ତାହାର ଉପସ୍ଥାପିତ ହୋଇଥିବା ଗ୍ୟାରେଣ୍ଟି ଗୁଡିକ 5T ଗଭର୍ନାନ୍ସ ମାଧ୍ୟମରେ କାର୍ଯ୍ୟକାରୀ ହେବ । ଓଡିଶା ଗଠନର ଶହେ ବର୍ଷ ପାଳନର 2 ବର୍ଷ ପୂର୍ବରୁ 2034 ସୁଦ୍ଧା ଓଡିଶାକୁ ସମସ୍ତଙ୍କ ସହଯୋଗ ଓ ଦୃଢ ନେତୃତ୍ୱ ବଳରେ ସମସ୍ତ କ୍ଷେତ୍ରରେ ଅଭିବୃଦ୍ଧି ଏବଂ ବିକାଶରେ ଏକ ନମ୍ବର ରାଜ୍ୟର ମାନ୍ୟତା ପ୍ରଦାନ କରିବ ।

ଯୁବବର୍ଗଙ୍କୁ ଗୁରୁତ୍ବ:- ଓଡ଼ିଶାର ଯୁବକମାନଙ୍କ ଉଦ୍ଦେଶ୍ୟରେ 10 ବର୍ଷ ପାଇଁ 1 ଲକ୍ଷ କୋଟି ଅଲଗା ବଜେଟ ରଖାଯିବ । ଏହି ଯୁବ ବଜେଟ ଜଳବାୟୁ ଏବଂ ଜେଣ୍ଡର ବଜେଟ ଭଳି ବିଧାନସଭାରେ ଉପସ୍ଥାପିତ ହେବ । ଯୁବକମାନଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶକୁ ଆଧାର କରି ପ୍ରତିବର୍ଷ ଏଥିରୁ 1000କୋଟି ଟଙ୍କା ଖର୍ଚ୍ଚ ହେବ । ବିଶ୍ୱରେ ଏହା ପ୍ରଥମ ପ୍ରକାରର ପ୍ରୟାସ ହେବ । ଯେଉଁଠାରେ ଯୁବକମାନେ ନିଜ ପରିଚୟ ଏବଂ ଓଡିଶାର ପରିଚୟ ସୃଷ୍ଟି କରିପାରିବେ । ନୂଆ ଓ ମ୍ୟାଜିକ କାର୍ଡ ଦ୍ୱାରା ଏକାଧିକ ସୁବିଧା ସୁଯୋଗ ସହିତ ପରିସର ବିସ୍ତାର ହେବ । ନୂଆ ଓ ଛାତ୍ରବୃତ୍ତି ବାଳିକାମାନଙ୍କ ପାଇଁ ବାର୍ଷିକ 14,000 ଏବଂ ପୁଅମାନଙ୍କ ପାଇଁ ବାର୍ଷିକ 12,000କୁ ବୃଦ୍ଧି କରାଯିବ । ସରକାରୀ ପ୍ରବେଶ ପ୍ରକ୍ରିୟା ମାଧ୍ୟମରେ ଯୋଗ୍ୟତା ହାସଲ କରିବା ପରେ ଡିପ୍ଲୋମା ଏବଂ ଡିଗ୍ରୀ ପାଠ୍ୟକ୍ରମ କରୁଥିବା କଲେଜରେ ପଢୁଥିବା ସମସ୍ତ ଯୋଗ୍ୟ ଛାତ୍ରଙ୍କୁ ଏହା ପ୍ରଦାନ କରାଯିବ ।

ଚାକିରି ସୁଯୋଗ:- ଆସନ୍ତା ପାଞ୍ଚ ବର୍ଷରେ 2 ଲକ୍ଷ ସରକାରୀ ଚାକିରି ଯୋଗାଇ ଦିଆଯିବ । ସ୍ୱଂୟମ ଉଦ୍ୟୋଗୀ ରୁଣକୁ ବ୍ୟାପକ କଭରେଜ ସହିତ ଏକ ଲକ୍ଷରୁ 2 ଲକ୍ଷକୁ ବୃଦ୍ଧି କରାଯିବ । ଓଡିଶାରେ ଏକ ନୂତନ କୌଶଳ ଓ ଉଦ୍ୟୋଗୀ ବିଶ୍ୱବିଦ୍ୟାଳୟ, ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ ଫ୍ୟାଶନ ଟେକ୍ନୋଲୋଜି ଏବଂ ଏଆଇ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଏହି ସମସ୍ତ ପଦକ୍ଷେପ ଯୁବକମାନଙ୍କୁ ସଶକ୍ତ କରିବା ଏବଂ ଓଡିଶାକୁ ଏକ ବୃହତ ଅଭିବୃଦ୍ଧି ପଥରେ ଆଗେଇ ନେବାକୁ ସକ୍ଷମ କରିବ ।

ଓଡ଼ିଶା ହେବ ପୂର୍ବ ଭାରତର ଆଇଟି ରାଜଧାନୀ: ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସମଗ୍ର ଇକୋସିଷ୍ଟମକୁ ଶକ୍ତିଶାଳୀ କରାଯିବ । ଯାହା ଓଡିଶାକୁ ଦେଶର ଶ୍ରେଷ୍ଠ ତିନୋଟି ଅର୍ଥନୈତିକ ବିକଶିତ ରାଜ୍ୟରେ ପରିଣତ କରିବ । ଖଣିଜ ଭିତ୍ତିକ ଶିଳ୍ପ ବ୍ୟତୀତ ସେମିକଣ୍ଡକ୍ଟର, ଆଇଟି ଶିଳ୍ପ, କୃତ୍ରିମ ବୁଦ୍ଧିମତା ଆଦି ସହିତ ନୂତନ ଯୁଗ, ବୈଷୟିକ ଏବଂ ନୂତନ ଅର୍ଥନୀତି ଉପରେ ଧ୍ୟାନ ଦିଆଯିବ । ଓଡ଼ିଶା ପୂର୍ବ ଭାରତର ଆଇଟି ରାଜଧାନୀ ହେବ । ଉତ୍ପାଦନ ନିବେଶକୁ ଆକର୍ଷିତ କରିବାରେ ଆମେ ଆଗେଇ ଆସିବା । ପରିବେଶ ଅନୁକୂଳ ପର୍ଯ୍ୟଟନ ପାଇଁ 100ଟି ସ୍ଥାନ ଉପରେ ଧ୍ୟାନ ଦିଆଯିବ । ଆଗାମୀ 10 ବର୍ଷରେ ସହରୀ ଜନସଂଖ୍ୟାକୁ ଦ୍ୱିଗୁଣିତ କରାଯିବ ।

4ଟି ମେଗା ସହରୀ କ୍ଲଷ୍ଟର ଯୋଜନା:- ଉତ୍ତମ ଗୁଣବତ୍ତା ସମ୍ପନ୍ନ ସୁବିଧା ସୁଯୋଗ ନିମ୍ନଲିଖିତ ଅଞ୍ଚଳଗୁଡିକ ପାଇଁ ଯୋଗାଇ ଦିଆଯିବ ।ସେମାନଙ୍କ ମଧ୍ୟରେ ଭୁବନେଶ୍ୱର-କଟକ- ଖୋର୍ଦ୍ଧା-ପୁରୀ କ୍ଲଷ୍ଟର, ସମ୍ବଲପୁର-ଝାରସୁଗୁଡା-ରାଉରକେଲା କ୍ଲଷ୍ଟର, ବାରିପଦା-ବାଲେଶ୍ୱର-ଭଦ୍ରକ କ୍ଲଷ୍ଟର ଏବଂ ବ୍ରହ୍ମପୁର-ଛତ୍ରପୁର-ଗୋପାଳପୁର କ୍ଲଷ୍ଟର । 20ଟି ପ୍ରମୁଖ ସହର ବଲାଙ୍ଗୀର, କୋରାପୁଟ-ଜୟପୁର, ବରଗଡ, ରାୟଗଡା, ଭବାନୀପାଟନା, ପାରାଦୀପ, ଢେଙ୍କାନାଳ, ଯୋଡା-ବଡ଼ବିଲ, କେନ୍ଦୁଝର, ଅନୁଗୋଳ, ମାଲକାନଗିରି, ନବରଙ୍ଗପୁର, ପାରଳାଖେମୁଣ୍ଡି, ଫୁଲବାଣୀ, ବୌଦ୍ଧ , ସୋନପୁର, ଦେବଗଡ, କେନ୍ଦ୍ରାପଡା ଓ ନୟାଗଡ଼କୁ ବିକଶିତ କରାଯିବ । ଏହି ସହରୀ କ୍ଲଷ୍ଟରଗୁଡ଼ିକ ଚାହିଦା ସୃଷ୍ଟି କରିବ ଏବଂ ଅର୍ଥନୈତିକ ଅଭିବୃଦ୍ଧିର କେନ୍ଦ୍ର ହେବ । ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଅନ୍ୟାନ୍ୟ ସୁବିଧା ସହିତ ଏକ ଅନ୍ତର୍ଜାତୀୟ ସହର ଭାବରେ ବିକଶିତ ହେବ । ବିମାନ ବନ୍ଦର ସହିତ 20ଟି ସମସ୍ତ ପ୍ରମୁଖ ସହର ସହିତ ଲକ୍ଷ୍ମୀ ବସ୍ ସଂଯୋଗ ରହିବ । ମେଟ୍ରୋ ଦ୍ୱାରା ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ ଏବଂ କଟକକୁ ସଂଯୋଗ କରିବ । ପର୍ଯ୍ୟାୟ କ୍ରମେ ସମ୍ପ୍ରସାରିତ ହେବ । ବିଜୁ ଅର୍ଥନୈତିକ କରିଡର ମାଧ୍ୟମରେ ପଶ୍ଚିମ ଏବଂ ଦକ୍ଷିଣ ଓଡିଶାର ବିକାଶ ଉପରେ ଆମର ବିଶେଷ ଧ୍ୟାନ ରହିବ ।

100 ୟୁନିଟ ମାଗଣା ବିଜୁଳି:- ଅଭିବୃଦ୍ଧି ଏବଂ ଦାରିଦ୍ର୍ୟ ହ୍ରାସ କରିବାରେ ଶକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଓଡିଶାର 75 ପ୍ରତିଶତ ପରିବାରର 100 ୟୁନିଟ କମ ବ୍ୟବହାର ଏବଂ ଅନ୍ୟ 10 ପ୍ରତିଶତ 100 ରୁ 150 ୟୁନିଟ୍ ବ୍ୟବହାର କରୁଛନ୍ତି । ଶକ୍ତି ସୁରକ୍ଷା ସହିତ ଏହି 85 -90% ଜନସଂଖ୍ୟାକୁ ଆଚ୍ଛାଦନ କରିବା ପାଇଁ ଶହେ ୟୁନିଟ ପର୍ଯ୍ୟନ୍ତ ଗ୍ରାହକମାନେ ଶୂନ ବିଲ ପାଇବେ । 100 ରୁ 150 ପର୍ଯ୍ୟନ୍ତ ପଚାଶ ୟୁନିଟ ପାଇଁ ରିହାତି ପାଇବେ । ଏହା କେବଳ ରାଜ୍ୟରେ ଶକ୍ତି ସୁରକ୍ଷା ବୃଦ୍ଧି କରିବ ନାହିଁ ବରଂ ବିଦ୍ୟୁତର ଦାୟିତ୍ବପୂର୍ଣ୍ଣ ବ୍ୟବହାରକୁ ମଧ୍ୟ ଉତ୍ସାହିତ କରିବ । ଏହା ସ୍ଥାୟୀ ଅଭିବୃଦ୍ଧି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ହେବ ।

ମଧ୍ୟବିତ୍ତଙ୍କୁ ବିଶେଷ ସୁବିଧା:- ଓଡ଼ିଶାର ଅଭିବୃଦ୍ଧି କାହାଣୀରେ ମଧ୍ୟବିତ୍ତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନଙ୍କୁ BSKY କଭରେଜ 20 ଲକ୍ଷ ପର୍ଯ୍ୟନ୍ତ ଗୃହ ଋଣ ଉପରେ ସୁଧ ସବଭେନ୍ସନ ଏବଂ ପିଲାମାନଙ୍କ ପାଇଁ ଛାତ୍ରବୃତ୍ତି ଓ ଉଚ୍ଚଶିକ୍ଷା ତଥା ସୁଲଭ ପରିବହନ ପାଇଁ ଋଣ ଉପରେ ସୁଧ ସବଭେନ୍ସନ ପ୍ରଦାନ କରି ସେମାନଙ୍କୁ ସଶକ୍ତ କରାଯିବ । ବିଦ୍ୟୁତ ସବସିଡି ମଧ୍ୟବିତ୍ତ ପରିବାର ପାଇଁ ମଧ୍ୟ ଲାଗୁ ହେବ । ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଉପରେ ପକେଟ ଖର୍ଚ୍ଚ ହ୍ରାସ ହେଲେ ସଞ୍ଚୟ ବୃଦ୍ଧି ପାଇବ । ଉଭୟ ଗ୍ରାମୀଣ ଏବଂ ସହରାଞ୍ଚଳରେ ଶିଳ୍ପାୟନ ଏବଂ ନିଯୁକ୍ତି ସୃଷ୍ଟି ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ଭିତରେ ନୂତନ ଆଶା ସଂଚାର କରିବ ।

ମିଶନ ଶକ୍ତି ମହିଳାଙ୍କ ପାଇଁ ପେନସନ ବ୍ୟବସ୍ଥା:- ଓଡ଼ିଶାର ଅଭିବୃଦ୍ଧି କାହାଣୀରେ ମହିଳାମାନେ ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନେ ଏହା ଜାରି ରଖିବେ । ବିନା ସୁଧରେ 15 ଲକ୍ଷ ପର୍ଯ୍ୟନ୍ତ ଋଣ ଯୋଗାଇ ଦେବାରେ ଏହା ଦେଶରେ ପ୍ରଥମ ରାଜ୍ୟ ହେବ । ଆସନ୍ତା 5 ବର୍ଷ ମଧ୍ୟରେ ଆମର SHG ଗୁଡ଼ିକୁ 1.5 ଲକ୍ଷ କୋଟି ଟଙ୍କାର ଆର୍ଥିକ ଲିଙ୍କେଜ ହାସଲ କରି 2500 କୋଟି ଟଙ୍କାର ସୁଧ ସେମାନଙ୍କ ନିକଟକୁ ଫେରାଇ ଦିଆଯିବ । ଏହା ସେମାନଙ୍କୁ ସେମାନଙ୍କର ବ୍ୟବସାୟକୁ ଇନ୍ଧନ ଦେବାରେ ସାହାଯ୍ୟ କରିବ । SHGରୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ରୂପାନ୍ତର ତ୍ୱରାନ୍ୱିତ କରିବ । SHGs କୁ ଆଗାମୀ 10 ବର୍ଷରେ 20,000 କୋଟିର ସରକାରୀ ବ୍ୟବସାୟ ଯୋଗାଇ ଦିଆଯିବ । ବ୍ୟକ୍ତିଗତ ମହିଳା ଉଦ୍ୟୋଗୀମାନଙ୍କୁ ସେମାନଙ୍କ ବ୍ୟବସାୟ ଆରମ୍ଭ ଏବଂ ବୃଦ୍ଧି ପାଇଁ 10 ଲକ୍ଷ ପର୍ଯ୍ୟନ୍ତ ସବସିଡିଯୁକ୍ତ ଋଣ ଯୋଗାଇବା ପାଇଁ ଶହେ କୋଟି ଟଙ୍କାର କର୍ପସ ପାଣ୍ଠି ସହିତ ସହାୟତା କରାଯିବ । ମିଶନ ଶକ୍ତି ମହିଳାଙ୍କ ପାଇଁ ପେନସନ ରହିବ । ସମସ୍ତ ତୃଣମୂଳ ସ୍ତରର ମହିଳା କର୍ମୀ, ସମ୍ପ୍ରଦାୟର ସହାୟତା କର୍ମଚାରୀ, ଅଙ୍ଗନୱାଡି କର୍ମୀ, ଏବଂ ଆଶା ଗୁଡିକ BSKY କଭରେଜ ଏବଂ ସାମାଜିକ ସୁରକ୍ଷା ପେନସନ ମଧ୍ୟ ପାଇବେ ।

ଅଭିବୃଦ୍ଧି ସହିତ ଅନ୍ତର୍ଭୁକ୍ତ ସର୍ବଦା ଆମର ଉଦ୍ଦେଶ୍ୟ । ଆଦିବାସୀ, ଜନଜାତି, ଓବିସି ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ସଶକ୍ତିକରଣ ସର୍ବାଧିକ ପ୍ରାଥମିକତା ଅଟେ । ସ୍ଵୟମ ନିଯୁକ୍ତି ଦିଗରେ ପ୍ରତିବର୍ଷ 10,000 ST, SC ଏବଂ OBC ଯୁବକମାନଙ୍କ ପାଇଁ 1,00,000 ଟଙ୍କାର ଅନୁଦାନ ପ୍ରଦାନ କରିବାକୁ 10 ବର୍ଷ ମଧ୍ୟରେ 1000 କୋଟି ପାଣ୍ଠି ପ୍ରଦାନ କରାଯିବ । ସେହିଭଳି, ଏସଟି, ଏସସି ଏବଂ ଓବିସିର ଯୁବକମାନଙ୍କ ମଧ୍ୟରେ ଉଦ୍ୟୋଗିତା 10,00,000 ଟଙ୍କା ପର୍ଯ୍ୟନ୍ତ ସୁଧ ଛାଡ ହେବ । ସ୍ଵଂୟମ ଋଣ ଅନୁଦାନରେ ପ୍ରାଥମିକତା ରହିବ । ଓବିସି, ସଂଖ୍ୟାଲଘୁ, ଏସସି ଏବଂ ଆଦିବାସୀ ଛାତ୍ରମାନଙ୍କ ପାଇଁ ଅଧିକ ହଷ୍ଟେଲ ବ୍ୟବସ୍ଥା ସହିତ ଶିକ୍ଷା ଏବଂ ଅଧିକ ନିଯୁକ୍ତି ଆଗକୁ ବଢାଇବ । ଲାଭ ଯୋଜନା ଦ୍ୱାରା ଛୋଟ ଜଙ୍ଗଲ ଉତ୍ପାଦନ ସଂଗ୍ରହରୁ ଆୟକୁ ତ୍ଵରାନିତ୍ଵ କରିବ । ମୁଖ୍ୟତ ଆଦିବାସୀଙ୍କୁ ଉତ୍ସାହିତ କରିବ । ଗ୍ରାମୀଣ ଗୃହ ଯୋଜନା ଅଧୀନରେ ସମସ୍ତ ଯୋଗ୍ୟ ପରିବାରକୁ 10 ଲକ୍ଷ ଘର ଯୋଗାଇ ଦିଆଯିବ ।

ଚାଷୀଙ୍କୁ 1.5 ଲକ୍ଷ ପର୍ଯ୍ୟନ୍ତ ଫସଲ ଋଣ ସୁଧମୁକ୍ତ:- କୃଷିର ସମଗ୍ର ଇକୋସିଷ୍ଟମ୍ ମଜଭୁତ ହେବ । କୃଷି ଉଦ୍ଦେଶ୍ୟରେ ମାଗଣା ବିଦ୍ୟୁତ ପ୍ରଦାନ କରାଯିବ । ଯାହା ସାରା ରାଜ୍ୟରେ କୃଷକମାନଙ୍କୁ ଉପକୃତ କରିବ । ଏହା ଉତ୍ପାଦନ ବୃଦ୍ଧି ଏବଂ ସେମାନଙ୍କର ଭାର ହ୍ରାସ କରିବାରେ ସାହାଯ୍ୟ କରିବ । ପିଲାମାନଙ୍କର ଶିକ୍ଷା ପାଇଁ ଛାତ୍ରବୃତ୍ତି ଏବଂ ନିର୍ଭରଶୀଳ ଝିଅ ବିବାହ ପାଇଁ 25,000 ସହାୟତା ସହିତ କାଳିଆ ଅନୁଦାନ ଜାରି ରହିବ । 1.5 ଲକ୍ଷ ପର୍ଯ୍ୟନ୍ତ ଫସଲ ଋଣ ସୁଧମୁକ୍ତ ହେବ । ମୌସୁମୀ ଅନିଶ୍ଚିତତାକୁ ଦୂର କରିବା ପାଇଁ ମତ୍ସ୍ୟଯିବି ସମ୍ପ୍ରଦାୟକୁ ବାର୍ଷିକ 15,000 ପ୍ରଦାନ କରାଯିବ ।

କଳିଙ୍ଗଶ୍ରୀ ଏବଂ କଳିଙ୍ଗ ଭୂଷଣ ପୁରସ୍କାର ନେଇ ଯୋଜନା:- ଆମର ଉପାସନା ସ୍ଥାନ, ଐତିହ୍ୟ ସ୍ଥଳ ଏବଂ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ ସହିତ ଜଡିତ ସ୍ଥାନଗୁଡିକ ସଂରକ୍ଷଣ କରିବା ପାଇଁ ଏକ ହେରିଟେଜ ବିକାଶ ପାଣ୍ଠି ଭାବରେ 1000 କୋଟିର ଏକ କର୍ପସକୁ ପୃଥକ କରାଯିବ । ଶାସ୍ତ୍ରୀୟ ଭାଷା ଭାବରେ ଓଡିଆର ବିକାଶ ଏବଂ ପ୍ରୋତ୍ସାହନ ପାଇଁ 100 କୋଟି ରଖାଯାଇଛି । ପଶ୍ଚିମ ଓଡ଼ିଶାର ଭାଷାର ବିକାଶ ତଥା ଗବେଷଣା, ଅଧ୍ୟୟନ ଏବଂ ଅନୁସନ୍ଧାନ ପାଇଁ 25 କୋଟି ଟଙ୍କାର କର୍ପସ ଫଣ୍ଡ ସହିତ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବୁ । ଓଡିଶାର ପ୍ରସିଦ୍ଧ ବ୍ୟକ୍ତିତ୍ୱ ସହିତ ସଂଯୁକ୍ତ 100ଗୋଟି ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟ ଭାବରେ ବିକଶିତ କରାଯିବ । ପଦ୍ମଶ୍ରୀ ଏବଂ ପଦ୍ମ ଭୂଷଣ ଭଳି ପ୍ରତିବର୍ଷ କଳିଙ୍ଗଶ୍ରୀ ଏବଂ କଳିଙ୍ଗ ଭୂଷଣ ପୁରସ୍କାର ପ୍ରଦାନ କରାଯିବ । ସମଗ୍ର ରାଜ୍ୟରେ ଭାଗବତ ଟୁଙ୍ଗିର ସଂରକ୍ଷଣ ପାଇଁ ଅର୍ଥ ଯୋଗାଇଦିଆଯିବ ।

ଏହା ବି ପଢନ୍ତୁ- ଆଜି ଆସିବ ବିଜେଡି ଇସ୍ତାହାର: କେଉଁ ବର୍ଗଙ୍କୁ ଅଧିକ ଫୋକସ, ତାହା ଉପରେ ନଜର

ଇଟିଭି ଭାରତ, ଭୁବନେଶ୍ବର

Last Updated : May 10, 2024, 9:24 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.