ETV Bharat / state

‘ଦୁଇଜଣଙ୍କ ପାଇଁ ବିଜେଡିର ଏହି ଅବସ୍ଥା’: ମନ୍ତବ୍ୟ ଝଡ ସୃଷ୍ଟି କରିବା ପରେ ଏମିତି କହିଲେ ପ୍ରଭାତ - PRAVAT BISWAL REACTION

BJD leaders Pravat Biswal reaction on controversial statement: ମନ୍ତବ୍ୟ ଝଡ ସୃଷ୍ଟି କରିବା ପରେ ଇଟିଭି ଭାରତରେ ପ୍ରଭାତ ବିଶ୍ବାଳଙ୍କ ପ୍ରତିକ୍ରିୟା । ଶୁଣନ୍ତୁ କଣ କହିଲେ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 3, 2024, 2:13 PM IST

‘ଦୁଇଜଣଙ୍କ ପାଇଁ ବିଜେଡିର ଏହି ଅବସ୍ଥା’: ମନ୍ତବ୍ୟ ଝଡ ସୃଷ୍ଟି କରିବା ପରେ ଏମିତି କହିଲେ ପ୍ରଭାତ
‘ଦୁଇଜଣଙ୍କ ପାଇଁ ବିଜେଡିର ଏହି ଅବସ୍ଥା’: ମନ୍ତବ୍ୟ ଝଡ ସୃଷ୍ଟି କରିବା ପରେ ଏମିତି କହିଲେ ପ୍ରଭାତ (ETV Bharat Odisha)

କଟକ: ରାଜ୍ୟରେ ବିଜେଡି ବିପର୍ଯ୍ୟୟ ପାଇଁ ଦୁଇ ଜଣ ଦାୟୀ ! ତେବେ କିଏ ଏହି ଦୁଇ ଜଣ, ଯାହା ପାଇଁ ବିଜେଡିର ଏହି ଭଳି ପରିସ୍ଥିତି ସୃଷ୍ଟି ହେଲା ! ବଡ଼ କଥା ହେଉଛି ଏକଥା ବିଜେଡିର ବରିଷ୍ଠ ନେତା ପ୍ରଭାତ ରଞ୍ଜନ ବିଶ୍ୱାଳ କହିଛନ୍ତି । ଯଦିଓ ଏହି ଦୁଇଜଣ କି’ଏ ବୋଲି ନାଁ ପ୍ରକାଶ କରି ନାହାନ୍ତି ପ୍ରଭାତ, ତଥାପି ତାଙ୍କ ଏପରି ବୟାନକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି ।

ସେହିପରି ବିଜେଡିର ସାଙ୍ଗଠନିକ ସମ୍ପାଦକ ବବି ଦାସଙ୍କୁ ନେଇ ମଧ୍ୟ ବିସ୍ପୋରକ ବୟାନ ଦେଇଛନ୍ତି ପ୍ରଭାତ । ବବି ଦାସଙ୍କ ଉପରେ ସେ ଅଭିମାନ କରିଛନ୍ତି । କାହିଁକି ଅଭିମାନ କରିଛନ୍ତି ପ୍ରଭାତ ! ଯଦିଓ ଏନେଇ ପ୍ରଭାତ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ଦେଇନାହାନ୍ତି, ତଥାପି ବବି ଦାସଙ୍କ ଉପରେ ତାଙ୍କର ଅଭିମାନ ଥିବା ନେଇ ‘ଇଟିଭି ଭାରତ’କୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ପ୍ରଭାତ । ବବି ଦାସ ଏବଂ ତାଙ୍କ ମାଙ୍କ ପରାଜୟକୁ ନେଇ ଯେଉଁ ଚର୍ଚ୍ଚା ହେଉଛି ସେନେଇ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ପ୍ରଭାତ । ବବିଙ୍କ ମା’ଙ୍କୁ ସେ ସବୁବେଳେ ସମ୍ମାନ ଦେଇଥାନ୍ତି । ତାଙ୍କ ସମ୍ପର୍କରେ ମଧ୍ୟ ସେ କିଛି କହି ନାହାନ୍ତି ବୋଲି ପ୍ରଭାତ କହିଛନ୍ତି ।

ବିଜେଡିକୁ ପୂର୍ବରୁ ସତର୍କ କରାଇଥିଲେ ପ୍ରଭାତ !

ରାଜ୍ୟରେ ବିଜେଡି ର ସ୍ଥିତି ଭଲ ନଥିବା ନେଇ କୁଆଡେ ଦଳର ସୁପ୍ରିମଙ୍କୁ ପୂର୍ବରୁ ଅବଗତ କରିଥିଲେ ପ୍ରଭାତ । ଦୀର୍ଘ ୫ବର୍ଷ ପୂର୍ବରୁ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଙ୍କୁ ପ୍ରଭାତ ଅବଗତ କରାଇଥିଲେ । ଏକଥା ଆମେ କହୁ ନାହୁଁ । ବରଂ ପ୍ରଭାତ ବିଶ୍ୱାଳ ଇଟିଭି ଭାରତକୁ କହିଛନ୍ତି । ରାଜ୍ୟରେ ବିଜେପି ଭଲ ପ୍ରଦର୍ଶନ କରିପାରେ ବୋଲି କୁଆଡେ ସେ ସତର୍କ କରାଇଥିଲେ । ନିର୍ବାଚନ ଦୁଇ ମାସ ପୂର୍ବରୁ ମଧ୍ୟ ଏନେଇ ପୁନର୍ବାର ଦଳର ସୁପ୍ରିମଙ୍କୁ ସତର୍କ କରାଇଥିଲେ ପ୍ରଭାତ ।ମାତ୍ର ଆଣ୍ଟି- ଅନକମ୍ବେନ୍ସି ପାଇଁ ଦଳର ବିପର୍ଯ୍ୟୟ ଘଟିଲା ବୋଲି ପ୍ରଭାତ କହିଛନ୍ତି । ତେବେ ଏନେଇ ପ୍ରଭାତ ବିଶ୍ୱାଳ ଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ ।

ଏହା ମଧ୍ୟ ପଢନ୍ତୁ :- ହାଥରସ ଟ୍ରାଜେଡି: କିଏ ଏହି ଆତ୍ମଘୋଷିତ ଭୋଲେ ବାବା, ପୋଲିସ ଚାକିରିରୁ କିପରି ହେଲେ ଧର୍ମଗୁରୁ - who is Bhole Baba

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତକାଲି ଆୟୋଜିତ ଏକ କରାଯାଇଥିବା ଏକ କାର୍ଯ୍ୟକ୍ରମରେ ପ୍ରଭାତ କହିଥିଲେ । ଏହା ପରେ ବିବାଦ ଦେଖାଯାଇଥିଲା । ଅବଶ୍ୟ ଏସମ୍ପର୍କରେ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନି । ନିର୍ବାଚନରେ ବିଜେଡି ଧରାସାୟୀ ହେବା ପରେ ଅଧିକାଂଶ ନେତା ପାଣ୍ଡିଆନଙ୍କ ଭୂମିକାକୁ ଦାୟୀ କରୁଥିବା ବେଳେ କେହି ସିଧାସଳଖ ପ୍ରତିକ୍ରିୟା ରଖୁନାହାନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.