ETV Bharat / state

ବାରବାଟୀ ମିଶ୍ରଣ ପର୍ବ, ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜେଡିରେ ମିଶିଲେ ନେତା ଓ କର୍ମୀ - bjd joining program

author img

By ETV Bharat Odisha Team

Published : Apr 15, 2024, 11:08 PM IST

BJD JOINING PROGRAM :କଟକ ବାରବାଟୀ ନିର୍ବାଚନ ମଣ୍ଡଳୀର ବିଜେଡି ମିଶ୍ରଣ ପର୍ବ । କଂଗ୍ରେସ ଛାଡି ବିଜେଡ଼ିରେ ମିଶିଲେ ସୂତାହାଟ ଅଞ୍ଚଳର ଯୁବନେତା ଶେଖ ମୁସ୍ତାକିମ ।ଅଧିକ ପଢନ୍ତୁ

ବାରବାଟୀ ମିଶ୍ରଣ ପର୍ବ, ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜେଡିରେ ମିଶିଲେ ନେତା ଓ କର୍ମୀ

କଟକ: ବିଜେଡିରେ ମିଶ୍ରଣ ପର୍ବ । ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ରହିଥିଲା ବେଳେ ଏହା ପୂର୍ବରୁ ବାରବାଟୀ ନିର୍ବାଚନ ମଣ୍ଡଳୀର ବିଜେଡି ସ୍ଥିତି ମଜଭୁତ ହେବାରେ ଲାଗିଛି । କଟକର ୱାର୍ଡ ନଂ 15, 17 ଓ 19ରୁ କଂଗ୍ରେସର 50ରୁ ଊର୍ଦ୍ଧ୍ବ ଯୁବ ନେତା ଓ କର୍ମୀ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବରେ ସାମିଲ ହୋଇଛନ୍ତି । ବିଜେଡି ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ଓ ବାରବାଟୀ ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରାଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।

କଂଗ୍ରେସ ଦଳ ଛାଡିବାର ମୁଖ୍ୟ କାରଣ ଦଳରେ ଅଣଦେଖା ବୋଲି ସ୍ପଷ୍ଟ କରିଛନ୍ତି ବିଜେଡିରେ ମିଶିଥିବା ସୂତାହାଟ ଅଞ୍ଚଳର ଯୁବନେତା ଶେଖ ମୁସ୍ତାକିମ । ଅନ୍ୟପଟେ ଏହି ମିଶ୍ରଣ ପର୍ବ ଦଳକୁ ଆହୁରି ମଜଭୁତ କରିବା ସହ ଆଗମୀ ନିର୍ବାଚନରେ ଉଭୟ ଲୋକସଭା ଓ ବିଧାନସଭା ଆସନରେ ବିଜେଡିକୁ ଜିତାଇବାରେ ସହାୟକ ହେବ ବୋଲି କହିଛନ୍ତି ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ।

ନିର୍ବାଚନ ସମୟ ପାଖେଇ ଆସୁଥିବାରୁ ଏହାରି ଭିତରେ 3 ପ୍ରମୁଖ ଦଳ ସେମାନଙ୍କର ପ୍ରାର୍ଥୀ ନାମ ବିଭିନ୍ନ ପର୍ଯ୍ୟାୟରେ ଘୋଷଣା କରିଛନ୍ତି । ଏପରି କି ନିର୍ବାଚନ ଜିତିବା ନେଇ ସବୁ ପ୍ରସ୍ତୁତି ଜୋରଦାର କରିଛନ୍ତି । ଏହାରି ଭିତରେ ବାରବାଟୀ ନିର୍ବାଚନ ମଣ୍ଡଳୀର ଉଭୟ କଂଗ୍ରେସ ଓ ବିଜେପି ବିଧାୟକ ପ୍ରାର୍ଥୀ କିଏ ହେବ ତାହା ଏବେ ସସପେନ୍ସ ଜାରି ରହିଛି । ଅନ୍ୟପଟେ ବିଜେଡିରେ ଆଜି ଯୁବ କର୍ମୀ ଓ ନେତା ମିଶିବା ପରେ ଦଳ ନିଶ୍ଚୟ ରୂପେ ଆଗମୀ ନିର୍ବଚନରେ ଉଭୟ ଲୋକସଭା ଓ ବିଧାନସଭାରେ ବାଜିମାତ କରିବ ବୋଲି ଆଶା ରଖିଛି ବିଜୁ ଜନତା ଦଳ ।

ଏହା ମଧ୍ୟ ପଢନ୍ତୁ.....କଂଗ୍ରେସରୁ ମିଳିଲାନି ଟିକେଟ୍‌, ବିଜେଡିରେ ସାମିଲ ହେଲେ ବନ୍ଧୁଗାଁ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ପୀଡିକା - BJD Joining Program

ପ୍ରକାଶ ଯୋଗ୍ୟ, ସେହିପରି କୋରାପୁଟ କଂଗ୍ରେସକୁ ଲାଗିଛି ବଡ଼ ଝଟକା । ବିଜେଡିରେ ସାମିଲ ହୋଇଛନ୍ତି ଲକ୍ଷ୍ମୀପୁରରୁ ଆଶାୟୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ବନ୍ଧୁଗାଁ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ପୀଡିକା । ଗୀତାଞ୍ଜଳି ପୀଡିକାଙ୍କ ସହ ଅଞ୍ଚଳର ଅଧିକାଂଶ ସମିତିସଭ୍ୟ ଶଙ୍ଖ ଶିବିରରେ ସାମିଲ ହୋଇଛନ୍ତି । ବିଜେଡିରେ ସାମିଲ କଂଗ୍ରେସର ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସ୍ବାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.