ETV Bharat / state

ବିଜୁ ନାଁରୁ ଆରମ୍ଭ ହୋଇଥିଲା ବିଜେଡି, କ୍ରୀଡ଼ା ପୁରସ୍କାରରୁ ନାଁ ହଟାଇଲା ବିଜେପି ସରକାର, ତାତିଲେ ଅରୁଣ-ଦେବୀ - Biju Patnaik Sports Award Renamed

author img

By ETV Bharat Odisha Team

Published : Jul 20, 2024, 4:29 PM IST

Updated : Jul 20, 2024, 8:23 PM IST

Biju Patnaik Sports Award Renamed: ପ୍ରତିବର୍ଷ କ୍ରୀଡା ବିଭାଗ ପକ୍ଷରୁ ଦିଆଯାଉଥିବା ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାରର ନାମ ପରିବର୍ତ୍ତନ ହେଲା । ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ବଦଳରେ ଏହାର ନାମ ହେଲା ଓଡିଶା ରାଜ୍ୟ କ୍ରୀଡା ସମ୍ମାନ । ବିଜେଡି କହିଲା ବିଜୁଙ୍କୁ ଅପମାନ ଓଡ଼ିଶାବାସୀଙ୍କୁ ମର୍ମାହତ କରିବ । ଅଧିକ ପଢ଼ନ୍ତୁ

Biju Patnaik Sports Award Renamed
Biju Patnaik Sports Award Renamed (ETV Bharat Odisha)

ଭୁବନେଶ୍ବର: ସରକାରୀ କାର୍ଯ୍ୟକ୍ରମରୁ ହଟିଲା ବିଜୁ ପଟ୍ଟନାୟକଙ୍କ ନାଁ । ପ୍ରଥମେ କ୍ରୀଡା ବିଭାଗ ହଟାଇଲା ବିଜୁ ପଟ୍ଟନାୟକଙ୍କ ନାମ । ପ୍ରତିବର୍ଷ କ୍ରୀଡା ବିଭାଗ ପକ୍ଷରୁ ଦିଆଯାଉଥିବା ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାରର ନାମ ପରିବର୍ତ୍ତନ ହେଲା । ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ବଦଳରେ ଏହାର ନାମ ହେଲା ଓଡିଶା ରାଜ୍ୟ କ୍ରୀଡା ସମ୍ମାନ । ଜାତୀୟ କ୍ରୀଡା ଦିବସରେ ଓଡିଶାର କୃତି ଓ ସଫଳ କ୍ରୀଡ଼ାବିତ, କୋଚ, ସାମ୍ବାଦିକ ଓ କ୍ରୀଡା ଅନୁଷ୍ଠାନକୁ ଦିଆଯାଏ ଏହି ସମ୍ମାନ । କ୍ରୀଡ଼ା ବିଭାଗ ପକ୍ଷରୁ ଆଜି ଏନେଇ ବିଧିବଦ୍ଧ ଭାବେ ଘୋଷଣା ହୋଇଛି । ଯାହାକୁ କଡା ଭାଷାରେ ସମାଲୋଚନା କରିଛି ବିଜେଡି ।

ବିଜେଡିର କାକୁଡି ଉପାଖ୍ୟାନ: ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, "କାକୁଡି ଓ ଛୁରୀ ଉଭୟ ତାଙ୍କର । ତେଣୁ ସେମାନେ ଯେମିତି ପାରିବେ ସେମିତି କଟିବେ । ବେଳେବେଳେ କାକୁଡି କାଟିଲା ବେଳେ ମୁଣ୍ଡିଟି ପିତା ଲାଗେ । ତେଣୁ ନୂଆ ସରକାରଙ୍କୁ ଅନୁରୋଧ, ଏମିତି କୌଣସି କାମ କରନ୍ତୁ ନାହିଁ ଯେଉଁଥିରେ ଓଡ଼ିଶାବାସୀ ମର୍ମାହତ ହେବେ । ବିଜୁ ବାବୁ ଜଣେ ବ୍ୟକ୍ତି ନୁହଁନ୍ତି, ଅନୁଷ୍ଠାନ । ବିଜୁ ବାବୁ 3ଟି ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ । ବିଜୁ ବାବୁ ରାଷ୍ଟ୍ରର ସମ୍ପତ୍ତି । ତେଣୁ ତାଙ୍କ ନାଁ କାଟି ମୋହନ ସରକାର କେଉଁ ଯଶ ବାନା ଉଡାଇବେ । ଏପରି ରାଜନୀତି କରିବା ଠିକ ନୁହେଁ ବୋଲି ଆମେ ବିଚାର କରୁଛୁ । ବିଜୁ ବାବୁ ଜଣେ ଦିବଙ୍ଗତ ନେତା ଓ ଓଡିଶାର ମଉଡ଼ ମଣି । ତାଙ୍କୁ ନେଇ ଆମେ ଗର୍ବ କରୁଛୁ । ଯାହାଙ୍କୁ ସବୁ ରାଜନୈତିକ ଦଳ ସମ୍ମାନ କରୁଛନ୍ତି । ସ୍ବର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସହ କାର୍ଯ୍ୟ କରିଛନ୍ତି । ଭାରତର ସ୍ଵାଧିନତା ସଂଗ୍ରାମରେ ତାଙ୍କର ଭୂମିକା ରହିଛି । ଏଭଳି ନିଷ୍ପତ୍ତିରୁ କ୍ଷାନ୍ତ ରହିବାକୁ ଆମେ ରାଜ୍ୟ ସରକାରଙ୍କୁ ବିନମ୍ର ଅନୁରୋଧ କରୁଛୁ ।"

‘କୁତ୍ସିତ ମାନସିକତା’: ସେହିପରି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି, "ଏହା ଏକ କୁତ୍ସିତ ମାନସିକତା । ବିଜୁ ପଟ୍ଟନାୟକଙ୍କ ଭଳି ନେତା କେବଳ ବିଜେଡିର ନୁହଁନ୍ତି । ବିଜେଡି କେବଳ ତାଙ୍କ ନାଁରେ ପ୍ରତିଷ୍ଠା ହୋଇଛି । ପ୍ରତ୍ୟେକ ଓଡ଼ିଶାବାସୀଙ୍କ ହୃଦୟର ନେତା ବିଜୁ ବାବୁ । ଦଳ, ମତ, ବର୍ଣ୍ଣ ନିର୍ବିଶେଷରେ ସେ ଜଣେ ଜନନେତା । ସେ ଜଣେ ବିରଳ ନେତା । ଭାରତ ସମେତ ଅନ୍ୟ ଦେଶର ସ୍ବାଧୀନତା ସଂଗ୍ରାମରେ ସେ ସାମିଲ ହୋଇଛନ୍ତି । ସେଭଳି ଉତୁଙ୍ଗ ପୁରୁଷଙ୍କ ନାଁ ବଦଳେଇବା ଠିକ ନୁହେଁ । ଏହି ନିଷ୍ପତ୍ତି ପରିବର୍ତ୍ତନ ହେବା ଦରକାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିରେ ହସ୍ତକ୍ଷେପ କରିବା ଦରକାର । ବିଜୁ ପଟ୍ଟନାୟକ କ୍ରୀଡ଼ା ସହ ସମ୍ପୃକ୍ତ ।"

'ରାଜ୍ୟର ସମ୍ମାନ ପାଇଁ ନିଷ୍ପତ୍ତି': ଏହା ହେଉଛି ଓଡ଼ିଶା ରାଜ୍ୟର କ୍ରୀଡ଼ା ପୁରସ୍କାର । ତେଣୁ ସରକାର ଯାହା ନିଷ୍ପତ୍ତି ନେଇଛନ୍ତି, ବେଶ ଭାବିଚିନ୍ତି ନେଇଛନ୍ତି । ଓଡ଼ିଶା ପାଇଁ ଅନେକ ବରପୁତ୍ରଙ୍କର ଅବଦାନ ରହିଛି ଏବଂ କ୍ରୀଡ଼ାବିତ ମାନଙ୍କର ମଧ୍ୟ ରହିଛି । ଏ ସମସ୍ତେ ଓଡ଼ିଶାର, ବିଜୁ ବାବୁ ମଧ୍ୟ ଓଡ଼ିଶାର । ସେଥିପାଇଁ ଓଡ଼ିଶା ରାଜ୍ୟର ସମ୍ମାନ ପାଇଁ ରାଜ୍ୟ ସରକାର ଏହାକୁ ରାଜ୍ୟ କ୍ରୀଡ଼ା ପୁରସ୍କାର ଭାବେ ନାମିତ କରିଛନ୍ତି । ଏହାଦ୍ବାରା କୌଣସି ଭୁଲ ବାର୍ତ୍ତା ଯାଇନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...ଆର୍ଶୀବାଦ ସଞ୍ଜୟଙ୍କ ୟୁ-ଟର୍ଣ୍ଣ ପରେ ବର୍ଷିଲେ ଦେବାଶିଷ; କିଛି ଦିନ ତଳେ FAO ସଭାପତି ପଦ ଛାଡିଥିଲେ - Debashish targets Ashirbad Behera

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 20, 2024, 8:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.