ETV Bharat / state

ମେଣ୍ଟ ହେଲେ କାହାକୁ ଲାଭ ! 'ଲୋକସଭାରେ ବିଜେପିକୁ ମିଳିପାରେ ଅଧିକ ସିଟ୍, ବିଧାନସଭାରେ ବେଶୀ ଆସନ ଛାଡ଼ିବନି ବିଜେଡି'

Akshaya Sahoo on BJD-BJP Alliance : ବିଜେଡି-ବିଜେପି ସମ୍ଭାବ୍ୟ ମେଣ୍ଟରେ କାହାକୁ ମିଳିବ ଫାଇଦା ? କିଏ ସହିବ କ୍ଷତି? ଉଭୟଙ୍କୁ ସଟ୍‌ ଟର୍ମ ଲାଭ କହିଲେ ବରିଷ୍ଠ ରାଜନୈତିକ ସମୀକ୍ଷକ ଅକ୍ଷୟ ସାହୁ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 18, 2024, 4:07 PM IST

Akshaya Sahoo
Akshaya Sahoo

ଭୁବନେଶ୍ବର: ବାଜିଛି ନିର୍ବାଚନୀ ବିଗୁଲ । ହେଲେ ହୋଇପାରୁନାହିଁ ରାଜନୈତିକ ଦଳଙ୍କ ପ୍ରାର୍ଥୀ ଚୟନ ପ୍ରକ୍ରିୟା । ଏହାରି ଭିତରେ ରୋଚକ ସାଜୁଛି ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା । ହେଲେ ବିଜେଡି ନେତା ଓ ବିଜେପି ନେତା ଏକ ପ୍ରକାର ନୀରବ ରହିଛନ୍ତି । ତେବେ ଏହାରି ଭିତରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ମେଣ୍ଟ ହେବ କି ନାହିଁ ? ଯଦି ହେବ କାହିଁକି ବିଳମ୍ବ ହେଉଛି ? ଆସନ ଭାଗବଣ୍ଟା ମଧ୍ୟରେ ଅଙ୍କ ଛିଡୁନି କି ? ଏହାରି ଭିତରେ ବଡ଼ ପ୍ରଶ୍ନ ହେଉଛି ଯଦି ମେଣ୍ଟ ହୁଏ କିଏ ଲାଭବାନ ହେବ ଏବଂ କିଏ କ୍ଷତି ସହିବ ?

କାରଣ ବିଜେଡିର ଶକ୍ତି ପ୍ରଦର୍ଶନ ଯେପରି ରହିଛି ସେଥିରୁ ରାଜନୈତିକ ମହଲରେ ଗୋଟିଏ କଥା ଚର୍ଚ୍ଚା ଯେ, ବିନା ମେଣ୍ଟରେ ବି ସରକାର ଗଢିପାରିବ ବିଜେଡି । ସେପଟେ ମୋଦି ଗ୍ୟାରେଣ୍ଟିକୁ ଆଧାର କରି ବିଜେପି ଭୋଟ ବ୍ୟାଙ୍କକୁ ସଜାଡୁଛି । ଏପରି ସ୍ଥିତିରେ ଯଦି ମେଣ୍ଟ ହୁଏ କାହାକୁ ଫାଇଦା ମିଳିବ କିଏ ସହିବ କ୍ଷତି ?

ଲୋକସଭାରେ ବିଜେପି ସିଟ୍ ସେୟାରିଂ କରିପାରେ-ବିଧାନସଭାରେ ବିଜେଡି ଆସନ ଛାଡ଼ିବ ନାହିଁ: ଏନେଇ ବରିଷ୍ଠ ରାଜନୈତିକ ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, "ଯଦି ବିଜେଡି ବିଜେପି ମଧ୍ୟରେ ମେଣ୍ଟ ହୁଏ ତେବେ ତତକ୍ଷଣାତ ଫାଇଦା ପାଇବ ବିଜେପି । କାରଣ 2009ରେ ମେଣ୍ଟ ଭାଙ୍ଗିବା ପରେ ପାଖାପାଖି 14 ବର୍ଷ ପର୍ଯ୍ୟନ୍ତ ଶାସନ କ୍ଷମତାକୁ ଆସିବା ପାଇଁ ସଂଘର୍ଷ କରୁଛି ବିଜେପି । ଦୁଇ ଦଳର ଭୋଟ ପର୍ସେଣ୍ଟେଜ ଯାହା ରହିଛି , ତାକୁ ଦେଖିଲେ ଲାଗୁଛି ବିଜେଡିର ଯେଉଁ ଆଣ୍ଟି ଇନକମ୍ବାନ୍ସି ଫ୍ୟାକ୍ଟର ରହିଛି ତାକୁ ମେକଅପ କରିବ ବିଜେପି । ଯଦି ଦୁଇ ଦଳ ମେଣ୍ଟ କରି କ୍ଷମତାକୁ ଆସି ଯାଆନ୍ତି ତେବେ ଶାସନ ବ୍ୟବସ୍ଥାରେ ବିଜେପିକୁ ଏଣ୍ଟ୍ର୍ରି ମିଳିବ । ଭାରତୀୟ ଜନତା ପାର୍ଟି ଶାସନ ବ୍ୟବସ୍ଥାରେ ସାମିଲ ହୋଇପାରିବ । ନେତା ଓ କର୍ମୀମାନେ ରାଜ୍ୟର ଉନ୍ନତି ପ୍ରକ୍ରିୟାରେ ସାମିଲ ହୋଇପାରିବେ । ଅଧିକାଂଶ ସ୍ବାଭାମାନୀ କର୍ମୀ ଅଛନ୍ତି ଯେଉଁମାନେ ଦଳ ଛାଡିପାରନ୍ତି । ଲୋକସଭାରେ ବିଜେପି ଅଧିକ ସିଟ ପାଇପାରେ । କିନ୍ତୁ ବିଧାନସଭାରେ ବିଜେଡି ଏତେ ଆସନ ଛାଡ଼ିବ ନାହିଁ । ଯେଉଁମାନେ ଟିକେଟ ପାଇବେ ନାହିଁ ସେମାନଙ୍କର ମନ କଷ୍ଟ ହେବ । ସେମାନେ ବିଦ୍ରୋହ କରିବାର ଆଶଙ୍କା ରହିଛି । ଏହା ଏକ ବଡ଼ କ୍ଷତି ହୋଇପାରେ ବିଜେପି ପାଇଁ । "

ଏହା ମଧ୍ୟ ପଢନ୍ତୁ: BJD-BJD ମେଣ୍ଟ ଚର୍ଚ୍ଚା: 'ସିଟ ସେୟାରିଂଙ୍କୁ ନେଇ ନିଷ୍ପତ୍ତି ନେବେ ମୋଦି, ଖୁବଶୀଘ୍ର ହେବ ଔପଚାରିକ ଘୋଷଣା'

1998ରୁ 2009 ପର୍ଯ୍ୟନ୍ତ ବିଜେଡି ବିଜେପି ମେଣ୍ଟ ହୋଇଥିଲା । କିନ୍ତୁ ମେଣ୍ଟ ଭାଙ୍ଗିବା ପରେ ବିଜେପି ନିଜ ସ୍ଥିତିକୁ ସମ୍ଭାଳିପାରିଲା ନାହିଁ । ତେଣୁ ଏବେ ଯଦି ମେଣ୍ଟ ହୁଏ ଏବଂ ପରବର୍ତ୍ତୀ ସମୟରେ ମେଣ୍ଟ ଭାଙ୍ଗିଯାଏ ତେବେ ବିଜେଡି କ୍ୟାଡର ନିଜକୁ ସମ୍ଭାଳି ନେବେ । କାରଣ ତୃଣମୂଳସ୍ତରରେ ସଂଗଠନ ସୁଦୃଢ ରହିଛି । ବିଜେପିକୁ ପୁଣିଥରେ ମୂଳରୁ ସଂଘର୍ଷ କରିବାକୁ ପଡିବ । ତେଣୁ ବିଜେପି ପାଇଁ ମେଣ୍ଟ ସଟଟର୍ମ ଲାଭ ଦେଇପାରେ କିନ୍ତୁ ଲଙ୍ଗଟର୍ମ କ୍ଷତି ଦେବ । ସେପଟେ ବିଜେଡି ପାଇଁ ମେଣ୍ଟ ସଟଟର୍ମ ଲସ ହେବାର ସମ୍ଭାବନା ଅଛି । କାରଣ ବିଜେଡି ଯାହା ଲାଭ ପାଇବ ତାକୁ ବିଜେପିକୁ ସେୟାର କରିବାକୁ ପଡିବ ।"

ତେବେ କୌଣସି ନା କୌଣସି କାରଣ ପାଇଁ ମେଣ୍ଟକୁ ଅସୁବିଧା ହେବ । ଦୁଇଦଳର ତୁଙ୍ଗ ନେତା ମୁହଁ ଖୋଲିବାରୁ ବିରତ ରହୁଛନ୍ତି । ଏପଟେ ନବୀନ ନିବାସରେ ଟିକେଟ ଆଶାୟୀଙ୍କ ଭିଡ ଜମୁଛି । ସେପଟେ ଟିକେଟ ଫାଇନାଲ ହେବା ପାଇଁ ଦିଲ୍ଲୀରେ ମଧ୍ୟ ବିଜେପିର ବୈଠକ ବସୁଛି । ଉଭୟ ଦଳର ପ୍ରାର୍ଥୀ ଚୟନ ଭିତରେ ବଡ ପ୍ରଶ୍ନ ହେଉଛି ମେଣ୍ଟ ଘୋଷଣା ହେବ ନା ନାହିଁ ? ଲାଭ କ୍ଷତିର ହିସାବ ହେବ ତ ? କିନ୍ତୁ ଟିକେଟ ଭାଗବଣ୍ଟା ଛିଡିବ ତ ? ଦଳ ଭିତରେ ବିଦ୍ରୋହୀ ବାହାରିବେ ନାହିଁ ତ ? ଏ ତମାମ ପ୍ରଶ୍ନ ଭିତରେ ଦ୍ବନ୍ଦ୍ବରେ ରହିଛନ୍ତି ନେତା ଓ କର୍ମୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.