ETV Bharat / state

ବହୁ ଚର୍ଚ୍ଚିତ ଡାକ୍ତର ଦମ୍ପତି ହତ୍ୟାକାଣ୍ଡ ରାୟ ପ୍ରକାଶ, ୫ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ - Life Imprisonment In Murder Case - LIFE IMPRISONMENT IN MURDER CASE

5 Accused Get Life Imprisonment Sentence In Murder Case: ବହୁ ଚର୍ଚ୍ଚିତ ଶୈଳଶ୍ରୀବିହାର ଡାକ୍ତର ଦମ୍ପତି ହତ୍ୟାକାଣ୍ଡର ରାୟ ଶୁଣାଇଛନ୍ତି ଭୁବନେଶ୍ବର କୋର୍ଟ । ଅତି ବିଭତ୍ସ ଭାବେ ଅବସରପ୍ରାପ୍ତ ଡାକ୍ତର ପ୍ରଫୁଲ କୁମାର ମିଶ୍ରଙ୍କୁ ତଣ୍ଟିଚିପି ଓ ପତ୍ନୀ ସୁଷମାରାଣୀ ମିଶ୍ରଙ୍କୁ ୬ ଚୋଟ ପକାଇ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଚାକରାଣୀ ସମେତ ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ । ଅଧିକ ପଢନ୍ତୁ

ବହୁ ଚର୍ଚ୍ଚିତ ଡାକ୍ତର ଦମ୍ପତି ହତ୍ୟାକାଣ୍ଡ ରାୟ ପ୍ରକାଶ , ୫ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ

author img

By ETV Bharat Odisha Team

Published : Mar 27, 2024, 8:49 PM IST

Updated : Mar 27, 2024, 9:06 PM IST

ଭୁବନେଶ୍ବର: ଆସିଲା ବହୁ ଚର୍ଚ୍ଚିତ ଶୈଳଶ୍ରୀବିହାର ଡାକ୍ତର ଦମ୍ପତି ହତ୍ୟାକାଣ୍ଡର ରାୟ । ଲୁଟ ପାଇଁ ହତ୍ୟାକାଣ୍ଡ ଘଟାଇଥିବା ନେଇ ଦୋଷୀ ମାନଙ୍କୁ ମିଳିଛି ଆଜୀବନ କାରାଦଣ୍ଡ ସଜ୍ଜା । ୧୫ନଭେମ୍ବର ୨୦୧୫ମସିହାରେ ଘଟିଥିଲା ଏହି ବିଭତ୍ସ ହତ୍ୟାକାଣ୍ଡ । ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାର କ୍ବାର୍ଟର ନମ୍ବର VIM 608 ରେ ଅତି ବିଭତ୍ସ ଭାବେ ଅବସରପ୍ରାପ୍ତ ଡାକ୍ତର ପ୍ରଫୁଲ କୁମାର ମିଶ୍ରଙ୍କୁ ତଣ୍ଟିଚିପି ଓ ପତ୍ନୀ ସୁଷମାରାଣୀ ମିଶ୍ରଙ୍କୁ ୬ ଚୋଟ ପକାଇ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା ।

ହତ୍ୟା ପରେ ହତ୍ୟାକାରୀ ମାନେ ଡାକ୍ତରଙ୍କ ଘରୁ ସୁନା ଗହଣା ଅଳଙ୍କାର ଓ ଟଙ୍କା ନେଇ ଛୁ ମାରିଥିଲେ । ଏହି ଘଟଣାରେ ଘରର ଚାକରାଣୀ ଟିକିନା ଓରଫ ସୁଭଦ୍ରା ଜେନା ଓ ତାର ସ୍ବାମୀ ଜବନ ନାୟକ ସହ ସହଯୋଗୀ କିଶୋର ଚନ୍ଦ୍ର ବେହେରା ଓ ଫୁଲସାରି ବେହେରା ଓ ମହମ୍ମଦ କମଲ ଖାନ ସମ୍ପୃକ୍ତ ଥିବା ନେଇ ପୋଲିସ ପରେ ଗିରଫ କରିଥିଲା । ଏହି ଘଟଣାରେ ହତ୍ୟାକାରୀ ମାନଙ୍କୁ ୨୩ଟି ସାକ୍ଷ୍ୟ ପ୍ରମାଣ ଓ ୨୪ଟି ଦସ୍ତାବିଜ ଆଧାରରେ ଦୋଷୀ ସାବ୍ୟସ୍ତ କରାଯାଇଛି । ୨ୟ ଅତିରିକ୍ତ ଜିଲ୍ଲା ଦୌରାଜଜ ଭୁବନେଶ୍ବର କୋର୍ଟ ଏନେଇ ଆଜୀବନ ସଜ୍ଜା ସହ ୨୦ହଜାର ଲେଖାଏଁ ଜୋରିମାନା ରାୟ ଶୁଣାଇଛନ୍ତି । ରାୟ ପରେ ଦୋଷୀଙ୍କୁ ଝାରପଡ଼ା ଜେଲ୍ ହାଜତକୁ ପଠାଯାଇଛି ।

ଏହା ମଧ୍ୟ ପଢନ୍ତୁ... ହତ୍ୟା ଘଟଣାରେ ଗୋଟିଏ ପରିବାରର 5 ଜଣଙ୍କୁ ଆଜୀବନ କାରାଦଣ୍ଡ - Double Murder Case Verdict

ସୂଚନା ଅନୁଯାୟୀ ୧୫ନଭେମ୍ବର ୨୦୧୫ରେ ଡାକ୍ତରାଣୀ ସୁଷମାରାଣୀ ମିଶ୍ରଙ୍କ ଜନ୍ମଦିନ ଥିଲା । ଏନେଇ ସେଦିନ ସକାଳୁ ଡାକ୍ତରାଣୀ ପାଖରେ ଥିବା ଏକ ମନ୍ଦିର ଯାଇ ଦର୍ଶନ ସାରି ଫେରିଥିଲେ । ପରେ ଘରର ଚାକରାଣୀ କାମ ପାଇଁ ଘରକୁ ସକାଳ ୫ଟା ସମୟରେ ଆସିଥିଲା । ହେଲେ ପୁର୍ବ ଯୋଜନା ମୁତାବକ ଚାକରାଣୀ ଓ ତାର ସ୍ବାମୀ ସହ ୩ ସହଯୋଗୀ ମିଶି ଘରେ ପଶି ଅତି ନିର୍ମମ ଭାବେ ଡାକ୍ତର ଦମ୍ପତିଙ୍କୁ ହତ୍ୟା କରି ଫେରାର ହୋଇଥିଲେ । ହେଲେ ଡାକ୍ତରାଣୀଙ୍କ ବୋହୁ ଶୁଭ୍ରା ମିଶ୍ର ଜନ୍ମଦିନ ଶୁଭେଛା ଜଣାଇବାକୁ ଆସୁଥିବା ବାଟରେ ଚାକରାଣୀ ସହ କିଛି ଲୋକଙ୍କୁ ଦେଖିଥିଲେ ‌। ପରେ ହତ୍ୟାକାଣ୍ଡ ଜଣାପଡିବା ପରେ ପ୍ରଥମ ସନ୍ଦେହ ଚାକରାଣୀ ଆଡ଼କୁ ଯାଇଥିଲା ।

ଘଟଣା ସ୍ଥଳର ଯାଞ୍ଚ ପରେ ହତ୍ୟାକାରୀଙ୍କ ଫିଙ୍ଗରପ୍ରିଣ୍ଟ ଓ ଅନ୍ୟାନ୍ୟ ପ୍ରମାଣ ମିଳିଥିଲା । ହତ୍ୟାକାଣ୍ଡର ସମ୍ବେଦନଶୀଳତା ଦେଖି ପୋଲିସ ବିଭାଗ ଏହି କେସକୁ ଗୁରୁତର ନେଇଥିଲା । ଗୃହ ବିଭାଗ ପକ୍ଷରୁ ଦୋଷୀମାନଙ୍କୁ ଦଣ୍ଡିତ ପାଇଁ ସ୍ବତନ୍ତ୍ର ସରକାରି ଓକିଲ ଭାବେ ଅଜିତ କୁମାର ପଟ୍ଟନାୟକଙ୍କୁ ନିଯୁକ୍ତ କରାଯାଇଥିଲା । ତେବେ ସରକାରୀ ଓକିଲଙ୍କ ବଳିଷ୍ଠ ଯୁକ୍ତି ଓ ଘଟଣାର ପ୍ରତ୍ୟକ୍ଷ ସାକ୍ଷୀ ଓ ପ୍ରମାଣ ଆଧାରରେ ଏନେଇ ଆଜି କୋର୍ଟରେ ହତ୍ୟାକାରୀଙ୍କୁ ଦଣ୍ଡିତ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 27, 2024, 9:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.