ETV Bharat / state

ରାଜ୍ୟରେ ଚିନ୍ତା ବଢାଉଛି ବାର୍ଡ ଫ୍ଲୁ, ଚିକେନ ଖାଇବେ ନା ନାହିଁ ? କଣ କହୁଛନ୍ତି ବିଶେଷଜ୍ଞ - BIRD FLU SCARE

author img

By ETV Bharat Odisha Team

Published : Aug 30, 2024, 8:12 PM IST

Bird Flu: ବାର୍ଡ ଫ୍ଲୁ ପାଇଁ କଟକ SCBରେ ଖୋଲିଲା ସ୍ବତନ୍ତ୍ର ୱାର୍ଡ । କଟକକୁ ଏବେ ବାର୍ଡ ଫ୍ଲୁ ଭୟ ନଥିବାବେଳେ ଯଦି ଚିକେନ୍ ଖାଉଛନ୍ତି ତେବେ 20 ମିନିଟ୍ ଫୁଟାନ୍ତୁ ବୋଲି କହିଲେ ବିଶେଷଜ୍ଞ । ଅଧିକ ପଢନ୍ତୁ

ରାଜ୍ୟରେ ଚିନ୍ତା ବଢାଉଛି ବାର୍ଡ ଫ୍ଲୁ , ଚିକେନ୍ ଖାଉଥିଲେ ସତର୍କ
ରାଜ୍ୟରେ ଚିନ୍ତା ବଢାଉଛି ବାର୍ଡ ଫ୍ଲୁ , ଚିକେନ୍ ଖାଉଥିଲେ ସତର୍କ (ETV Bharat Odisha)

କଟକ/ପୁରୀ: ପିପିଲିରେ ବ୍ୟାପି ଥିବା ବାର୍ଡଫ୍ଲୁର ନିରାକରଣ ପାଇଁ ପ୍ରୟାସ ଜାରି ରଖିଛି ପ୍ରଶସାନ । ତେବେ ଏପର୍ଯ୍ୟନ୍ତ ଓଡ଼ିଶାରେ କୌଣସି ମଣିଷଙ୍କ ଦେହରେ ବାର୍ଡ ଫ୍ଲ ଭୂତାଣୁ ଚିହ୍ନଟ ହୋଇନଥିଲେ ଏହି ଭୁତାଣୁ କୁକୁଡ଼ା ଠାରୁ ମଣିଷକୁ ବ୍ୟାପିବା ଆଶଙ୍କାକୁ ନେଇ ସମସ୍ତେ ଚିନ୍ତାଗ୍ରସ୍ତ ଅଛନ୍ତି । ଏହାରି ଭିତରେ ବାର୍ଡଫ୍ଲୁ ସ୍ଥିତିକୁ ଦେଖି ଏସସିବିରେ ୪ଟି ଆଇସିୟୁ ଓ ୨୦ଟ ବେଡ ବିଶିଷ୍ଟ ଏକ ସ୍ବତନ୍ତ୍ର ଚିକିତ୍ସା ୟୁନିଟ ଖୋଲାଯାଇଛି । ସେପଟେ ୧୨୦ ଡିଗ୍ରୀ ଠାରୁ କମ ଉତ୍ତାପରେ ରନ୍ଧା କୁକୁଡ଼ା ମାଂସ ଓ ଅଣ୍ଡା, ବିଶେଷ କରି ସୁପ, କବାବ, ଅଣ୍ଡା ପୋଚ, ହାଲ୍ଫ ବଏଲ ଅଣ୍ଡା ନ ଖାଇବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।

କ'ଣ କହିଲ SCBର CDMO ?

SCBର CDMO ମକରନ୍ଦ ବେଉରା କହିଛନ୍ତି,"ବାଡ ଫ୍ଳକୁ ବ୍ୟାପିବା ଆଶଙ୍କାରେ ପିପିଲି ଏବଂ ଏହାର ଆଖପାଖ ଅଞ୍ଚଳରେ କୁକୁଡ଼ା ମରା ଅଭିଯାନକୁ ଯୋରଦାର କରିଛି ପ୍ରଶାସନ । ଏହି ଭୂତାଣୁ କୁକୁଡ଼ାଙ୍କ ଠାରୁ ମଣିଷଙ୍କୁ ବ୍ୟାପିବାର ସମ୍ଭାବନା ରହୁଥିବାରୁ ଏହାକୁ ନେଇ ରାଜ୍ୟ ସରକାର ସତର୍କତା ମଧ୍ୟ ଜାରି କରିଛନ୍ତି । ବଡ କଥା ହେଉଛି କି ଏପର୍ଯ୍ୟନ୍ତ ଓଡ଼ିଶାର କୌଣସି ବ୍ୟକ୍ତିଙ୍କ ଦେହରେ ବାର୍ଡ ଫ୍ଲ ଭୁତାଣୁ ଚିହ୍ନଟ ହୋଇନାହିଁ । ଏପରି ସ୍ଥଳେ କଟକରେ ଏପରି ଅବସ୍ଥା ସୃଷ୍ଟି ହୋଇନାହିଁ । ଏହା ଉପରେ ନଜର ରଖାଯାଇଛି । ବର୍ତ୍ତମାନ କଟକରେ ସେମିତି କିଛି ଭୟ ନାହିଁ । "

SCBରେ ସ୍ବତନ୍ତ୍ର ବ୍ୟବସ୍ଥା:

ସେ ଆହୁରି ମଧ୍ୟ କହିଛନ୍ତି,"ମଣିଷ ଶରୀରରେ ଏହି ରୋଗର ଗୁରୁତର ପ୍ରଭାବ ପଡୁଥିବାରୁ ଏହାର ମୁକାବିଲା ପାଇଁ ଏସସିବିରେ ଆଗୁଆ ପସ୍ତୁତି କରାଯାଇଛି । ଉଭୟ ବାର୍ଡ ଫ୍ଲ ଓ ମଙ୍କି ପକ୍ସ ରୋଗୀଙ୍କ ଚିକିତ୍ସା ପାଇଁ ଏସସିବିରେ ୪ଟି ଆଇସିୟୁର ବ୍ୟବସ୍ଥା କରାଯାଇଥିବା ବେଳେ ଓ ୨୦ଟି ବେଡ ବିଶିଷ୍ଟ ଏକ ସ୍ବତନ୍ତ୍ର ଚିକିତ୍ସା ୟୁନିଟ ମଧ୍ୟ ଖୋଲାଯାଇଛି । ଏପର୍ଯ୍ୟନ୍ତ ବାର୍ଡ ଫ୍ଲ କିମ୍ବା ମଙ୍କି ପକ୍ସରେ ଆକ୍ରାନ୍ତ ହୋଇ ଏସସିବିକୁ କୌଣସି ରୋଗୀ ଆସିନାହାଁନ୍ତି । ଯଦି ଆସନ୍ତି ତେବେ ସେମାନଙ୍କ ଚିକିତ୍ସା ପାଇଁ ଏସସିବି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।"

ଚିକେନ ଖାଉଥିଲେ ସାବଧାନ !
ବାର୍ଡ ଫ୍ଲୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଚିକେନ ପ୍ରେମୀ ଲୋକଙ୍କୁ ସତର୍କ କରାଇଛନ୍ତି ବିଶେଷଜ୍ଞ । ଏନେଇ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି," କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ସମୟରେ ସତର୍କ ଅବଲମ୍ବନ କରିବା ସହ ୧୨୦ ଡିଗ୍ରୀ ଉତ୍ତାପରେ ଅତି କମରେ ୨୦ ମିନିଟ ପର୍ଯ୍ୟନ୍ତ ରାନ୍ଧା ନ ଯାଇଥିବା କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ବିପଦ ଜନକ ହୋଇ ପାରେ । ଏହା ବ୍ୟତିତ ଅଧା ରନ୍ଧା କୁକୁଡ଼ା ମାଂସ ଓ ଅଣ୍ଡା ବିଶେଷ କରି ଚିକେନ କିମ୍ବା ଅଣ୍ଡାରେ ପ୍ରସ୍ତୁତ ହୋଉଥିବା ସୁପ୍, କବାବ୍, ଅଣ୍ଡା ପୋଚ୍ ଓ ହାଲ୍ଫ ବଏଲ ଅଣ୍ଡା ଖାଆନ୍ତୁ ନାହିଁ । ଏପରିକି କିଛି ଦିନ ପଯ୍ୟନ୍ତ ହୋଟେଲ କିମ୍ବା ଠେଲା ଗାଡ଼ିରେ ବିକ୍ରି ହେଉ ଥିବା କୁକୁଡ଼ା ମାଂସ ଖାଇବାଠୁ ଦୂରେଇ ରୁହନ୍ତୁ ।

ଏହା ମଧ୍ୟ ପଢନ୍ତୁ...Bird Flu: ଭୟ ବଢାଉଛି ବାର୍ଡ ଫ୍ଲୁ; ମଣିଷ ପ୍ରତି ଏହା କେତେ ବିପଦ, ଜାଣନ୍ତୁ ଲକ୍ଷଣ-କାରଣ-ନିରାକରଣ - Bird Flu Causes

ପିପିଲି ପରେ ସତ୍ୟବାଦୀରେ ବାର୍ଡ ଫ୍ଲୁ ଟେନସନ:

ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତିିଦିନ କୁକୁଡ଼ା ମରିବା ପରେ ଡେଲାଙ୍ଗ ଓ ନିମାପଡ଼ାରୁ କୁକୁଡାଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଇଯାଇଛି । ଫାର୍ମରେ ଆଉ କୁକୁଡ଼ା ନଥିବା ବେଳେ ଫାର୍ମ ସଫେଇ ସହିତ ସାନିଟାଇଜ କରୁଛି RRT ଟିମ । ପିପିଲିରେ ଚିହ୍ନଟ ହୋଇଥିବା ଫାର୍ମ ଗୁଡ଼ିକରୁ ପ୍ରାୟ କୁକୁଡ଼ା ୧୪ ହଜାର ୨୫ ଟି କୁକୁଡ଼ା ମରାଯାଇଛି ।ଏହାସହ ସତ୍ୟବାଦୀରେ ପ୍ରାୟ ୨୨ଟି ଫାର୍ମରୁ ୧୪ ହଜାର ୬୩୫ ବ୍ରଲର କୁକୁଡ଼ା ମରା ଯାଇଥିଲା ବେଳେ ୧୫୩ଟି ଦେଶୀ କୁକୁଡ଼ା ମରାଯାଇଛି । ତେବେ ଶତାଧିକ ଫାର୍ମରେ କୁକୁଡ଼ା ମରୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଆସୁ ନାଁହାନ୍ତି ବୋଲି ଚାଷୀ ଅଭିଯୋଗ କରିଛି ।

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସ୍ବତନ୍ତ୍ର ସହାୟତା ଦାବି:

ଅନ୍ୟପଟେ ସଂକ୍ରମିତ ଅଞ୍ଚଳରେ ଆଶା କର୍ମୀ ମାନେ ଗାଁ ଗାଁ ବୁଲି ଲୋକଙ୍କ ନିକଟରେ ଜ୍ଵର,କାଶ, ଥଣ୍ଡା ଅଛି କି ନାହିଁ ତଦାରଖ କରୁଛନ୍ତି । ଏନେଇ ପୂର୍ବତନ PCC ସଭାପତି ପ୍ରସାଦ ହରିଚନ୍ଦନ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସ୍ବତନ୍ତ୍ର ସୁବିଧା ଚାଷୀମାନଙ୍କୁ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ।ସେପଟେ ଗୋପ ମଣ୍ଡଳ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ାକ୍ତର ରଞ୍ଜନ କୁମାର ସାହୁ କହିଛନ୍ତି,"ଗୋପ ବ୍ଲକ ୨୭୦ରୁ ଉର୍ଦ୍ଧ୍ବ କୁକୁଡ଼ା ଫାର୍ମ ଥିବାବେଳେ ଏବେ ୨ଲକ୍ଷ ୪୭ ହଜାର କୁକୁଡା ଗୋପ ଅଞ୍ଚଳରେ ଅଛନ୍ତି ।୯୫ ପ୍ରତିଶତ ଫାର୍ମରେ ପହଞ୍ଚି ଫାର୍ମର ସ୍ଥିତି ପରିଖିଛନ୍ତି । ଗୋପ ଅଞ୍ଚଳରେ ସେମିତି ଅସୁବିଧା ନ ଥିଲାବେଳେ ଏବେ ବ୍ଲାଡ ଫ୍ଲୁ ପରିସ୍ଥିତି ଦେଖାଯାଇ ନାହିଁ । "

ଇଟିଭି ଭାରତ, କଟକ/ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.