ETV Bharat / state

୨୦୨୪ ନିର୍ବାଚନରେ EVM ଟାମ୍ପରିଂ ଅଭିଯୋଗ ଆଣିଲା ବିଜେଡି, ଜବାବ ରଖିଲା ବିଜେପି - BJD alleges EVM Tampering

author img

By ETV Bharat Odisha Team

Published : Aug 10, 2024, 8:52 AM IST

BJD alleges EVM Tampering in 2024 Election: ୨୦୨୪ ନିର୍ବାଚନରେ ଇଭିଏମ ଟାମ୍ପରିଂ ଅଭିଯୋଗ ଆଣିଲା ବିଜେଡ଼ି । ଗଣତନ୍ତ୍ର ପ୍ରତି ବିଜେପିର ଏହା ଷଡଯନ୍ତ୍ର ବୋଲି କହିଲେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର । ଅଧିକ ପଢନ୍ତୁ

୨୦୨୪ ନିର୍ବାଚନରେ EVM ଟାମ୍ପରିଂ ଅଭିଯୋଗ ଆଣିଲା ବିଜେଡି, ଜବାବ ରଖିଲା ବିଜେପି
୨୦୨୪ ନିର୍ବାଚନରେ EVM ଟାମ୍ପରିଂ ଅଭିଯୋଗ ଆଣିଲା ବିଜେଡି, ଜବାବ ରଖିଲା ବିଜେପି (ETV Bharat Odisha)

ଭୁବନେଶ୍ବର: ସାଧାରଣ ନିର୍ବାଚନ ସ୍ଵଚ୍ଛତାକୁ ନେଇ ବଡ ଅଭିଯୋଗ ଆଣିଛି ବିଜେଡ଼ି । ଶଙ୍ଖ ଭବନରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି ବିଜେଡ଼ି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଇଭିଏମ, ନିର୍ବାଚନ ଆୟୋଗଙ୍କ ସ୍ଵଚ୍ଛତାକୁ ନେଇ ସେ ଉଠାଇଛନ୍ତି ପ୍ରଶ୍ନ । ଇଭିଏମରେ ପଡିଥିବା ଭୋଟ ଓ କାଉଣ୍ଟ ହୋଇଥିବା ଭୋଟ ଭିତରେ 5 କୋଟିର ବ୍ୟବଧାନ ଅଛି । ନଚେତ୍ ଓଡ଼ିଶାର 18 ସହ ଦେଶର 79ଟି ସାଂସଦ କ୍ଷେତ୍ରରେ ଫଳାଫଳ ଭିନ୍ନ ହୋଇଥାନ୍ତା । ଗଣତନ୍ତ୍ର ପ୍ରତି ବିଜେପିର ଏହା ଷଡଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି । ବିଜେଡି ଅଭିଯୋଗର ଜବାବ ରଖିଛନ୍ତି ବିଜେପିର ଆସ୍କା ବିଧାୟକ ସରୋଜ କୁମାର ପାଢୀ ।

ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, "ଏଡିଆର ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ମତଦାନ ଭୋଟ ଓ ଗଣତି ଭୋଟ ଭିତରେ 5 କୋଟିର ବ୍ୟବଧାନ ଅଛି । ଫଳରେ ଓଡିଶାର 18 ସମେତ ଦେଶର 79 ସଂସଦୀୟ କ୍ଷେତ୍ରରେ ଫଳାଫଳ ଉପରେ ଏହାର ପ୍ରଭାବ ପଡିଛି । ନିର୍ବାଚନ ଫଳାଫଳ ଅଲଗା ହୋଇଥିଲେ ବିଜେପି କେନ୍ଦ୍ରରେ ସରକାରରେ ନଥାନ୍ତା । ଇଭିଏମ ଓ ଇସିଆଇଙ୍କ ସ୍ଵଚ୍ଛତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଗଣତନ୍ତ୍ର ପ୍ରତି ବିଜେପିର ଏହା ଷଡଯନ୍ତ୍ର । ଓଡ଼ିଶା ଓ ଆନ୍ଧ୍ରରେ ବିଜେପି ଏହି ଷଡଯନ୍ତ୍ର କରିଛି । ଗଣତନ୍ତ୍ରର ବେକ ମୋଡି ଦେଇଛି । ଲୋକ ଭୋଟ ଦେଇଛନ୍ତି କିନ୍ତୁ ସେମାନଙ୍କ ଠାରୁ ଗଣତନ୍ତ୍ର ଅଧିକାର ଛଡାଇ ନେଇଛି ବିଜେପି । ଏହା ଗଣତନ୍ତ୍ର ବ୍ୟବସ୍ଥାରେ କଳଙ୍କିତ ଅଧ୍ୟାୟ ।"

ଲେଖାଶ୍ରୀ ଆହୁରି କହିଛନ୍ତି, "ଓଡ଼ିଶାରେ ବିଜେପି 2019 ନିର୍ବାଚନରେ ମାତ୍ର 8ଟି ଲୋକସଭା ଆସନ ଜିତିଥିଲା । ଏଥର 21ରୁ 20 ଲୋକସଭା ଆସନ ଜିତିବା ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରୁଛି । ବିଜେଡି 12ରୁ ଶୂନ୍ୟ ହୋଇଯିବା ଆଶ୍ଚର୍ଯ୍ୟଜନକ । ଲୋକଙ୍କ ମତକୁ ବିଜେଡି ସ୍ବୀକାର କରିଛି । 2019 ନିର୍ବାଚନରେ ଏ କଥା ଆସିଥିଲା କିନ୍ତୁ ଚଳିତ ବର୍ଷ ରିପୋର୍ଟରେ 5 କୋଟି ଭୋଟ ବ୍ୟବଧାନ ରହିଛି । ଇଭିଏମକୁ ନେଇ ମାମଲା ସୁପ୍ରିମକୋର୍ଟରେ ଚାଲିଛି । ନିର୍ବାଚନ ଆୟୋଗ ନିର୍ବାଚନ ପରିଚାଳନା କରୁଛନ୍ତି । କିଛି ହେରଫେର ହୋଇପାରିବ ନାହିଁ ବୋଲି କେନ୍ଦ୍ର ସରକାର କହୁଛନ୍ତି । କିନ୍ତୁ କିଛି ନିର୍ଦ୍ଧିଷ୍ଟ କାରଣରୁ ନିର୍ବାଚନ ପ୍ରକ୍ରିୟା ଉପରେ ସନ୍ଦେହ ହେଉଛି ।

ଏହା ମଧ୍ୟ ପଢନ୍ତୁ: ବିଜୁବାବୁଙ୍କୁ ଅସମ୍ମାନ ଓଡ଼ିଶାରେ ବାଂଲାଦେଶ ଭଳି ସମସ୍ୟା ଆଣିବ, ସଂତୃପ୍ତଙ୍କ ବୟାନକୁ ନେଇ କଡ଼ା ଜବାବ ରଖିଲା ବିଜେପି - BJP Targets Santrupt Misra

ଲେଖାଶ୍ରୀ କହିଛନ୍ତି, "ନିର୍ବାଚନ ଆୟୋଗ ଚୟନ କମିଟିରୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ବାହାର କରିଦିଆଗଲା । ଏନେଇ ମାମଲା ସୁପ୍ରିମକୋର୍ଟରେ ରହିଛି । ସେହିପରି ନିର୍ବାଚନ ଆୟୋଗର ତିନି ଜଣ ସଦସ୍ୟଙ୍କ ମଧ୍ୟରୁ ଜଣେ ଅରୁଣ ଗୋଏଲ ହଠାତ ଇସ୍ତଫା ଦେଲେ । ଇସ୍ତଫାର କାରଣ ସ୍ପଷ୍ଟ ହେଲା ନାହିଁ । ନିର୍ବାଚନ ଆୟୋଗ ରାଜୀବ କୁମାରଙ୍କୁ ଛାଡି ଦେଲେ ଆଉ ଦୁଇ ଜଣ ସଦସ୍ୟ ନୂଆ ଥିଲେ । ନିର୍ବାଚନ ବାବଦରେ ଜାଣିବାକୁ ସେମାନଙ୍କ ପାଖରେ ସମୟ ନଥିଲା । ଇଭିଏମ ମେସିନ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ସଂସ୍ଥା ତିଆରି କରୁଛି । ପ୍ରୋଗ୍ରାମିଙ୍ଗରେ ଗଡବଡ ହୋଇଥିବ । ତେଣୁ ଅତିରିକ୍ତ 5 କୋଟି ଭୋଟର ତଥ୍ୟ ଦେଇ ପାରୁନାହାଁନ୍ତି ନିର୍ବାଚନ ଆୟୋଗ ।

ବିଜେଡିର ଅଭିଯୋଗର ଜବାବ ରଖିଛନ୍ତି ବିଜେପି ବିଧାୟକ ସରୋଜ କୁମାର ପାଢୀ । ସରୋଜ କହିଛନ୍ତି, "ଆଜି ପର୍ଯ୍ୟନ୍ତ ବିଜେଡ଼ି 5 ଥର ନିର୍ବାଚନ ଜିତିଛି । ସେମାନେ କେତେ ଥର ଇଭିଏମ ଗଣ୍ଡଗୋଳ କରିଛନ୍ତି । 24 ବର୍ଷ ଶାସନରେ ତ ସେମାନେ ନିର୍ବାଚନ ଜିତିଛନ୍ତି । ଲୋକଙ୍କ କାମ ନ କରିବ, ମୁଖ୍ୟମନ୍ତ୍ରୀ କିଏ ଲୋକେ ଜାଣିବେ ନାହିଁ । ଲୋକଙ୍କ ପ୍ରିୟପାତ୍ର ହେବନାହିଁ । ହେଲିକ୍ୟାପ୍ଟରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି କରି କାହାକୁ ପଠେଇଲେ । ସେ ଲୋକଙ୍କୁ ଭୁଆଁ ବୁଲେଇବ । ଦୁର୍ନୀତି ଓ ଭ୍ରଷ୍ଟାଚାର ଶେଷ ସୀମାକୁ ଯିବ । ଏହାପରେ କହିବ ବିଜେପି ଇଭିଏମ ଦୁର୍ନୀତି କଲା । ରାଜ୍ୟରେ ସରକାର ବିଜେଡିର ଥିଲା ବିଜେପିର ନୁହେଁ । ଯଦି ଇଭିଏମ ଟ୍ୟାମ୍ପେରିଂ ହୋଇଛି, ବିଜେଡିକୁ 51 ସିଟ୍ କେମିତି ମିଳିଛି ? ମିଥ୍ୟା ଓ ଅମୂଳକ ଅଭିଯୋଗ ବିଜେଡି ଆଣୁଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.