ETV Bharat / state

ବଢିଲା ରାଜନୀତି ପାରା: ମୋହନ ସରକାରକୁ ଅପରିପକ୍ବ-ଅନଭିଜ୍ଞ କହିଲା BJD - BJD AND CONGRESS SLAM BJP

author img

By ETV Bharat Odisha Team

Published : Jul 21, 2024, 5:22 PM IST

BJD and Congress slam Mohan Government: ମୋହନ ସରକାର ଉପରେ ବର୍ଷିଲା ବିଜେଡି । ବିଜେପିକୁ ଅପରିପକ୍ଵ ଏବଂ ଅସହିଷ୍ଣୁ ସରକାର କହିଲେ ଲେଖାଶ୍ରୀ ସାମନ୍ତସିଂହାର । ଅଧିକ ପଢନ୍ତୁ

Biju Patnaik Sports Award row
Biju Patnaik Sports Award row (ETV Bharat Odisha)

ଭୁବନେଶ୍ବର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାରରୁ ବିଜୁଙ୍କ ନାଁ ହଟାଇବାକୁ ନେଇ ତେଜିଲା ରାଜନୀତି । ଗତକାଲି ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାରରୁ ନାଁ ପରିବର୍ତ୍ତନ ନେଇ ନିଷ୍ପତ୍ତି ଆଉ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନେଇ ସ୍ପଷ୍ଟୀକରଣ ଦେବା ଏ ପ୍ରସଙ୍ଗକୁ ଅଧିକ ଖୋରାକ ଯୋଗାଇଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ରଖିବା ପରେ ସରକାରଙ୍କୁ ବିଜେଡି କଡା ସମାଲୋଚନା କରିଛି । ବିଜୁ ପଟ୍ଟନାୟକ ଓଡ଼ିଆ ଅସ୍ମିତାର ପ୍ରତୀକ କିନ୍ତୁ ମୋହନ ସରକାରରୁ ଅପରିପକ୍ଵତା ଏବଂ ଅସହିଷ୍ଣୁତା ବାରି ହୋଇପଡୁଛି ବୋଲି ବିଜେଡି କହିଛି । ସେପଟେ ପୂର୍ବ ସରକାରର ଯୋଜନାର ରଙ୍ଗ, ନାଁ ପରିବର୍ତ୍ତନ କରୁ କରୁ ଏମାନେ କେତେବେଳେ ପରିବର୍ତ୍ତନ ହୋଇଯିବେ ତାହା ନିଜେ ଜାଣିପାରିବେନି ବୋଲି କଂଗ୍ରେସ କଟାକ୍ଷ କରିଛି ।

ରାଜ୍ୟରେ ବଢିଲା ରାଜନୀତି ପାରା (ETV Bharat Odisha)

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ବଦଳେଇବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ବିଜେଡି । ଏନେଇ ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, "ବିଜୁ ବାବୁ ଓଡ଼ିଆ ଅସ୍ମିତାର ପ୍ରତୀକ । କିନ୍ତୁ ମୋହନ ସରକାରକୁ ୩୦ ଦିନ ପୂରି ନାହିଁ ତାଙ୍କର ଅପରିପକ୍ବତା ଅସହିଷ୍ଣୁତା ବାରି ହେଉଛି । ସରକାରଙ୍କ ବାମ ହାତ କଣ କରୁଛି ଡାହାଣ ହାତ ଜାଣିପାରୁନି । ବିଜୁବାବୁଙ୍କ ଲିଗାସି ହଟାଇବାକୁ ପ୍ରୟାସ କରୁଛନ୍ତି । ବିଜୁ ବାବୁ ଓଡ଼ିଆ ଅସ୍ମିତାର ପରିଚୟ ନାଁ ନାହିଁ ସ୍ପଷ୍ଟ କରନ୍ତୁ ସରକାର । ଜାତି ପ୍ରତି ବିଜୁ ପଟ୍ଟନାୟକଙ୍କ ଅବଦାନକୁ ଭଲ ଭାବେ ବୁଝି ନାହିଁ ବିଜେପି । ବିଜୁ ଅବଦାନକୁ ନ୍ୟୁନ ଦର୍ଶାଇବା ଓ ତାଙ୍କ ନାଁ ଜନମାନସରୁ ହଟାଇବାକୁ ପ୍ରୟାସ କରୁଛନ୍ତି ।"

ଏହା ବି ପଢନ୍ତୁ- ବଦଳିବନି ‘ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର’ ନାଁ, ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ ମୋହନ

ଲେଶାଶ୍ରୀ ଆହୁରି କହିଛନ୍ତି, "ଭଲ କାମ କରି ଲୋକଙ୍କ ପ୍ରିୟ ହୁଅନ୍ତୁ । ପ୍ରବାଦ ପୁରୁଷଙ୍କ ନା ଜନ ମାନସରୁ ହଟାଇବାବୁ ଅପଚେଷ୍ଟା ନ କରନ୍ତୁ । ସରକାର ନିଜେ କଣ କରୁଛନ୍ତି ଜାଣି ପାରୁନାହାଁନ୍ତି । ମୋହନ ବାବୁଙ୍କ ଆୟତ୍ତରେ ରାଜ୍ୟ ସରକାର ନାହାନ୍ତି । କ୍ରୀଡା ବିଭାଗ ବିଜ୍ଞପ୍ତି ଜାରି କରିଛି ମୁଖ୍ୟମନ୍ତ୍ରୀ ଖଣ୍ଡନ କରୁଛି । ଅନେକ ବିଭାଗ ଅନେକ ଟିପ୍ପଣୀ ଦେଉଛନ୍ତି ଅନ୍ୟ ଜଣେ ମନା କରୁଛନ୍ତି । ଏହା ଅପରିପକ୍ବ, ଅନଭିଜ୍ଞ ସରକାର । ଇତିହାସକୁ ନିଜ ବାଟରେ ଲେଖିବାକୁ ଚେଷ୍ଟା ନ କରନ୍ତୁ ସରକାର । ଓଡ଼ିଶା ଲୋକଙ୍କ ଭାବାବେଗକୁ କୁଠାରଘାତ ହେବା ଭଳି କାମ ନ କରନ୍ତୁ ସରକାର । ସରକାର ଆକ୍ରୋଶମୂଳକ ବ୍ୟବହାର କରୁଛି । ଗତ ସରକାର ସବୁ ଉପଲବ୍ଧିକୁ ହଟାଇ ଦେବାକୁ ପ୍ରୟାସ କରୁଛନ୍ତି । ଲକ୍ଷ୍ମୀ ବସ ରଙ୍ଗ ବଦଳେଇବା, ଭୁଲ୍ ତଥ୍ୟ ଦେବା, ଲୋଗୋ ଚେଞ୍ଜ କରିବା ଭଳି ପଦକ୍ଷେପ ନେଉଛନ୍ତି । ଲୋକଙ୍କ ମନରେ ଦ୍ଵନ୍ଦ୍ବ ସୃଷ୍ଟି ନ କରନ୍ତୁ । ଇତିହାସକୁ ସୁନ୍ଦର କରନ୍ତୁ ।"

'ବିଜେଡି ପକ୍ଷରୁ ଚାପ ପଡିଲେ ଏ ସରକାର ଆଉ କଣ ବଦଳାଇ ଦେବ'

ସେପଟେ ଏନେଇ କଂଗ୍ରେସ ମଧ୍ୟ ପ୍ରତିକ୍ରିୟା ରଖିଛି । ଏନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, "ବର୍ତ୍ତମାନର ସରକାର କୌଣସି ନିଷ୍ପତ୍ତି ନେଇପାରୁନି । ରତ୍ନଭଣ୍ଡାର ଖୋଲିବା ନେଇ ତାରିଖ ପରିବର୍ତ୍ତନ କରାଗଲା । ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନେଇ ଗତକାଲି କହିବା ଆଉ ଆଜି ମୁଖ୍ୟମନ୍ତ୍ରୀ ଏନେଇ ପ୍ରତିକ୍ରିୟା ଦେବା ସ୍ପଷ୍ଟ କରୁଛି ରାଜ୍ୟ ସରକାର ନିଜ ନିୟନ୍ତ୍ରଣରେ ନାହାନ୍ତି । ଦିଲ୍ଲୀ ନିଷ୍ପତ୍ତି ଉପରେ ଅପେକ୍ଷା କରୁଛି । ବିଜେଡି ପକ୍ଷରୁ ଯଦି କେବେ ଚାପ ପଡେ ତାହେଲେ ଏ ସରକାର ଆଉ କିଛି ପରିବର୍ତ୍ତନ କରିଦେବ । ପରିବର୍ତ୍ତନ ଭିତରେ ଏ ସରକାର କେତେବେଳେ ପରିବର୍ତ୍ତନ ହୋଇଯିବ ସେମାନେ ଜାଣିପାରିବେନି ନାହୁଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.