ETV Bharat / state

ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖରଙ୍କୁ ବିଜେଡିର ବଡ଼ ଦାୟିତ୍ବ , ଉପସଭାପତି ପଦ ସହ ଇସ୍ତାହାର କମିଟି ଅଧ୍ୟକ୍ଷ ନିଯୁକ୍ତ - BJD Vice president Chandra Sekhar

BJD Vice president Chandra sekhar sahu: ନିର୍ବାଚନ ପୂର୍ବରୁ ବିଜେଡିର ପରିବର୍ତ୍ତନ । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ମିଳିଲା ବଡ ଦାୟିତ୍ୱ । ଚନ୍ଦ୍ରଶେଖରଙ୍କୁ ଦଳର ଉପସଭାପତି ଏବଂ ଇସ୍ତାହାର କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

BJD Vice president
BJD Vice president
author img

By ETV Bharat Odisha Team

Published : Apr 3, 2024, 11:17 AM IST

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ପକ୍ଷରୁ ବଡ ପରିବର୍ତ୍ତନ କରାଯାଇଛି । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡିର ନୂତନ ଉପସଭାପତି ଦାୟିତ୍ୱ ଦିଆଯାଇଛି । ଏହାସହ ସେ ବିଜୁ ଜନତା ଦଳର ଇସ୍ତାହାର କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ଏ ନେଇ ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ ବ୍ରହ୍ମପୁର ସାଂସଦ ଅଛନ୍ତି ଚନ୍ଦ୍ରଶେଖର ।

ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ଦେଇଛନ୍ତି । ରାଜନୈତିକ ଦୃଷ୍ଟିକୋଣରୁ ବହୁତ ମହତ୍ତ୍ଵ ରଖୁଛି । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ବିଜୁ ଜନତା ଦଳର ଉପସଭାପତି ଭାବେ ନିଯୁକ୍ତି ମିଳିଛି । ଏହା ସହିତ ସେ ଦଳୀୟ ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ହୋଇଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି (ବୁଧବାର) ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ନବୀନଙ୍କ ଅନୁମୋଦିତ ଏକ ବିଜ୍ଞପ୍ତି ଦଳର ସାଧାରଣ ସମ୍ପାଦକ ତଥା ବ୍ରହ୍ମପୁର ଲୋକସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ମାନସ ରଞ୍ଜନ ମଙ୍ଗରାଜଙ୍କ ପକ୍ଷରୁ ପ୍ରକାଶ ପାଇଛି ।

ଏହାମଧ୍ୟ ପଢନ୍ତୁ.. ବିଜେପି ସହ 23 ବର୍ଷର ସଂପର୍କ ତୁଟାଇଲେ ଭୃଗୁ ବକ୍ସିପାତ୍ର: ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା - Bhrugu Baxipatra Quits Bjp

BJD Vice president
BJD Vice president

ଅନ୍ୟପଟେ ବୁଧବାର ସକାଳୁ ସକାଳୁ ବିଜେପି ନେତା ତଥା ଗତ ନିର୍ବାଚନରେ ବ୍ରହ୍ମପୁରରୁ ଦଳର ପ୍ରାର୍ଥୀ ହୋଇଥିବା ଭୃଗୁ ବକ୍ସିପାତ୍ର ଇସ୍ତଫା ଦେଇଛନ୍ତି । ଭୃଗୁ ବକ୍ସିପାତ୍ରଙ୍କ ଇସ୍ତଫା ପରେ ରାଜ୍ୟ ରାଜନୀତି, ବିଶେଷ କରି ଗଞ୍ଜାମ ଜିଲ୍ଲା ରାଜନୀତି ଅଧିକ ସରଗରମ ହୋଇଛି । ଆଜି ଭୃଗୁ ବିଜେଡିରେ ସାମିଲ ହେବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଯଦି ଭୃଗୁ ବିଜେଡିରେ ସାମିଲ ହୁଅନ୍ତି ତେବେ ସେ ବିଜେଡିରୁ ନିର୍ବାଚନ ଲଢ଼ିବା ନେଇ ସମ୍ଭାବନା ଅଧିକ ରହିଛି । ଭୃଗୁଙ୍କୁ ବିଜେଡି ବ୍ରହ୍ମପୁର ଲୋକସଭା କିମ୍ବା ବ୍ରହ୍ମପୁର ବିଧାନସଭା ନିର୍ବାଚନ ଲଢେଇବା ସମ୍ଭାବନା ରହିଛି ।

ସେହିପରି ଆଉ ଏକ ଆକଳନ ଅନୁସାରେ ଭୃଗୁ ବିଜେଡ଼ିରେ ସାମିଲ ହେବା ପରେ ତାଙ୍କ ଭଉଣୀ ତଥା ଲୋପାମୁଦ୍ରା ବକ୍ସିପାତ୍ର ବ୍ରହ୍ମପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବା ନେଇ ମଧ୍ୟ ଚର୍ଚ୍ଚା ଜାରି ରହିଛି । ତେବେ ଅନେକ ଆକଳନ ଭିତରେ ଆଉ କିଛି ଦିନ ଭିତରେ ସବୁ କିଛି ସ୍ପଷ୍ଟ ହୋଇଯିବ । ତେଣୁ ଏହି ସବୁ ସମୀକରଣକୁ ଦୃଷ୍ଟିରେ ରଖି ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ନୂଆ ନିଯୁକ୍ତି ଦେଇଛି ବୋଲି ଚର୍ଚ୍ଚା ହେଉଛି । ଚନ୍ଦ୍ରଶେଖର ସାହୁ 2019 ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ । ଦଳ ତାଙ୍କୁ ଗତ ନିର୍ବାଚନରେ ବ୍ରହ୍ମପୁର ଆସନରୁ ସାଂସଦ ପଠାଇଥିଲା ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.