ETV Bharat / state

ପ୍ରସନ୍ନ ଆଚାର୍ଯ୍ୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର, ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବରକୁ କରାଯିବ ଏୟାରଲିଫ୍ଟ

author img

By ETV Bharat Odisha Team

Published : Mar 15, 2024, 12:23 PM IST

Prasanna Acharya to be airlifted to Bhubaneswar: ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ଏୟାରଲିଫ୍ଟ ହେବେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । ଗତକାଲି ବିଳମ୍ବିତ ରାତିରେ ସଡକ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ । ଅଧିକ ପଢନ୍ତୁ

Etv Bharat
Etv Bharat

ସମ୍ବଲପୁର: ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯିବ । ସେ ଏବେ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବାବେଳେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ସମ୍ବଲପୁରରୁ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯିବ ବୋଲି ସୂଚନା ମିଳିଛି । ପ୍ରସନ୍ନଙ୍କ ମୁଣ୍ଡ, ଆଖି ଓ କାନରେ ଗଭୀର ଆଘାତ ଲାଗିଛି । ସେପଟେ ଏହି ବରିଷ୍ଠ ବିଜେଡି ନେତାଙ୍କ ଦୁର୍ଘଟଣା ଖବର ପାଇ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ବିଜେପି ନେତା ପ୍ରମୋଦ ରଥ, ରାଜ୍ୟ ବିଜେଡି ମୁଖପାତ୍ର ସଞ୍ଜୟ ବାବୁ, ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଏସପି ମୁକେଶ ଭାମୁ, ଉତ୍ତରାଞ୍ଚଳ RDC, DIG ହିମାଂଶୁ ଲାଲ ପ୍ରମୁଖ ବ୍ୟକ୍ତି ସମ୍ବଲପୁର ହସ୍ପିଟାଲରେ ପହଞ୍ଚିଛନ୍ତି ।

ପ୍ରସନ୍ନ ଆଚାର୍ଯ୍ୟଙ୍କ ପରିବାର ଲୋକ ହସ୍ପିଟାଲରେ ପହଞ୍ଚି ସାରିଥିବା ବେଳେ ଡାକ୍ତରମାନଙ୍କ ସହ ଆଲୋଚନା କରିଛନ୍ତି l ତେବେ ଏହି ଦୁର୍ଘଟଣା ନେଇ ଡ୍ରାଇଭର କହିଛନ୍ତି ଯେ, ଗାଡି ପାଖାପାଖି 70 ସ୍ପିଡ଼ରେ ଚାଲିଥିଲା । ଲୁହାପଙ୍କଠାରେ ସାମ୍ନାରୁ ଆସୁଥିବା ଟ୍ୟାଙ୍କର ଗାଡି ଡିପର(ଲାଇଟ) ନଦେବାରୁ ଡ୍ରାଇଭର କିଛି ଦେଖି ପାରିନଥିଲେ ଏବଂ ଏହି ଦୁର୍ଘଟଣା ଘଟିଥିଲା l ଅନ୍ୟପଟେ ଏସପି ମୁକେଶ ଭାମୁ କହିଛନ୍ତି ଯେ, ଦୁର୍ଘଟଣା ଘଟାଇଥିବା ଭରିଯାନକୁ ଜବତ କରାଯାଇଥିବା ବେଳେ ଏହାର ଡ୍ରାଇଭରକୁ ମଧ୍ୟ ଅଟକ ରଖାଯାଇଛି l ଦୁର୍ଘଟଣା କେମିତି ଘଟିଲା ତାହାର ତଦନ୍ତ ହେବ ବୋଲି ଏସପି କହିଛନ୍ତି । ସେହିପରି ପ୍ରସନ୍ନଙ୍କୁ ଭେଟିବାକୁ ହସ୍ପିଟାଲକୁ ଆସିଥିବା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସଡ଼କ ଦୁର୍ଘଟଣାରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର; ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ପ୍ରସନ୍ନ ଆଚାର୍ଯ୍ୟ ଭୁବନେଶ୍ୱରରୁ ବରଗଡ଼ ଫେରିବା ବାଟରେ ରେଢାଖୋଲ ସ୍ଥିତ ଲୁହାପଙ୍କ ନିକଟରେ ତାଙ୍କର କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସାମ୍ନା ପଟୁ ଆସୁଥିବା ଏକ ଗ୍ୟାସ ବୋଝେଇ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା ତାଙ୍କ କାର୍ । ଏଥିରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ତାଙ୍କର ପିଏସଓ ଗୁରୁତର ଆହତ ହୋଇଥିଲେ । ଉଭୟଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ରେଢାଖୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ବିଜେଡି ନେତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ଏୟାରଲିଫ୍ଟ କରାଯିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.