ETV Bharat / state

ରାସ୍ତାରେ ପଡି ଦିନ ମଜୁରିଆଙ୍କ ମୃତ୍ୟୁ ଘଟଣା: ଠିକାଦାରଙ୍କୁ ଜେଲଦଣ୍ଡ - Berhampur death - BERHAMPUR DEATH

Berhampur JMFC court : ଠିକାଦାରଙ୍କ ଦାୟିତ୍ୱହୀନତା ଯୋଗୁଁ ମୃତ୍ୟୁ ଘଟଣାରେ ରାୟ ଶୁଣାଇଲେ ବ୍ରହ୍ମପୁର କୋର୍ଟ । ସମ୍ପୃକ୍ତ ଠିକାଦାର ଓ ସୁପରଭାଇଜରଙ୍କୁ ୧ ବର୍ଷର ଜେଲ ଦଣ୍ଡାଦେଶ ସହ ଜରିମାନା ନିର୍ଦ୍ଦେଶ ଦେଲେ ବ୍ରହ୍ମପୁର ଜେଏମଏଫସି କୋର୍ଟ । ଅଧିକ ପଢନ୍ତୁ

Berhampur JMFC court
Berhampur JMFC court (ETV Bharat)
author img

By ETV Bharat Odisha Team

Published : Jun 2, 2024, 10:01 AM IST

ବ୍ରହ୍ମପୁର: ରାସ୍ତାରେ ଗାତ ଖୋଳି ଠିକାଦାରଙ୍କ ଦାୟିତ୍ୱହୀନତା କାର୍ଯ୍ୟ ଯୋଗୁଁ ଜଣଙ୍କ ମୃତ୍ୟୁ ଘଟଣାରେ ରାୟ ଶୁଣାଇଲେ ବ୍ରହ୍ମପୁର କୋର୍ଟ । ଏହି ମାମଲାରେ ସମ୍ପୃକ୍ତ ଠିକାଦାର ଓ ସୁପରଭାଇଜରଙ୍କୁ ଦଣ୍ଡିତ କରିବା ସହ ଜରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୮ ମସିହା ଜୁନ ୬ ତାରିଖରେ ରଙ୍ଗେଇଲୁଣ୍ଡା ବ୍ଲକ ଅଞ୍ଚଳରେ ଏହି ଅଘଟଣ ଘଟିଥିଲା । ମନ୍ତ୍ରୀଡି ଗ୍ରାମର ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଥିବା ଦିନବନ୍ଧୁ ସାହୁ ଘରକୁ ଫେରୁଥିବା ବେଳେ ଏକ ନିର୍ମାଣାଧୀନ ଗାତରେ ଖସି ପଡିଥିଲେ ଓ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

Berhampur JMFC court (ETV Bharat)

ସୂଚନାଯୋଗ୍ୟ, ୨୦୧୮ ମସିହା ଜୁନ ୬ ତାରିଖରେ ବ୍ରହ୍ମପୁର ଉପଖଣ୍ଡ ରଙ୍ଗେଇଲୁଣ୍ଡା ବ୍ଳକର ମନ୍ତ୍ରୀଡି ଗ୍ରାମର ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଥିବା ନୀଳକଣ୍ଠ ସାହୁ ନିଜର କାର୍ଯ୍ୟ ସାରି ସନ୍ଧ୍ୟା ସମୟରେ ଘରକୁ ଫେରୁଥିବାବେଳେ ଏକ ନିର୍ମାଣଧୀନ ଗାତରେ ଖସିପଡିଥିଲେ । ରାସ୍ତା କଡରେ ବାଲି, ମାଟି ଜମା ହୋଇଥିବାବେଳେ ନିର୍ମାଣଧିନ ସ୍ଥାନରେ ଲୁହା ରଡଗୁଡିକ ରହିଥିଲା । ଗାତରେ ପଡିବା ପରେ ସେହି ଲୁହା ରଡଗୁଡିକ ନୀଳକଣ୍ଠଙ୍କ ଶରୀରରେ ପଶିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏହାମଧ୍ୟ ପଢନ୍ତୁ... ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ, 20ହଜାର ଟଙ୍କା ଜରିମାନା - Murder Case In Kalahandi

ଅନ୍ୟପଟେ ଏନେଇ ମୃତକଙ୍କ ପୁଅ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିବାବେଳେ ଏହି ମାମଲାର ବିଚାର କରି ବ୍ରହ୍ମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ଜେଏମଏଫସି ) ଶିବାନୀ ମିଶ୍ର ରାୟ ପ୍ରକାଶ କରିଛନ୍ତି । ଉପଯୁକ୍ତ ପ୍ରମାଣ ମିଳିଥିବାରୁ ଉକ୍ତ ଘଟଣାରେ ଠିକାଦାର ଓ ତାଙ୍କ ସୁପରଭାଇଜରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଉଭୟଙ୍କୁ ୧ ବର୍ଷ ଲେଖାଏଁ ଜେଲ ଦଣ୍ଡରେ ଦଣ୍ଡିତ କରି ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ରାୟରେ ଉଲ୍ଲେଖ କରିଛନ୍ତି । ଜରିମାନା ଅନାଦେୟ ଅଧିକ ୧ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।

ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ଦ୍ୱୟ ହେଲେ ବ୍ରହ୍ମପୁର ବ୍ରହ୍ମାନଗରର ଠିକାଦାର ଯୁଧିଷ୍ଠିର ସାମନ୍ତରାୟ ଓ ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଶ୍ରଦ୍ଧାପୁରର ସୁପରଭାଇଜର ସୁଶାନ୍ତ ମଲ୍ଲିକ । ଏହି ମାମଲାରେ ମୋଟ ୧୫ ଜଣ ସାକ୍ଷ୍ୟଙ୍କ ବୟାନ ରେକର୍ଡ କରାଯାଇଥିବା ବେଳେ ନିଜର ଦାୟିତ୍ବହୀନତା କାର୍ଯ୍ୟ ନେଇ ଠିକାଦାରଙ୍କୁ ଦଣ୍ଡିତ କରାଯାଇଥିବା କୁହାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.