ETV Bharat / state

ଆହୁରି ଦୁଇଦିନ ରାଜ୍ୟରେ ଘନ କୁହୁଡି, ୭ ଯାଏଁ ବର୍ଷା ! - Odisha Weather

Dense Fog Alert: ରାଜ୍ୟରେ ଆଉ ୨ ଦିନ ଘନ କୁହୁଡ଼ି ସମ୍ଭାବନା । ଏ ନେଇ ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଅଧିକ ପଢନ୍ତୁ

Odisha Weather
Odisha Weather
author img

By ETV Bharat Odisha Team

Published : Feb 3, 2024, 8:22 PM IST

ଆହୁରି ଦୁଇଦିନ ରାଜ୍ୟରେ ଘନ କୁହୁଡି

ଭୁବନେଶ୍ୱର: ରାଜ୍ୟର ଆଜି ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ତେବେ ରାଜ୍ୟରେ ଆହୁରି ଦୁଇଦିନ ଘନ କୁହୁଡି ଓ ୭ ତାରିଖ ଯାଏଁ ବର୍ଷା ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦୁଇ ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାରେ ମୁଖ୍ୟତଃ ଘନ କୁହୁଡିର ସମ୍ଭାବନା ଥିବା ବେଳେ ପାଣିପାଗ ବିଭାଗ ପକ୍ଷରୁ ପ୍ରାୟ ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ପାଣିପାଗ ବିଶେଷଜ୍ଞ ଉମା ଶଙ୍କର ଦାସଙ୍କ ସୂଚନାନୁସାରେ ଆସନ୍ତା ୪ ଓ ୫ ତାରିଖରେ ରାଜ୍ୟରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୬ ଓ ୭ ବେଳକୁ ହାଲୁକା ବର୍ଷାର ସମ୍ଭାବନା ଥିବା ବେଳେ ଘନ ଦୁଇଦିନ ଯାଇ ଘନ କୁହୁଡି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଦୁଇ ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାରେ ମୁଖ୍ୟତ ଘନ କୁହୁଡିର ସମ୍ଭାବନା ଥିବା ବେଳେ ଏଥିପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲାଗୁଡ଼ିକ ହେଲା କନ୍ଧମାଳ, ନୟାଗଡ, କୋରାପୁଟ, ରାୟଗଡା, କଳାହାଣ୍ଡି, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀ । ସେହିପରି ଆସନ୍ତାକାଲି ୩ ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଏହା ବି ପଢନ୍ତୁ- କଟକ ପାଇଁ କୁହୁଡ଼ି କାଳ: ଜନଜୀବନ ଅସ୍ତବ୍ୟସ୍ତ, ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ କିଛି ଜିଲ୍ଲାରେ ହାଲୁକା ବର୍ଷା ରେକର୍ଡ କରାଯାଇଛି । ସର୍ବାଧିକ ବର୍ଷା ଯାଜପୁର କିରେଇ ଠାରେ ୨୪. ୨ ମିମି ରେକର୍ଡ କରାଯାଇଛି । ସେହିପରି ଗଂଜାମ ସୋରଡ଼ାରେ ୧୧.୮ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ କେନ୍ଦ୍ରାପଡା ଭଦ୍ରକ ଓ ଜଗତସିଂପୁର ରେ ମଧ୍ୟ ହାଲୁକା ବର୍ଷା ରେକର୍ଡ କରାଯାଇଛି । ସେହିପରି ରାଜ୍ୟରେ ୫ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହୋଇଛି । ରାଉଲକେଲା ୮ ୦ ମିଟର ରହିଥିବା ବେଳର ଢେଙ୍କାନାଳ କୋରାପୁଟ ଭୁବନେଶ୍ୱର ଓ ଚାନ୍ଦବାଲିରେ ରେ ୧୦୦ ମିଟର କୁହୁଡି ଦୃଶ୍ୟମାନ ହୋଇଛି। ଅନ୍ୟପଟେ ରାଜ୍ୟରେ ତାପମାତ୍ରା ସ୍ୱାଭାବିକ ସ୍ତିତିରେ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା କୋରାପୁଟ ରେ ୧୦.୩ ମିମି ରେକର୍ଡ କରାଯାଇଛି । ଘନ କୁହୁଡ଼ି ଯୋଗୁଁ ରାଜ୍ୟବାସୀ ଯାତାୟାତ ସମୟରେ ସତର୍କତା ଅବଲମ୍ବନ କରିବା ଜରୁରୀ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.