ETV Bharat / state

ହତ୍ୟା ଘଟଣାରେ ଗୋଟିଏ ପରିବାରର 5 ଜଣଙ୍କୁ ଆଜୀବନ କାରାଦଣ୍ଡ - Double Murder Case Verdict

author img

By ETV Bharat Odisha Team

Published : Mar 22, 2024, 11:13 AM IST

Father And Son Killed Case Verdict: ବାପା ଓ ପୁଅକୁ ହତ୍ୟା ଘଟଣାରେ 11 ବର୍ଷ ପରେ ରାୟ ଶୁଣାଇଲେ କୋର୍ଟ । ଗୋଟିଏ ପରିବାରର 5 ଜଣଙ୍କୁ ଆଜୀବନ କାରାଦଣ୍ଡ । ଅଧିକ ପଢନ୍ତୁ

Father And Son Killed Case
Father And Son Killed Case
ଆଜୀବନ କାରାଦଣ୍ଡ

ବ୍ରହ୍ମପୁର: ଗୋଟିଏ ପରିବାରର 5 ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ବ୍ରହ୍ମପୁରର ଅତିରିକ୍ତ ଜିଲ୍ଳା ଦୌରାଜର୍ଜ କୋର୍ଟ । ଗୋଟିଏ ପରିବାରର ବାପା ସମେତ ଚାରି ପୁଅଙ୍କୁ ଏକ ହତ୍ୟା ଘଟଣାରେ ଏହି ରାୟ ଶୁଣାଇଛନ୍ତି କୋର୍ଟ । 11 ବର୍ଷ ତଳେ ଏହି 5 ଅଭିଯୁକ୍ତ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର ଗ୍ରାମରେ ଗୋଟିଏ ପରିବାରର 2 ଜଣଙ୍କୁ ହତ୍ୟା କରିଥିଲେ । ଗିରଫ ସମସ୍ତ ଅଭିଯୁକ୍ତ ହେଉଛନ୍ତି 80 ବର୍ଷୀୟ ଧନୁ ସ୍ୱାଇଁ ଓ ତାଙ୍କ ଚାରି ପୁଅ କାର୍ତ୍ତିକ ସ୍ୱାଇଁ ,ଅମିନ ସ୍ୱାଇଁ, ଭଗବାନ ସ୍ୱାଇଁ, ଓ ସରୋଜ ସ୍ୱାଇଁ । ଗତ 2013 ମସିହା ଡ଼ିସେମ୍ବର 28 ତାରିଖରେ ଜଗନ୍ନାଥପୁର ଗ୍ରାମର ପୋଖରୀ ନିକଟରେ ଗୋଲା ସ୍ବାଇଁ ଓ ତାଙ୍କ ପୁଅ ରାଜୀବ ସ୍ବାଇଁଙ୍କୁ ହତ୍ୟା କରିଥିଲେ ସମସ୍ତ ଅଭିଯୁକ୍ତ । ଦୀର୍ଘ 11 ବର୍ଷ ପରେ ଏହି ଘଟଣାର ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଗୁରୁବାର ରାୟ ପ୍ରକାଶ କରିଥିଲେ ଅତିରିକ୍ତ ଜିଲ୍ଳା ଦୌରାଜର୍ଜ କୋର୍ଟ । ଏହି ଘଟଣାରେ ପୂର୍ବରୁ ଗିରଫ ହୋଇଥିବା ତିନି ଜଣ ମହିଳାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଦୁଷ୍କର୍ମକାରୀକୁ 20 ବର୍ଷ ଜେଲ

କଣ ଥିବା ସମ୍ପୂର୍ଣ୍ଣ ହତ୍ୟା ଘଟଣା ? ହତ୍ୟାକାଣ୍ଡ ପୂର୍ବରୁ ଜଗନ୍ନାଥପୁର ଗ୍ରାମର ଧନୁ ସ୍ୱାଇଁ ଓ ଗୋଲା ସ୍ବାଇଁଙ୍କ ପରିବାର ଗଣ୍ଡଗୋଳ ଲାଗି ରହୁଥିଲା । ଯାହା 2023 ଡିସେମ୍ବର 28 ତାରିଖରେ ଉଗ୍ରରୂପ ନେଇଥିଲା । ମୃତ ଗୋଲା ସ୍ବାଇଁ ଓ ତାଙ୍କ ପୁଅ ରାଜୀବ ସ୍ବାଇଁ ସେହିଦିନ ଗ୍ରାମର ପୋଖରୀକୁ ସ୍ନାନ କରିବାକୁ ଯାଇଥିଲେ । ସେହି ସମୟରେ ଧନୁ ସ୍ୱାଇଁଙ୍କ ପରିବାର ମାରଣାସ୍ତ୍ରରେ ଉଭୟଙ୍କୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ଗୋଲା ସ୍ବାଇଁ ଓ ତାଙ୍କ ପୁଅର ମୃତ୍ୟୁ ଘଟିଥିଲା । ମୃତକ ଗୋଲା ସ୍ୱାଇଁଙ୍କ ପତ୍ନୀ ମାୟା ସ୍ୱାଇଁ ଏଥିରେ ଗୁରୁତର ଆହତ ହୋଇ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଫେରିଥିଲେ । ସେହି ଘଟଣାରେ ପୋଲିସ ୮ ଜଣଙ୍କୁ ଗିରଫ କରିଥିଲା । ଏହି ଘଟଣାରେ ପ୍ରତ୍ୟେକ୍ଷଦର୍ଶୀ ଥିବା ମୃତକ ଗୋଲା ସ୍ବାଇଁଙ୍କ ଆଠ ବର୍ଷ ବୟସର ନାତୁଣି ସୁଜ୍ଞାନୀ, ତାଙ୍କ ପତ୍ନୀ ମାୟା ସ୍ୱାଇଁଙ୍କ ସମେତ ମୋଟ ୧୯ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କୋର୍ଟ ଗୁରୁବାର ରାୟ ଶୁଣାଇଥିଲେ । ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.