ETV Bharat / state

ଆରବ ସାଗରରେ ନୂଆ ପ୍ରଜାତିର ସାର୍କ; ଆବିଷ୍କାର କଲେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ରୀ - new species of shark in Arabian Sea

author img

By ETV Bharat Odisha Team

Published : Jul 17, 2024, 6:59 PM IST

New Species of Shark in Arabian Sea: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପୂର୍ବତନ ଛାତ୍ରୀଙ୍କ ସଫଳତା । ବିଶ୍ଵବିଦ୍ୟାଳୟର ପୂର୍ବତନ ଛାତ୍ରୀ ଶ୍ବେତା ବେଉରାଙ୍କ ପ୍ରଚେଷ୍ଟାରେ ଚିହ୍ନଟ ହୋଇଛି ନୂତନ ପ୍ରଜାତିର ସାର୍କ ମାଛ । ଅଧିକ ପଢ଼ନ୍ତୁ

New Species of Shark in Arabian Sea
New Species of Shark in Arabian Sea (ETV Bharat Odisha)

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମୁଦ୍ରିକ ବିଜ୍ଞାନ ବିଭାଗର ପୁରାତନ ଛାତ୍ରୀ ଚିହ୍ନଟ କରିଛନ୍ତି ନୂତନ ପ୍ରଜାତିର ସାର୍କ ମାଛ । ଆଲୁମନି ଛାତ୍ରୀ ଶ୍ବେତା ବେଉରାଙ୍କ ପ୍ରଚେଷ୍ଟାରେ ନୂତନ ସାର୍କ ପ୍ରଜାତିର ଏହି ମାଛ ଚିହ୍ନଟ କରାଯାଇଛି । ଏହି ଛାତ୍ରୀ ଜଣଙ୍କ ବର୍ତ୍ତମାନ ଚେନ୍ନାଇରେ ରହିଥିବା ଜୁଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆରେ ଗବେଷିକା ଭାବେ କାର୍ଯ୍ୟରତ ଅଛନ୍ତି । ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ରୀ ଜଣଙ୍କ ଆରବ ସାଗରରୁ ଗଭୀର ସମୁଦ୍ରରେ ଏଭଳି ଏକ ନୂତନ ସାର୍କ ପ୍ରଜାତିର ଆବିଷ୍କାର କରିଛନ୍ତି ।

ଏହି ନୂଆ ପ୍ରଜାତିର ମାଛ ନାମ କରଣ କରାଯାଇଛି ଡଗଫିସ ସାର୍କ 'ସ୍କ୍ବାଲ୍ସ ହିମା' ନାମ ରହିଛି । 'ସ୍କ୍ବାଲ୍ସ' ହେଉଛି 'ସ୍କ୍ବାଲିଡି' ପରିବାରର ଡଗଫିସ୍‌ ସାର୍କର ଏକ ପ୍ରଜାତି, ଯାହା ସାଧାରଣତଃ ସ୍ପର୍ଡୋଗସ୍‌ ଭାବରେ ଜଣାଶୁଣା । ଭାରତୀୟ EEZ (ଏକ୍ସଲୁସିଭ ଇକୋନୋମିକ ଜୋନ୍)ରୁ ଗଭୀର ସମୁଦ୍ରରେ ଥିବା ସାର୍କର ବିବିଧତା ଏବଂ ବିତରଣକୁ ବୁଝିବା ପାଇଁ କରାଯାଇଥିବା ସର୍ବେକ୍ଷଣ ସମୟରେ ଭାରତର ଦକ୍ଷିଣ-ପଶ୍ଚିମ ଉପକୂଳରୁ ସଂଗୃହିତ ୧୩ଟି ନମୂନା ଆଧାରରେ 'ସ୍କ୍ବାଲ୍ସ ହିମା' ନାମକ ଏହି ପ୍ରଜାତିର ବର୍ଣ୍ଣନା କରାଯାଇଛି । ଭାରତର ଦକ୍ଷିଣ-ପଶ୍ଚିମ ଉପକୂଳରେ ଦୁଇଟି ପ୍ରଜାତିର ସ୍କ୍ବାଲ୍ସ ଦେଖିବାକୁ ମିଳିଥାଏ ଏବଂ ନୂତନ ପ୍ରଜାତି, 'ସ୍କ୍ବାଲ୍ସ ହିମା', 'ଏନ.ଏସ.ପି. ସ୍କ୍ବାଲ୍ସ ଲାଲାନାଇ' ସହିତ ବହୁତ ସମାନ, କିନ୍ତୁ ଅନେକ ବୈଶିଷ୍ଟ୍ୟରେ ଭିନ୍ନ ମଧ୍ୟ । ଏହି ଗବେଷଣାର ମୁଖ୍ୟ ଥିବା ବ୍ରହ୍ମପୁରର ପୂର୍ବତନ ଛାତ୍ରୀ ଶ୍ବେତା ବେଉରା ଏବଂ ଜେଡ୍‌.ଏସ୍‌.ଆଇ ଚେନ୍ନାଇର ବୈଜ୍ଞାନିକ ଡକ୍ଟର ବିନେଶ କେ.କେ.ଙ୍କ ଦ୍ବାରା ଏହି ଆବିଷ୍କାର କରାଯାଇଛି । ଏହା ଜେଡ୍.ଏସ୍.ଆଇର ଜର୍ଣ୍ଣାଲ ରେକର୍ଡରେ ପ୍ରକାଶିତ ହୋଇଛି ।

ଭାରତର ଦକ୍ଷିଣ ଉପକୂଳ ଏବଂ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ମତ୍ସ୍ୟଜୀବୀମାନେ ଫାର୍ମାସ୍ୟୁଟିକାଲ୍ ଶିଳ୍ପ ପାଇଁ ବିଶେଷ କରି ଉଚ୍ଚମାନର ପ୍ରସାଧନ ସାମଗ୍ରୀ ଏବଂ କର୍କଟରୋଧୀ ପଦାର୍ଥ ପ୍ରସ୍ତୁତ କରିବା ପାଇଁ ଏହିପରି ଅନେକ ସାର୍କ ବ୍ୟବହାର କରୁଛନ୍ତି । ଏହି ପ୍ରକାରର ସାର୍କର ସଂରକ୍ଷଣ ପାଇଁ ନୂତନ ପ୍ରଜାତିର ଆବିଷ୍କାର ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । ଏହାସହ ଡଗଫିସ୍‌ ସାର୍କ ସେମାନଙ୍କର ଫିନ୍, ଲିଭର ତେଲ ଏବଂ ମାଂସ ପାଇଁ ବ୍ୟବସାୟିକ ଭାବରେ ଗୁରୁତ୍ବପୂର୍ଣ୍ଣ । ଏହା ଏକ ମେରୁଦଣ୍ଡୀ ସାର୍କ ଅଟେ । ଏମାନଙ୍କ ମେରୁଦଣ୍ଡରେ ୮୪ରୁ ୮୬ ଖଣ୍ଡ ହାଡ଼ ରହିଥିବାବେଳେ ଏମାନଙ୍କ ରଙ୍ଗ ଧଳା, ମାଟିଆ ଓ କଳା ମିଶ୍ରିତ । ଏମାନଙ୍କ ଉପର ମାଢିରେ ୧୧ଟି ଦାନ୍ତ ଓ ତଳ ମାଢିରେ ୧୩ଟି ଦାନ୍ତ ରହିଛି । ଏହି ଦାନ୍ତ ଗୁଡ଼ିକ ମୁନିଆ ଓ ସଶକ୍ତ । ଏହି ମାଛ ସମୁଦ୍ରର ୩ ଶହରୁ ୬ ଶହ ମିଟର ଗଭୀରରେ ରହିଥାନ୍ତି । ଏହି ମାଛ ଶରୀର ମଧ୍ୟରେ ଅଣ୍ଡା ପ୍ରସ୍ତୁତ କରି ଛୁଆ ଦିଅନ୍ତି । ଏହି ମାଛର ଲିଭରର ତେଲରେ ଔଷଧ ଏବଂ କସମେଟିକ୍‌ ଭାବେ ବ୍ୟବହାର ହୋଇଥାଏ ‌। ଏହି ମାଛକୁ ପ୍ରାୟ ଦୁଇ ବର୍ଷ ମଧ୍ୟରେ ପରୀକ୍ଷା ନିରୀକ୍ଷା ଏବଂ ଡିଏନ୍‌ଏ ଟେଷ୍ଟ ପରେ ଏହା ଏକ ନୂତନ ପ୍ରଜାତିର ବୋଲି ଚିହ୍ନଟ ହୋଇଥିବା ଏବଂ ଆହୁରି ଅଧିକ ଗବେଷଣା ଚାଲିଥିବା ଗବେଷିକା କହିଛନ୍ତି ।

ଏହା ମଧ୍ଯ ପଢ଼ନ୍ତୁ...ଇସ୍ରୋ ଗଲେ ଓଡ଼ିଶାର ୨୦ ଛାତ୍ରଛାତ୍ରୀ, ୟାଟ୍‌ସ ଦ୍ୱାରା ହୋଇଛନ୍ତି ଚୟନ - Odisha Student ISRO Visit

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.