ETV Bharat / state

ପ୍ରତିଶ୍ରୁତି ନ ହେଉ ପ୍ରତାରଣା; 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ଛାଡ଼ କଥା ମନେ ପକାଇଲା ବିଜେଡି, ମନମୋହନ କହିଲେ ଇସ୍ତାହାର ଠିକରେ ପଢିନି ବିଜେଡି - MLA Pratap Deb On Free Electricity

MLA Pratap Deb On Free Electricity: ବିଜେଡି ସରକାର ଆସିଥିଲେ ଆଜି ରାଜ୍ୟରେ 100 ୟୁନିଟ ପର୍ଯ୍ୟନ୍ତ ବିଜୁଳି ଛାଡ଼ ଉପରେ ବାଜିଥାନ୍ତା ମୋହର । କିନ୍ତୁ ଏବେ ରାଜ୍ୟରେ ଅଛି ବିଜେପି ସରକାର । ତେବେ ନିର୍ବାଚନ ବେଳେ ବିଜେପି ବିଜୁଳି ବିଲ୍‌ 300 ୟୁନିଟ ପର୍ଯ୍ୟନ୍ତ ଛାଡ଼ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଯାହାକୁ ଆଜି ମନେ ପକାଇଦେଇଛି ବିଜେଡି । ସେପଟେ ବିଜେଡିକୁ କଡା ଜବାବ ଦେଇଛନ୍ତି ମନମୋହନ ସାମଲ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 1, 2024, 4:31 PM IST

Updated : Jul 1, 2024, 10:42 PM IST

MLA Pratap Deb On Free Electricity
MLA Pratap Deb On Free Electricity (ETV Bharat Odisha)

ଭୁବନେଶ୍ବର: ଆଜି ହେଉଛି ଜୁଲାଇ 1 ତାରିଖ । 100 ୟୁନିଟ ପର୍ଯ୍ୟନ୍ତ ବିଜୁଳି ଛାଡ଼ ନିଷ୍ପତ୍ତି ଉପରେ ବାଜିଥାନ୍ତା ମୋହର । ଯଦି ନବୀନ ପଟ୍ଟନାୟକ ଷଷ୍ଠ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଥାନ୍ତେ, ତେବେ ରାଜ୍ୟର ଏହି ବଡ଼ ପ୍ରତିଶ୍ରୁତି ପୂରଣ ହୋଇଥାନ୍ତା । 300 ୟୁନିଟ ବିଜୁଳି ଛାଡିବାକୁ ପ୍ରତିଶ୍ରୁତି ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତା । ତେଣୁ ବିଜୁଳି ନେଇ ବିଜେପି ଦେଇଥିବା ପ୍ରତିଶ୍ରୁତି ନ ଭୁଲିବା ଲାଗି ମୋହନ ସରକାରଙ୍କୁ ସଚେତନ ଓ ଚେତେଇ ଦେଇଛନ୍ତି ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ ।

ପ୍ରତିଶ୍ରୁତି ନ ହେଉ ପ୍ରତାରଣା; 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ଛାଡ଼ କଥା ମନେ ପକାଇଲା ବିଜେଡି (ETV Bharat Odisha)

ସାଧାରଣ ନିର୍ବାଚନରେ ବିଜୁଳିକୁ ନେଇ ବଡ଼ ଘୋଷଣା କରିଥିଲା ବିଜୁ ଜନତା ଦଳ । ରାଜ୍ୟର ଅଭିବୃଦ୍ଧି ଏବଂ ଦାରିଦ୍ର୍ୟ ହ୍ରାସ କରିବାରେ ବିଜୁଳି ଶକ୍ତି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଓଡ଼ିଶାର 75 ପ୍ରତିଶତ ପରିବାରର 100 ୟୁନିଟରୁ କମ ଏବଂ ଅନ୍ୟ 10 ପ୍ରତିଶତ 100ରୁ 150 ୟୁନିଟ ବ୍ୟବହାର କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିଜୁଳିକୁ ନେଇ ପ୍ରତିଶ୍ରୁତି ରଖିଥିଲା ବିଜେଡି । ଶକ୍ତି ସୁରକ୍ଷା ସହିତ 85-90 ପ୍ରତିଶତ ଜନସଂଖ୍ୟାକୁ ଆଚ୍ଛାଦନ କରିବା ପାଇଁ 100 ୟୁନିଟ ପର୍ଯ୍ୟନ୍ତ ଗ୍ରାହକଙ୍କ ବିଜୁଳି ବିଲ୍‌ ଶୂନ ହେବ ବୋଲି ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା ଦଳ । ସେହିପରି 100ରୁ 150 ପର୍ଯ୍ୟନ୍ତ 50 ୟୁନିଟ ପାଇଁ ରିହାତି ପାଇବେ । ସରକାରକୁ ଆସିଲେ ଜୁଲାଇ 1ରୁ ଲାଗୁ ହେବ ବୋଲି ବିଜେଡି ପକ୍ଷରୁ କୁହାଯାଇଥିଲା । ଆଜି ଜୁଲାଇ 1 କିନ୍ତୁ କ୍ଷମତାରୁ ଦୂରରେ ଅଛି ବିଜେଡି ।

ଏହା ବି ପଢନ୍ତୁ- ବିଜେଡି ଇସ୍ତାହାର: '୧୦୦ ୟୁନିଟ ବିଜୁଳି ମାଗଣା, 2034 ସୁଦ୍ଧା ଓଡ଼ିଶା ନଂ1 ରାଜ୍ୟ'

ବିଜେଡିର ବରିଷ୍ଠ ନେତା ତଥା ଆଳି ବିଧାୟକ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ନିର୍ବାଚନ ପ୍ରକ୍ରିୟା ଚାଲିଥିଲା । ବିଜୁ ଜନତା ଦଳ ପକ୍ଷରୁ ଇସ୍ତାହାର ମଧ୍ୟ ଦିଆଯାଇଥିଲା । ସେତେବେଳେ ଆମେ କହିଥିଲୁ ଜୁଲାଇ 1 ତାରିଖରୁ ବିଜୁଳି ବିଲ୍‌ ଦେବାକୁ ପଡିବ ନାହିଁ । ପ୍ରଥମ 100 ୟୁନିଟ ପର୍ଯ୍ୟନ୍ତ ଆମେ ମାଗଣା ବିଜୁଳି ଦେବୁ । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବେ । ଏହି ପ୍ରସ୍ତାବରେ ହସ୍ତାକ୍ଷର କରିବେ । ଠିକ ସେହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ଆରମ୍ଭ କରି ବିଜେପି ପକ୍ଷରୁ ମଧ୍ୟ କୁହାଗଲା ବିଜୁଳି ବିଲ୍‌ 300 ୟୁନିଟ ପର୍ଯ୍ୟନ୍ତ ଛାଡ଼ କରିବେ । ରାଜ୍ୟ ସରକାରଙ୍କୁ ସୂଚେଇ ଦେବାକୁ ଚାହୁଁଛି ଯେ, ଆଜି ହେଉଛି ଜୁଲାଇ 1 ।

ଏହା ବି ପଢନ୍ତୁ- ରାଜଧାନୀରେ ନବୀନଙ୍କ ମେଗା ରୋଡ ସୋ, ଜୁଲାଇରୁ ମାଗଣା ବିଜୁଳି ଘୋଷଣା

ସେ କହିଛନ୍ତି ଯେ, ଆମେ ଆଶା କରୁଛୁ ବିଜେପି ଓଡ଼ିଶାର ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବ । ପ୍ରତିଶ୍ରୁତି ପ୍ରତାରଣା ନହେଉ । ପ୍ରତିଶ୍ରୁତି ପାଣିର ଗାର ନହେଉ । କହିବାର ଉଦ୍ଦେଶ୍ୟ ହେଉଛି ଯେ, ସରକାରକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦର ସଦସ୍ୟ ମାନେ ଉକ୍ତି ରଖିଛନ୍ତି ଯେ, ନିର୍ବାଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ଆଗେ ପାଳନ କରାଯିବ । ସେହି ଶୃଙ୍ଖଳାରର ବିଜେପି ବିଜୁଳି ସମ୍ପର୍କିତ ପ୍ରତିଶ୍ରୁତି ମଧ୍ୟ ଦେଇଛି । 5 ତାରିଖରୁ ନୂଆ ସରକାର ଆସିବାଠାରୁ ବିଜୁଳି ସମ୍ପର୍କରେ ବିଜେପି ନେତା ମାନେ ମୁହଁ ଖୋଲି ନାହାନ୍ତି । ବିଜୁଳି ନେଇ ଦେଇଥିବା ପ୍ରତିଶ୍ରୁତି ନ ଭୁଲିବା ଲାଗି ସରକାରଙ୍କୁ ସଚେତନ ଓ ଚେତେଇବା ଲାଗି ବିଜୁ ଜନତା ଦଳ ପକ୍ଷରୁ ଆମେ ଆହ୍ଵାନ ଦେଉଛୁ ।

ସେପଟେ ବିଜେଡିର ପ୍ରେସମିଟ ପରେ ଏହାକୁ କାଉଣ୍ଟର କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ ପ୍ରତିକ୍ରିୟାରେ କହିଛନ୍ତି, ‘ସେମାନେ ବୋଧହୁଏ ବିଜେପିର ଇସ୍ତାହାରକୁ ଠିକ ଭାବେ ପଢି ନାହାନ୍ତି । କେନ୍ଦ୍ର ବଜେଟ ଆସିଲା ପରେ ଏହା କାର୍ଯ୍ୟକାରୀ ହେବ ମୋଦି ଯାହା କୁହନ୍ତି ତାହା କରନ୍ତି । ମୁଁ କାହାକୁ ବିରୋଧ କରି କହିବା ରିମାର୍କ ଦେବା ଠିକ ହେବନାହିଁ । କେବଳ ଏତିକି କହି ପାରିବି ମୋଦି ସରକାରରର ତୃତୀୟ ପାଳିର ଯେଉଁ ପ୍ରଥମ ବଜେଟ ହେବ ଆମେ କେନ୍ଦ୍ରରେ ମଧ୍ୟ ଲେଖିଛୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୭୫ ହଜାର ଟଙ୍କା ଦିଆଯିବ । ସୋଲାର ସିଷ୍ଟମ ମାଧ୍ୟମରେ ସେମାନେ ବ୍ୟବହାର କରିବେ । ଯେଉଁ ବିଜୁଳି ଲୋକଙ୍କର ବଳି ପଡ଼ିବ ସୋଲାର ସିଷ୍ଟମରେ ତାକୁ ସରକାର କିଣିବେ ଓ ସେ ବ୍ୟକ୍ତିଙ୍କୁ ଟଙ୍କା ମିଳିବ। କେନ୍ଦ୍ର ବଜେଟ ଆସିଲା ପରେ ଏହା କାର୍ଯ୍ୟକାରୀ ହେବ ମୋଦି ଯାହା କୁହନ୍ତି ତାହା କରନ୍ତି।’

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 1, 2024, 10:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.