ETV Bharat / state

ଆଳୁ ଚାଷରେ ସୁନାମ ଆଣିଲା କୋରାପୁଟ, ଚାଷୀଙ୍କୁ ପ୍ରଶଂସାରେ ପୋତିଲେ ବିହାର ଚାଷୀ - Koraput Potato Farming

author img

By ETV Bharat Odisha Team

Published : 2 hours ago

Koraput Potato Farming: ଆଳୁ ଚାଷ ପାଇଁ କୋରାପୁଟ ଚାଷୀଙ୍କୁ ପ୍ରଶଂସାରେ ପୋତିଲେ ବିହାରଚାଷୀ । କୋରାପୁଟ ଆସି ଦେଖିଲେ ଓ ଶିଖିଲେ କମ୍‌ ରାସାୟନିକ ସାର ପ୍ରୟୋଗରେ କିପରି ବ୍ୟାପକ ପରିମାଣରେ ହେଉଛି ଆଳୁ ଚାଷ । ପଢନ୍ତୁ ପୂରା ଖବର ।

କୋରାପୁଟ ଆଳୁ ଚାଷ
କୋରାପୁଟ ଆଳୁ ଚାଷ (ETV Bharat Odisha)

କୋରାପୁଟ: ପ୍ରାକୃତିକ ପରିବେଶରେ ଭରପୂର କୋରାପୁଟ ଜିଲ୍ଲା । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ କେବଳ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ ତାହା ନୁହେଁ । ଖରିଫ ଋତୁରେ ବ୍ୟାପକ ପରିମାଣରେ ଆଳୁ ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି ଜିଲ୍ଲା । ଏପରିକି ଖରିଫ ଋତୁ ଆଳୁରେ ଆଳୁ ଚାଷର ସଫଳତାକୁ ଦେଖି କିଛି ନୂଆ ଶିଖିବାକୁ ଆସିଛନ୍ତି ବିହାରର ଚାଷୀ । ଜିଲ୍ଲାର ଚାଷ ପ୍ରଣାଳୀକୁ ସେମାନେ ଭୂୟଶୀ ପ୍ରଶଂସା କରିଛନ୍ତି । ପାହାଡ ତଳିଆ ଜମିରେ କରିଥିବା ଖରିଫ ଆଳୁ ଚାଷର ସଫଳତାକୁ ଦେଖିବା ସହ ପ୍ରାକୃତିକ ପ୍ରକୋପକୁ ସାମ୍ନା କରି ଯେଉଁ ଭଳି ଭାବେ ସ୍ଥାନୀୟ ଚାଷୀ ଆଳୁ ଚାଷ କରିବାରେ ସଫଳ ହୋଇଛନ୍ତି ତାହାର ମଧ୍ୟ ପ୍ରଶଂସା କରିଛନ୍ତି ।

କୋରାପୁଟରେ ବିହାର ଚାଷୀ:

କୋରାପୁଟ ଆଳୁ ଚାଷ (ETV Bharat Odisha)

ବିହାରର ନାଳନ୍ଦା ଜିଲ୍ଲାର ଦଶ ଜଣ ଆଳୁ ଚାଷୀ କୋରାପୁଟ ଆସିଛନ୍ତି । ଗତକାଲି (ମଙ୍ଗଳବାର) ଇଣ୍ଟରନ୍ୟାସନାଲ ପୋଟାଟୋ ସେଣ୍ଟରର ସହଯୋଗରେ ଲମତାପୁଟ ବ୍ଲକ ଅନ୍ତର୍ଗତ ପାଲିବା ଠାରେ କୋରାପୁଟ ଫାର୍ମରସ ଆସୋସିଏସନ ନେତୃତ୍ବରେ ସ୍ଥାନୀୟ ଚାଷୀ ମାନେ ପାହାଡ ତଳିଆ ଜମିରେ କରିଥିବା ଖରିଫ ଆଳୁ ଚାଷର ସଫଳତାକୁ ଦେଖିଥିଲେ । ଜିଲ୍ଲାର ଚାଷୀଙ୍କ ଏପରି ସଫଳତା ସେମାନେ ଭୂରି ଭୂରି ପ୍ରଶଂସା କରିବା ସହ ଚାଷ ପ୍ରଣାଳୀ ଶିଖିଛନ୍ତି ।

କୋରାପୁଟ ଆଳୁ ଚାଷ
କୋରାପୁଟ ଆଳୁ ଚାଷ (ETV Bharat Odisha)

ଆଳୁ ଚାଷ:

  • କ୍ଷାର ମାଟିକୁ ଛାଡି ଦେଲେ ବାକି ସବୁ ପ୍ରକାର ମାଟିରେ ଆଳୁ ଚାଷ କରାଯାଇପାରେ
  • ଦୋରସା ଓ ବାଲିଆ ଦୋରସା ମାଟି ଆଳୁ ଚାଷ ପାଇଁ ଭଲ ଅଟେ
  • ଆଳୁ ଏକ ନାତିସିତୋଷ୍ଣ ଜଳବାୟୁ ଅଞ୍ଚଳର ଫସଲ
  • ବିଭିନ୍ନ ଜଳବାୟୁରେ ଆଳୁ ଚାଷ କରାଯାଇପାରେ
  • ତାପମାତ୍ରା ମଧ୍ୟମ ଓ ଥଣ୍ଡା ରହିଲେ ଆଳୁ ଚାଷ ପାଇଁ ଭଲ
କୋରାପୁଟ ଆଳୁ ଚାଷ (ETV Bharat Odisha)

‘କୋରାପୁଟରେ ଚାଷୀ କମ ରାସାୟନିକ ସାର ବ୍ୟବହାର କରୁଛନ୍ତି’

କୋରାପୁଟରେ ଆଳୁ ଚାଷ ଦେଖିବା ପରେ ବିହାରର ଆଳୁଚାଷୀ ଅଶୋକ କୁମାର କହିଛନ୍ତି, ରାସାୟନିକ ସାରର ସ୍ବଳ୍ପ ବ୍ୟବହାର ଯୋଗୁଁ କୋରାପୁଟ ମାଟିରେ ବର୍ତ୍ତମାନ ମଧ୍ୟ ପ୍ରକୃତିଦତ୍ତ ଉର୍ବରତା ବଞ୍ଚି ରହିଛି । ଆମ ବିହାରରେ ଆଳୁ ଚାଷ ଠାରୁ ଉତ୍ପାଦର ପରିମାଣ ତିନି ଚାରିଗୁଣ କମ ରହିଛି । କମ ରାସାୟନିକ ସାର ବ୍ୟବହାର କରି ସୁସ୍ଥ ଆଳୁ ଉତ୍ପାଦନ କରିବାରେ ସମର୍ଥ ହୋଇପାରୁଛନ୍ତି କୋରାପୁଟ ଚାଷୀ । ତେଣୁ ବିହାରର ଚାଷୀମାନେ ବ୍ୟବହାର କରୁଥିବା ବିଭିନ୍ନ ଚାଷୋପଯୋଗୀ ଆଧୁନିକ ଯନ୍ତ୍ରପାତି ଭଳି କୋରାପୁଟ ଚାଷୀଙ୍କୁ ମଧ୍ୟ ସୁବିଧା ଯୋଗାଇ ଦିଆଗଲେ ତାକୁ ବ୍ୟବହାର କରି ନିଜ ଶାରୀରିକ ପରିଶ୍ରମକୁ ଲାଘବ କରି ଉନ୍ନତ ମାନର ଚାଷ କରିପାରିଥାନ୍ତେ’ ।

ଚାଷୀଙ୍କ ସଫଳତାର ରାଜ କହିଲେ ଗବେଷକ:

କୋରାପୁଟ ଆଳୁ ଚାଷ
କୋରାପୁଟ ଆଳୁ ଚାଷ (ETV Bharat Odisha)

ଇଣ୍ଟରନ୍ୟାସନାଲ ପୋଟାଟୋ ସେଣ୍ଟରର ଗବେଷକ ରଞ୍ଜନ ସାହୁ କହିଛନ୍ତି, ‘ଗତ ପାଞ୍ଚ ବର୍ଷ ଧରି ସଂସ୍ଥା ତରଫରୁ ରିହାତି ମୂଲ୍ୟରେ ସୁଦୂର ପଞ୍ଜାବରୁ ଉନ୍ନତ ମାନର କୁଫରି ଜ୍ୟୋତି ଓ କୁଫରି ହିମାଳିନୀ ବିହନ ଯୋଗାଇ ଦିଆଯାଉଛି । ଫଳରେ ସ୍ଥାନୀୟ ଆଦିବାସୀ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଶକ୍ତ କରିବାରେ ସହାୟକ ହୋଇପାରୁଛି । ଚଳିତ ବର୍ଷ ସଂସ୍ଥାର ସହାୟତାରେ କୋରାପୁଟ ଜିଲ୍ଲାର 675 ଜଣ ଚାଷୀ ଆଳୁଚାଷ କରିବାରେ ସକ୍ଷମ ହୋଇଛନ୍ତି । ବର୍ତ୍ତମାନ ସେମିଳିଗୁଡ଼ାରେ ଏଆରସି ପ୍ରକ୍ରିୟାରେ ପ୍ରସ୍ତୁତ କରାଯାଉଥିବା ଆଳୁ ଚାରା ଏଠାକାର ଚାଷୀଙ୍କୁ ଦେବା ଆରମ୍ଭ କରାଯାଇଛି ଏବଂ ଭବିଷ୍ୟତରେ ଏହି କେନ୍ଦ୍ର ଓଡ଼ିଶାର ଆଳୁ ବିହନ ସମସ୍ୟାକୁ ସମାଧାନ କରିବ ।’

‘ଅଦିନିଆ ବର୍ଷା ପରେ ବି ଭଲ ହୋଇପାରେ ଅମଳ:’

କୋରାପୁଟ ଆଳୁ ଚାଷ
କୋରାପୁଟ ଆଳୁ ଚାଷ (ETV Bharat Odisha)

ଚଳିତ ବର୍ଷ ଅଦିନିଆ ବର୍ଷାର ପ୍ରକୋପକୁ ସାମନା କରିଥିଲେ ଚାଷୀ । ତଥାପି ସୀମିତ ରାସାୟନିକ ସାର ପ୍ରୟୋଗ ପରେ ମଧ୍ୟ ପାଲିବା ଅଞ୍ଚଳରେ ଗତ ପଚାଶ ଦିନ ପୂର୍ବେ ଲଗା ଯାଇଥିବା ଆଳୁ ବିହନ ବର୍ତ୍ତମାନ ଗଛ ହୋଇ ପ୍ରତିଟି ଗଛରେ 15 ରୁ 22 ଟି ଆଳୁ ହୋଇଥିବା ଯୋଗୁଁ ଚଳିତ ବର୍ଷ ଆଳୁ ଚାଷ ଭଲ ହେବ ।’ ବୋଲି ଆଶା ରଖିଛନ୍ତି କୋରାପୁଟ ଫାର୍ମରସ ଆସୋସିଏସନର ସମ୍ପାଦକ ଶରତ ପଟ୍ଟନାୟକ

କୋରାପୁଟ ଆଳୁ ଚାଷ
କୋରାପୁଟ ଆଳୁ ଚାଷ (ETV Bharat Odisha)

ଚାଷ ସମ୍ପର୍କିତ ଖବର ପଢନ୍ତୁ:

ଡ୍ରାଗନ ଫ୍ରୁଟ୍‌ ଚାଷ କରି ପ୍ରେରଣା ସାଜିଲେ କୃଷିମନ୍ତ୍ରୀ, ଦୁବାଇକୁ କରୁଛନ୍ତି ରପ୍ତାନୀ

ଚାକିରି ପଛରେ ନ ଧାଇଁ ନିଜସ୍ୱ ଉଦ୍ୟମରେ ସ୍ବାବଲମ୍ବୀ, ୧୦ ପରିବାରକୁ ରୋଜଗାର ଦେଇଛନ୍ତି ଯୁବଚାଷୀ ଲିପୁ

ବାଦାମ ଚାଷରୁ ଲକ୍ଷ ଲକ୍ଷ ରୋଜଗାର, ଆତ୍ମନିର୍ଭରଶୀଳ ହେଲେ ଆଦିବାସୀ ମହିଳା; କମାଲ କଲା ଜୈବିକ ସାର, ଏକରରୁ ୧୦୦ କ୍ୱିଣ୍ଟାଲ ଉତ୍ପାଦନ

ସୌନ୍ଦର୍ଯ୍ୟକରଣ ପାଇଁ ଘାସ ଚାଷ; ଶଳା-ଭିଣୋଇ ପାଇଲେ ନୂଆ ପରିଚୟ, ଲକ୍ଷ ଲକ୍ଷ ରୋଜଗାର, ସକାଳୁ ଘାସ ଉପରେ ଚାଲିଲେ ଭଲ ହେବ ବଡ ରୋ

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.