ETV Bharat / state

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛି କେନ୍ଦ୍ର; କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ଛାତ୍ର ବିଜେଡ଼ି - BCJD targets to dharmendra pradhan

author img

By ETV Bharat Odisha Team

Published : Jun 24, 2024, 10:39 PM IST

BCJD TARGETS TO DHARMENDRA PRADHAN: ପେପର ଲିକ୍ ଘଟଣାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଗର୍ଜିଲା ବଜୁ ଛାତ୍ର ଜନତା ଦଳ । କହିଲା କେନ୍ଦ୍ର ସରକାର ଦାଇତ୍ୱ ନେଇ ସ୍ୱଚ୍ଛତା ଆଣୁ । ନହେଲେ ଓଡିଶାର ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇବେ । ଅଧିକ ପଢନ୍ତୁ

BCJD TARGETS TO DHARMENDRA PRADHAN
BCJD TARGETS TO DHARMENDRA PRADHAN (ETV Bharat Odisha)

ଭୁବନେଶ୍ବର: ପେପର ଲିକ୍ ଘଟଣାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଉପରେ ପ୍ରବଳ ବର୍ଷିଲା ବିଜେଡି । 34 ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛି କେନ୍ଦ୍ର ସରକାର । ପେପର ଲିକ ହୋଇନି ଓ ପରେ କହିଲେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଲିକ୍ ହୋଇଛି । ଏହାର ସ୍ପଷ୍ଟତା ଜଣାନ୍ତୁ କେନ୍ଦ୍ରମନ୍ତ୍ରୀ । ଏନଟିଏ ନିର୍ଦ୍ଦେଶକଙ୍କୁ ହଟାଇଲେ ହେବନାହିଁ । ଦୃଢ଼ କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ଦିନରେ ଓଡ଼ିଶା ଛାତ୍ର ସମାଜ ଆନ୍ଦୋଳନକୁ ଓହ୍ଲାଇବ । କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କର ଉପରେ ଦଖଲ ଥିବା କଥା ଜଣାପଡୁନାହିଁ । ଏହା କହିଛନ୍ତି ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ।

ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି ଯେ, ସମଗ୍ର ଭାରତ ବର୍ଷରେ ଏକ ସମ୍ବେଦନଶୀଳ ଘଟଣା ଘଟିଛି । ଦେଶର 34 ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ କେନ୍ଦ୍ର ଶିକ୍ଷା ବିଭାଗ ଖେଳୁଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଇଛନ୍ତି । ଏହାକୁ ବିଜୁ ଛାତ୍ର ଜନତା ଦଳ ତୀବ୍ର ଭାବେ ନିନ୍ଦା କରୁଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ନାକୁ ଆସିଲେ । କୌଣସି ପେପର ଲିକ ହୋଇନଥିବା କେନ୍ଦ୍ରମନ୍ତ୍ରୀ ପ୍ରତିକ୍ରିୟା ରଖିଥିଲେ । ଏହି ପ୍ରତିକ୍ରିୟା ଭୁଲ ବୋଲି ପରବର୍ତ୍ତୀ ସମୟରେ ପ୍ରମାଣିତ ହୋଇଥିଲା । ପରବର୍ତ୍ତୀ ସମୟରେ ସେ କହିଲେ ଏହା ଏକ ଆଞ୍ଚଳିକ ଘଟଣା । ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏହା ଘଟିଛି ବୋଲି କହିଲେ । ଏହା ପରବର୍ତ୍ତୀ ସମୟରେ ମଧ୍ୟ ଭୁଲ ପ୍ରମାଣିତ ହୋଇଛି ।

ସମଗ୍ର ଭାରତ ବର୍ଷ ଏହି ସମସ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ସବୁ ଛାତ୍ରଛାତ୍ରୀ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଏ କଥା ପ୍ରମାଣିତ ହୋଇଛି । କେନ୍ଦ୍ର ସରକାରଙ୍କୁ ଆମେ ଚେତେଇ ଦେବାକୁ ଚାହୁଁଛୁ ଯେ, ଆପଣ ମାନେ ନୀତି ଓ ଉକ୍ତିରେ ସ୍ପଷ୍ଟତା ରଖନ୍ତୁ । କେବଳ ଏନଟିଏ ଅଧ୍ୟକ୍ଷଙ୍କୁ ଦାଇତ୍ୱରୁ ନିବୃତ କରିଦେଲେ ସମସ୍ୟାର ସମାଧାନ ହେବନାହିଁ । ଭବିଷ୍ୟତ ଓ ଦକ୍ଷତା ଉପରେ ପ୍ରଶ୍ନ ଉଠିଛି । ସାଧୁତା ଓ ସ୍ୱଚ୍ଛତା ଉପରେ ଛାତ୍ରଛାତ୍ରୀ ପ୍ରଶ୍ନ ଉତ୍ତୋଳନ କରୁଛନ୍ତି । ଏ ନେଇ ସ୍ପଷ୍ଟତା ଆସିବା ଦରକାର । କେନ୍ଦ୍ର ସରକାର ଦାଇତ୍ୱ ନେଇ ସ୍ୱଚ୍ଛତା ଆଣୁ । ନହେଲେ ଓଡିଶାର ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇବେ । ଲଢେଇ, ସ୍ବର ଉତ୍ତୋଳନ, ଆନ୍ଦୋଳନ କରିବା ଲାଗି ବେଶୀ ସମୟ ଲାଗିବ ନାହିଁ ।

ଏହା ମଧ୍ୟ ପଢନ୍ତୁ ......ବଦଳିବ NTAର ଢାଞ୍ଚା ! ଆଜି 7ଜଣିଆ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ - NEET Paper Leak

ସେ ଆହିିରି ମଧ୍ୟ କହିଛନ୍ତି ଯେ, ଖୁବଶୀଘ୍ର କେନ୍ଦ୍ର ସରକାର ଏ ଦିଗରେ ଠୋସ ପଦକ୍ଷେପ ନିଅନ୍ତୁ । ନହେଲେ ଏକ ବିରାଟ ଆନ୍ଦୋଳନ ସମଗ୍ର ଓଡ଼ିଶାରେ ଛାତ୍ର ସମାଜ ଗଢି ତୋଳିବା ଲାଗି ପ୍ରସ୍ତୁତ ରହିଛି । ମାମଲାରେ ସିବିଆଇ ତଦନ୍ତ କରି କିଛି ଜଣଙ୍କୁ ଗିରଫ କରିଛି । ଏହା ଦ୍ୱାରା କିଛି ଫଳପ୍ରଦ ହେବନାହିଁ । ଏଭଳି ଘଟଣା କେମିତି ଘଟିଲା ବୋଲି ଛାତ୍ରଛାତ୍ରୀଙ୍କ ମନରେ ରହିଛି । ଦୁଇ ଦୁଇଟି ପରୀକ୍ଷା ଯାହା ଦ୍ୱାରା ଛାତ୍ରଛାତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହୁଏ । ନିଟ୍ ବା ୟୁଜିସି ନେଟ୍ ପରୀକ୍ଷାରେ ଏହି ସମସ୍ୟା ଯୋଗୁଁ 33 ଲକ୍ଷ ପିଲା ହନ୍ତସନ୍ତ ହେଉଛନ୍ତି । ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର ।

କେନ୍ଦ୍ର ସରକାର ଆଣ୍ଟି ପେପର ଲିକ ଆଇନ ଆଣିବାକୁ ଯାଉଛନ୍ତି । ଏହାକୁ ଆମେ ସ୍ୱାଗତ କରୁଛୁ । ଏହା କେଉଁ ପୃଷ୍ଠଭୂମିରେ ଆସିଲା କେନ୍ଦ୍ରମନ୍ତ୍ରୀ ଘଟଣା ବାବଦରେ ସ୍ପଷ୍ଟତା ଆଣୁନାହାନ୍ତି । ଦେଶର ଭବିଷ୍ୟତ ଛାତ୍ର ସମାଜ ସହ ଏପରି ଖେଳା ଯାଉଛି । ଏହାର ଦାୟିତ୍ୱ କେହି ନେଉନାହାନ୍ତି । ଛାତ୍ର ସମାଜ ସହ ବିଜେଡି ସମ୍ପୂର୍ଣ୍ଣ ଭାବେ ରହିଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କର ବିଭାଗ ଉପରେ ଦଖଲ ଅଛି, ସେକଥା ଜଣା ପଡୁନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.